୧୧.୧୨.୨୦୧୯, ବୁଧବାର ଆଜିର ରାଶିଫଳରେ ଦେଖନ୍ତୁ କିପରି ରହିବ ଆପଣଙ୍କ ଭାଗ୍ୟ

0
423

ମେଷ – ଆଜି ମାନସିକ ଦୁଶ୍ଚିନ୍ତା ଓ ଶାରୀରିକ ଅସୁସ୍ଥତା ଦେଖାଦେଇପାରେ; କୌଣସି ଧାର୍ମିକ କାର୍ଯ୍ୟ ଆୟୋଜନରେ ଅଯଥା ଖର୍ଚ୍ଚାନ୍ତ ହୋଇପାରନ୍ତି; ବିବାଦରେ ପଡିଯାଇପାରନ୍ତି; କାର୍ଯ୍ୟକ୍ଷେତ୍ରରେ ଏକାଗ୍ରତା କମ ରହିବାରୁ ସମାଲୋଚିତ ହୋଇପାରନ୍ତି; ବ୍ୟାପାରରେ ନୂତନ ପୁଞ୍ଜିନିବେଶ କରିବାରୁ କ୍ଷତି ସହିପାରନ୍ତି; ପରିବାର ସଦସ୍ୟ ମଧ୍ୟରେ ମନୋମାଳିନ୍ୟ ଦେଖାଦେଇପାରେ
ବୃଷ – ଆଜି ଯଶ, ସାମାଜିକ ମାନ-ସମ୍ମାନ ମିଳିପାରେ; ସାହିତ୍ୟ, ଲିଖନ ଦିଗରେ ରୁଚି ବଢିପାରେ; ବନ୍ଧୁଙ୍କ ସାହାଯ୍ୟ ଯୋଗୁ ଦୀର୍ଘଦିନର ଆଶା ଅଭିଳାଷ ପୂର୍ଣ୍ଣ ହୋଇପାରେ; କିନ୍ତୁ କାର୍ଯ୍ୟକ୍ଷେତ୍ରରେ କାର୍ଯ୍ୟଭାର ବୃଦ୍ଧି ହେତୁ ଅସୁସ୍ଥ ହୋଇପାରନ୍ତି; ବ୍ୟାପାରରେ ସହଯୋଗୀଙ୍କ ଅତ୍ୟଧିକ ହସ୍ତକ୍ଷେପ ଯୋଗୁଁ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇପାରେ; ପରିବାରରେ ହର୍ଷୋଲ୍ଲାସରେ ସମୟ ବିତିପାରେ
ମିଥୁନ – ଆଜି ମାନସିକ ଓ ଶାରୀରିକ ସୁସ୍ଥତା ଆନିଭବ କରିପାରନ୍ତି;ଛାତ୍ରଛାତ୍ରୀ ମାନେ ପାଠପଢ଼ାରେ ମନୋନିବେଶ କରିବାରୁ ସଫଳତା ହାସଲ କରିପାରନ୍ତି; ମିତ୍ର ସ୍ୱଜନଙ୍କ ଠାରୁ କିଛି ଉପଢ଼ୌକନ ମିଳିପାରେ; କାର୍ଯ୍ୟକ୍ଷେତ୍ରରେ ଉଚ୍ଚାଧିକାରୀଙ୍କ ପ୍ରଶଂସାର ପାତ୍ର ହୋଇପାରନ୍ତି; ବ୍ୟାପାରରେ ଲାଭ ମିଳିପାରେ; ପରିବାରବର୍ଗ ସହ ରମଣୀୟ ସ୍ଥାନକୁ ପରିଭ୍ରମଣରେ ଯିବା ସହ ସୁସ୍ୱାଦୁ ଭୋଜନର ଆନନ୍ଦ ଉଠେଇପାରନ୍ତି
କର୍କଟ – ଆଜି ଶାରୀରିକ କଷ୍ଟ ଅନୁଭୂତ ହୋଇପାରେ; ନିଜର ବାଣୀରେ ଅନିୟନ୍ତ୍ରିତ ହେବାରୁ ଅପଦସ୍ତ ହୋଇପାରନ୍ତି; ହଠାତ ଶାରୀରିକ ଅସୁସ୍ଥ କିମ୍ବା ଦୁର୍ଘଟଣାର ସମ୍ମୁଖୀନ ହୋଇପାରନ୍ତି; କାର୍ଯ୍ୟକ୍ଷେତ୍ରରେ ଜରୁରୀ ଦସ୍ତାବିଜରେ ଭୁଲଭଟକା ଯୋଗୁଁ ଉଚ୍ଚାଧିକାରୀଙ୍କ ଗାଳି ଶୁଣିବାକୁ ମିଳିପାରେ; ବ୍ୟାପାରରେ ହାନି ହୋଇପାରେ; ପରିବାରରେ କୌଣସି ସାମାନ୍ୟ କଥାକୁ ନେଇ କଳହ ହୋଇପାରେ
