ମେଷ – ଆଜି ଆକସ୍ମିକ ଧନଲାଭ ହୋଇପାରେ | ପ୍ରିୟଜନ ସହ କୌଣସି ସାମାଜିକ କାର୍ଯ୍ୟରେ ବ୍ୟସ୍ତ ରହିପାରନ୍ତି | ଗୁରୁଜନଙ୍କ ଆଶୀର୍ବାଦ ମିଳିପାରେ | କାର୍ଯ୍ୟକ୍ଷେତ୍ରରେ ସହଯୋଗୀଙ୍କ ସହ ଉତ୍ତମ ସମ୍ପର୍କ ରହିପାରେ | ବ୍ୟାପାରରେ ଲାଭବାନ ହୋଇପାରନ୍ତି | ପରିବାରବର୍ଗ ସହ କୌଣସି ରମଣୀୟ ସ୍ଥାନ ପରିଦର୍ଶନର ମଉକା ମିଳିପାରେ |

ବୃଷ – ଆଜି ଦୀର୍ଘଦିନ ଧରି ଅଟକି ରହିଥିବା କାର୍ଯ୍ୟ ପୂରଣ ହେବ | ଆଜି ଉପଢୌକନ ମିଳିବା ସହ ମାନ-ସମ୍ମାନ ମିଳିପାରେ | ଆଧ୍ୟାତ୍ମ୍ୟ ଦିଗରେ ରୁଚି ବଢିପାରେ | କାର୍ଯ୍ୟକ୍ଷେତ୍ରରେ ଉଚ୍ଚାଧିକାରୀଙ୍କ କୃପା ଦୃଷ୍ଟି ଯୋଗୁଁ ପଦୋନ୍ନତି ମିଳିପାରେ | ବ୍ୟାପାରରେ ନୂତନ ନିବେଶ ଶୁଭ ରହିବ | ପରିବାରରେ ସୁଖ-ଶାନ୍ତିରେ ସମୟ କାଟିବେ |

ମିଥୁନ – ଆଜି ଆକସ୍ମିକ ଧନବ୍ୟୟ ଯୋଗୁଁ ଧନାଭାବ ଦେଖାଦେଇପାରେ | ପ୍ରତିଦ୍ୱନ୍ଦୀ ଠାରୁ ବାକ-ବିତଣ୍ଡାରୁ ଦୂରେଇ ରୁହନ୍ତୁ | କୌଣସି ଜରୁରୀ କାର୍ଯ୍ୟ କିମ୍ବା ନିର୍ଣ୍ଣୟ ନିଅନ୍ତୁ ନାହିଁ | କାର୍ଯ୍ୟକ୍ଷେତ୍ରରେ ଉଚ୍ଚାଧିକାରୀଙ୍କ ସନ୍ଦେହ ଯୋଗୁଁ ଅସୁବିଧାର ସମ୍ମୁଖୀନ ହେବେ | ବ୍ୟାପାରରେ ବାଧା ଉପୁଜିପାରେ | ପରିବାରରେ ସନ୍ତାନଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ରହିପାରନ୍ତି |

କର୍କଟ – ଆଜି ଦିନଟି ପ୍ରତିକୂଳ ଥିବାରୁ ମାନସିକ ଅସ୍ୱସ୍ଥ୍ୟ ରହିପାରନ୍ତି | ଅନୈତିକ କାର୍ଯ୍ୟରୁ ଦୂରେଇ ରୁହନ୍ତୁ | ଶଲ୍ୟ ଚିକିତ୍ସା କିମ୍ବା ଉପଚାର କରନ୍ତୁ ନାହିଁ | କାର୍ଯ୍ୟକ୍ଷେତ୍ରରେ ଜରୁରୀ କାଗଜପତ୍ରରେ ଦେଖିଚାହିଁ କାର୍ଯ୍ୟ କରନ୍ତୁ | ବ୍ୟାପାରରେ ହାନି ହୋଇପାରେ | ପରିବାରରେ କ୍ରୋଧିତ ହୋଇପଡ଼ିବାରୁ କଳହ ହୋଇପାରେ |

