ସୂର୍ଯ୍ୟୋଦୟ – ପ୍ରାଘ ୬I୧୮I୫୧ ଗତେ
ସୂର୍ଯ୍ୟାସ୍ଥ – ସଂଘ ୫I୪୨I୫୬ ଗତେ
ମେଷ – ଆଜି ଆର୍ଥିକ ଉନ୍ନତି ସହ ମାନସିକ ପ୍ରଫୁଲ୍ଲ ରହିପାରନ୍ତି | କିନ୍ତୁ ହଠାତ ଶାରୀରିକ ଅସୁସ୍ଥ ଯଥା ପେଟବ୍ୟଥା, ଜ୍ୱର, ଥଣ୍ଡାରେ ଆକ୍ରାନ୍ତ ହୋଇପଡିବେ | ସାହିତ୍ୟ, ତର୍କ, କଳା ପେସାଦାର ଲୋକଙ୍କ ପାଇଁ ଦିନଟି ସଫଳ ହୋଇପାରେ | କାର୍ଯ୍ୟକ୍ଷେତ୍ରରେ ସହକର୍ମୀଙ୍କ ସାହାଯ୍ୟ ମିଳିପାରେ | ବ୍ୟବସାୟୀଙ୍କୁ ବ୍ୟାପାରରେ ଲାଭପ୍ରାପ୍ତି  ହୋଇପାରେ | ପରିବାରରେ ହର୍ଷୋଲ୍ଲାସର ବାତାବରଣ ଦେଖାଦେଇପାରେ |
ବୃଷ – ଆଜି ଶାରୀରିକ କଷ୍ଟ ଅନୁଭୂତ ହୋଇପାରେ | ସାମାଜିକ, ପରୋପକାର କାର୍ଯ୍ୟରେ ଅଯଥା ଖର୍ଚ୍ଚାନ୍ତ ହୋଇପାରନ୍ତି | ଦୂରସ୍ଥାନରୁ ଦୁଃସମ୍ବାଦ ପ୍ରାପ୍ତି ଯୋଗୁଁ ମାନସିକ ଅବସାଦ ଦେଇ ଗତି କରିବେ | କାର୍ଯ୍ୟକ୍ଷେତ୍ରରେ ନିଜ କଥାବାର୍ତ୍ତା ଢଙ୍ଗ ପାଇଁ ଉଚ୍ଚାଧିକାରୀ ସହ ମତଭେଦ ହୋଇପାରେ | ବ୍ୟାପାରରେ ହାନି ହୋଇପାରେ | ପରିବାରରେ ନିଜ ପ୍ରିୟଜନଙ୍କ ସହ ସାମାନ୍ୟ କଥାକୁ ନେଇ ମନୋମାଳିନ୍ୟ ହୋଇପାରେ |
ମିଥୁନ – ଆଜି ଦୀର୍ଘଦିନର ସ୍ୱାସ୍ଥ୍ୟ ସମସ୍ୟାରୁ ସାମାନ୍ୟ ଅIଶ୍ଵସ୍ତି ଲାଭ କରିବେ | ଗୁପ୍ତଶତ୍ରୁ, ପ୍ରତିଦ୍ୱନ୍ଦୀ ପରାଜୟ ଘଟିପାରେ | କୌଣସି ପୁରାତନ ବନ୍ଧୁ ସହ ଆଳାପ-ଆଲୋଚନାରେ ମଜି ଯିବେ | କର୍ମକ୍ଷେତ୍ରରେ ସହକର୍ମୀ, ଅଧସ୍ତନ କର୍ମଚାରୀଙ୍କ ସହାୟତା ଦ୍ୱାରା ଅଟକିଥିବା କାର୍ଯ୍ୟ ସମ୍ପୂର୍ଣ୍ଣ ହେବ | ବ୍ୟାପାରରେ ଲାଭବାନ ହେବେ | ପରିବାରରେ ସୁଖ-ଶାନ୍ତିରେ ସମୟ ବିତିବ |
