ମେଷ – ଆଜି ଅନେକ ସମସ୍ୟା ଦେଇ ଗତି କରିପାରନ୍ତି; ଜମିଜମା ବିବାଦରେ ଫଶିଯାଇପାରନ୍ତି; କାର୍ଯ୍ୟକ୍ଷେତ୍ରରେ ସହକର୍ମୀଙ୍କ ସହ ବଚସା ହୋଇପାରେ; ବ୍ୟାପାରରେ ନୂତନ ଚୁକ୍ତି ଦ୍ୱାରା ହାନି ହୋଇପାରେ; ପରିବାରରେ ସାମାନ୍ୟ କଥାକୁ ନେଇ ତିକ୍ତତା ଦେଖାଦେଇପାରେ
ବୃଷ – ଆଜି ଗୃହକୁ ନୂତନ ଆସବାବ କ୍ରୟ କରି ଆଣିପାରନ୍ତି; ଦୀର୍ଘଦିନର ସ୍ୱାସ୍ଥ୍ୟ ସମସ୍ୟାରୁ ଆସ୍ୱସ୍ଥି ମିଳିପାରେ; କାର୍ଯ୍ୟକ୍ଷେତ୍ରରେ ଉଚ୍ଚାଧିକାରୀଙ୍କ ଦ୍ୱାରା ପ୍ରସଂଶିତ ହୋଇପାରନ୍ତି; ବ୍ୟାପାରରେ ଲାଭ ମିଳିପାରେ; ପରିବାରବର୍ଗ ସହ ମିଶି କୌଣସି ରମଣୀୟ ସ୍ଥାନକୁ ଭ୍ରମଣରେ ଯାଇପାରନ୍ତି
ମିଥୁନ – ଆଜି ବନ୍ଧୁନ୍କ ସାହାଯ୍ୟ ଦ୍ୱାରା କୌଣସି ଅଟକିଥିବା କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇପାରେ; ମାଲି-ମକଦ୍ଦମାରେ ବିଜୟୀ ହୋଇପାରନ୍ତି; କାର୍ଯ୍ୟକ୍ଷେତ୍ରରେ ସହକର୍ମୀଙ୍କ ସାହାଯ୍ୟ ପାଇ କାର୍ଯ୍ୟ ହାସଲ କରେଇପାରନ୍ତି; ବ୍ୟାପାରରେ ଲାଭ କ୍ଷତିର ପରିମାଣ ସମାନ ହୋଇପାରେ; ପରିବାରରେ ସୁଖ-ଶାନ୍ତିର ବାତାବରଣ ଦେଖାଦେଇପାରେ
କର୍କଟ – ଆଜି ଗୁପ୍ତଶତ୍ରୁଙ୍କ ଚକ୍ରାନ୍ତ ହେତୁ ସାର୍ବଜନିକ ସ୍ଥାନରେ ଅପମାନିତ ହୋଇପାରନ୍ତି; କୌଣସି ମୂଲ୍ୟବାନ ଦ୍ରବ୍ୟ ନଷ୍ଟ ହୋଇଯାଇପାରେ; କାର୍ଯ୍ୟକ୍ଷେତ୍ରରେ ସହକର୍ମୀଙ୍କ ଚକ୍ରାନ୍ତ ହେତୁ ଉଚ୍ଚାଧିକାରୀଙ୍କ ଦ୍ୱାରା ଅପମାନିତ ହୋଇପାରନ୍ତି; ବ୍ୟାପାରରେ ନୂତନ ପୁଞ୍ଜିନିବେଶ ଦ୍ୱାରା ହାନି ହୋଇପାରେ; ପରିବାର ସଦସ୍ୟ ଭିତରେ ଭୁଲ ବୁଝାମଣା ହେତୁ ସମସ୍ୟା ହୋଇପାରେ
ସିଂହ – ଆଜି ନୂତନ ମିତ୍ରତା ସ୍ଥାପନ କରିପାରନ୍ତି; କଳା, ସାହିତ୍ୟ କ୍ଷେତ୍ରରେ ଉନ୍ନତି କରିପାରନ୍ତି; କାର୍ଯ୍ୟକ୍ଷେତ୍ରରେ ସହକର୍ମୀଙ୍କ ସହ ସୁ-ସମ୍ପର୍କ ସ୍ଥାପନ ହୋଇପାରେ; ବ୍ୟାପାରରେ ଲାଭବାନ ହୋଇପାରନ୍ତି; ପରିବାରରେ ଭାଇ-ଭଉଣୀଙ୍କ ସହ ସୁ-ସମ୍ପର୍କ ସ୍ଥାପନ ହୋଇପାରେ
କନ୍ୟା – ଆଜି ମାନସିକ ଅସ୍ଥିରତା ଦେଖାଦେଇପାରେ; ଆଶା କରିଥିବା କାର୍ଯ୍ୟଟି ଅପୂର୍ଣ୍ଣ ରହିପାରେ; କାର୍ଯ୍ୟକ୍ଷେତ୍ରରେ ସ୍ଥାନାନ୍ତରଣ ହୋଇପାରେ; ବ୍ୟାପାରରେ ନୂତନ ଅର୍ଥଲଗାଣ ହେତୁ ଅର୍ଥ ବୁଡ଼ିଯାଇପାରେ; ପରିବାରରେ ବୟୋଜ୍ୟେଷ୍ଠଙ୍କ ସ୍ୱାସ୍ଥ୍ୟ ସମସ୍ୟା ଚିନ୍ତାର କାରଣ ହୋଇପାରେ
