୧୨.୧୨.୨୦୧୯, ଗୁରୁବାର ଆଜିର ରାଶିଫଳରେ ଦେଖନ୍ତୁ କିପରି ରହିବ ଆପଣଙ୍କ ଭାଗ୍ୟ

0
613

ମେଷ – ଆଜି ପ୍ରତ୍ୟେକ କାର୍ଯ୍ୟରେ ବାଧା-ବିଘ୍ନ ଆସିପାରେ; ଅଯଥା ଦୁଶ୍ଚିନ୍ତା ଯୋଗୁଁ ମାନସିକ ଅବସାଦ ଦେଇ ଗତି କରିପାରନ୍ତି; ପୁରାତନ ବନ୍ଧୁଙ୍କ ସହ ବଚସା ହୋଇପାରେ; କାର୍ଯ୍ୟକ୍ଷେତ୍ରରେ ଉଚ୍ଚାଧିକାରୀଙ୍କ ଠାରୁ ନିନ୍ଦା ଅପବାଦ ମିଳିପାରେ; ବ୍ୟାପାରରେ କ୍ଷତି ସହିବାକୁ ପଡିପାରେ; ପରିବାରରେ ଅଶାନ୍ତି ଦେଖାଦେଇପାରେ
ବୃଷ – ଆଜି ବନ୍ଧୁ ଗହଣରେ ଆମୋଦପ୍ରମୋଦରେ ଦିନଟି କଟିପାରେ; ବନ୍ଧୁଙ୍କ ଠାରୁ କୌଣସି ଉପଢ଼ୌକନ ମିଳିପାରେ; ଆପଣଙ୍କ ଦୀର୍ଘଦିନର ଆଶା ଆକାଂକ୍ଷା ପୂରଣ ହୋଇପାରେ; କାର୍ଯ୍ୟକ୍ଷେତ୍ରରେ ନିଜର କର୍ମତତ୍ପରତା ହେତୁ ପଦୋନ୍ନତି ହୋଇପାରେ; ବ୍ୟାପାରରେ ନୂତନ ପୁଞ୍ଜିନିବେଶ ହୋଇପାରେ; ଗୃହକୁ କୌଣସି ଅତିଥି ଆସିବାର ସୂଚନା ମିଳୁଛି
ମିଥୁନ – ଆଜି ମାଲି-ମକଦ୍ଦମା କାର୍ଯ୍ୟରେ ସଫଳତା ମିଳିପାରେ; ଆଧ୍ୟାତ୍ମିକ ଦିଗରେ ରୁଚି ବଢିବା ସହ ସତ୍ସଙ୍ଗରେ ଯୋଗଦାନ କରିପାରନ୍ତି; ଯାନବାହାନ ଚଲେଇବା ସମୟରେ ସତର୍କ ରୁହନ୍ତୁ; ନଚେତ ଆକସ୍ମିକ ଦୁର୍ଘଟଣାର ଶିକାର ହୋଇପାରନ୍ତି; କର୍ମକ୍ଷେତ୍ରରେ ସ୍ଥାନାନ୍ତରଣ ହୋଇପାରେ; ବ୍ୟବସାୟରେ ନୂତନ ପୁଞ୍ଜିନିବେଶ ପାଇଁ ଅର୍ଥହାନୀ ହୋଇପାରେ; ପରିବାରରେ ସାମାନ୍ୟ କଥାକୁ ନେଇ ଅଶାନ୍ତି ଦେଖାଦେଇପାରେ
କର୍କଟ – ଆଜି କୌଣସି ଗୁପ୍ତଧନ ବା ସ୍ଥାବର ସମ୍ପତି ପ୍ରାପ୍ତିର ସୂଚନା ମିଳୁଛି; ନିଜ ବାକଚାତୁରୀ ହେତୁ ବିବାଦରେ ବିଜୟୀ ହୋଇପାରନ୍ତି; ବନ୍ଧୁ ଗହନରେ ବୁଲାବୁଲିର ଆନନ୍ଦ ସନ୍ଧ୍ୟା କାଳରେ ଉଠେଇପାରନ୍ତି; କାର୍ଯ୍ୟକ୍ଷେତ୍ରରେ ନିଜ କାର୍ଯ୍ୟଶୈଳୀ ପ୍ରଦର୍ଶନ କରି ଉଚ୍ଚ ପ୍ରସଂଶିତ ହୋଇପାରନ୍ତି; ବ୍ୟାପାରରେ ଅନ୍ୟ ବ୍ୟପାରୀଙ୍କ ସହ କିଛି ନୂଆ ଚୁକ୍ତି କରିପାରନ୍ତି; ପାରିବାରିକ ଆପୋଷ ବୁଝାମଣା ଦ୍ୱାରା କିଛି ଲାଗିରହିଥିବା ବିବାଦର ସମାଧାନ ହୋଇପାରେ
