ମେଷ – ଆଜି ବନ୍ଧୁଙ୍କ ସାହାଯ୍ୟ ନେଇ ଅଟକିଥିବା କାର୍ଯ୍ୟ ପୂର୍ଣ୍ଣ ହୋଇପାରେ; ଦୂରସ୍ଥାନରୁ ସୁସମ୍ବାଦ ପାଇପାରନ୍ତି; କାର୍ଯ୍ୟକ୍ଷେତ୍ରରେ ପଦୋନ୍ନତି ହୋଇପାରେ; ବ୍ୟାପାରରେ ନୂତନ ଵ୍ୟାପାରୀଙ୍କ ସହ ଚୁକ୍ତି ହୋଇପାରେ; ପରିବାରରେ ମାଙ୍ଗଳିକ କାର୍ଯ୍ୟ ଆୟୋଜନ ହୋଇପାରେ

ବୃଷ – ଆଜି ଖର୍ଚ୍ଚଭାର ବୃଦ୍ଧି ଯୋଗୁଁ ମାନସିକ ଚିନ୍ତା ରହିପାରେ; ବାଣୀରେ ନିୟଂତ୍ରଣ ରଖନ୍ତୁ, ନଚେତ ବାକ-ବିତଣ୍ଡା ହୋଇପାରେ; କାର୍ଯ୍ୟକ୍ଷେତ୍ରରେ ସ୍ଥାନାନ୍ତରଣ ହୋଇପାରେ; ବ୍ୟବସାୟରେ ହାନି ହୋଇପାରେ; ପରିବାରରେ ମନୋମାଳିନ୍ୟ ଦେଖାଦେଇପାରେ

ମିଥୁନ – ଆଜି ବନ୍ଧୁଙ୍କ ସହ ମଉଜ ମଜଲିଶରେ ସମୟ କାଟିପାରନ୍ତି; ନିଜ ବାକ-ଚାତୁରୀ ଦ୍ୱାରା ନୂତନ ସମ୍ପର୍କ ସ୍ଥାପନ କରିପାରନ୍ତି; କାର୍ଯ୍ୟକ୍ଷେତ୍ରରେ ନିଜ କାର୍ଯ୍ୟଶୈଳୀ ଯୋଗୁଁ ନୂତନ ଦାୟିତ୍ୱର ଅଧିକାରୀ ହୋଇପାରନ୍ତି; ବ୍ୟାପାରରେ ନୂତନ ପୁଞ୍ଜିନିବେଶ ପାଇଁ ଅର୍ଥ ଯୋଗାଡ଼ କରିପାରନ୍ତି; ପରିବାରରେ ସନ୍ତାନ ସମ୍ବଦ୍ଧିୟ ଖୁସି ଖବର ପାଇ ମନ ପ୍ରଫୁଲ୍ଲିତ ରହିପାରେ

କର୍କଟ – ଆଜି ମିତ୍ରଙ୍କ ଆଚରଣ ଆପଣଙ୍କୁ ମନକୁ ଆଘାତ ଦେଇପାରେ; ଗୃହକୁ ନୂତନ ସାଜସଜା ସାମଗ୍ରୀ କିଣି ଅଯଥା ଖର୍ଚ୍ଚାନ୍ତ ହୋଇପାରନ୍ତି; କାର୍ଯ୍ୟକ୍ଷେତ୍ରରେ ସ୍ଥାନାନ୍ତରଣ ହୋଇପାରେ; ବ୍ୟାପାରରେ ମନମୁଖୀ କାର୍ଯ୍ୟକଲାପ ହେତୁ ସହଯୋଗୀଙ୍କ ସହ ବିବାଦ ହୋଇପାରେ; ପରିବାରରେ କଳହର ବାତାବରଣ ସୃଷ୍ଟି ହୋଇପାରେ

ସିଂହ – ଆଜି ସାମାଜିକ ସ୍ତରରେ କିଛି ପରୋପକାର କାର୍ଯ୍ୟ କରିବାରୁ ପ୍ରତିଷ୍ଠା ମିଳିପାରେ; ବିବାହଯୋଗ୍ୟଙ୍କୁ ମନପସନ୍ଦ ଜୀବନସାଥି ମିଳିପାରେ; କାର୍ଯ୍ୟକ୍ଷେତ୍ରରେ ଜରୁରୀ କାର୍ଯ୍ୟରେ ବିଦେଶ ଯାତ୍ରାର ଯୋଗ ହୋଇପାରେ; ବ୍ୟାପାରରେ ନୂତନ ପୁଞ୍ଜିନିବେଶ ଦ୍ୱାରା ଅର୍ଥପ୍ରାପ୍ତି ହୋଇପାରେ; ଗୃହକୁ ଅତିଥି ଆସିବାର ସୂଚନା ମିଳୁଛି

କନ୍ୟା – ଆଜି ନିର୍ଦ୍ଧାରିତ କାର୍ଯ୍ୟଟି ପୂର୍ଣ୍ଣ ହେବାରୁ ମନ ପ୍ରଫୁଲ୍ଲିତ ରହିପାରେ; ଆଧ୍ୟାତ୍ମ୍ୟ ଦିଗରେ ମନୋନିବେଶ କରିପାରନ୍ତି; କାର୍ଯ୍ୟକ୍ଷେତ୍ରରେ ଉଚ୍ଚାଧିକାରୀଙ୍କ ଦ୍ୱାରା ପ୍ରଶଂସାଭାଜନ ହୋଇପାରନ୍ତି; ବ୍ୟାପାରରେ ଗ୍ରାହକଙ୍କୁ ନିଜ ମିଠାବାଣୀ ଦ୍ୱାରା ଆକୃଷ୍ଟ କରେଇବାରୁ ଲାଭ ମିଳିପାରେ; ପରିବାରବର୍ଗ ସହ ମଉଜ ମଜଲିସ ସହ ସୁସ୍ୱାଦୁ ଭୋଜନର ଆନନ୍ଦ ଉଠେଇପାରନ୍ତି

