ରାତ୍ର କାଳରେ ଆମେ ଶୋଇବା ସମୟରେ ସ୍ୱପ୍ନ ଦେଖିଥାଉ | ଆପଣ ଜାଣନ୍ତି କି ନିଦ୍ରା ସମୟରେ ଦେଖୁଥିବା ସ୍ୱପ୍ନ ଅନୁସାରେ ଜୀବନର ଆସୁଥିବା ସୁଖ, ଦୁଃଖ ବା କଷ୍ଟ, ଦୁର୍ଦ୍ଦଶାର ସଂକେତ ମିଳିଥାଏ ଯାହା ପରବର୍ତ୍ତୀ ସମୟରେ ଫଳ ଦେଇଥାଏ | ବିଭିନ୍ନ ସ୍ୱପ୍ନ ବିଷୟରେ ଜାଣିବା ଯେ କି ସ୍ୱପ୍ନ ଦେଖିଲେ ସେଇ ଅନୁସାରେ ସମ୍ଭାବିତ ଫଳ ମିଳିଥାଏ………….
୧. ସବୁଜ ଅରଣ୍ୟ ଦେଖିବା, ସବୁଜ ପନିପରିବା ଦେଖିବା, ନିଜକୁ କାନ୍ଦିବା ଦେଖିବା – ପ୍ରସନ୍ନତା ପ୍ରାପ୍ତି ହେବା
୨. ଆଖିରେ କାଜଲ ଲଗେଇବା ଦେଖିବା, ନିଜ ଦେହ ଅସୁସ୍ଥ ଦେଖିବା, ଓଟ ଚଢ଼ୀବା ଦେଖିବା – ଶାରୀରିକ କଷ୍ଟ ଅନୁଭୂତ ହେବା
୩. ଖୋଲା କବାଟ ଦେଖିବା, ସୂର୍ଯ୍ୟୋଦୟ ଦେଖିବା – ନୂତନ ବନ୍ଧୁତା ସ୍ଥାପନ ହେବା
୪. ପିମ୍ପୁଡି ଦେଖିବା, ତାସ ଖେଳିବା ଦେଖିବା, ଶୁଖିଲା ଘାସ ଦେଖିବା, ବଂଶୀ ବାଜୁଥିବା ଦେଖିବା ଓ ଧୁଆଁ ଦେଖିବା – ସମସ୍ୟାରେ ପଡିବା
୫. ପୂଜାପାଠ କରୁଥିବା ଦେଖିଲେ ଓ ନିଜକୁ ଆକାଶରେ ଉଡୁଥିବା ଦେଖିଲେ – ଦୀର୍ଘଦିନର ସମସ୍ୟାର ଅନ୍ତ ହେବାର ସୂଚନା
୬. ସମାଧି ଦେଖିବା, ଚୁଡ଼ି କିଣିବା ଦେଖିବା, ବସନ୍ତ ଋତୁ ଦେଖିବା, ଓଢଣୀ ଦେଖିବା, ଆକାଶରେ ତାରାମଣ୍ଡଳୀ ଦେଖିବା, ନଦୀ ଦେଖିବା – ସୌଭାଗ୍ୟରେ ବୃଦ୍ଧି
୭. ଦୀପ ଜଳେଇବା ଦେଖିବା – ନୂତନ ଅବସର ପ୍ରାପ୍ତି
୮. ସ୍ଵର୍ଣଭୂଷଣ ଦେଖିବା – ଅଟକିଥିବା କାର୍ଯ୍ୟ ସମ୍ପୂର୍ଣ୍ଣ ହେବା
୯. ଶବ ଦେଖିବା, କୋଇଲି ରାବିବା ଦେଖିବା, ଧଳା ପାରା ଦେଖିବା, ଲୁଣ ଦେଖିବା – ପୁରାତନ ରୋଗ ଆରୋଗ୍ୟ ହେବାର ସୂଚନା
୧୦. କୂଅ ଦେଖିବା, କୂଅରେ ଥିବା ପାଣି ଦେଖିବା, ବିଛା ଦେଖିବା, ଅଳେଇଚ ଦେଖିବା ଓ ଠେଙ୍ଗା ଦେଖିବା – ପ୍ରତିଷ୍ଠା, ଯଶରେ ବୃଦ୍ଧି