ସିଂହ – ଆଜି ନିର୍ଦ୍ଧାରିତ କାର୍ଯ୍ୟରେ ସଫଳତା ମିଳିପାରେ; ସାମାଜିକ ଅନୁଷ୍ଠାନ ତରଫରୁ ସମ୍ମାନିତ ହୋଇପାରନ୍ତି; ପୂର୍ବରୁ ଉପୁଜିଥିବା ବିବାଦର ବନ୍ଧୁନ୍କ ସହାୟତାରେ ସମାଧାନ ହୋଇପାରେ; କାର୍ଯ୍ୟକ୍ଷେତ୍ରରେ ଆଜି ଅଧିକ ପରିଶ୍ରମ କରି ଥକ୍କା ଅନୁଭୂତ କରିପାରନ୍ତି; ବ୍ୟାପାରରେ ସହଯୋଗୀ ହଇରାଣରେ ପକେଇପାରନ୍ତି; ପରିବାରରେ ମାଙ୍ଗଳିକ କାର୍ଯ୍ୟ ନେଇ ବ୍ୟସ୍ତତା ବଢିପାରେ
କନ୍ୟା – ଆଜି ବିଗିଡ଼ିଥିବା ପରିସ୍ଥିତିରୁ ନିଜର ଉତ୍ତମ ବୁଦ୍ଧିମତା ଦ୍ୱାରା ମୁକୁଳି ଯାଇପାରନ୍ତି; କୋର୍ଟ-କଚେରୀ କାର୍ଯ୍ୟରେ ବିଜୟୀ ହୋଇପାରନ୍ତି; ଆଜି କୌଣସି ବନ୍ଧୁଙ୍କ କାର୍ଯ୍ୟ ପାଇଁ ବିଦେଶ ଭ୍ରମଣର ସୁଯୋଗ ମିଳିପାରେ; କର୍ମକ୍ଷେତ୍ରରେ ଉଚ୍ଚାଧିକାରୀଙ୍କ ପ୍ରଶଂସା ଶୁଣି ଆତ୍ମସନ୍ତୋଷ ଲାଭ କରିପାରନ୍ତି; ବ୍ୟାପାରରେ ପ୍ରସାର ପାଇଁ ସୁଅବସର ମିଳିପାରେ; ପରିବାରରେ ଉତ୍ତମ ବୁଝାମଣା ବଜାୟ ରହିପାରେ
ତୁଳା – ଆଜି ଖର୍ଚ୍ଚ ବୃଦ୍ଧି ଋଣ ସୂତ୍ରରେ ଅର୍ଥ ଧାର କରି ଆଣିପାରନ୍ତି; ପଡୋଶୀ ସହ କୌଣସି ବିବାଦରେ ପଡିଯାଇପାରନ୍ତି; ଭୁଲ ବୁଝାମଣା ହେତୁ ବନ୍ଧୁ ସମ୍ପର୍କରେ ତିକ୍ତତା ଆସିପାରେ; କାର୍ଯ୍ୟକ୍ଷେତ୍ରରେ ସହଯୋଗୀଙ୍କର ସାହାଯ୍ୟ ପ୍ରାପ୍ତି ହୋଇପାରେ; ବ୍ୟାପାରରେ ଦୀର୍ଘଦିନର ଯୋଜନା ସୁଫଳ ହେବାରୁ ମନ ଆନନ୍ଦିତ ହୋଇପାରେ; ପାରିବାରିକ ସଦସ୍ୟ ସହ ଆଜି କୌଣସି ଭ୍ରମଣରେ ଯାଇପାରନ୍ତି
ବିଛା – ଆଜି ଆୟବ୍ୟୟ ସମାନ ହୋଇପାରେ; ସାମାଜିକ ବା ଆନୁଷ୍ଠାନିକ କ୍ଷେତ୍ରରେ ସମ୍ମାନିତ ହୋଇପାରନ୍ତି; ଧାର୍ମିକ କାର୍ଯ୍ୟରେ ଯଥା ପୂଜାପାଠ, ସତ୍ସଙ୍ଗରେ ମନୋଯୋଗ ଦେଇ ମାନସିକ ଶାନ୍ତି ଅନୁଭବ କରିପାରନ୍ତି; ଚାକିରୀ କ୍ଷେତ୍ରରେ ଆୟବୃଦ୍ଧି ହୋଇପାରେ; ବ୍ୟାପାରରେ ଲାଭକ୍ଷତି ସମାନ ରହିପାରେ; ପରିବାରରରେ ସନ୍ତାନଙ୍କ କୃତିତ୍ୱକୁ ନେଇ ଆତ୍ମସନ୍ତୋଷ ଲାଭ କରିପାରନ୍ତି
ଧନୁ – ଆଜି ଶାରୀରିକ ସୁସ୍ଥତା ଓ ମାନସିକ ଶାନ୍ତି ଲାଭ କରିପାରନ୍ତି; ବନ୍ଧୁ ପରିଜନ ସହ ବୁଲାବୁଲି ଓ ନୂତନ ଉପଢୌକନ ଲାଭ କରିପାରନ୍ତି; ଦୀର୍ଘଦିନ ଧରି ଅଟକିଥିବା ଜରୁରୀ କାର୍ଯ୍ୟ ମିତ୍ରଙ୍କ ସାହାଯ୍ୟରେ ପୂରଣ ହୋଇପାରେ; କାର୍ଯ୍ୟକ୍ଷେତ୍ରରେ ସହକର୍ମୀଙ୍କ ଆକ୍ରୋଶର ଶିକାର ହୋଇପାରନ୍ତି; ବ୍ୟାପାରରେ ଲାଭ ହୋଇପାରେ; ପାରିବାରିକ ଜୀବନ ଝଡଝଞ୍ଜା ଦେଇ ଗତି କରିପାରେ