ତୁଳା – ଆଜି ଆର୍ଥିକ ସଙ୍କଟ ହେତୁ ମାନସିକ ଦୁଶ୍ଚିନ୍ତା ମନକୁ କବଳିତ କରିପାରେ; ହଠାତ ଗାଡି ମୋଟର ମରାମତି ପାଇଁ ସମସ୍ୟା ଦେଖାଦେଇପାରେ; କୌଣସି ପୁରାତନ ବନ୍ଧୁଙ୍କ ବ୍ୟବହାରରେ ପରିବର୍ତ୍ତନ ହେବାରୁ ଆପଣଙ୍କୁ କଷ୍ଟ ଦେଇପାରେ; କାର୍ଯ୍ୟକ୍ଷେତ୍ରରେ ଅପମାନିତ ହୋଇପାରନ୍ତି; ବ୍ୟାପାରରେ ହାନି ହୋଇପାରେ; ପରିବାରରେ କଳହର ବାତାବରଣ ଦେଖାଦେଇପାରେ
ବିଛା – ଆଜି ଅର୍ଥାଭାବ ହେବାରୁ ମନ ଭାରାକ୍ରାନ୍ତ ରହିପାରେ; ଏକାଧିକ କାର୍ଯ୍ୟ ହାତକୁ ନେଇ କୌଣସି କାର୍ଯ୍ୟକୁ ସଠିକ ରୂପେ କରିନପାରନ୍ତି; କାର୍ଯ୍ୟକ୍ଷେତ୍ରରେ ନିଜ ଏକାଗ୍ରତା କମ ରହିବାରୁ ଉଚ୍ଚାଧିକାରୀଙ୍କ ଦ୍ୱାରା ଅପମାନିତ ହୋଇପାରନ୍ତି; ବ୍ୟାପାରରେ ସହଯୋଗୀଙ୍କ ସହ ବିବାଦ ହୋଇପାରେ; ପରିବାରରେ ସାମାନ୍ୟ କଥାକୁ ନେଇ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇପାରେ
ଧନୁ – ଆଜି ମାନସିକ ସ୍ଥିରତା ଥିବାରୁ ପ୍ରତ୍ୟେକ କାର୍ଯ୍ୟ ସୁଚାରୁ ରୂପେ ସମ୍ପାଦନ କରିପାରନ୍ତି; ହଠାତ କୌଣସି ଗୁପ୍ତଧନ ବା ସ୍ଥାବର ସମ୍ପତି ମିଳିପାରେ; କାର୍ଯ୍ୟକ୍ଷେତ୍ରରେ ପ୍ରମୋଶନ ହୋଇପାରେ; ବେପାରରେ ନିଜର ପୁଞ୍ଜିନିବେଶ ଦ୍ୱାରା ଲାଭବାନ ହୋଇପାରନ୍ତି; ପରିବାରରେ ଦାମ୍ପତ୍ୟ ଜୀବନ ସୁଖମୟ ହୋଇପାରେ
ମକର – ଆଜି କୌଣସି ହଜିଯାଇଥିବା ଦ୍ରବ୍ୟ ପୁନଶ୍ଚ ଲାଭ କରିପାରନ୍ତି; ବନ୍ଧୁଙ୍କ ସାହାଯ୍ୟ ପାଇ ନିର୍ଦ୍ଧାରିତ କାର୍ଯ୍ୟଟି ପୂର୍ଣ୍ଣ କରିପାରନ୍ତି; କାର୍ଯ୍ୟକ୍ଷେତ୍ରରେ ନୂତନ ଦାୟିତ୍ୱ ମିଳିପାରେ; ବ୍ୟାପାରରେ ବୁଡ଼ିଯାଉଥିବା ଅର୍ଥ ପ୍ରାପ୍ତ ହୋଇପାରେ; ପରିବାରବର୍ଗ ସହ କୌଣସି ସିନେମା, ପ୍ରୀତିଭୋଜନର ଆନନ୍ଦ ଉଠେଇପାରନ୍ତି
କୁମ୍ଭ – ଆଜି ପ୍ରତିଦ୍ଵନ୍ଦୀଙ୍କ ଚକ୍ରାନ୍ତ ହେତୁ ନିନ୍ଦା, ଅପମାନ ମିଳିପାରେ; ଦୀର୍ଘଦିନର ବନ୍ଧୁ ସମ୍ପର୍କରେ ପୂର୍ଣ୍ଣଛେଦ ପଡିପାରେ; କାର୍ଯ୍ୟକ୍ଷେତ୍ରରେ ସହକର୍ମୀଙ୍କ ସହ ତର୍କ-ବିତର୍କ ହୋଇପାରେ; ବ୍ୟାପାରରେ ନୂତନ ଚୁକ୍ତି ଦ୍ୱାରା ହାନି ହୋଇପାରେ; ପରିବାରରେ ସନ୍ତାନଙ୍କ ବିଦ୍ୟା ସମସ୍ୟାକୁ ନେଇ ଚିନ୍ତିତ ରହିପାରନ୍ତି
ମୀନ – ଆଜି ପ୍ରତ୍ୟେକ କାର୍ଯ୍ୟରେ ସଫଳତା ମିଳିବାରୁ ମନ ପ୍ରଫୁଲ୍ଲିତ ରହିପାରେ; ଶତ୍ରୁତା କରୁଥିବା ବ୍ୟକ୍ତି ଆଜି ମିତ୍ରତାର ହାତ ବଢେଇପାରନ୍ତି; କାର୍ଯ୍ୟକ୍ଷେତ୍ରରେ ଆୟବୃଦ୍ଧି ହୋଇପାରେ; ବ୍ୟାପାରରେ ଲାଭ ମିଳିପାରେ; ପରିବାରବର୍ଗଙ୍କ ସହ ବୁଲାବୁଲି ମଉଜ ମଜଲିଶରେସମୟ କାଟିପାରନ୍ତି

LEAVE A REPLY

Please enter your comment!
Please enter your name here