ମ୍‌ ଇଣ୍ଡିଆର ଲୋକପ୍ରିୟ କ୍ରିକେଟର ତଥା ଆଇପିଏଲ୍‌ ଟିମ୍‌ ‘ମୁମ୍ୱାଇ ଇଣ୍ଡିଆନସ୍‌’ର କ୍ୟାପ୍‌ଟେନ୍‌ ରୋହିତ ଶର୍ମାଙ୍କ ସହ ସୋଫିଆ ହାୟତ୍‌ଙ୍କ ପ୍ରେମ ସମ୍ପର୍କ ଥିଲା ବୋଲି ଦାବିର ସହ ସୋଫିଆ କହିଛନ୍ତି | ଏହି କଥା ମିଡିଆ ମାହୋଲକୁ ସରଗରମ କରିଛି | କଲର୍ସ ଚ୍ୟାନେଲ୍‌ର ଲୋକପ୍ରିୟ ଶୋ’ ‘ବିଗ୍‌ ବସ୍‌-୭’ର ବିବାଦୀୟ ପ୍ରତିଯୋଗୀ ସୋଫିଆ ହାୟତ୍‌ଙ୍କୁ ସମସ୍ତେ ଜାଣନ୍ତି | ସେ ସର୍ବଦା ଚର୍ଚ୍ଚାରେ ରହିବାକୁ ଭଲ ପା’ନ୍ତି।

ନିକଟରେ ସେ ନିଜ ଜୀବନୀକୁ ନେଇ ଏକ ବହି ଲେଖୁଛନ୍ତି | ଇଣ୍ଟରଭ୍ୟୁରେ ସେ କହିଛନ୍ତି ଯେ, “ରୋହିତଙ୍କ ସହିତ ତାଙ୍କର ପ୍ରଥମ ଦେଖା ଲଣ୍ଡନରେ ହୋଇଥିଲା ଏବଂ ଏହି ପ୍ରଥମ ଦେଖାରେ ହିଁ ରୋହିତ୍‌ ତାଙ୍କୁ ଚୁମ୍ବନ କରିଥିଲେ। ଏହା ସହ ସେ ମଧ୍ୟ କହିଛନ୍ତି ଯେ, “ରୋହିତ ତାଙ୍କ ପାଇଁ ଦିନେ ପାଗଳ ହୋଇଥିଲେ। ତାଙ୍କ ମଧ୍ୟରେ ବହୁତ ଅନ୍ତରଙ୍ଗ ବନ୍ଧୁତା ରହିବା ସହ ସେମାନେ ଅନେକ ସମୟ ଏକାଠି ବିତେଇଛନ୍ତି | କିନ୍ତୁ ଥରେ ରୋହିତ କିଛି ଲୋକଙ୍କ ସହ ପରିଚୟ କରାଇବା ସମୟରେ ସୋଫିଆଙ୍କୁ ତାଙ୍କର ଏକ ଫ୍ୟାନ୍‌ ବୋଲି କହିଥିଲେ। ଏହି କଥା ଶୁଣି ତାଙ୍କର ମନ ଭାଙ୍ଗି ପଡିଥିଲା। ସେହି ଦିନଠାରୁ ସେମାନଙ୍କ ମଧ୍ୟରେ ବ୍ରେକ-ଅପ ହୋଇଥିଲା।”

ବିଶେଷ ଚର୍ଚ୍ଚାରେ ରହିବାକୁ ଭଲ ପାଉଥିବା ସୋଫିଆ ରୋହିତ ଓ ତାଙ୍କର ସମ୍ପର୍କ ବିଷୟରେ ଏହି ମନ୍ତବ୍ୟ ଦେଇ ନିଜ ଜୀବନୀରେ ଏହି କଥା ଲେଖିବେ ବୋଲି କହିଛନ୍ତି। ଯାହା ରୋହିତଙ୍କ ବ୍ୟକ୍ତିଗତ ଜୀବନ ସହ ତାଙ୍କ କ୍ରିକେଟ କ୍ୟାରିଅର ପାଇଁ ଏହି ଖବର ବହୁତ ପ୍ରଭାବ ପକେଇପାରେ। କିନ୍ତୁ ସୋଫିଆଙ୍କ ଏହି ମନ୍ତବ୍ୟକୁ ନେଇ ରୋହିତଙ୍କର କୌଣସି ପ୍ରତିକ୍ରିୟା ହସ୍ତଗତ ହୋଇପାରିନାହିଁ।

LEAVE A REPLY

Please enter your comment!
Please enter your name here