ଆଜି ରବିବାର | ସୂର୍ଯ୍ୟ ଦେବତାଙ୍କ ଦିନ | ସୂର୍ଯ୍ୟ ହେଉଛନ୍ତି ସକଳ ଶକ୍ତିର ଆଧାର | ଆମ ହିନ୍ଦୁମାନଙ୍କର ପୂଜ୍ୟ | ସୂର୍ଯ୍ୟଙ୍କ ବିନା ସ୍ଥିତି ଅସମ୍ଭବ | ରବି ହେଉଛନ୍ତି ଗ୍ରହମାନଙ୍କ ମଧ୍ୟରେ ପ୍ରଥମ ପୂଜ୍ୟ | ଯେଉଁ ବ୍ୟକ୍ତିଙ୍କ ଉପରେ ରବି ସନ୍ତୁଷ୍ଟ ଥାନ୍ତି ଓ ତାଙ୍କ ଆଶୀର୍ବାଦ ଥାଏ; ସେହି ବ୍ୟକ୍ତି ଯେତେ ବାଧାବିଘ୍ନ ଆସିଲେ ସୁଦ୍ଧା ସବୁ ପରିସ୍ଥିତିରେ ବିଜୟ ଲାଭ କରିଥାଏ | ରବିଙ୍କୁ ପୂଜା କରି ସନ୍ତୁଷ୍ଟ କରିବାର ସରଳ ଉପାୟ ଆସନ୍ତୁ ଜାଣିବା |
୧. ସୂର୍ଯ୍ୟଙ୍କୁ ସକାଳୁ ମଠା ରଙ୍ଗ ବସ୍ତ୍ର ପିନ୍ଧି ଅର୍ଘ୍ୟ ଦେଇ ସନ୍ତୁଷ୍ଟ କରନ୍ତୁ | ଅର୍ଘ୍ୟ ଜଳରେ ଶୁଖିଲା ଲଙ୍କା ମଞ୍ଜି, ମହୁ, ଗୁଡ, ମିଶାଇ ଅର୍ଘ୍ୟ ପ୍ରଦାନ କରନ୍ତୁ |
୨. “ଓଁ ଘୃଣି ସୂର୍ଯ୍ୟାୟ ନମଃ” ମନ୍ତ୍ର ୧୦୮ ଥର ଜପ କରନ୍ତୁ |
୩. ସୂର୍ଯ୍ୟଦେବଙ୍କୁ କନିଅର କିମ୍ବା କରବୀର ଫୁଲ ସିନ୍ଦୁର ଅର୍ଘ୍ୟ ଦେଇ ପୂଜା କରନ୍ତୁ | ତାଙ୍କୁ ଘୃତ ଦୀପ, ଧୂପ, ନୈବେଦ୍ୟ ଦେଇ ସନ୍ତୁଷ୍ଟ କରନ୍ତୁ |
୪. ଆଦିତ୍ୟ ହୃଦୟ ସ୍ତୋତ୍ର ପାଠ କରନ୍ତୁ |
୫. “ଅୟୀ ସୂର୍ଯ୍ୟ ସହସ୍ରାଂଶୋ ଭାଲତେଜ ଜଗତପତେ  ଅନୁକମ୍ପାୟ ମାଂ ଭକ୍ତ୍ୟାଂ ଗୃହଣାର୍ଥଏ ନମସ୍ତୁତେ” | ଏହି ମନ୍ତ୍ରକୁ ୭ଥର ଜପ କରି ସୂର୍ଯ୍ୟଙ୍କୁ ଅର୍ଘ୍ୟ ପ୍ରଦାନ କରନ୍ତୁ |
୬. ସାଧା ଭୋଜନ କରନ୍ତୁ | ଭୋଜନରେ ଅଳ୍ପ ଲୁଣର ବ୍ୟବହାର କରନ୍ତୁ |

LEAVE A REPLY

Please enter your comment!
Please enter your name here