Home Entertainment ସୁଶାନ୍ତ ସିଂ ରାଜପୁତ ଆତ୍ମହତ୍ୟାକୁ ନେଇ ପୋଲିସ ଆଗରେ ଚାଞ୍ଚଲ୍ୟକର ତଥ୍ୟ ଦେଲେ ବଲିଉଡ ନିର୍ଦ୍ଦେଶକ...

ସୁଶାନ୍ତ ସିଂ ରାଜପୁତ ଆତ୍ମହତ୍ୟାକୁ ନେଇ ପୋଲିସ ଆଗରେ ଚାଞ୍ଚଲ୍ୟକର ତଥ୍ୟ ଦେଲେ ବଲିଉଡ ନିର୍ଦ୍ଦେଶକ ସଞ୍ଜୟ ଲୀଳା ଭଂସାଲୀ !!

0
23

ନିଜ ସିନେମାରେ ସୁଶାନ୍ତ ସିଂ ରାଜପୁତଙ୍କୁ ନେବାକୁ ଚାହିଁ ମଧ୍ୟ ନେଇପାରିନଥିଲେ; ମୁମ୍ବାଇର ବାନ୍ଦ୍ରା ପୋଲିସ ଆଗରେ ଏଭଳି ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି ବଲିଉଡର ନିର୍ଦ୍ଦେଶକ ସଞ୍ଜୟ ଲୀଲା ଭଂସାଲୀ; ସୁଶାନ୍ତ କିଛି ପ୍ରଯୋଜନା ସଂସ୍ଥା ସହ ଚୁକ୍ତିବଦ୍ଧ ଥିବା ବେଳେ ଆଉ କିଛି ସଂସ୍ଥା ସୁଶାନ୍ତଙ୍କ ବଦଳରେ ଅନ୍ୟ କଳାକାରଙ୍କୁ ନେବାକୁ ଚାପ ପକାଉଥିଲେ; ଅନ୍ୟ କିଛି ନିର୍ଦ୍ଦେଶକଙ୍କୁ ମଧ୍ୟ ପଚରାଉଚରା କରିବ ପୋଲିସ; ସେପଟେ ସୁଶାନ୍ତଙ୍କ ଶେଷ ଫିଲ୍ମ ‘ଦିଲ ବେଚାରା’ ର ଟ୍ରେଲର ରିଲିଜ ହୋଇଛି ଯାହା ୟୁଟ୍ୟୁବରେ ବେଶ ଲୋକପ୍ରିୟ ହୋଇଛି

ବଲିଉଡ ନିର୍ଦ୍ଦେଶକ ସଞ୍ଜୟ ଲୀଳା ଭଂସାଲୀ ତାଙ୍କ ନିର୍ଦ୍ଦେଶନାରେ ରାମଲୀଳା, ପଦ୍ମାବତ ଓ ଅନ୍ୟ ୨ଟି ସିନେମାରେ ସେ ସୁଶାନ୍ତ ସିଂ ରାଜପୁତଙ୍କୁ ନେବାକୁ ଚାହୁଁଥିଲେ; କିନ୍ତୁ ସୁଶାନ୍ତ ସେତେବେଳେ ଅନ୍ୟ ପ୍ରଡକ୍‌ସନ ହାଉସ ସହ ଚୁକ୍ତିବଦ୍ଧ ଥିବାରୁ ସେ ଅଭିନୟ କରିପାରିନଥିଲେ ବୋଲି ସଞ୍ଜୟ ଲୀଳୀ ଭଂସାଲି ପୋଲିସକୁ କହିଛନ୍ତି; ଦୀର୍ଘ ତିନି ଘଣ୍ଟା ଧରି ସେ ପୋଲିସ ତାଙ୍କୁ ପଚରାଉଚରା କରିଥିଲା; ପୋଲିସ ଏବେ ଫରେନସିକ ରିପୋର୍ଟକୁ ଅପେକ୍ଷା କରିଛି

ଜୁନ ୧୪ ତାରିଖରେ ନିଜ ବାନ୍ଦ୍ରାସ୍ଥିତ ବାସବଭନରେ ଆତ୍ମହତ୍ୟା କରିଥିଲେ ସୁଶାନ୍ତ ସିଂ ରାଜପୁତ; ବଲିଉଡରେ ପରିବାରବାଦ ପାଇଁ ତାଙ୍କ ସହ ଭେଦଭାବ ନେଇ ମାନସିକ ଅବସାଦରେ ସେ ଆତ୍ମହତ୍ୟା କରିିଥିବା ସୁଶାନ୍ତଙ୍କ ପରିବାର ଓ ଫ୍ୟାନ ମାନେ ଅଭିଯୋଗ କରିଥିଲେ; ମହାରାଷ୍ଟ୍ର ସରକାରଙ୍କ ନିର୍ଦ୍ଦେଶରେ ଏହାର ତଦନ୍ତ ଚାଲିଥିବା ବେଳେ ତାଙ୍କ ପରିବାର ସଦସ୍ୟଙ୍କ ସମେତ ବନ୍ଧୁ, ସହ କଳାକାର ଓ ଘନିଷ୍ଠ ବନ୍ଧୁ ମିଶେଇ ବର୍ତ୍ତମାନ ସୁଦ୍ଧା ୩୪ରୁ ଅଧିକ ଲୋକଙ୍କୁ ବାନ୍ଦ୍ରା ପୋଲିସ ପଚରାଉଚରା କରିଛି; ଆଗକୁ ବଲିଉଡର ଆଉ କିଛି ନାମୀଦାମୀ ଲୋକଙ୍କୁ ମଧ୍ୟ ପଚରାଉଚରା କରାଯିବ ବୋଲି ଜଣାପଡ଼ିଛି

ସେପଟେ ରିଲିଜ ହୋଇଛି ସୁଶାନ୍ତଙ୍କ ଶେଷ ଅଭିନୀତ ଫିଲ୍ମ ଦିଲ ବେଚାରାର ଟ୍ରେଲର; ସଂଜନା ସାଙ୍ଘୀଙ୍କ ସହ ଅଭିନୀତ ଏହି ଫିଲ୍ମର ଟ୍ରେଲର ୟୁଟ୍ୟୁବରେ ଲୋକପ୍ରିୟ ହେବାରେ ଲାଗିଛି; ଏହା ଓଟିଟି ପ୍ଲାଟଫର୍ମରେ ୨୪ ଜୁଲାଇରେ ରିଲିଜ ହେବ; ଦୁଇ କ୍ୟାନସର ପୀଡ଼ିତଙ୍କ ଜୀବନୀକୁ ନେଇ ଏହି ସିନେମା ଜନ୍‌ ଗ୍ରୀନଙ୍କ ଉପନ୍ୟାସ ଦି ‘ଫଲ୍‌ଟ ଇନ ଆୱାର ଷ୍ଟାରସ’ ଉପରେ ଆଧାରିତ

NO COMMENTS

LEAVE A REPLY

Please enter your comment!
Please enter your name here