ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟାକୁ ନେଇ ଏ ଯାଏଁ କୌଣସି ସଠିକ୍‌ କାରଣ ଜଣାପଡିନାହିଁ; ସୁଶାନ୍ତଙ୍କ ମୃତ୍ୟୁ ବ୍ୟକ୍ତିଗତ ନା କ୍ୟାରିଆର‌ କାରଣ ଯୋଗୁଁ ହୋଇଛି, ସେ ନେଇ ପୁଲିସ ତଦନ୍ତ ଜାରିରଖିଛି; ତେବେ ସୁଶାନ୍ତଙ୍କ ବାନ୍ଦ୍ରା ସ୍ଥିତ ଘରୁ ତଲାସୀ‌ ବେଳେ ପୁଲିସ ତାଙ୍କ ହାତଲେଖା ୫ଟି ଡାଏରୀ ଜବତ କରିଛି

ଡାଏରୀରେ ଥିବା ସୁଶାନ୍ତଙ୍କ ହାତ ଲେଖା ତାଙ୍କ ଜୀବନ ସହ ଜଡ଼ିତ ଥିବା ଅନେକ ଲୁଚି ରହିଥିବା କଥା ପୁଲିସ ପତ୍ତା ପାଇବ ବୋଲି ଅନୁମାନ କରୁଛି; ବର୍ତ୍ତମାନ ପର୍ଯ୍ୟନ୍ତ ପୁଲିସ ଏହି ମାମଲାରେ ୧୦ ଜଣଙ୍କର ବୟାନ୍‌ ରେକର୍ଡ କରିସାରିଛିଏପରିକି ବୁଧବାର କାଷ୍ଟିଙ୍ଗ ଡାଇରେକ୍ଟର ମୁକେଶ ଛାବ୍‌ଡାକୁ ପୁଲିସ ୭ ଘଣ୍ଟାରୁ ଅଧିକ ସମୟ ଧରି ପଚରାଉଚରା କରିଛି; ମୁକେଶଙ୍କ କହିବା ଅନୁଯାୟୀ, ‘ସୁଶାନ୍ତ ଜଣେ ପ୍ରତିଭାବାନ୍‌ ଅଭିନେତା ଥିଲେ, ଫୋନ୍‌ରେ କଥା ହେବାକୁ ପସନ୍ଦ କରୁନଥିଲେ, ନିଜ କାମକୁ ସେ ସବୁବେଳେ ଗୁରୁତ୍ୱ ଦେଉଥିଲେ, ଅଧିକାଂଶ ସମୟରେ ମୁଁ ତାଙ୍କୁ ଫୋନ୍‌ କଲେ, ସେ ଫୋନ୍‌ କାଟି ଦେଇଥା’ନ୍ତି, ତାଙ୍କୁ ପ୍ଲେଷ୍ଟେସନରେ ଗେମ୍‌ ଖେଳିବା ପସନ୍ଦ ଥିଲା ଏବଂ ସେ ବିଶେଷ କରି ‘quantum of physics’ର ବହି ପଢ଼ିବାକୁ ପସନ୍ଦ କରୁଥିଲେ, ଏଲିୟନ୍‌ ଓ ଅନ୍ୟ ଗ୍ରହ ଉପଗ୍ରହ ବିଷୟରେ ଜାଣିବାକୁ ତାଙ୍କର ଅଧିକ ଆଗ୍ରହ ଥିଲା’

ମୁକେଶ ଶେଷଥର ପାଇଁ ୨୭ ମେ’ ସୁଶାନ୍ତଙ୍କ ଜନ୍ମଦିନରେ ତାଙ୍କ ସହିତ କଥା ହୋଇଥିଲେ; ଯେଉଁ ସମୟରେ ସେ ସାଧାରଣ ସ୍ୱଭାବର ଲାଗୁଥିଲେ

ସୁଶାନ୍ତ ଶେଷ ଫିଲ୍ମ ‘ଦିଲ୍‌ ବେଚାରା’ ଫିଲ୍ମର ଡାଇରେକ୍ଟର ଥିଲେ ମୁକେଶ; ସେଥିପାଇଁ ମୁକେଶଙ୍କୁ ଡକ୍ୟୁମେଣ୍ଟସ୍‌ ମାଗିଥିଲେ; ଯେଉଁଥିରେ ଫିଲ୍ମ ଅଫର୍‌ ସହିତ ଜଡ଼ିତ ଥିବା କିଛି କଥା ରହିଥିଲା; ତେବେ ସୁଶାନ୍ତଙ୍କ ଡେବ୍ୟୁ ଫିଲ୍ମ ‘କାଇ ପୋ ଚେ’ର ମଧ୍ୟ ମୁକେଶ କାଷ୍ଟିଂ ଡାଇରେକ୍ଟର ରହିଥିଲେ; ସୁଶାନ୍ତଙ୍କର ଜଣେ ଭଲ ବନ୍ଧୁ ହୋଇଥିବାରୁ ସେ ତାଙ୍କର ଅନ୍ତିମ ସଂସ୍କାରରେ ମଧ୍ୟ ଉପସ୍ଥିତ ରହିଥିଲେ
ଏହା ପୂର୍ବରୁ ସୁଶାନ୍ତଙ୍କ ଦୁଇ ମ୍ୟାନେଜରଙ୍କ ବୟାନକୁ ପୁଲିସ ରେକର୍ଡ କରିଥିଲା; ବାନ୍ଦ୍ରା ପୁଲିସ ସୁଶାନ୍ତଙ୍କ ବାନ୍ଧବୀ ତଥା ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କୁ ପଚରାଉଚରା କରିଛି; ସୁଶାନ୍ତଙ୍କ ପୋଷ୍ଟମର୍ଟମ୍‌ ରିପୋର୍ଟରେ ଆତ୍ମହତ୍ୟା ଯୋଗୁଁ ତାଙ୍କ ମୃତ୍ୟୁ ହୋଇଥିବା ସ୍ପଷ୍ଟ ହୋଇଚି; ତଥାପି ବିଭିନ୍ନ ଅଭିଯୋଗ ଅନୁଯାୟୀ ମାମଲା ଦାୟର କରାଯାଇଛି; କୁହାଯାଉଛି ଯେ ସେ ୬ ମାସ ଧରି ଡିପ୍ରେସନରେ ଥିବାରୁ ସେ ଡିପ୍ରେସନର ମେଡିସିନ୍ ମଧ୍ୟ ଖାଉଥିଲେ; ତେଣୁ ଡିପ୍ରେସନର କାରଣ ଜାଣିବା ପାଇଁ ପୁଲିସ ତାଙ୍କର ସାଙ୍ଗମାନଙ୍କୁ ମଧ୍ୟ ଜେରା କରିଛି

LEAVE A REPLY

Please enter your comment!
Please enter your name here