ସିଂହ – ଆଜି ଖର୍ଚ୍ଚଭାର ବୃଦ୍ଧି ହେବାରୁ ମାନସିକ ଅଶାନ୍ତି ରହିପାରେ; ବୃଥା ଆଲୋଚନାରୁ ଦୂରେଇ ରୁହନ୍ତୁ; ନଚେତ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇପାରେ; ଗୁପ୍ତଶତ୍ରୁଙ୍କ ଚକ୍ରାନ୍ତ ହେତୁ ସାମାଜିକ ସ୍ତରରେ ନିନ୍ଦା ଶୁଣିବାକୁ ମିଳିପାରେ; କାର୍ଯ୍ୟକ୍ଷେତ୍ରରେ ସହକର୍ମୀଙ୍କ ସହ ବାକ-ବିତଣ୍ଡା ହୋଇପାରେ; ବ୍ୟାପାରରେ ନୂତନ ପୁଞ୍ଜିନିବେଶ କ୍ଷତି କରାଇପାରେ; ପରିବାରରେ ସନ୍ତାନଙ୍କ ବିଦ୍ୟା ସମସ୍ୟାକୁ ନେଇ ଚିନ୍ତିତ ରହିବେ
କନ୍ୟା – ଆଜି କୌଣସି ଅଯଥା ଚିନ୍ତା ଘାରିବାରୁ ମନ ଆନ୍ଦୋଳିତ ରହିପାରେ; ଅକସ୍ମାତ ଧନହାନି ହୋଇପାରେ; ପଡୋଶୀ ସହ ବାଦବିବାଦରେ ପଡିଯାଇପାରନ୍ତି; କାର୍ଯ୍ୟକ୍ଷେତ୍ରରେ ସ୍ଥାନାନ୍ତରଣ ହୋଇପାରେ; ବ୍ୟାପାରରେ ଲାଭକ୍ଷତି ସମାନ ରହିପାରେ; ପରିବାରରେ ସାମାନ୍ୟ କଥାରୁ ମନୋମାଳିନ୍ୟ ହୋଇପାରେ
ତୁଳା – ଆଜି ନିରର୍ଥକ ଚର୍ଚ୍ଚାରେ ଭାଗ ନେବାରୁ ବିବାଦୀୟ ପରିସ୍ଥିତି ସୃତି ହୋଇପାରେ; ଗୁପ୍ତଶତ୍ରୁଙ୍କ ପାଇଁ ସାମାଜିକ ଯଶ, ମାନ-ସମ୍ମାନରେ ହାନି ହୋଇପାରେ; କୋର୍ଟ-କଚେରୀ କାର୍ଯ୍ୟରେ ଫସିଯାଇପାରନ୍ତି; କାର୍ଯ୍ୟକ୍ଷେତ୍ରରେ ଉଚ୍ଚାଧିକାରୀ କିଛି କାରଣ ନଥାଇ ସନ୍ଦେହ କରିବାରୁ ତର୍କ-ବିତର୍କ ହୋଇପାରେ; ବ୍ୟାପାରରେ ସହଯୋଗୀଙ୍କ ସହ କଳହ ହୋଇପାରେ; ପରିବାରରେ କୌଣସି ବୟୋଜ୍ୟେଷ୍ଠଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ରହିପାରନ୍ତି
ବିଛା – ଆଜି ମାନସିକ ଫୁର୍ତ୍ତି ଓ ଶାରୀରିକ ସୁସ୍ଥତା ଦେଖାଦେଇପାରେ; ଦୂରସ୍ଥାନ ସମ୍ପର୍କୀୟ ଠାରୁ ସୁସମ୍ବାଦ ପାଇ ମନ ଆନନ୍ଦିତ ରହିବ; କୌଣସି ସାମାଜିକ ଅନୁଷ୍ଠାନ ତରଫରୁ ମାନ-ସମ୍ମାନ ମିଳିପାରେ; କାର୍ଯ୍ୟକ୍ଷେତ୍ରରେ ନୂତନ ଦାୟିତ୍ୱ ମିଳିପାରେ; ବ୍ୟାପାରରେ ଲାଭ ହୋଇପାରେ; ପରିବାରରେ ପ୍ରିୟଜନଙ୍କ ଆଗମନର ସୂଚନା ମିଳୁଛି
