ସୂର୍ଯ୍ୟୋଦୟ – ପ୍ରାଘ ୬I୧୯I୫୦ ଗତେ
ସୂର୍ଯ୍ୟାସ୍ଥ – ସଂଘ ୫I୪୦I୫୨ ଗତେ
ମେଷ – ଆଜି ଭାଗ୍ୟୋଦୟ ହେବା ସହ ଅର୍ଥପ୍ରାପ୍ତି ହୋଇପାରେ | ମାନସିକ ଫୁର୍ତ୍ତି ଥିବାରୁ ନୂତନ କାର୍ଯ୍ୟ ପ୍ରାରମ୍ଭ କଲେ ସୁଫଳ ମିଳିପାରେ | ମିତ୍ର, ପଡୋଶୀଙ୍କ ସହ ଉତ୍ତମ ସମ୍ପର୍କ ସ୍ଥାପନ ହୋଇପାରେ | କାର୍ଯ୍ୟକ୍ଷେତ୍ରରେ ସହଯୋଗୀ, ଅଧସ୍ତନ କର୍ମଚାରୀଙ୍କ ସାହାଯ୍ୟ ପାଇ ଅଟକି ଥିବା କାର୍ଯ୍ୟକୁ ସମ୍ପୂର୍ଣ୍ଣ କରିପାରିବେ | କିନ୍ତୁ ବ୍ୟାପାରରେ ନୂତନ ପୁଞ୍ଜିନିବେଶ ହାନି କରାଇପାରେ | ପରିବାରରେ ସୁଖ-ଶାନ୍ତିରେ ସମୟ ଅତିବାହିତ କରିବେ |
ବୃଷ – ଆଜି ଦିନଟି ଶୁଭପ୍ରଦ ହେବା ସହ ମାନ-ସମ୍ମାନ, ଯଶ, ପ୍ରତିଷ୍ଠାରେ ବୃଦ୍ଧି ହୋଇପାରେ | ଗୁରଜନଙ୍କ ଆଶୀର୍ବାଦ ପ୍ରାପ୍ତି ଦ୍ୱାରା ପ୍ରତ୍ୟେକ କାର୍ଯ୍ୟ ଶୁଭମୟ ହୋଇପାରେ | ବୌଦ୍ଧିକ ଚର୍ଚ୍ଚା, ଲିଖନ କାର୍ଯ୍ୟରେ ସୁଫଳ ମିଳିପାରେ | କର୍ମକ୍ଷେତ୍ରରେ ଉଚ୍ଚାଧିକାରୀଙ୍କ ପ୍ରୋତ୍ସାହନ ମିଳିବା ଦ୍ୱାରା କାର୍ଯ୍ୟଶୈଳୀରେ ବୃଦ୍ଧି ହୋଇପାରେ | ବ୍ୟାପାରରେ ଲାଭବାନ ହେବେ | ପରିବାରରେ ସନ୍ତାନଙ୍କ ବିଦ୍ୟା ପ୍ରଗତି ଆତ୍ମସନ୍ତୋଷ ପ୍ରଦାନ କରିପାରେ |
ମିଥୁନ – ଆଜି ଦିନଟି ମଧ୍ୟମ ଫଳଦାୟୀ ହେବା ସହ ଶାରୀରିକ ଅସୁସ୍ଥ ରହିପାରନ୍ତି | ବାଣୀ ନିୟନ୍ତ୍ରଣରେ ନରହିବାରୁ ବାଦବିବାଦରେ ଫସିଯିବେ | ନିର୍ଦ୍ଧାରିତ କାର୍ଯ୍ୟଟି ବିଳମ୍ବ ହେବାରୁ ମାନସିକ ଅଶାନ୍ତ ରହିପାରନ୍ତି | କର୍ମକ୍ଷେତ୍ରରେ କାର୍ଯ୍ୟଭାର ବୃଦ୍ଧି ହେବାରୁ ଶାରୀରିକ ଅସୁସ୍ଥତା ସହ ମାନସିକ ଭାରାକ୍ରାନ୍ତ ରହିପାରନ୍ତି | ବ୍ୟାପାରରେ ସହଯୋଗୀଙ୍କ ସହ ମତଭେଦ ହୋଇପାରେ | ପରିବାରରେ ସନ୍ତାନଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ରହିପାରନ୍ତି |
