ସାରା ଦେଶରେ ଗଣତନ୍ତ୍ର ଦିବସ ପାଳନ କରୁଥିବା ସମୟରେ ସୀମାରୁ ଆସିଛି ଯବାନଙ୍କ ବଳିଦାନର ଖବର । ଆତଙ୍କବାଦୀଙ୍କ ଗୁଳିରେ ପ୍ରାଣ ହରାଇଛନ୍ତି ଓଡ଼ିଆ ବୀର ଯବାନ । ଜାମ୍ମୁ-କାଶ୍ମରୀର ବାରାମୁଲା ଅଂଚଳରେ ଆତଙ୍କବାଦୀଙ୍କ ସହ ମୁହାଁ ମୁହିଁ ବେଳେ ପ୍ରାଣ ହରାଇଛନ୍ତି ଖୋର୍ଦ୍ଧା ବେଗୁନିଆ ଅଂଚଳର ହେମନ୍ତ କୁମାର ପଣ୍ଡା । ପୁଅଙ୍କ ସହୀଦ ଖବର ପାଇ ପରିବାର ଲୋକଙ୍କ ସହ ସ୍ଥାନୀୟ ଅଞ୍ଚଳରେ ଦୁଃଖର ଶୋକ ଛାୟା ଖେଳିଯାଇଛି । ପରିବାର ଲୋକଙ୍କ କହିବା ମୁତାବକ ୨ ବର୍ଷ ପୂର୍ବେ ଭାରତୀୟ ସେନାରେ ଯୋଗ ଦେଇଥିଲେ ତାଂକ ପୁଅ ହେମନ୍ତ ।

ଯେନ୍ଉଁ  ଅଞ୍ଚଳରେ ଏହି ଯବାନ ଓ ଆତଙ୍କବାଦୀଙ୍କ ମଧ୍ୟରେ ଏନକାଉଂଟର୍ ହୋଇଥିଲା, ସେହି ଅଂଚଳରେ ଆଜି ସକାଳୁ ଦୁଇ ଜଣ ଆତଙ୍କବାଦୀ ଗୁଳିରେ ପ୍ରାଣ ମଧ୍ୟ ହରାଇଛନ୍ତି । ବଡ କଥା ହେଉଛି- ଜାମ୍ମୁ-କାଶ୍ମୀର ଏହି ବାରାମୁଲା ଅଂଚଳକୁ ଆତଙ୍କବାଦୀ ମୁକ୍ତ ଅଂଚଳ ଭାବରେ ଘୋଷଣା କରାଯାଇଥିବା ବେଳେ, ଆତଙ୍କବାଦୀଙ୍କ ଚଳପ୍ରଚଳ ପୁଣି ଥରେ ସମସ୍ତଙ୍କୁ ଗଭୀର ଚିନ୍ତାରେ ପକାଇଦେଇଛି ।

ବେଗୁନିଆ ଅଂଚଳ୍ରେ ହେମନ୍ତ ପଣ୍ଡାଙ୍କ ସହିଦ ହେବା ଖବର ବେଗୁନିଆ ଅଂଚଳରେ ଦୁଃଖର ଛାୟା ଖେଳି ଯାଇଛି । ସାଧାରଣତନ୍ତ୍ର ଦିବସ ଅବସରରେ ଭାରତ ଓ ପାକିସ୍ତାନର ଯବାନମାନେ ବାଘା ବର୍ଡରରେ ଗୋଟିଏ ପକ୍ଷ ଆଉ ଗୋଟିଏ ପକ୍ଷରୁ ସ୍ୱତନ୍ତ୍ର ସେଲ୍ୟୁଟ୍ ଦେଉଥିବା ବେଳେ ଆତଙ୍କବାଦୀମାନେ ଭାରତ ସୀମାରେ ପଶି ଘଟାଇ ଚାଲିଛନ୍ତି ଅମାନବୀୟ କାଣ୍ଡ । ଗୋଟିଏ ପଟେ ଦେଶବାସୀ ୭୦ ତମ ସାଧାରଣତନ୍ତ୍ର ଦିବସର ପାଳୁଥିବା ବେଳେ । ଅନ୍ୟପଟେ ଦେଶପାଇଁ ସହୀଦ ହୋଇଗଲେ ଓଡିଆ ପୁଅ ହେମନ୍ତ ।

 

1 COMMENT

  1. ଆପଣଙ୍କ ପୋର୍ଟଲ ବହୁତ ଭଳ ଲାଗିଲା ଏମିତି ହିଁ କାମ କରି ଚାଲନ୍ତୁ ।

LEAVE A REPLY

Please enter your comment!
Please enter your name here