କରୋନା ଭୂତାଣୁ ସଂକ୍ରମଣର ହାର ଦିନକୁ ଦିନ ବଢି ଚାଲିଛି; ସଂକ୍ରମିତଙ୍କ ତୁଳନାରେ ସୁସ୍ଥତାହାର ମଧ୍ୟ ବଢିଛି; କରୋନା ଭାଇରସର ସଂକ୍ରମଣର ବୃଦ୍ଧି ହାରକୁ ଦେଖି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡାକ୍ତର ହର୍ଷ ବର୍ଦ୍ଧନ କହିଛନ୍ତି ଚଳିତ ବର୍ଷ ଦୀପାବଳୀ ବେଳକୁ ଦେଶରେ ସଂକ୍ରମଣ କମିଯାଇଥିବଅନନ୍ତ କୁମାର ଫାଉଣ୍ଡେଶନ ଦ୍ୱାରା ଆୟୋଜିତ ଓ୍ବେନର ସିରିଜ ‘ନେଶନ ଫାଷ୍ଟ’ର ଉଦ୍‌ଘାଟନୀ ଉତ୍ସବରେ ସ୍ବାସ୍ଥ୍ୟମନ୍ତ୍ରୀ ଡାକ୍ତର ହର୍ଷ ବର୍ଦ୍ଧନ କହିଛନ୍ତି ଯେ ଏବେ ଦେଶ କରୋନା ମହାମାରୀ ସହ ଖୁବ୍‌ ଲଢୁଛି; ତେଣୁ ଦୀପାବଳୀ ବେଳକୁ ଏହା କମ୍‌ ହୋଇ ଯାଇଥିବ; ତେବେ ଏହି ମହାମାରୀ ଆମକୁ ଅନେକ କିଛି ଶିଖାଇଦେଇଛି; ତେଣୁ ନିଜ ଜୀବନଶୈଳୀରେ ପରିବର୍ତ୍ତନ ଆଣିବା ଜରୁରୀ; ତେବେ ଚଳିତ ବର୍ଷ ଶେଷ ସୁଦ୍ଧା ଦେଶରେ କରୋନା ପ୍ରତିଷେଧକ ଟୀକା ଆସିଯିବ ବୋଲି ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି

LEAVE A REPLY

Please enter your comment!
Please enter your name here