କର୍କଟ – ଆଜି ଦିନଟି ଶୁଭମୟ ହେବା ସହ ଶାରୀରିକ ସୁସ୍ଥତା ଓ ମାନସିକ ପ୍ରଫୁଲ୍ଲତା ରହିପାରେ | ମହିଳା ବର୍ଗଙ୍କ ପାଇଁ କୌଣସି ଅକସ୍ମାତ ଅର୍ଥଲାଭର ଯୋଗ ରହିଛି | ପୁରାତନ ବନ୍ଧୁଙ୍କ ସହ ସାକ୍ଷାତ ଏବଂ ହସ-ଖୁସିରେ ସମୟ କାଟିପାରନ୍ତି | କାର୍ଯ୍ୟକ୍ଷେତ୍ରରେ ଉଚ୍ଚାଧିକାରୀଙ୍କ ସହ କୌଣସି ଜରୁରୀ ଚର୍ଚ୍ଚା ଓ ବୈଠକରେ ବ୍ୟସ୍ତ ରହିପାରନ୍ତି | ବେପାରରେ ବିସ୍ତାର ତଥା ଆୟବୃଦ୍ଧି ହୋଇପାରେ | ପରିବାରରେ ଭାଇ-ବନ୍ଧୁଙ୍କ ଠାରୁ କୌଣସି ଲାଭ ମିଳିପାରେ |
ସିଂହ – ଆଜି ନକାରାତ୍ମକ ଚିନ୍ତା ଯୋଗୁଁ ମାନସିକ ଭାରାକ୍ରାନ୍ତ ରହିପାରନ୍ତି | ଖାଦ୍ୟପେୟରେ ଧ୍ୟାନ ଦିଅନ୍ତୁ; ନଚେତ ହଠାତ ଅସୁସ୍ଥ ଯଥା ପେଟବ୍ୟଥା, ମୁଣ୍ଡବିନ୍ଧାରେ ଆକ୍ରାନ୍ତ ହୋଇପାରନ୍ତି | କ୍ରୋଧରେ ନିୟନ୍ତ୍ରଣ ରଖନ୍ତୁ; ନଚେତ ଅଯଥା ବିବାଦରେ ଫସିଯିବେ | କାର୍ଯ୍ୟକ୍ଷେତ୍ରରେ ଉଚ୍ଚାଧିକାରୀଙ୍କ ସମାଲୋଚନାର ଶିକାର ହୋଇପାରନ୍ତି | ବ୍ୟାପାରରେ ନୂତନ ଅର୍ଥନିବେଶ ହାନି କରାଇପାରେ | ପରିବାରରେ କୌଣସି ବୟୋଜ୍ୟେଷ୍ଠ ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟ ସମସ୍ୟା ନିମନ୍ତେ ଆକସ୍ମିକ ଧନଖର୍ଚ୍ଚ ହୋଇପାରେ |
କନ୍ୟା – ଆଜି ଦିନଟି ମଧ୍ୟମ ରହିବା ସହ କାର୍ଯ୍ୟ ଅପୂର୍ଣ୍ଣ ରହିବାରୁ ମାନସିକ ଅସନ୍ତୋଷ ତଥା ଗ୍ଲାନି ରହିପାରେ | ହଠାତ ଶାରୀରିକ ଅସୁସ୍ଥ ହୋଇପଡିବେ | କିନ୍ତୁ ଦୂରସ୍ଥାନରୁ କିଛି ସୁସମ୍ବାଦ ମିଳିପାରେ | କାର୍ଯ୍ୟକ୍ଷେତ୍ରରେ ସହଯୋଗୀଙ୍କ ସହ ତର୍କ-ବିତର୍କରୁ ଦୂରେଇ ରୁହନ୍ତୁ | ବ୍ୟାପାରରେ ନିଜ ମନମୁଖୀ କାର୍ଯ୍ୟକଳାପ ପାଇଁ ହାନିର ସମ୍ମୁଖୀନ ହୋଇପାରନ୍ତି | ପାରିବାରିକ ସମସ୍ୟାରେ ଦିନଟି ଗତି କରିବ |
