ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟା ପରେ ତାଙ୍କୁ ନେଇ ଅନେକ ସେଲିବ୍ରେଟି ଶୋକ ପ୍ରକାଶ କରୁଛନ୍ତି ତ ପୁଣି କେହି ସୁଶାନ୍ତଙ୍କର ଏପରି କରିବାର ନ ଥିଲା ବୋଲି ମତ ରଖୁଛନ୍ତି; କେହି କେହି ସୁଶାନ୍ତଙ୍କୁ ଭାବପ୍ରବଣ ବୋଲି କହୁଥିବା ବେଳେ ଆଉ କେହି ତାଙ୍କୁ ଦୁର୍ବଳମନା ବୋଲି କହି ଗାଳି ମଧ୍ୟ ଦେଉଛନ୍ତି

କିନ୍ତୁ ଆଇଟମ୍‌ ଗାର୍ଲ ରାକ୍ଷୀ ସାୱନ୍ତ ଦେଇଥିବା ମନ୍ତବ୍ୟକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି; ରାକ୍ଷୀ ଦାବି କରି କହିଛନ୍ତି କି ସୁଶାନ୍ତ ସିଂହ ରାଜପୁତ ପୁର୍ନଜନ୍ମ ନେ‌ବେ ଓ ମୋ ଗର୍ଭରେ ଜନ୍ମ ନେବେ; ନିଜ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟ୍‌ରେ ସେ ଏପରି ପୋଷ୍ଟ୍‌ କରି ଲେଖିଛନ୍ତିସେ ଆହୁରି ମଧ୍ୟ କହିିଛନ୍ତି ଯେ ସୁଶାନ୍ତ କାଲି ରାତିରେ ସ୍ବପ୍ନରେ ମୋ ପାଖକୁ ଆସିଥିଲେ ଓ ମୋତେ କହିଲେ କି ସେ ମୋ ଗର୍ଭରୁ ଜନ୍ମ ନେବେ; ରାକ୍ଷୀ ଏକ ଭିଡିଓ ସେୟାର୍ କରି ଏପରି କହିଛନ୍ତି; ରାକ୍ଷୀଙ୍କର ଏହି ଭିଡିଓ ଦେଖି ସୁଶାନ୍ତଙ୍କ ପ୍ରଶଂସକମାନେ ରାକ୍ଷୀଙ୍କ ଉପରେ ନିଜର କ୍ଷୋଭ ପ୍ରକାଶ କରିଛନ୍ତି; ସୋସିଆଲ୍‌ ମିଡିଆରେ ସୁଶାନ୍ତଙ୍କ ପ୍ରଶଂସକମାନେ ରାକ୍ଷୀଙ୍କୁ ଖୁବ୍ ଗାଳି ଦେଇଥିବା ଦେଖିବାକୁ ମିଳିଛି

LEAVE A REPLY

Please enter your comment!
Please enter your name here