୧୧. ବିଲରେ ପାଚିଲା ଧାନ ବା ଗହମ ଦେଖିବା, ଘାସ ପଡିଆ, ସାପ ଦେଖିବା, ବେଲପତ୍ର ଦେଖିବା, କ୍ଷୀର ଦେଖିବା, ଧନଵାନ ବ୍ୟକ୍ତି ଦେଖିବା, ଫଳ ଖାଇବା, ଶୋଇବା ଖଟ ଦେଖିବା, ଖାଲି ଥାଳି ଦେଖିବା, ଟଙ୍କା ଦେଖିବା, ସ୍ୱସ୍ତିକ ଦେଖିବା – ଧନଲାଭ
୧୨. ମୃତ ବ୍ୟକ୍ତିଙ୍କ ସହ କଥା ହେବା ଦେଖିବା – ମନକାମନା ପୂର୍ଣ୍ଣ ହେବା
୧୩. ସୁନ୍ଦର ସ୍ତ୍ରୀ ଦର୍ଶନ, ପାନ ଖାଇବା ଦେଖିବା, ଦର୍ପଣରେ ନିଜ ମୁଁହକୁ ଦେଖିବା – ପ୍ରେମ ପ୍ରଣୟରେ ସଫଳତା
୧୪. ଦେବୀଙ୍କ ଦର୍ଶନ କରୁଥିବା ଦେଖିବା – ରୋଗରୁ ମୁକ୍ତି
୧୫. ଅସ୍ତ୍ର-ଶସ୍ତ୍ର ଦେଖିବା, ଅଦାଲତ ଦେଖିବା – କଳହର ସମ୍ଭାବନା
୧୬. ମାଛ ଜାଲ ଦେଖିବା – କୋର୍ଟ-କଚେରୀ କାର୍ଯ୍ୟରେ ପରାଜୟ
୧୭. ଫୁଲ ମାଳ ଦେଖିବା – ନିନ୍ଦା, ଅପବାଦ ମିଳିବା
୧୮. ଭୋଜନପୂର୍ଣ୍ଣ ଥାଳି, ଧଳା ବିରାଡ଼ି ଦେଖିବା, ବନ୍ଦ କବାଟ ଦେଖିବା, ନିଜକୁ ଭିକ ମାଗୁଥିବା ଦେଖିବା, ନିଜ ମୁଣ୍ଡକେଶ ଅଡୁଆ ଦେଖିବା – ଧନହାନି
୧୯. ଆକାଶରେ ବାଦଲ ଦେଖିବା, ପାହାଡ଼ ଚଢ଼ୀବା – ଶୀଘ୍ର ଉନ୍ନତି ହେବା
୨୦. ପାଣିରେ ବୁଡ଼ିଯାଉଥିବା ଦେଖିବା – ଭଲ କାର୍ଯ୍ୟ କରିବା
୨୧. ପତାକା ଦେଖିବା, ମନ୍ଦିର ଦେଖିବା – ଧାର୍ମିକ କାର୍ଯ୍ୟରେ ଆସ୍ଥା ବଢିବା
୨୨. ଜାହାଜ ଦେଖିବା – ଦୂରଯାତ୍ରା ଯୋଗ
୨୩. ନିଜ ମୁଣ୍ଡରେ ଧଳା କେଶ ଦେଖିବା – ଆୟୁବୃଦ୍ଧି ହେବା
୨୪. ଜୁଆ ଖେଳିବା ଦେଖିବା, ଡାକଘର ଦେଖିବା, ବଡ ଥଣ୍ଟ ଥିବା ପକ୍ଷୀ ଦେଖିବା, ଘୋଡା ଚଢୁଥିବା ଦେଖିବା – ବ୍ୟାପାରରେ ଉନ୍ନତି
୨୫. ଶ୍ରାଦ୍ଧ ଦେଉଥିବା, ନିଜକୁ ଅଙ୍ଗ ନଥିବା ଦେଖିଲେ – ପ୍ରିୟଜନଙ୍କ ମୃତ୍ୟୁ ଯୋଗ
Attachments area

LEAVE A REPLY

Please enter your comment!
Please enter your name here