ଧନୁ – ଆଜି ଥକ୍କା ଓ ଆଳସ୍ୟ ଯୋଗୁଁ ଉତ୍ସାହ କମିଯାଇପାରେ; ଆଜି ନୂତନ କାର୍ଯ୍ୟ କିମ୍ବା ଗୁରୁତ୍ୱପୂର୍ଣ୍ଣ ନିର୍ଣ୍ଣୟ ନେଇ ହଇରାଣରେ ପଡିପାରନ୍ତି; ହଠାତ ଶାରୀରିକ ଅସୁସ୍ଥ ହୋଇପାରନ୍ତି; କାର୍ଯ୍ୟକ୍ଷେତ୍ରରେ ଅଧସ୍ତନ କର୍ମଚାରୀଙ୍କ ଚକ୍ରାନ୍ତ ହେତୁ ଉଚ୍ଚାଧିକାରୀଙ୍କ ସମାଲୋଚନାର ଶିକାର ହୋଇପାରନ୍ତି; ବ୍ୟାପାରରେ ପ୍ରତିକୂଳ ପରିସ୍ଥିତି ସୃଷ୍ଟି ହୋଇପାରେ; ପରିବାରରେ କୌଣସି ମାଙ୍ଗଳିକ କାର୍ଯ୍ୟର ଆୟୋଜନ ହୋଇପାରେ
ମକର – ଆଜି ଅଯଥା ଖର୍ଚ୍ଚଭାର ବୃଦ୍ଧି ଯୋଗୁଁ ଋଣ କରିପାରନ୍ତି; କୌଣସି ମୂଲ୍ୟବାନ ଦ୍ରବ୍ୟ ନଷ୍ଟ ହୋଇଯାଇପାରେ; ମହିଳାମାନେ ଶଶୁରାଳୟ ତରଫରୁ କିଛି ଦୁଃସମ୍ବାଦ ପାଇପାରନ୍ତି; କାର୍ଯ୍ୟକ୍ଷେତ୍ରରେ ସହଯୋଗୀଙ୍କ ସହ ମତଭେଦ ହୋଇପାରେ; ବ୍ୟବସାୟରେ ସହଯୋଗୀଙ୍କ ସହ ଭୁଲବୁଝାମଣା ଯୋଗୁଁ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇପାରେ; ପରିବାରରେ ମନୋମାଳିନ୍ୟ ଦେଖାଦେଇପାରେ
କୁମ୍ଭ – ଆଜି ବନ୍ଧୁଙ୍କ ସହ ଭ୍ରମଣ, ମଉଜ ମଜଲିଶରେ ସମୟ ଅତିବାହିତ କରିପାରନ୍ତି; ନିଜ ବାକ-ଚାତୁରୀ ଦ୍ୱାରା ନୂତନ ସମ୍ପର୍କ ସ୍ଥାପନ କରିପାରନ୍ତି; ଦୀର୍ଘଦିନ ଧରି ଅଟକିଥିବା କାର୍ଯ୍ୟ କୌନସିମ ଇତର ସହାୟତାରେ ସମ୍ପୂର୍ଣ୍ଣ ହୋଇପାରେ; କାର୍ଯ୍ୟକ୍ଷେତ୍ରରେ ନିଜ କାର୍ଯ୍ୟଶୈଳୀ ଯୋଗୁଁ ପ୍ରସଂଶିତ ହୋଇପାରନ୍ତି; ବ୍ୟାପାରରେ ନୂତନ ପୁଞ୍ଜିନିବେଶ ଲାଭବାନ କରାଇପାରେ; ପରିବାରରେ ସନ୍ତାନ ସମ୍ବଦ୍ଧିୟ ଖୁସି ଖବର ପାଇ ମନ ପ୍ରଫୁଲ୍ଲିତ ରହିପାରେ
ମୀନ – ଆଜି ଶାରୀରିକ ଓ ମାନସିକ ସୁସ୍ଥ ରହିପାରନ୍ତି; ମିତ୍ରଙ୍କ ସାହାଯ୍ୟ ଯୋଗୁଁ କୌଣସି ବିବାଦୀୟ ପରିସ୍ଥିତିରୁ ମୁକୁଳିଯାଇପାରନ୍ତି; ଗୃହକୁ ନୂତନ ସାଜସଜା ସାମଗ୍ରୀ କିଣି ଆଣିପାରନ୍ତି; କାର୍ଯ୍ୟକ୍ଷେତ୍ରରେ ଆୟବୃଦ୍ଧି ହୋଇପାରେ; ବ୍ୟାପାରରେ ସହଯୋଗୀଙ୍କ ସହ ନୂତନ ଯୋଜନା ଆପଣେଇ ପାରନ୍ତି; ପରିବାରରେ ସୁଖ-ଶାନ୍ତିରେ ସମୟ ବିତିପାରେ

LEAVE A REPLY

Please enter your comment!
Please enter your name here