ମକର – ଆଜି ଦୀର୍ଘଦିନ ଧରି ଲାଗିରହିଥିବା ସ୍ୱାସ୍ଥ୍ୟ ସମସ୍ୟାରେ ଉନ୍ନତି ଘଟିପାରେ; କୌଣସି ଅନୁଷ୍ଠାନ ତରଫରୁ ଉଚ୍ଚ ସମ୍ମାନ ଲାଭ ହେବାର ସୁଯୋଗ ମିଳିପାରେ; ଗୁପ୍ତଶତ୍ରୁ ବିଜୟୀ ହୋଇପାରନ୍ତି; କାର୍ଯ୍ୟକ୍ଷେତ୍ରରେ ସହକର୍ମୀଙ୍କ ସାହାଯ୍ୟ ମିଳିପାରେ; ବ୍ୟାପାରରେ ନୂତନ ଯୋଜନାକୁ କାର୍ଯ୍ୟକାରୀ କରି ଲାଭବାନ ହୋଇପାରନ୍ତି; ପାରିବାରିକ ସୁଖଶାନ୍ତି ଅବ୍ୟାହତ ରହିପାରେ

କୁମ୍ଭ – ଆଜି ଗୁପ୍ତଶତ୍ରୁଙ୍କ କୌଣସି ମିଥ୍ୟା ଗୁଜବ ହେତୁ ଅପମାନିତ ହୋଇପାରନ୍ତି; ଗୃହକୁ କୌଣସି ଅସବାବ କ୍ରୟ କରିଆଣିପାରନ୍ତି; ଭ୍ରମଣ, ଯାନବାହାନ ସୁଖପ୍ରାପ୍ତି ହୋଇପାରେ; କାର୍ଯ୍ୟକ୍ଷେତ୍ରରେ ନୂତନ ଦାୟିତ୍ୱ ସମ୍ପାଦନ କରିବାକୁ ମିଳିପାରେ; ବ୍ୟବସାୟରେ ଲାଭବାନ ହୋଇପାରନ୍ତି; ପରିବାରରେ କୌଣସି ମାଙ୍ଗଳିକ କାର୍ଯ୍ୟ ଆୟୋଜନ ହେଇପାରେ
ମୀନ – ଆଜି ନିଜ କୌଣସି ପ୍ରିୟବନ୍ଧୁ ସହ ହଠାତ ସାକ୍ଷାତ ହୋଇପାରେ; ଯଶବାନ, କୀର୍ତ୍ତିବାନର ଅଧିକାରୀ ହୋଇପାରନ୍ତି; କୌଣସି ହଜିଯାଇଥିବା ବସ୍ତୁ ପୁଣି ଫେରିପାଇପାରନ୍ତି; କାର୍ଯ୍ୟକ୍ଷେତ୍ରରେ ଉଚ୍ଚାଧିକାରୀଙ୍କ ଦ୍ୱାରା ପ୍ରସଂଶିତ ହୋଇପାରନ୍ତି; ବ୍ୟବସାୟରେ କୌଣସି ନୂଆ ଫାଇଦା ପାଇଁ ଚୁକ୍ତିନାମା କରିପାରନ୍ତି; ପାରିବାରିକ ସୁଖଶାନ୍ତି ଅନୁଭୂତି ହୋଇପାରେ

LEAVE A REPLY

Please enter your comment!
Please enter your name here