ମେଷ – ଆଜି ବନ୍ଧୁସମ୍ପର୍କରେ ଉନ୍ନତି ହୋଇପାରେ; କୌଣସି ଆନୁଷ୍ଠାନିକ କାର୍ଯ୍ୟରେ ଅଂଶଗ୍ରହଣ କରିପାରନ୍ତି; ଚାକିରୀ କ୍ଷେତ୍ରରେ ନିଜ କାର୍ଯ୍ୟଶୈଳୀ ପାଇଁ ନୂତନ ଦାୟିତ୍ୱ ଲାଭ କରିପାରନ୍ତି; ବ୍ୟବସାୟ କ୍ଷେତ୍ରରେ ପାର୍ଟନର ସହ କିଛି ନୂଆ ଯୋଜନା କାର୍ଯ୍ୟକାରୀ କରିବାର ସୁଯୋଗ ମିଳିପାରେ; ପାରିବାରିକ ସଦସ୍ୟ ଭିତରେ ଉତ୍ତମ ବୁଝାମଣାରୁ ସୁଖଶାନ୍ତି ବଜାୟ ରହିପାରେ
ବୃଷ- ଆଜି ସାମାଜିକ ସ୍ତରରେ ମାନ-ସମ୍ମାନରେ ହାନି ହୋଇପାରେ; ହଠାତ ଭ୍ରମଣର ଯୋଗ ଆସିପାରେ ଯାହା କ୍ଳେଶଦାୟକ ହୋଇପାରେ; କାର୍ଯ୍ୟକ୍ଷେତ୍ରରେ ସହକର୍ମୀଙ୍କ ଚକ୍ରାନ୍ତ ହେତୁ ଅପମାନିତ ହୋଇପାରନ୍ତି; ବ୍ୟବସାୟରେ ଅକସ୍ମାତ କୌଣସି ହାନି ହୋଇପାରେ; ପାରିବାରିକ ଜୀବନ ଝଡଝଂଝାରେ କାଟିପାରନ୍ତି
ମିଥୁନ- ଆଜି କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେଇପାରନ୍ତି; ଆକସ୍ମିକ ଅର୍ଥପ୍ରାପ୍ତିର ଯୋଗ ରହିଛି; କର୍ମକ୍ଷେତ୍ରରେ ଆୟବୃଦ୍ଧି ହୋଇପାରେ; ବ୍ୟବସାୟ କ୍ଷେତ୍ରରେ ନୂତନ ଵ୍ୟାପାରୀଙ୍କ ସହ ଚୁକ୍ତି ହେତୁ ଅର୍ଥ ଆଦାନ-ପ୍ରଦାନର ମାର୍ଗ ସୁଗମ ହେଇପାରେ; ପାରିବାରିକ ଜୀବନରେ ଆପୋଷ ବୁଝାମଣାରୁ ହୋଇଥିବା ବିଶୃଙ୍ଖଳାର ଅନ୍ତ ହୋଇପାରେ
କର୍କଟ – ଆଜି ଅକସ୍ମାତ କିଛି ସ୍ୱାସ୍ଥ୍ୟଜନିତ ସମସ୍ୟାରେ ପଡିଯାଇପାରନ୍ତି; କୌଣସି ମାତୃସ୍ଥାନୀୟ ବ୍ୟକ୍ତିଙ୍କ ସହ ବିବାଦ ହୋଇପାରେ; କାର୍ଯ୍ୟକ୍ଷେତ୍ରରେ ପଦୋନ୍ନତି ହୋଇପାରେ; ବ୍ୟବସାୟ କ୍ଷେତ୍ରରେ ନିଜ ମନମୁଖୀ କାର୍ଯ୍ୟ ହେତୁ ସହଯୋଗୀଙ୍କ ସହ ମତଭେଦ ହୋଇପାରେ; ପରିବାରରେ ନିଜ ଆତ୍ମୀୟ ସମ୍ବଧୀୟ ଦୁଃସମାଚାର ପାଇ ମନ ଭାରାକ୍ରାନ୍ତ ରହିପାରେ