ତୁଳା – ଆଜି ଦିନଟି ଅଶୁଭ ଥିବାରୁ ଶାରୀରିକ ଅସୁସ୍ଥତା ଯୋଗୁଁ କାର୍ଯ୍ୟ କରିବା ପାଇଁ ଉତ୍ସାହ କମିଯିବ | ହଠାତ ଦୂରସ୍ଥାନରୁ ଦୁଃସମ୍ବାଦ ମିଳିବାରୁ ମାନସିକ ଭାରାକ୍ରାନ୍ତ ରହିପାରନ୍ତି | କଥାବାର୍ତ୍ତାରେ ସଂଯମତା  ଆଣନ୍ତୁ; ନଚେତ ବିବାଦରେ ପଡିଯିବେ | କାର୍ଯ୍ୟକ୍ଷେତ୍ରରେ ହଠାତ ସ୍ଥାନାନ୍ତରଣ  ହୋଇପାରେ | ବ୍ୟାପାରରେ ନିଜ ଦୁରଦୃଷ୍ଟି ଅଭାବରୁ ବାଧା ଉପୁଜିପାରେ | ପରିବାରରେ ସାମାନ୍ୟ କଥାରୁ କଳହର ବାତାବରଣ ହୋଇପାରେ |
ବିଛା – ଆଜି ଭାଗ୍ୟୋଦୟ ହେବା ସହ ଶାରୀରିକ ସୁସ୍ଥ ଓ ମାନସିକ ପ୍ରଫୁଲ୍ଲ ରହିପାରନ୍ତି | ସମାଜରେ ପଦ, ପ୍ରତିଷ୍ଠା, ମାନ-ସମ୍ମାନରେ ବୃଦ୍ଧି ହୋଇପାରେ | ଅଟକିଥିବା କାର୍ଯ୍ୟ ସରଳତାର ସହ ସମ୍ପନ୍ନ ହୋଇପାରେ | କାର୍ଯ୍ୟକ୍ଷେତ୍ରରେ ଉଚ୍ଚାଧିକାରୀଙ୍କ ପ୍ରୋତ୍ସାହନ ଓ ସୌହାର୍ଦ୍ୟପୂର୍ଣ୍ଣ ବ୍ୟବହାର ଯୋଗୁଁ ପ୍ରଗତି ମାର୍ଗ ପ୍ରଶସ୍ଥ ହୋଇପାରେ | ବେପାରରେ ଅନୁକୂଳ ପରିସ୍ଥିତି ରହିବା ସହ ଲାଭବାନ ହୋଇପାରନ୍ତି | ପାରିବାରିକ ଜୀବନ ସୁଖମୟ ହୋଇପାରେ |
ଧନୁ – ଆଜି ଦିନଟି ଶୁଭମୟ ଥିବାରୁ ଶାରୀରିକ ସୁସ୍ଥତା ଓ ମାନସିକ ଉତ୍ସାହ ହେତୁ ଦୃଢତା ସହ ପ୍ରତ୍ୟେକ କାର୍ଯ୍ୟ ସମ୍ପାଦନ କରିପାରନ୍ତି | ଦୀର୍ଘଦିନର ସ୍ୱାସ୍ଥ୍ୟ ସମସ୍ୟାରୁ କିଛି ମାତ୍ରାରେ ମୁକ୍ତି ମିଳିପାରେ | ପ୍ରତିଦ୍ୱନ୍ଦୀଙ୍କ ପରାଜୟ ହୋଇପାରେ | କାର୍ଯ୍ୟକ୍ଷେତ୍ରରେ କୌଣସି ଜରୁରୀ କାର୍ଯ୍ୟ ପାଇଁ ହଠାତ ବିଦେଶ ଯାତ୍ରାର ମଉକା ମିଳିପାରେ | ବ୍ୟାପାରରେ ନୂତନ ପୁଞ୍ଜିନିବେଶ ଦ୍ୱାରା ଲାଭବାନ ହେବେ | ପରିବାରରେ ହର୍ଷୋଲ୍ଲାସ ଅନୁଭୂତ ହେବ |
ମକର – ଆଜି ଦିନଟି ଅଶୁଭ ଥିବାରୁ ମାନସିକ ଦୁଶ୍ଚିନ୍ତା ଓ ଶାରୀରିକ ଅସୁସ୍ଥତା ଦେଖାଦେଇପାରେ | ଧନହାନି ସହ ଅକସ୍ମାତ ଦୁର୍ଘଟଣାର ଶିକାର ହୋଇପାରନ୍ତି | ଗୁପ୍ତଶତ୍ରୁ ଦ୍ୱାରା ସାର୍ବଜନିକ ସ୍ଥାନରେ ଅପମାନିତ ହୋଇପାରନ୍ତି | କାର୍ଯ୍ୟକ୍ଷେତ୍ରରେ ଉଚ୍ଚାଧିକାରୀଙ୍କ ସନ୍ଦେହ ପାଇଁ ମାନସିକ ଅଶାନ୍ତ ରହିପାରନ୍ତି | ବେପାରରେ ହାନି ହୋଇପାରେ | ପରିବାରରେ ପ୍ରିୟଜନଙ୍କ ଠାରୁ ହଠାତ କୌଣସି ଶୋକସମ୍ବାଦ ମିଳିବାରୁ ସଦସ୍ୟବର୍ଗ ମ୍ରିୟମାଣ ରହିପାରନ୍ତି |
