ସିନ୍ଦୁର ବିବାହିତା ମହିଳାଙ୍କ ଶୃଙ୍ଗାରର ପ୍ରତୀକ | ନିଜ ସ୍ୱାମୀଙ୍କ ଲମ୍ବା ଆୟୁ ପାଇଁ ପତ୍ନୀ ତାଙ୍କ ସିନଥିରେ ସିନ୍ଦୁର ଲଗାନ୍ତି | ପୂଜାକାର୍ଯ୍ୟରେ ମଧ୍ୟ ସିନ୍ଦୁରର ବ୍ୟବହାର ଅପରିହାର୍ଯ୍ୟ | ବିନା ସିନ୍ଦୁରରେ ପୂଜା ଅଧା ରହିଥାଏ | ସିନ୍ଦୁରର ଯଥାଚିତ ବ୍ୟବହାର ଭାଗ୍ୟ ପରିବର୍ତ୍ତନ କରିବା ସହ ବାଧା-ବିଘ୍ନ ଦୂର କରେ ଓ ସୁଖ-ଶାନ୍ତି ଆଣିଥାଏ | କି ପ୍ରକାର ଉପାୟ ରହିଛି ଯାହା ସିନ୍ଦୁରର ବ୍ୟବହାର ଦ୍ୱାରା ଏହା ସମ୍ଭବ ଆସନ୍ତୁ ଜାଣିବା……….

୧. ୫ଟି ମଙ୍ଗଳବାର ଓ ଶନିବାର ଚାମେଲୀ ତେଲରେ ସିନ୍ଦୁର ମିଶେଇ ହନୁମାନଙ୍କୁ ଅଭିଷେକ କରନ୍ତୁ | ଗୁଡ଼ ଓ ଚଣା ନୈବେଦ୍ୟ ରୂପେ ଅର୍ପଣ କରନ୍ତୁ | ଏହି ଉପାୟ ଦ୍ୱାରା ବାଧା-ବିଘ୍ନ ଦୂର ହେବା ସହ ପ୍ରତ୍ୟେକ କାର୍ଯ୍ୟରେ ସଫଳତା ମିଳିବ |

୨. ଗୋଟିଏ ପାନ ପାତ୍ରରେ ଫିଟିକିରି ଓ ଅଳ୍ପ ସିନ୍ଦୁର ବାନ୍ଧି ଶୁକ୍ଳ ପକ୍ଷ ବୁଧବାର ଦିନ ଅଶ୍ୱସ୍ଥ ବୃକ୍ଷ ମୂଳରେ ରଖି ତା’ ଉପରେ ପଥର ଲଦି ଦିଅନ୍ତୁ | ସାୟଂ କାଳରେ ଏହି କାର୍ଯ୍ୟ ସମାପ୍ତ ପରେ ଘରକୁ ଏକମୁଁହା ହୋଇ ଫେରନ୍ତୁ | ଏପରି ଲଗାତାର ୩ଟି ବୁଧବାର କରନ୍ତୁ | ଏହି ଉପାୟ ଦ୍ୱାରା ସମାଜରେ ମାନ-ସମ୍ମାନ, ପ୍ରତିଷ୍ଠା ବୃଦ୍ଧି ହେବ |

୩. ଗୋଟିଏ ନଡ଼ିଆକୁ ଶୁକ୍ଳ ପକ୍ଷ ଗୁରୁବାର ଦିନ ନେଇ ତାର ଆଖିରେ ସିନ୍ଦୁର ଲଗେଇ ଲାଲ କପଡ଼ାରେ ବାନ୍ଧି ମା’ ଲକ୍ଷ୍ମୀଙ୍କୁ ଧନବୃଦ୍ଧି ପାଇଁ ସ୍ମରଣ କରି ପୂଜା କରନ୍ତୁ | ତାକୁ ନେଇ ନିଜ ପଇସା ରଖୁଥିବା ସ୍ଥାନରେ ରଖନ୍ତୁ | ଏହି ଉପାୟ ଦ୍ୱାରା ଧନବୃଦ୍ଧି ହେବା ସହ ଧନଭାଵ କେବେ ହୋଇନଥାଏ |

୪. ଘରର ମୁଖ୍ୟ ଦ୍ୱାରରେ ଘିଅରେ ସିନ୍ଦୁର ମିଶେଇ ସ୍ୱସ୍ତିକ ଚିହ୍ନ କରନ୍ତୁ | ଏହି ଉପାୟ ଦ୍ୱାରା ଗୃହରେ ବାସ୍ତୁଦୋଷ ଦୂର ହେବା ସହ ନକାରାତ୍ମକ ଉର୍ଜା ନଷ୍ଟ ହୁଏ |

୫. ଗୁରୁପୁଷ୍ୟା ଯୋଗ କିମ୍ବା ଶୁକ୍ଳ ପକ୍ଷ ପୁଷ୍ୟା ଯୋଗ ଦିନ ଗଣେଶ ମନ୍ଦିରରେ ସିନ୍ଦୁର ଦାନ କରନ୍ତୁ | ଏହି ଉପାୟ ଦ୍ୱାରା ବାରମ୍ବାର ପରୀକ୍ଷା ଦେଇ ଉତ୍ତୀର୍ଣ୍ଣ ହେଉନଥିଲେ ସଫଳତା ପାଇବେ |

୬. ହନୁମାନ ମନ୍ଦିରରେ ପ୍ରତି ମଙ୍ଗଳବାର ଦିନ ସିନ୍ଦୁର ଦାନ କଲେ ଆକସ୍ମିକ ଦୁର୍ଘଟଣାରୁ ମୁକ୍ତି ମିଳିଥାଏ |

LEAVE A REPLY

Please enter your comment!
Please enter your name here