ବଲିଉଡ୍‌ର ଦିବଂଗତ ଅଭିନେତ୍ରୀ ଶ୍ରୀଦେବୀଙ୍କ ଅଚାନକ ମୃତ୍ୟୁ ତାଙ୍କ ସ୍ୱାମୀ ଓ ଝିଅକୁ ଗଭୀର ଆଘାତ ଦେବା ସହ ସମଗ୍ର ଦର୍ଶକ ମହଲକୁ ସ୍ତବ୍ଧ କରି ଦେଇଥିଲା | ପ୍ରିୟା ପ୍ରକାଶଙ୍କ ଡେବ୍ୟୁ ଫିଲ୍ମ ‘ଶ୍ରୀଦେବୀ ବଙ୍ଗ୍‌ଲୋ’ର ଟ୍ରେଲର୍‌ ଏବେ ବିବାଦପୂର୍ଣ୍ଣ | ଏହି ଫିଲ୍ମ ଶ୍ରୀଦେବୀଙ୍କ ସ୍ୱାମୀ ବୋନି କପୁର ତଥା ପରିବାରକୁ ଗଭୀର ଆଘାତ ଦେଇଛି | ତାଙ୍କ ଅଭିଯୋଗ ଅନୁସାରେ, ଏହି ଫିଲ୍ମରେ ଶ୍ରୀଦେବୀଙ୍କ ମୃତ୍ୟୁର ବାଥରୁମ୍‌ ସିନ୍‌କୁ ଯେଭଳି ରଖାଯାଇଛି, ତାହା ଗ୍ରହଣୀୟ ନୁହେଁ । ତେଣୁ ବୋନି କପୁର, ଫିଲ୍ମ ‘ଶ୍ରୀଦେବୀ ବଙ୍ଗ୍‌ଲୋ’ର ଅଭିନେତ୍ରୀ ପ୍ରିୟା ପ୍ରକାଶ ଓ ନିର୍ଦ୍ଦେଶକ ପ୍ରଶାନ୍ତ ମମ୍ବୁଲିଙ୍କ ବିରୋଧରେ କୋର୍ଟ ନୋଟିସ୍‌ ପଠାଇବା ସହ ଏହି ଫିଲ୍ମକୁ ପୂରା ବନ୍ଦ କରିଦେବାକୁ ଅପିଲ କରିଛନ୍ତି। ସେ ଅଭିଯୋଗ କରି କହିଛନ୍ତି ଯେ ନିଜ ପତ୍ନୀଙ୍କ ମୃତ୍ୟୁର ସିନ୍‌ ଫିଲ୍ମ୍‌ରେ ଏଭଳି ଦେଖାଯାଇଥିବାରୁ ତାଙ୍କ ପାଇଁ ଏହା ଅସହ୍ୟ ହୋଇପଡିଛି। ଶସ୍ତା ଲୋକପ୍ରିୟତା ହାସଲ ପାଇଁ ନିଜ ପତ୍ନୀଙ୍କ ନାଁ ବ୍ୟବହାର କରିବାକୁ ଚାହୁଁ ନ ଥିବାରୁ ଏହାକୁ ବନ୍ଦ କରିବା ପାଇଁ ଲିଗାଲ୍‌ ଆକ୍ସନ୍‌ ନେଇଛନ୍ତି। ଫିଲ୍ମ ନିର୍ମାଣ ପୂର୍ବରୁ ଶ୍ରୀଦେବୀଙ୍କ ନାଁ କିମ୍ବା ତାଙ୍କ ମୃତ୍ୟୁର ସିନ୍‌କୁ ଫିଲ୍ମରେ ରଖିବା ପାଇଁ ତାଙ୍କ ଠାରୁ କୌଣସି ପରାମର୍ଶ ନିଆଯାଇ ନାହିଁ ବୋଲି ବୋନି ତାଙ୍କ ନୋଟିସ୍‌ରେ ଉଲ୍ଲେଖ କରିଛନ୍ତି। ତେବେ ଏହି ଫିଲ୍ମ୍‌ର ନିର୍ଦ୍ଦେଶକ ପ୍ରଶାନ୍ତ ମମ୍ବୁଲି ଏ ନେଇ ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ ଶ୍ରୀଦେବୀ ଏକ ସାଧାରଣ ନାମ, ଆଉ ତାଙ୍କ ଫିଲ୍ମ ଏକ ସସେ୍ପନ୍ସ ଥ୍ରୀଲର୍। ତେଣୁ ସେ ଏହି ନୋଟିସ ବିରୁଦ୍ଧରେ ଲଢ଼ିବାକୁ ପ୍ରସ୍ତୁତ ବୋଲି କହିଛନ୍ତି |

LEAVE A REPLY

Please enter your comment!
Please enter your name here