ଗଣତନ୍ତ୍ରାକୁ ବାରମ୍ବାର ଆଘାତ କରୁଥିବା ପଶ୍ଚିମବଂଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଂକୁ ଲାଗୁଛି ଗଣତନ୍ତ୍ରର ମାନେ ଠିକସେ ଜଣାନାଂହି, ସତ୍ତାର ମୋହ ତାଂକୁ କୌଣସି କାର୍ଯ୍ୟ ବି କାରେଇପାରେ । ସେ ସତ୍ତା ପାଂଇ କିଛି ବି କରିପାରନ୍ତି । ଆପଣ ସମସ୍ତେ ଜାଣିଥିବେ ମମତା ଏବେ କଣ ପାଂଇ ଅନଶନରେ ବସିଛନ୍ତି ।

ପଶ୍ଚିମବଙ୍ଗ ସରକାର ମୁଖିଆ ମମତା ବାନାର୍ଜୀଙ୍କୁ ସୁପ୍ରିମକୋର୍ଟରୁ ଲାଗିଛି ଜବରଦସ୍ତ ଝଟକା । ସର୍ବୋଚ୍ଚନ୍ୟାୟଳୟ ସାରଦା ଚିଟ୍ ଫଣ୍ଡ ଘୋଟାଲାରେ ଜେରା ପାଇଁ କୋଲକାତା ପୋଲିସ କମିଶନର ରାଜୀବ କୁମାରଙ୍କୁ ସିବିଆଇ ସାମ୍ନାରେ ଶୀଘ୍ର ହାଜର ହେବାକୁ ଆଦେଶ ଦେଇଛନ୍ତି । ସର୍ବୋଚ୍ଚ ଅଦାଲତ ଏହା ସହିତ ସ୍ପଷ୍ଟ କରିଛନ୍ତି ଯେ, ତତ୍କାଳ ରାଜୀବ କୁମାରଙ୍କୁ ଗିରଫ କରାଯିବ ନାହିଁ ।  ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସିବିଆଇର କାର୍ଯ୍ୟାନୁଷ୍ଠାନ ବିରୋଧରେ ଦୁଇ ଦିନ ହେବ ଅକାରଣ ଧାରଣାରେ ବସିଛନ୍ତି । ସୁପ୍ରିମକୋର୍ଟର ଏହି ଆଦେଶ ମମତାଙ୍କୁ ତଗଡା ଝଟକା ଲାଗିଛି । କେବଳ ଏତିକି ନୁହେଁ ସୁପ୍ରିମକୋର୍ଟ ସିବିଆଇର ମାନହାନୀ ଯାଚିକା ଉପରେ ରାଜ୍ୟର ମୁଖ୍ୟ ସଚିବ, ଡିଜିପି ଓ କୋଲକାତା ପୋଲିସ କମିଶନରଙ୍କୁ ନୋଟିସ୍ ଜାରି କରିଛି । ମାମଲାର ଶୁଣାଣି ଫେବୃଆରୀ ୨୦ରେ ହେବ ବୋଲି ନ୍ୟାୟଳୟ ନିର୍ଦ୍ଧାରିତ କରିଛନ୍ତି ।

LEAVE A REPLY

Please enter your comment!
Please enter your name here