ତୁଳା – ଆଜି ଅଯଥା ଚିନ୍ତା ଘାରିବାରୁ ମନ ଅଶାନ୍ତ ରହିପାରେ; ଅକସ୍ମାତ ଧନହାନି ହୋଇପାରେ; କାର୍ଯ୍ୟକ୍ଷେତ୍ରରେ ଅଧସ୍ତନ କର୍ମଚାରୀଙ୍କ ଦ୍ୱାରା ହଇରାଣରେ ପଡିପାରନ୍ତି; ବ୍ୟାପାରରେ ନୂତନ ଚୁକ୍ତି ଦ୍ୱାରା ଠକାମିର ଶିକାର ହୋଇପାରନ୍ତି; ପରିବାରରେ ମନୋମାଳିନ୍ୟ ହୋଇପାରେ

ବିଛା – ଆଜି ନୂତନ ବନ୍ଧୁଙ୍କ ସହ ସାକ୍ଷାତ ସହ ଆମୋଦ-ପ୍ରମୋଦରେ ମଜ୍ଜି ଯାଇପାରନ୍ତି; ଆଧ୍ୟାତ୍ମ୍ୟ ଦିଗରେ ରୁଚି ବଢିପାରେ; କାର୍ଯ୍ୟକ୍ଷେତ୍ରରେ ଆୟବୃଦ୍ଧି ହୋଇପାରେ; ବ୍ୟାପାରରେ ଦୀର୍ଘଦିନର ଆଶା ଅଭିଳାଷ ପୂର୍ଣ୍ଣ ହୋଇପାରେ; ପରିବାରରେ ହର୍ଷୋଲ୍ଲାସରେ ସମୟ ବିତିପାରେ

ଧନୁ – ଆଜି ନିଜ ବାଣୀରେ ନିୟନ୍ତ୍ରଣ କରିନପାରିବାରୁ ଅପଦସ୍ତ ହୋଇପାରନ୍ତି; ହଠାତ ଦୁର୍ଘଟଣାର ସମ୍ମୁଖୀନ ହୋଇପାରନ୍ତି; କାର୍ଯ୍ୟକ୍ଷେତ୍ରରେ କାର୍ଯ୍ୟଭାରରେ ବୃଦ୍ଧି ହୋଇପାରେ; ବ୍ୟାପାରରେ ହାନି ହୋଇପାରେ; ପରିବାରରେ କୌଣସି ସାମାନ୍ୟ କଥାକୁ ନେଇ କଳହ ହୋଇପାରେ

ମକର – ଆଜି ଦୀର୍ଘଦିନର ଶାରୀରିକ ଅସୁସ୍ଥତାରୁ ମୁକ୍ତ ହୋଇପାରନ୍ତି; ଗୁପ୍ତଶତ୍ରୁଙ୍କ ପରାଜୟ ହୋଇପାରେ; କାର୍ଯ୍ୟକ୍ଷେତ୍ରରେ ସହକର୍ମୀଙ୍କ ସାହାଯ୍ୟ ପ୍ରାପ୍ତ ହୋଇଯାଇପାରେ; ବ୍ୟାପାରରେ ହାନିଲାଭ ସମାନ ହୋଇପାରେ; ପରିବାରରେ ସନ୍ତାନଙ୍କ ବିଦ୍ୟାରେ ଉନ୍ନତି ହୋଇପାରେ

କୁମ୍ଭ – ଆଜି ଅଯଥା ଖର୍ଚ୍ଚାନ୍ତ ହେବାରୁ ଋଣ କରିପାରନ୍ତି; ଦୂରସ୍ଥାନରୁ ଦୁଃସମ୍ବାଦ ପାଇବାରୁ ମନ ଦୁଃଖ ହୋଇପାରେ; କାର୍ଯ୍ୟକ୍ଷେତ୍ରରେ ଏକାଗ୍ରତା ଅଭାବରୁ ସମାଲୋଚିତ ହୋଇପାରନ୍ତି; ବ୍ୟାପାରରେ ନୂତନ ପୁଞ୍ଜିନିବେଶ ଦ୍ୱାରା ଅର୍ଥ ବୁଡ଼ିଯାଇପାରେ; ପରିବାର ସଦସ୍ୟ ମଧ୍ୟରେ ସାମାନ୍ୟ କଥାରୁ ମନୋମାଳିନ୍ୟ ଦେଖାଦେଇପାରେ

ମୀନ – ଆଜି ସାମାଜିକ ଯଶ, ମାନ-ସମ୍ମାନରେ ବୃଦ୍ଧି ହୋଇପାରେ; କୋର୍ଟ-କଚେରୀ କାର୍ଯ୍ୟରେ ବିଜୟୀ ହୋଇପାରନ୍ତି; କାର୍ଯ୍ୟକ୍ଷେତ୍ରରେ ଉଚ୍ଚାଧିକାରୀଙ୍କ ସହ ଜରୁରୀ ବୈଠକରେ ବ୍ୟସ୍ତ ରହିପାରନ୍ତି; ବ୍ୟାପାରରେ ବିସ୍ତାର ହୋଇପାରେ; ପରିବାରରେ ଭାଇ-ଭଉଣୀଙ୍କ ସହ ସୁ-ସମ୍ପର୍କ ସ୍ଥାପନ ହୋଇପାରେ

LEAVE A REPLY

Please enter your comment!
Please enter your name here