Home Entertainment ସାରା ଅଲ୍ଲୀ ଖାଁଙ୍କ ପୁଣି ମୁଂହ ଲୁଚାଇ ଯାତ୍ରା କରୁଥିବାର ଫୋଟୋ ହେଲା ସୋସିଆଲ ମିଡ଼ିଆରେ...

ସାରା ଅଲ୍ଲୀ ଖାଁଙ୍କ ପୁଣି ମୁଂହ ଲୁଚାଇ ଯାତ୍ରା କରୁଥିବାର ଫୋଟୋ ହେଲା ସୋସିଆଲ ମିଡ଼ିଆରେ ଭାଇରଲ
ବଲିଉଡ୍ର ସୈଫ ଅଲ୍ଲୀ ଖାଁଙ୍କ ଝିଅ ଅଭିନେତ୍ରୀ ସାରା ଅଲ୍ଲୀ ଖାନ୍ ଏବେ ଜଣେ ଲୋକପ୍ରିୟ ତଥା ଚର୍ଚ୍ଚିତ ଅଭିନେତ୍ରୀ ପାଲଟିଛନ୍ତି। ନିକଟରେ ସାରା ଅଭିନେତା କାର୍ତ୍ତିକ ଆଯ୍ୟର୍ନ୍ଙ୍କ ସହ ଇମ୍ତିୟାଜ୍ ଅଲ୍ଲୀଙ୍କ ଫିଲ୍ମର ଶୁଟିଂ କରିବା ପରେ ‘କୁଲି ନମ୍ବର.୧’ର ଶୁଟିଂ ପୂରା କରିଥିଲେ। ତେବେ କିଛିଦିନ ତଳେ ତାଙ୍କର ଏକ ମେଟ୍ରୋରେ ଯାତ୍ରା କରୁଥିବାର ସୋସିଆଲ ମିଡ଼ିଆରେ ଫୋଟୋଟି ଭାଇରାଲ ହୋଇଥିଲା |
ବର୍ତ୍ତମାନ ସାରା ନିଜର ସୁଟିଂ ସେଟରୁ ବିରତି ନେଇ ନିଜ ସାଙ୍ଗମାନଙ୍କ ସହ ନ୍ୟୁୟର୍କରେ ଛୁଟି କଟାଉଛନ୍ତି। ସେହି ମଉଜ ବେଳର କିଛି ଫଟୋ ସେ ସୋସିଆଲ ମିଡିଆରେ ଦେଇଛନ୍ତି। ଏହାସହ ଆଉ ଏକ ଫଟୋ ମଧ୍ୟ ପୋଷ୍ଟ କରିଛନ୍ତି, ଯେଉଁଥିରେ ସେ ନ୍ୟୁୟର୍କରେ ନିଜ ସାଙ୍ଗମାନଙ୍କ ସହ ମେଟ୍ରୋରେ ସାଙ୍ଗ ମାନଙ୍କ ସହ ବୁଲୁଛନ୍ତି।
ଫଟୋରେ ସାରା ଦୁଇଜଣଙ୍କ ମଝିରେ ବସିଥିବା ସହ ନିଜ ମୁଂହକୁ ଏକ କଳାଧଳା ଛିଟା ଥିବା ସ୍କାର୍ଫରେ ଢାଙ୍କିଛନ୍ତି। ସେ କଳା ରଙ୍ଗର ଜିନ୍ସ ଏବଂ ପରପଲ ରଙ୍ଗର ଜ୍ୟାକେଟ୍ ପିନ୍ଧିଛନ୍ତି। ଏହାସହ ପରଥିବା ବୁଟ୍ସ ମଧ୍ୟ ପିନ୍ଧିଛନ୍ତି। ଏହାପୂର୍ବରୁ ବି ଦୁଇଥର ସାରା ମୁହଁ ଲୁଚାଇଥିବାର ଅନେକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇସାରିଛି।
ଯେତେବେଳେ ସାରା ଇମ୍ତିୟାଜ୍ ଅଲ୍ଲୀଙ୍କ ଫିଲ୍ମର ଶୁଟିଂ ମନାଲିରେ କରୁଥିଲେ, ସେତେବେଳେ ସେ ମୁହଁକୁ ଢାଙ୍କି ବାହାରକୁ ଭ୍ରମଣରେ ବାହାରୁଥିଲେ। କିଛି ଲୋକ ତାଙ୍କୁ ଚିହ୍ନି ତାଙ୍କ ସହ ସେଲ୍ଫି ନେବାକୁ କହୁଥିଲେ |
ତା ବାଦ ଆଉଥରେ ଇଦ୍ପର୍ବରେ ସାରା କାର୍ତ୍ତିକଙ୍କ ସହ ମୁମ୍ବାଇରେ ମାହିମ୍ଙ୍କ ଦରଘାରେ ପହଞ୍ଚିଥିଲେ। ସେଠାରେ ମଧ୍ୟ ଦୁହେଁ ମୁହଁ ଲୁଚେଇଥିବାର ନିଜ ସେଲ୍ଫିକୁ ସୋସିଆଲ ମିଡିଆରେ ଶେୟାର୍ କରିଥିଲେ। କାର୍ତ୍ତିକ ଏହି ମୁଂହ ଲୁଚାଯାଇଥିବା ଫଟୋ ଶେୟାର କରି ଫ୍ୟାନ୍ମାନଙ୍କୁ ଇଦ୍ ମୁବାରକ୍ କହିଥିଲେ।
YOU MAY LIKE
- Advertisement -