ସିଂହ – ଆଜି ସ୍ୱାସ୍ଥ୍ୟବାନ ରହିବା ସହ ମାନସିକ ସୁସ୍ଥ ରହିପାରନ୍ତି | କୌଣସି ମହିଳା ବ୍ୟକ୍ତିଙ୍କ ସାହାଯ୍ୟ ନେଇ ଅଟକିଥିବା କାର୍ଯ୍ୟକୁ ସଫଳ କରିବେ | ସାମାଜିକ, ଆନୁଷ୍ଠାନିକ କାର୍ଯ୍ୟରେ ସୁନାମ ପାଇବେ | କାର୍ଯ୍ୟକ୍ଷେତ୍ରରେ ଉଚ୍ଚାଧିକାରୀଙ୍କ ଠାରୁ ତର୍କ-ବିତର୍କରୁ ଦୂରେଇ ରୁହନ୍ତୁ |  ବ୍ୟାପାରରେ ସହଯୋଗୀ ସହ ଭୁଲ ବୁଝାମଣା ଯୋଗୁଁ ଅପ୍ରିତୀକର ପରିସ୍ଥିତି ସୃଷ୍ଟି ହୋଇପାରେ | ପରିବାରରେ ପ୍ରିୟଜନ ସହ ମନୋମାଳିନ୍ୟ ହୋଇପାରେ |

କନ୍ୟା – ଆଜି ଧନ, ଯଶ, ମାନ, ସମ୍ମାନ ମିଳିପାରେ | କୌଣସି ନିକଟ ସମ୍ପର୍କୀୟଙ୍କ ଠାରୁ ସୁସମାଚାର ମିଳିବା ଦ୍ୱାରା ମନ ଆନନ୍ଦିତ ରହିବ | ପୁରାତନ ରୋଗରୁ ଆରୋଗ୍ୟ ଲାଭ ହେବ | କାର୍ଯ୍ୟକ୍ଷେତ୍ରରେ ସହକର୍ମୀଙ୍କ ପୂର୍ଣ୍ଣ ସହଯୋଗ ମିଳିପାରେ | ବ୍ୟାପାରରେ ଲାଭବାନ ହେବେ | ପରିବାରରେ ଆନନ୍ଦ-ଉଲ୍ଲାସରେ ସମୟ କାଟିବେ |

ତୁଳା – ଆଜି ଶାରୀରିକ ଫୁର୍ତ୍ତି ସହ ମନ ପ୍ରଫୁଲ୍ଲିତ ରହିପାରେ | ସତସଙ୍ଗ, ଧାର୍ମିକ କାର୍ଯ୍ୟରେ ଯୋଗ ଦେବେ | ଆଜି ନିଜ କଲ୍ପନାଶକ୍ତି ଓ ସୃଜନାତ୍ମକଶକ୍ତିର ଶ୍ରେଷ୍ଠ ଉପଯୋଗ କରିବେ | କାର୍ଯ୍ୟକ୍ଷେତ୍ରରେ କୌଣସି ମହିଳା ମିତ୍ରଙ୍କ ସାହାଯ୍ୟ ମିଳିବ | ବ୍ୟାପାରରେ ନୂତନ ଚୁକ୍ତି ଦ୍ୱାରା ଲାଭବାନ ହେବେ | ପରିବାରରେ ଅତିଥି ଆଗମନ ଯୋଗୁଁ ମନ ଆନନ୍ଦିତ ରହିପାରେ |

ବିଛା – ଆଜି ମାନସିକ ଓ ଶାରୀରିକ ଅସୁସ୍ଥ ରହିପାରନ୍ତି | ଧନହାନି, ସାମାଜିକ ମାନ-ସମ୍ମାନହାନି ହୋଇପାରେ | ଆକସ୍ମିକ ଦୁର୍ଘଟଣା ଭୟ ରହିପାରେ; ସାବଧାନ ରୁହନ୍ତୁ | କାର୍ଯ୍ୟକ୍ଷେତ୍ରରେ ସ୍ଥାନାନ୍ତରଣ ହୋଇପାରେ | ବ୍ୟାପାରରେ ହାନି ହୋଇପାରେ | ପରିବାରରେ କୌଣସି ବୟୋଜ୍ୟେଷ୍ଠ ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ରହିବେ |

ଧନୁ – ଆଜି ଭାଗ୍ୟଦୋୟ ହେବା ସହ ସାମାଜିକ ମାନ-ସମ୍ମାନ ପ୍ରାପ୍ତହେବ | କୌଣସି ପୁରାତନ ବନ୍ଧୁ କିମ୍ବା ପ୍ରିୟଜନ ସହ ସାକ୍ଷାତ ହେବା ସହ ସ୍ୱାଦିଷ୍ଟ ଭୋଜନର ଆନନ୍ଦ ଉଠେଇପାରନ୍ତି | ପ୍ରତିଦ୍ୱନ୍ଦୀ ପରାଜୟ ହେବେ | କାର୍ଯ୍ୟକ୍ଷେତ୍ରରେ ଉଚ୍ଚାଧିକାରୀଙ୍କ ପ୍ରଶଂସାଭାଜନ ହେବେ | ବ୍ୟାପାରରେ ନୂତନ ନିବେଶ ଦ୍ୱାରା ଲାଭବାନ ହେବେ | ପରିବାରବର୍ଗ ସହ କୌଣସି ତୀର୍ଥସ୍ଥାନକୁ ବୁଲିବାର ମଉକା ମିଳିପାରେ |