ସିଂହ- ଆଜି କୌଣସି ବକେୟା ଅର୍ଥପ୍ରାପ୍ତି ହେବାରୁ ମନ ପ୍ରଫୁଲ୍ଲିତ ହୋଇପାରେ; ହଜିଯାଇଥିବା କୌଣସି ମୂଲ୍ୟବାନ ଦ୍ରବ୍ୟ ମିଳିପାରେ; କାର୍ଯ୍ୟକ୍ଷେତ୍ରରେ ଉଚ୍ଚାଧିକାରୀଙ୍କ ସହ କୌଣସି ବୈଠକରେ ବ୍ୟସ୍ତ ରହିପାରନ୍ତି; ବେପାର କ୍ଷେତ୍ରରେ ଋଣ ସୂତ୍ରରୁ ଅର୍ଥଲାଭର ସୁଯୋଗ ମିଳିପାରେ; ପରିବାରରେ ମାଙ୍ଗଳିକ କାର୍ଯ୍ୟ ଆୟୋଜନ ହୋଇପାରେ
କନ୍ୟା- ଆଜି ଅଯଥା ଆଲୋଚନାରେ ଭାଗ ନେବାରୁ ଅସୁବିଧାରେ ପଡିଯାଇପାରନ୍ତି; ହଠାତ ପଡୋଶୀଙ୍କ ସହ ବିବାଦ ହୋଇପାରେ; କାର୍ଯ୍ୟକ୍ଷେତ୍ରରେ ସ୍ଥାନାନ୍ତରଣ ହୋଇପାରେ; ବ୍ୟାପାରରେ ନୂତନ ଚୁକ୍ତି ହେତୁ ଠକାମିର ଶିକାର ହୋଇପାରନ୍ତି; ପରିବାରରେ କଳହର ପରିସ୍ଥିତିଟା ସୃଷ୍ଟି ହୋଇପାରେ
ତୁଳା- ଆଜି କୌଣସି ଦୀର୍ଘଦିନର ପୁରାତନ ବନ୍ଧୁଙ୍କ ସହ ସାକ୍ଷାତ ହୋଇପାରେ; ନିଜ ଉପସ୍ଥିତ ବୁଦ୍ଧି ହେତୁ ବିବାଦକୁ ଏଡାଇଯାଇପାରନ୍ତି; କାର୍ଯ୍ୟକ୍ଷେତ୍ରରେ ବିଦେଶ ଯାତ୍ରାର ଯୋଗ ହୋଇପାରେ; ବ୍ୟବସାୟ କ୍ଷେତ୍ରରେ ବୁଡ଼ିଯାଉଥିବା ଅର୍ଥପ୍ରାପ୍ତି ହୋଇପାରେ; ପରିବାରବର୍ଗ ସହ କୌଣସି ଦର୍ଶନୀୟ ସ୍ଥାନ ବୁଲିବାକୁ ଯାଇପାରନ୍ତି
ବିଛା- ଆଜି ସାର୍ବଜନିକ ସ୍ଥାନରେ ଯଶ, ମାନ-ସମ୍ମାନରେ ଆଞ୍ଚ ଆସିପାରେ; ବନ୍ଧୁଙ୍କ ସହ କଥା କଟାକଟି ହୋଇପାରେ; କାର୍ଯ୍ୟକ୍ଷେତ୍ରରେ ଅଧସ୍ତନ କର୍ମଚାରୀ ଆପଣଙ୍କୁ ହୈରାନରେ ପକେଇପାରେ; ବେପାର କ୍ଷେତ୍ରରେ ନିଜ ଦୁରଦୃଷ୍ଟି ଅଭାବରୁ କ୍ଷତି ସହିବାକୁ ପଡିପାରେ; ପରିବାରରେ ବୟୋଜ୍ୟେଷ୍ଠଙ୍କ ସ୍ୱାସ୍ଥ୍ୟ ସମସ୍ୟା ଚିନ୍ତାର କାରଣ ହୋଇପାରେ