କର୍କଟ – ଆଜି ଆର୍ଥିକ ସ୍ଥିତିରେ ସୁଧାର ଆସିବ | ପୁରାତନ ବନ୍ଧୁଙ୍କ ସହ ଆମୋଦପ୍ରମୋଦରେ ଦିନଟି କଟିବ | ଆପଣଙ୍କ କଳ୍ପନା ଶକ୍ତି ଓ ଦୃଢ ମନୋବଳ ଦ୍ୱାରା ଦୀର୍ଘଦିନର ଆଶା ପୂରଣ ହେବ | ଚାକିରୀରେ ନିଜର କର୍ମତତ୍ପରତା ଦ୍ୱାରା ଉଚ୍ଚାଧିକାରୀଙ୍କ ପ୍ରଶଂସାଭାଜନ ହେବେ | ବ୍ୟାପାର ଲାଭବାନ ରହିପାରେ | ପରିବାରବର୍ଗଙ୍କ ସହ କୌଣସି ଦର୍ଶନୀୟ ସ୍ଥାନ ବୁଲିବାର ମଉକା ମିଳିପାରେ |
ସିଂହ – ଆଜି ଅଯଥା ମାନସିକ ଦୁଶ୍ଚିନ୍ତା ଘାରିବାରୁ ଶାରୀରିକ ଅସୁସ୍ଥ ହୋଇପଡିବେ | ବାଣୀ ଓ ବ୍ୟବହାରରେ ସଂଯମତା ଆଣନ୍ତୁ; ନଚେତ ବିବାଦ ମୁଣ୍ଡ ଟେକିପାରେ | କୋର୍ଟ-କଚେରୀ କାର୍ଯ୍ୟରେ ସାବଧାନ ରହିବା ସହ ଦେଖିଚାହିଁ ଯାନବାହାନ ଚଲାନ୍ତୁ | କାର୍ଯ୍ୟକ୍ଷେତ୍ରରେ ଅଧସ୍ତନ କର୍ମଚାରୀ ହଇରାଣରେ ପକେଇପାରନ୍ତି | କିନ୍ତୁ ବେପାରରେ ନୂତନ ପୁଞ୍ଜିନିବେଶ ଶୁଭ ହୋଇପାରେ | ପରିବାରରେ ବୟୋଜ୍ୟେଷ୍ଠ ସଦସ୍ୟଙ୍କ ସ୍ୱାସ୍ଥ୍ୟ ନିମନ୍ତେ ଖର୍ଚ୍ଚାନ୍ତ ହୋଇପାରନ୍ତି |
କନ୍ୟା – ଆଜି ସାମାଜିକ ଓ ଆର୍ଥିକ କ୍ଷେତ୍ରରେ ପ୍ରଗତି କରିପାରନ୍ତି | ନିଜ ବାକ-ଚାତୁରୀ ଦ୍ୱାରା କାର୍ଯ୍ୟହାସଲ କରେଇ ନେବାରେ ସଫଳ ହେବେ | କିନ୍ତୁ ଅପରିଚିତ ବ୍ୟକ୍ତିଙ୍କ ଠାରୁ ଦୂରେଇ ରୁହନ୍ତୁ | କିନ୍ତୁ କାର୍ଯ୍ୟକ୍ଷେତ୍ରରେ ପ୍ରୋତ୍ସାହନ ସହ ଆୟବୃଦ୍ଧି ହୋଇପାରେ | ବ୍ୟାପାରରେ ବୁଡ଼ିଯାଉଥିବା ଅର୍ଥପ୍ରାପ୍ତି ହୋଇପାରେ | ପରିବାରରେ କୌଣସି ଦୁଃସମ୍ବାଦ ପାଇବା ଦ୍ୱାରା ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇପାରେ |
ତୁଳା – ଆଜି ପରିଶ୍ରମ ତୁଳନାରେ କମ ଫଳ ମିଳିବାରୁ ମାନସିକ ଭାରାକ୍ରାନ୍ତ ରହିପାରନ୍ତି | ବାକ-ଅସଂଯତା ହେତୁ ସମାଲୋଚିତ ହୋଇପାରନ୍ତି | ପ୍ରତିଦ୍ୱନ୍ଦୀଙ୍କ ଗୁପ୍ତ ଚକ୍ରାନ୍ତ ଦ୍ୱାରା ମାନ-ସମ୍ମାନରେ ଆଞ୍ଚ ଆସିପାରେ | କାର୍ଯ୍ୟକ୍ଷେତ୍ରରେ କାର୍ଯ୍ୟଭାରରେ ବୃଦ୍ଧି ହୋଇପାରେ | ବ୍ୟାପାରରେ ସଫଳତାର ପରିମାଣ କମିଯାଇପାରେ | ପରିବାରରେ ଭ୍ରାନ୍ତଧାରଣା ଉପୁଜିବାରୁ ବିବାଦ ହୋଇପାରେ |
ବିଛା – ଆଜି ଆକସ୍ମିକ ଧନଖର୍ଚ୍ଚ ହୋଇପାରେ | କ୍ରୋଧ ଓ ନକାରାତ୍ମକ ମାନସିକତାରେ ନିୟନ୍ତ୍ରଣ ଆଣନ୍ତୁ | ଖାଦ୍ୟପେୟରେ ଧ୍ୟାନ ଦିଅନ୍ତୁ; ନଚେତ ହଠାତ ଅସୁସ୍ଥ ହୋଇପଡିବେ | କିନ୍ତୁ କର୍ମକ୍ଷେତ୍ରରେ ନିଜ କାର୍ଯ୍ୟନିପୁଣତା ଦ୍ୱାରା ଶ୍ରେଷ୍ଠ ପ୍ରଦର୍ଶନ କରିପାରନ୍ତି | କିନ୍ତୁ ବ୍ୟାପାରରେ ନୂତନ ଚୁକ୍ତି ହୋଇପାରେ | ପରିବାରରେ ପିତା କିମ୍ବା ଭାତୃଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ରହିପାରନ୍ତି |
ଧନୁ – ଆଜି ସାମାଜିକ ଯଶ, ପ୍ରତିଷ୍ଠା, ମାନ-ସମ୍ମାନରେ ବୃଦ୍ଧି ହୋଇପାରେ | ବନ୍ଧୁପରିଜନଙ୍କ ସହ ସୁମିଷ୍ଟ ଭୋଜନ, ନବୀନ ବସ୍ତ୍ର ଓ ଯାନବାହାନ ସୁଖର ମଜା ନେବେ | ନିଜ ବାକ-ଚାତୁରୀ ଦ୍ୱାରା କାର୍ଯ୍ୟ ହାସଲ କରିପାରନ୍ତି | କର୍ମକ୍ଷେତ୍ରରେ ମହିଳା ସହକର୍ମୀଙ୍କ ଠାରୁ ସାହାଯ୍ୟ ପ୍ରାପ୍ତି ହୋଇପାରେ | ବ୍ୟାପାରରେ ନୂତନ ପୁଞ୍ଜିନିବେଶ ଲାଭବାନ କରାଇବ | ପରିବାରରେ କୌଣସି ମାଙ୍ଗଳିକ କାର୍ଯ୍ୟର ଆୟୋଜନ ହୋଇପାରେ |
ମକର – ଆଜି ଶାରୀରିକ ଅସୁସ୍ଥ ସହ ମାନସିକ ଉଦବେଗ ରହିପାରନ୍ତି | ଅଯଥା ଚର୍ଚ୍ଚାରୁ ଦୂରେଇ ରୁହନ୍ତୁ; ନଚେତ ବାଦବିବାଦରେ ପଡିଯାଇପାରନ୍ତି | ଧନହାନି ସହ ଆତ୍ମୀୟସ୍ୱଜନଙ୍କ ପ୍ରତି ଆପତ୍ତିଜନକ ପ୍ରସଙ୍ଗ ସାମ୍ନାକୁ ଆସିପାରେ | କାର୍ଯ୍ୟକ୍ଷେତ୍ରରେ ଜରୁରୀ ଦସ୍ତାବିଜରେ ଦେଖିଚାହିଁ କାର୍ଯ୍ୟ କରନ୍ତୁ | ବ୍ୟାପାରରେ ହାନି ହୋଇପାରେ | ପରିବାରରେ ସନ୍ତାନଙ୍କ ବିଦ୍ୟା ସମସ୍ୟାକୁ ନେଇ ଚିନ୍ତିତ ରହିପାରନ୍ତି |
କୁମ୍ଭ – ଆଜି ସାମାଜିକ ମାନ-ସମ୍ମାନ, ଯଶ, ପ୍ରତିଷ୍ଠା ମିଳିପାରେ | ଗୁରୁଜନଙ୍କ ଆଶୀର୍ବାଦ ମିଳିପାରେ | କୌଣସି ପୁରାତନ ବନ୍ଧୁଙ୍କ ସହ ରମଣୀୟ ସ୍ଥାନ ପରିଭ୍ରମଣ ସହ ସୁମିଷ୍ଟ ଭୋଜନର ଆନନ୍ଦ ଉଠେଇପାରନ୍ତି | କାର୍ଯ୍ୟକ୍ଷେତ୍ରରେ ପଦୋନ୍ନତି ହୋଇପାରେ | ବ୍ୟାପାରରେ ନୂତନ ଆୟୋଜନ କରିପାରନ୍ତି | ପରିବାରରେ ଭାଇ-ଭଉଣୀ ସହ ସୁ-ସମ୍ପର୍କ ସ୍ଥାପନ ହୋଇପାରେ |
ମୀନ – ଆଜି ଆତ୍ମୀୟଙ୍କ ଉଦାରତା ଆଜି ମନକୁ ଶାନ୍ତି ଦେବ | କିଛି ଦୁଶ୍ଚିନ୍ତା ମନକୁ ଆଜି ଭାରାକ୍ରାନ୍ତ କରିବ | ଆଜି କିଛି ନୀତିଗତ ନିଷ୍ପତି ନେବେ | କାର୍ଯ୍ୟସ୍ଥଳୀରେ କାର୍ଯ୍ୟଦକ୍ଷତା ଆପଣଙ୍କର ବୃଦ୍ଧି ପାଇବ | ବେପାରରେ ସଫଳତା ଦେଖି ଆତ୍ମତୃପ୍ତି ମିଳିବ | ପରିବାରରେ ସୁଖ-ଶାନ୍ତି ଅନୁଭୂତ ହୋଇପାରେ |
କାଳବେଳା – ଦିଘ ୧I୧୬ ଗତେ ଦିଘ ୨I୫୧ ମଧ୍ୟେ | ବାରବେଳା – ଦିଘ ୭I୪୬ ଗତେ ଦିଘ ୯I୧୧ ମଧ୍ୟେ | କାଳରାତ୍ରି – ରାଘ ୭I୧୬ ଗତେ ରାଘ ୮I୫୧ ମଧ୍ୟେ | ଅମୃତବେଳା – ଦିଘ ୮I୩୭ ମଧ୍ୟେ ଦିଘ ୧୦I୮ ଗତେ ଦିଘ ୧୨I୨୬ ମଧ୍ୟେ ଦିଘ ୨I୭ ମଧ୍ୟେ ରାଘ ୪I୩୯ ଗତେ ନିଘ ୬I୨୦ ମଧ୍ୟେ | ମାହେନ୍ଦ୍ରବେଳା – ରାଘ ୭I୨୨ ଗତେ ରାଘ ୯I୩ ମଧ୍ୟେ ରାଘ  ୩I୪୯ ଗତେ ରାଘ ୪I୩୯ ମଧ୍ୟେ |

LEAVE A REPLY

Please enter your comment!
Please enter your name here