ମକର – ଆଜି ଆକସ୍ମିକ ଧନଖର୍ଚ୍ଚ ଯୋଗୁଁ ମାନସିକ ଅବସାଦ ହୋଇପାରେ | ନକାରାତ୍ମକ ଚିନ୍ତାଧାରା ରଖନ୍ତୁ ନାହିଁ | ହଠାତ ଶାରୀରିକ ଅସୁସ୍ଥତା ଦେଖାଦେବ | କାର୍ଯ୍ୟକ୍ଷେତ୍ରରେ ଉଚ୍ଚାଧିକାରୀଙ୍କ ନିନ୍ଦା ମିଳିପାରେ | କିନ୍ତୁ ବ୍ୟାପାରରେ ନୂତନ ପୁଞ୍ଜିନିବେଶ ଲାଭବାନ କରାଇବ | ପରିବାରବର୍ଗ ମଧ୍ୟରେ ସାମାନ୍ୟ କଥାରୁ ତର୍କ-ବିତର୍କ ହୋଇପାରେ |

କୁମ୍ଭ – ଆଜି ଶାରୀରିକ ଓ ମାନସିକ ଦିଗରୁ ଉତ୍ସାହିତ ରହିପାରନ୍ତି | ସ୍ୱଜନଙ୍କ ଠାରୁ ଆର୍ଥିକ ଲାଭ, ଉପହାର ମିଳିପାରେ | ଆଧ୍ୟାତ୍ମିକ ଚିନ୍ତାଶକ୍ତି ବୃଦ୍ଧି ହେବ | କାର୍ଯ୍ୟକ୍ଷେତ୍ରରେ ଉଚ୍ଚାଧିକାରୀଙ୍କ ସହ ସୁସମ୍ପର୍କ ସ୍ଥାପନ ହେବ | ବ୍ୟାପାରରେ ଲାଭବାନ ହୋଇପାରନ୍ତି | ପରିବାରବର୍ଗ ସହ କୌଣସି ଶୁଭ ଆୟୋଜନରେ ସାମିଲ ହୋଇପାରନ୍ତି |

ମୀନ – ଆଜି ମନ ବ୍ୟାକୁଳ ହେବା ଯୋଗୁଁ ଏକାଗ୍ରତା ଭଗ୍ନ ହୋଇପାରେ | କୌଣସି ଛୋଟ ଲାଭ ପାଇବା ଉଦ୍ଦେଶ୍ୟରେ ବଡ ହାନି କରିପାରନ୍ତି | ମାଲି ମକଦ୍ଦମା କାର୍ଯ୍ୟ ସାବଧାନତାର ସହ କରନ୍ତୁ | କାର୍ଯ୍ୟକ୍ଷେତ୍ରରେ ଉଚ୍ଚାଧିକାରୀ ସହ ଭୁଲବୁଝାମଣା ଯୋଗୁଁ ଅପ୍ରୀତିକର ପରିସ୍ଥିତି ହୋଇପାରେ | ବ୍ୟାପାରରେ ନୂତନ ପୁଞ୍ଜି ନିବେଶ କ୍ଷତି ଆଣିପାରେ | ପରିବାରରେ ବାକ-ବିତଣ୍ଡାରୁ ଦୂରେଇ ରୁହନ୍ତୁ |

ବାର ଓ କାଳବେଳା – ଦିଘ ୨I୪୦ ଗତେ ସନ୍ଧ୍ୟା ୫I୨୫ ମଧ୍ୟେ | କାଳରାତ୍ରି – ରାଘ ୧୧I୫୫ ଗତେ ରାଘ ୧I୩୩ ମଧ୍ୟେ | ଅମୃତବେଳା – ପ୍ରାଘ ୭I୯ ମଧ୍ୟେ ଦିଘ ୧୦I୪୯ ଗତେ ଦିଘ ୧୨I୧୭ ମଧ୍ୟେ ଦିଘ ୨I୨୯ ଗତେ ଦିଘ ୪I୪୧ ମଧ୍ୟେ ରାଘ ୯I୪୫ ଗତେ ରାଘ ୧୨I୨୧ ମଧ୍ୟେ | ମIହେନ୍ଦ୍ରବେଳା – ଦିଘ ୪I୪୧ ଗତେ ସନ୍ଧ୍ୟା ୫I୨୫ ମଧ୍ୟେ |

LEAVE A REPLY

Please enter your comment!
Please enter your name here