ମଧ୍ୟପ୍ରଦେଶର ଭୋପାଳ ସହରରେ ପରିବାର କୋର୍ଟରେ ଚାଲିଥିବା ଛାଡ଼ପତ୍ର ମାମଲା ଗଣମାଧ୍ୟମରେ ବେଶ୍‍ ଚର୍ଚ୍ଚାର ବିଷୟ ପଲଟି ଯାଇଛି କାରଣ ଉଭୟ ଦମ୍ପତିଙ୍କ ମଧ୍ୟରେ ଛାଡ଼ପତ୍ରର କାରଣ ଥିଲା ସ୍ମାର୍ଟଫୋନ୍‍। ଛାଡ଼ପତ୍ର ଆବେଦନକାରୀ ପତ୍ନୀ ତାଙ୍କ ଆବେଦନରେ ଏ ସମ୍ପର୍କରେ ଉଲ୍ଲେଖ କରିଥିଲେ ଯେ ସ୍ୱାମୀ ନିଜେ ସ୍ମାର୍ଟଫୋନ୍ ବ୍ୟବହାର କରୁଥିବାବେଳେ ତାଙ୍କୁ ଫିଚର ଫୋନ୍ ଧରେଇ ଦେଇଛନ୍ତି ବୋଲି ଅଭିଯୋଗ କରି ଏହି ଛାଡ଼ପତ୍ର ଆବେଦନ କରିଛନ୍ତି । ଆରପକ୍ଷରେ ପତ୍ନୀଙ୍କ ଅଭିଯୋଗର ଉତ୍ତରରେ ସ୍ୱାମୀଙ୍କ ପ୍ରତିକ୍ରିୟା ମଧ୍ୟ ବେଶ୍‍ ଚର୍ଚ୍ଚିର୍ତ ହୋଇଛି । ପତ୍ନୀଙ୍କ ସେଲ୍ଫି ନିଶା ହେତୁ ଘରେ ରନ୍ଧାବଢା ବ୍ୟବସ୍ଥା ପୁରା ଠପ୍‍ ହୋଇଯାଇ ଥିଲା ବୋଲି ସ୍ୱାମୀ କହିଛନ୍ତି ।
ଭୋପାଳର ପରିବାର କୋର୍ଟ୍ ରେ ବିଚାରପତି ଆର ଏନ ଚନ୍ଦଙ୍କ କୋର୍ଟରେ ଏହି ମାମଲା ବିଚାରଅଧୀନ ରହିଛି । ମାମଲାଟି ପ୍ରଥମେ ଥାନା ଓ ପରେ କୋର୍ଟକୁ ଯାଇଥିଲା।
ମାମଲା କୋର୍ଟରେ ପହଞ୍ଚିବାପରେ ଅଦାଲତ୍ ପକ୍ଷରୁ ଉଭୟଙ୍କ ମଧ୍ୟରେ ଆପୋସ ବୁଝାମଣା ପାଇଁ କାଉନସିଲର ନିଯୁକ୍ତ କରାଯାଇ ଥିଲା। ଉଭୟଙ୍କ ପାଖକୁ କାଉନସିଲର ଯିବା ପରେ ମାମଲାର ପ୍ରକୃତ କାରଣ ସମ୍ନାକୁ ଆସିଥିଲା । ସ୍ୱାମୀ ତାଙ୍କ ପତ୍ନୀଙ୍କୁ ଏକ ଫିଚର ଫୋନ ଦେଇଥିଲେ ମଧ୍ୟ ବିଭିନ୍ନ ଆଳରେ ତାହା ନେଇ ଯାଉଥିଲେ । ଏପରିକି ନିଜ ପରିବାରବର୍ଗଙ୍କ ସହ କଥା ହେବାକୁ ମଧ୍ୟ ମୋବାଇଲ ଦେଉନଥିଲେ । ଅଥଚ ନିଜେ ସ୍ମାର୍ଟଫୋନ୍ ୟୁଜ୍ କରୁଥିଲେ ବୋଲି ସ୍ତ୍ରୀ ଅଭିଯୋଗ କରିଥିଲେ । ଏହି ଅଭିଯୋଗର ଉତ୍ତରରେ ସ୍ୱାମୀ ତାଙ୍କ ପକ୍ଷ କାଉନସିଲରଙ୍କ ସମ୍ମୁଖରେ ରଖିଥିଲେ । ବିବାହ ସମୟରେ ପତ୍ନୀ ତାଙ୍କ ବାପଘରୁ ଏକ ସ୍ମାର୍ଟଫୋନ୍ ନେଇ ଆସିଥିଲେ । ଦିନ ତମାମ ପତ୍ନୀ କେବଳ ସେଲ୍ଫି ନେଉଥିଲେ ଅଥବା WhatsAap ଓ Facebook ରେ ସମୟ ଅତିବାହିତ କରୁଥିଲେ । ଏପରିକି ଘରେ ବୃଦ୍ଧ ବାପା ମାଂକୁ ପାଉରୁଟି ଖାଇ ଭୋକ ମେଣ୍ଟାଇବାକୁ ପଡ଼ୁଥିଲା । ଫଳରେ ଘରେ କଳହ ବଢିବାରେ ଲାଗିରହିଥିଲା । ପ୍ରତି ଦିନର ଏଭଳି ଅବ୍ୟାବସ୍ଥାରେ ଅତିଷ୍ଠ ହୋଇ ସ୍ୱାମୀ ଶେଷରେ ପତ୍ନୀଙ୍କଠାରୁ ସ୍ମାର୍ଟଫୋନ ନେଇଯାଇଥିଲେ ଓ ତାପରେ ତାଙ୍କୁ ଏକ ଫିଚର ଫୋନ ଦେଇଥିବା ସ୍ୱୀକାର କରିଛନ୍ତି।
ଉଭୟ ପକ୍ଷର ଅଭିଯୋଗ ଶୁଣିବା ପରେ ଅଦାଲତ୍ ପକ୍ଷରୁ ସ୍ତ୍ରୀକୁ ଗୋଟିଏ ସ୍ମାର୍ଟଫୋନ କିଣି ଦେବାକୁ ସ୍ୱାମୀଙ୍କୁ ନିର୍ଦେଶ ଦିଆଯାଇଥିବା ବେଳେ ଅପରପକ୍ଷରେ ଘରର ସମସ୍ତ କାର୍ଯ୍ୟ ସମ୍ପନ୍ନ କରିବା ପରେ ଯାଇ ଫୋନ ଧରିବାକୁ ପତ୍ନୀଙ୍କୁ କୋର୍ଟ ନିର୍ଦେଶ ଦେଇଛନ୍ତି। ଆପୋସ ସମାଧାନ ରାଜିନାମାରେ ସ୍ୱାମୀ ସ୍ତ୍ରୀ ଦସ୍ତଖତ କରିଛନ୍ତି । ଉଭୟେ କୋର୍ଟ ନିର୍ଦେଶକୁ ପାଳନ କରୁଛନ୍ତି କି ନାହିଁ ଏହା ତର୍ଜମା କରିବା ପାଇଁ କାଉନସିଲରଙ୍କୁ ନଜର ରଖିବାକୁ ନିର୍ଦେଶ ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here