କୁମ୍ଭ – ଆଜି ଭାଗ୍ୟୋଦୟ ହେବା ସହ ମାନସିକ ଉତ୍ସାହୀ ରହିବାରୁ ଅଟକିଥିବା କାର୍ଯ୍ୟକୁ ଅତି ସରଳତାରେ ସହ ସମ୍ପନ୍ନ କରିପାରନ୍ତି | ମିତ୍ର, ସ୍ଵଜନଙ୍କ ସହ ବୁଲାବୁଲି, ମନୋରଞ୍ଜନ, ବସ୍ତ୍ରଭୂଷଣ କିଣାକିଣି, ସୁମିଷ୍ଟ ଭୋଜନର ଆନନ୍ଦ ଉଠେଇପାରନ୍ତି | ସାହିତ୍ୟ, ଲିଖନ କାର୍ଯ୍ୟରେ ସୁଫଳ ମିଳିପାରେ | କାର୍ଯ୍ୟକ୍ଷେତ୍ରରେ ନିଜ ଉଚ୍ଚକୋଟିର କାର୍ଯ୍ୟଶୈଳୀ ପାଇଁ ଉଚ୍ଚାଧିକାରୀଙ୍କ ପ୍ରଶଂସାଭାଜନ ହେବେ | ବେପାରରେ ଲାଭବାନ ହୋଇପାରନ୍ତି | ପରିବାରରେ କୌଣସି ମାଙ୍ଗଳିକ କାର୍ଯ୍ୟ ଆୟୋଜନ ହୋଇପାରେ |
ମୀନ – ଆଜି ଦିନଟି ଶୁଭମୟ ହୋଇଥିବାରୁ ପ୍ରତ୍ୟେକ କାର୍ଯ୍ୟ ଦୃଢ ମନୋବଳ ଓ ପୂର୍ଣ୍ଣ ବିଶ୍ୱାସର ସହ କରିପାରିବେ | କଳାକାର, ପତ୍ରକାର ଓ କ୍ରୀଡ଼ାବିତ ମାନଙ୍କୁ ନିଜ ପ୍ରତିଭା ଦେଖାଇବାର ସୁଯୋଗ ମିଳିପାରେ | ପୈତୃକ ସମ୍ପତି କିମ୍ବା ସ୍ଥାବର ସମ୍ପତି ମିଳିପାରେ | କର୍ମକ୍ଷେତ୍ରରେ ନିଜ କର୍ମକର୍ତ୍ତାଙ୍କ ସହ ସୁ-ସମ୍ପର୍କ ସ୍ଥାପନ ହୋଇପାରେ | ପରିବାରରେ କୌଣସି ଅତିଥି ଆଗମନର ସୂଚନା ମିଲୁଛି |
କାଳବେଳା – ଦିଘ ୯I୯ ଗତେ ଦିଘ ୧୦I୩୫ ମଧ୍ୟେ | ବାରବେଳା – ଦିଘ ୧୨I୧ ଗତେ ଦିଘ ୧I୨୭ ମଧ୍ୟେ | କାଳରାତ୍ରି – ରାଘ ୩I୮ ଗତେ ରାଘ ୪I୪୨ ମଧ୍ୟେ | ଅମୃତବେଳI – ଦିଘ ୭I୪୯ ଗତେ ଦିଘ ୯I୨୦ ମଧ୍ୟେ ଦିଘ ୧୧I୩୮ ଗତେ ଦିଘ ୧I୧୦ ମଧ୍ୟେ ଦିଘ ୪I୧୩ ସଂଘ ୫I୪୫ ମଧ୍ୟେ ସଂଘ ୬I୩୫ ଗତେ ରାଘ ୯I୫ ମଧ୍ୟେ ରାଘ ୨I୬ ଗତେ ନିଘ ୬I୧୬ ମଧ୍ୟେ | ମାହେନ୍ଦ୍ରବେଳା – ଦିଘ ୩I୨୭ ଗତେ ଦିଘ ୪I୧୩ ମଧ୍ୟେ ରାଘ ୯I୫ ଗତେ ରାଘ ୧୦I୪୫ ମଧ୍ୟେ |

LEAVE A REPLY

Please enter your comment!
Please enter your name here