ଧନୁ- ଆଜି ଆତ୍ମୀୟଙ୍କ ସହ ସମ୍ପର୍କ ଭଲ ରହିବାରୁ ମନକୁ ଶାନ୍ତି ଦେଇପାରେ; କିଛି ନୀତିଗତ ନିଷ୍ପତି ନେଇପାରନ୍ତି; କାର୍ଯ୍ୟସ୍ଥଳୀରେ କାର୍ଯ୍ୟଦକ୍ଷତା ଆପଣଙ୍କର ବୃଦ୍ଧି ପାଇପାରେ; ବେପାରରେ ଦୀର୍ଘଦିନ ପରେ ସଫଳତା ଦେଖି ଆତ୍ମତୃପ୍ତି ଲାଭ କରିପାରନ୍ତି; ଗୃହକୁ ଅତିଥି ଆସିବାର ସୂଚନା ମିଳୁଛି
ମକର- ଆଜି କୌଣସି ଅପରିଚିତ ବ୍ୟକ୍ତିଙ୍କ ଦ୍ୱାରା ଠକାମିର ଶିକାର ହୋଇପାରନ୍ତି; କୌଣସି ନିର୍ଦ୍ଧାରିତ କାର୍ଯ୍ୟ ଅପୂର୍ଣ୍ଣ ରହିବାରୁ ମନ ଅଶାନ୍ତି ରହିପାରେ; କାର୍ଯ୍ୟକ୍ଷେତ୍ରରେ ସହକର୍ମୀଙ୍କ ସହ ବିବାଦ ହୋଇପାରେ; ବେପାର ହାନିଲାଭ ସମାନ ହୋଇପାରେ; ପରିବାର ସଦସ୍ୟ ମଧ୍ୟରେ ସାମାନ୍ୟ କଥାକୁ ନେଇ ବିବାଦ ହୋଇପାରେ
କୁମ୍ଭ – ଆଜି ନୂତନ କାମ ପୂର୍ଣ୍ଣ ହୋଇପାରେ; ଦୀର୍ଘଦିନର ସ୍ୱାସ୍ଥ୍ୟ ସମସ୍ୟାରେ ଉନ୍ନତି ହୋଇପାରେ; କର୍ମକ୍ଷେତ୍ରରେ ଉଚ୍ଚାଧିକାରୀଙ୍କ ପ୍ରଶଂସା ସହ ପଦୋନ୍ନତି ମିଳିପାରେ; ବେପାରରେ ଗ୍ରାହକମାନଙ୍କୁ ନିଜ କାର୍ଯ୍ୟଶୈଳୀ ଦ୍ୱାରା ଆକୃଷ୍ଟ କରେଇପାରିବେ; ପରିବାରରେ ଅତିଥି ଚର୍ଚ୍ଚାରେ ବ୍ୟସ୍ତ ରହିପାରନ୍ତି
ମୀନ – ଆଜି ଜମିଜମା ବିବାଦରେ ପଡିଯାଇପାରନ୍ତି; ବନ୍ଧୁ ଶତ୍ରୁତାର ଆଚରଣ କରିପାରନ୍ତି; କାର୍ଯ୍ୟକ୍ଷେତ୍ରରେ ନୂତନ ପୁଞ୍ଜିନିବେଶ ଦ୍ୱାରା ଅର୍ଥ ବୁଡ଼ିଯାଇପାରେ; ବ୍ୟବସାୟରେ ବାଧା-ବିଘ୍ନ ଦେଇ ଗତି କରିପାରେ; ପରିବାରରେ ସନ୍ତାନଙ୍କ ବିଦ୍ୟା ସମସ୍ୟା ହେତୁ ମନ ଅଶାନ୍ତି ହୋଇପାରେ

LEAVE A REPLY

Please enter your comment!
Please enter your name here