ମେଷ – ଆଜି ବନ୍ଧୁଙ୍କ ସହ ମଉଜ ମଜଲିଶରେ ସମୟ କାଟିପାରନ୍ତି; ନିଜ ବାକ-ଚାତୁରୀ ଦ୍ୱାରା ନୂତନ ସମ୍ପର୍କ ସ୍ଥାପନ କରି କାର୍ଯ୍ୟ ହାସଲ କରିପାରନ୍ତି; କାର୍ଯ୍ୟକ୍ଷେତ୍ରରେ ନିଜ କାର୍ଯ୍ୟଶୈଳୀ ଯୋଗୁଁ ନୂତନ ଦାୟିତ୍ୱ ମିଳିପାରେ; ବ୍ୟାପାରରେ ନୂତନ ପୁଞ୍ଜିନିବେଶ ଦ୍ୱାରା ଲାଭ ହୋଇପାରେ; ଗୃହକୁ ଅତିଥି ଆସିବାର ସୂଚନା ମିଳୁଛି
ବୃଷ – ଆଜି କୌଣସି ଅପରିଚିତ ବ୍ୟକ୍ତିଙ୍କ ପାଇଁ ଠକାମିରେ ପଡିଯାଇପାରନ୍ତି; ପଡୋଶୀଙ୍କ ସହ ବିବାଦରେ ପଡିଯାଇପାରନ୍ତି; କାର୍ଯ୍ୟକ୍ଷେତ୍ରରେ ସ୍ଥାନାନ୍ତରଣ ହୋଇପାରେ; ବ୍ୟାପାରରେ ସହଯୋଗୀଙ୍କ ସହ ଯୁକ୍ତି-ତର୍କ ହୋଇପାରେ; ପରିବାରରେ ସାମାନ୍ୟ କଥାକୁ ନେଇ କଳହ ହୋଇପାରେ
ମିଥୁନ – ଆଜି ନିର୍ଦ୍ଧାରିତ କାର୍ଯ୍ୟଟି ପୂର୍ଣ୍ଣ ହେବାରୁ ମନ ପ୍ରଫୁଲ୍ଲ ରହିପାରେ; ହଜିଯାଇଥିବା ଦ୍ରବ୍ୟ ପୁନଶ୍ଚ ମିଳିପାରେ; କାର୍ଯ୍ୟକ୍ଷେତ୍ରରେ ଉଚ୍ଚାଧିକାରୀଙ୍କ ସହ କୌଣସି ଜରୁରୀ ବୈଠକରେ ବ୍ୟସ୍ତ ରହିପାରନ୍ତି; ବ୍ୟାପାରରେ ନୂତନ ବ୍ୟପାରୀଙ୍କ ସହ ଚୁକ୍ତି ହୋଇପାରେ; ପରିବାରବର୍ଗ ସହ କୌଣସି ରମଣୀୟ ସ୍ଥାନକୁ ବୁଲିବାକୁ ଯାଇପାରନ୍ତି
କର୍କଟ – ଆଜି ହଠାତ ଶାରୀରିକ ଅସୁସ୍ଥ ହୋଇପାରନ୍ତି; ନିଜର କଡା କଥା ଓ ରୁକ୍ଷ ବ୍ୟବହାର ପାଇଁ ଅପମାନିତ ହୋଇପାରନ୍ତି; କାର୍ଯ୍ୟକ୍ଷେତ୍ରରେ ନିଜର ଅଳସୁଆମୀ ହେତୁ ଉଚ୍ଚାଧିକାରୀଙ୍କ ଦ୍ୱାରା ନିନ୍ଦିତ ହୋଇପାରନ୍ତି; ବ୍ୟାପାରରେ ନିଜ ମନମୁଖୀ କାର୍ଯ୍ୟକଳାପ ପାଇଁ ସହଯୋଗୀଙ୍କ ସହ ବଚସା ହୋଇପାରେ; ପାରିବାରିକ ସମସ୍ୟାରେ ଦିନଟି ଗତି କରିପାରେ
ସିଂହ – ଆଜି ଆଶା କରିଥିବା କାର୍ଯ୍ୟଟି ବନ୍ଧୁ ସହାୟତାରେ ସିଦ୍ଧି ହୋଇପାରେ; ସାମାଜିକ କ୍ଷେତ୍ରରେ ମାନ-ସମ୍ମାନ, ପ୍ରତିଷ୍ଠାରେ ବୃଦ୍ଧି ହୋଇପାରେ; କର୍ମକ୍ଷେତ୍ରରେ ପଦୋନ୍ନତି ହୋଇପାରେ; ବ୍ୟାପାରରେ ବୁଡ଼ିଯାଉଥିବା ଅର୍ଥ ମିଳିପାରେ; ପରିବାରରେ ହର୍ଷୋଲ୍ଲାସରେ ସମୟ ବିତିପାରେ
କନ୍ୟା – ଆଜି ନିଜ ରୁକ୍ଷ ବ୍ୟବହାର ପାଇଁ କୌଣସି ପୁରାତନ ବନ୍ଧୁଙ୍କ ସହ ସମ୍ପର୍କ ହାନି ହୋଇପାରେ; ଆକସ୍ମିକ ଧନଖର୍ଚ୍ଚ ହେବାରୁ ଋଣ କରିପାରନ୍ତି; କର୍ମକ୍ଷେତ୍ରରେ ଅଧସ୍ତନ କର୍ମଚାରୀ ଆପଣଙ୍କୁ ହଇରାଣରେ ପକେଇପାରନ୍ତି; ବ୍ୟାପାରରେ ନୂତନ ଚୁକ୍ତି ଦ୍ୱାରା ଠକାମିର ଶିକାର ହୋଇପାରନ୍ତି; ପରିବାରରେ ବୟୋଜ୍ୟେଷ୍ଠଙ୍କ ସ୍ୱାସ୍ଥ୍ୟ ନିମନ୍ତେ ଖର୍ଚ୍ଚାନ୍ତ ହୋଇପାରନ୍ତି
ତୁଳା – ଆଜି ବନ୍ଧୁଙ୍କ ସହ ହଠାତ ସାକ୍ଷାତ ହେବାରୁ ମଉଜ ମଜଲିଶରେ ମଜ୍ଜି ଯାଇପାରନ୍ତି; ଅବିବାହିତଙ୍କୁ ମନପସନ୍ଦର ଜୀବନସାଥୀ ମିଳିପାରନ୍ତି; ଚାକିରୀରେ ଆୟବୃଦ୍ଧି ହୋଇପାରେ; ବ୍ୟାପାରରେ ବିକାଶ ତଥା ବିସ୍ତାର ହୋଇପାରେ; ପରିବାରରେ ଭାଇ-ଭଉଣୀଙ୍କ ସହ ସୁ-ସମ୍ପର୍କ ସ୍ଥାପନ ହୋଇପାରେ
ବିଛା – ଆଜି ଅକସ୍ମାତ ଦୁର୍ଘଟଣାର ଶିକାର ହୋଇପାରନ୍ତି; ବନ୍ଧୁମାନେ ବିଶ୍ୱାସଘାତକତା କରିପାରନ୍ତି; କର୍ମକ୍ଷେତ୍ରରେ ନିଜ ଏକାଗ୍ରତା ଅଭାବରୁ ଜରୁରୀ କାଗଜରେ ଭୁଲ ହୋଇଯାଇପାରେ; ବ୍ୟାପାରରେ ଅର୍ଥ ବୁଡ଼ିଯାଇପାରେ; ପରିବାରରେ ସନ୍ତାନଙ୍କ ବିଦ୍ୟା ଅଧୋଗତିକୁ ନେଇ ଦୁଃଖିତ ହୋଇପାରନ୍ତି
ଧନୁ – ଆଜି ଅଯଥା ଚିନ୍ତା ଘାରିବାରୁ ମାନସିକ ଦୁଶ୍ଚିନ୍ତା ବୃଦ୍ଧି ହୋଇପାରେ; କଥାବାର୍ତ୍ତାରେ ସଂଯମତା ନ ଆଣିବାରୁ ସାର୍ବଜନିକ ସ୍ଥର ଅପମାନିତ ହୋଇପରେନରି; କାର୍ଯ୍ୟକ୍ଷେତ୍ରରେ ଉଚ୍ଚାଧିକାରୀଙ୍କ ସହ ଯୁକ୍ତି-ତର୍କ ହୋଇପାରେ; ବ୍ୟାପାରରେ ନିଜ ଦୁରଦୃଷ୍ଟି ଅଭାବରୁ ବାଧା ଉପୁଜିପାରେ; ପରିବାରରେ ସାମାନ୍ୟ କଥାରୁ କଳହର ବାତାବରଣ ସୃଷ୍ଟି ହୋଇପାରେ
ମକର – ଆଜି ଜମିଜମା କିଣିବାର ସୁଅବସର ପ୍ରାପ୍ତ ହୋଇପାରେ; କୌଣସି ବକେୟା ଅର୍ଥ ମିଳିପାରେ; କାର୍ଯ୍ୟକ୍ଷେତ୍ରରେ ବିଦେଶ ଯାତ୍ରାର ସୂଚନା ମିଳୁଛି; ବ୍ୟାପାରରେ ହାନିଲାଭ ସମାନ ହୋଇପାରେ; ପରିବାରରେ ହର୍ଷୋଲ୍ଲାସର ବାତାବରଣ ଜାରି ରହିପାରେ
କୁମ୍ଭ – ଆଜି ଆତ୍ମବିଶ୍ଵାସରେ ହ୍ରାସ ହେବାରୁ ମାନସିକ ଭାରାକ୍ରାନ୍ତ ରହିପାରନ୍ତି; ସାର୍ବଜନିକ ସ୍ଥାନରେ ନିନ୍ଦା ଅପବାଦ ମିଳିପାରେ; କାର୍ଯ୍ୟକ୍ଷେତ୍ରରେ ସହକର୍ମୀଙ୍କ ଚକ୍ରାନ୍ତ ହେତୁ ନିନ୍ଦା ମିଳିପାରେ; ବ୍ୟାପାରରେ ବାଧାବିଘ୍ନ ଦେଇ ଗତିକରିପାରନ୍ତି; ପରିବାରରେ ପିତାଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ରହିପାରନ୍ତି
ମୀନ – ଆଜି ଆୟବ୍ୟୟ ସମାନ ହୋଇପାରେ; ବନ୍ଧୁଙ୍କ କାର୍ଯ୍ୟ ନିମନ୍ତେ ହଠାତ ବିଦେଶ ଯାତ୍ରାର ମଉକା ମିଳିପାରେ; କାର୍ଯ୍ୟକ୍ଷେତ୍ରରେ ସହକର୍ମୀଙ୍କ ସାହାଯ୍ୟ ମିଳିପାରେ; ବ୍ୟାପାରରେ ନୂତନ ପୁଞ୍ଜିନିବେଶ ଦ୍ୱାରା ଲାଭବାନ ହୋଇପାରନ୍ତି; ପରିବାରରେ ମାଙ୍ଗଳିକ କାର୍ଯ୍ୟ ଆୟୋଜନ ହୋଇପାରେ

LEAVE A REPLY

Please enter your comment!
Please enter your name here