ମେଷ – ଆଜି ସାମାଜିକ ଅନୁଷ୍ଠାନ ତରଫରୁ ସମ୍ମାନ ପାଇପାରନ୍ତି; ହଠାତ ସ୍ଥାବର ସମ୍ପତି ବା ଭୂମି ପ୍ରାପ୍ତି ହୋଇପାରେ; କର୍ମକ୍ଷେତ୍ରରେ ଆୟବୃଦ୍ଧି ହୋଇପାରେ; ବ୍ୟବସାୟରେ ଲାଭ ମିଳିପାରେ; ପାରିବାରିକ ଜୀବନରେ ସୁଖ ବୃଦ୍ଧି ହୋଇପାରେ
ବୃଷ – ଆଜି ପୁରାତନ ରୋଗରୁ ଉପଶମ ମିଳିପାରେ; ପ୍ରତିଯୋଗିତାମୂଳକ ପରୀକ୍ଷାରେ ସଫଳତା ହାସଲ କରିପାରନ୍ତି; କାର୍ଯ୍ୟକ୍ଷେତ୍ରରେ ଉଚ୍ଚାଧିକାରୀଙ୍କ ପ୍ରଶଂସା ପାଇପାରନ୍ତି; ବ୍ୟାପାରରେ ଆବଶ୍ୟକ ଅର୍ଥ ଆଦାନ-ପ୍ରଦାନ ହୋଇପାରେ; ପରିବାରବର୍ଗ ସହ ମିସି କୌଣସି ଦର୍ଶନୀୟ ସ୍ଥାନକୁ ବୁଲିବାକୁ ଯାଇପାରନ୍ତି
ମିଥୁନ – ଆଜି ସାର୍ବଜନିକ ସ୍ଥାନରେ ସମ୍ମାନହାନି ହୋଇପାରେ; ଶିକ୍ଷା କ୍ଷେତ୍ରରେ ଅଧୋଗତି ହୋଇପରେ; କାର୍ଯ୍ୟକ୍ଷେତ୍ରରେ ଜରୁରୀ ଦସ୍ତାବିଜରେ ଭୁଲ ହୋଇପାରେ; ବ୍ୟାପାରରେ କ୍ଷତି ହୋଇପାରେ; ପରିବାରରେ କଳହର ବାତାବରଣ ରହିପାରେ
କର୍କଟ – ଆଜି ନିଜର ବାକ-ଚାତୁରୀ ପାଇଁ ବିବାଦୀୟ ପରିସ୍ଥିତିକୁ ଏଡାଇଯାଇପାରନ୍ତି; ଭୌତିକ ବିଦ୍ୟାରେ ରୁଚି ବଢିପାରେ; କାର୍ଯ୍ୟକ୍ଷେତ୍ରରେ ପଦୋନ୍ନତି ମିଳିପାରେ; ବ୍ୟାପାରରେ ଉନ୍ନତି-ପ୍ରଗତି ଦେଖାଦେଇପାରେ; ଗୃହକୁ ଅତିଥି ଆସିବାର ସୂଚନା ମିଳୁଛି
ସିଂହ – ଆଜି ମାନସିକ ଏକାଗ୍ରତା ହ୍ରାସ ହେବାରୁ ଚିନ୍ତାଗ୍ରସ୍ତ ରହିପାରନ୍ତି; ଶତ୍ରୁବୁଦ୍ଧି ହୋଇପାରେ; କାର୍ଯ୍ୟକ୍ଷେତ୍ରରେ ଅଧସ୍ତନ କର୍ମଚାରୀଙ୍କ ଉପରେ ନିର୍ଭର କରି ହଇରାଣରେ ପଡ଼ିପାରନ୍ତି; ବ୍ୟାପାରରେ ନୂତନ ପୁଞ୍ଜିନିବେଶ ଦ୍ୱାରା ହାନି ହୋଇପାରେ; ପରିବାରରେ ସନ୍ତାନଙ୍କ ବିଦ୍ୟାସମସ୍ୟାକୁ ନେଇ ଚିନ୍ତିତ ରହିପାରନ୍ତି
କନ୍ୟା – ଆଜି ଦୀର୍ଘଦିନର ଅଭିଳାଷକୁ ପୂର୍ଣ୍ଣ କରିପାରନ୍ତି; ହଠାତ ପୁରାତନ ବନ୍ଧୁଙ୍କ ସହ ସାକ୍ଷାତ ହୋଇପାରେ; କାର୍ଯ୍ୟକ୍ଷେତ୍ରରେ ଉଚ୍ଚାଧିକାରୀଙ୍କ ଦ୍ୱାରା ଆପଣଙ୍କ କାର୍ଯ୍ୟଶୈଳୀ ହେତୁ ପ୍ରସଂଶିତ ହୋଇପାରନ୍ତି; ବ୍ୟାପାରରେ ନିଜର ମନୋବାଞ୍ଛା ପୂର୍ଣ୍ଣ ହୋଇପାରେ; ପରିବାରରେ କିଛି ସୁସମ୍ବାଦ ପାଇ ମନ ଆନନ୍ଦିତ ହୋଇପାରେ
ତୁଳା – ଆଜି ବନ୍ଧୁଙ୍କ ସହଯୋଗ ପାଇ ଅଟକିଥିବା କାର୍ଯ୍ୟ ସମ୍ପାଦନ ହୋଇପାରେ; ସମାଜିକ ପ୍ରତିଷ୍ଠା ଓ ପରାକ୍ରମଃରେ ବୃଦ୍ଧି ହୋଇପାରେ; କାର୍ଯ୍ୟକ୍ଷେତ୍ରରେ ନୂତନ ଦାୟିତ୍ୱ ମିଳିପାରେ; ବ୍ୟାପାରରେ ଲାଭକ୍ଷତି ସମାନ ହୋଇପାରେ; ପାରିବାରିକ ବାତାବରଣ ଶାନ୍ତିପୂର୍ଣ୍ଣ ହୋଇପାରେ
ବିଛା – ଆଜି ଗୁପ୍ତଶତ୍ରୁ ପରାଜୟ ହୋଇପାରେ;ଦୂରସ୍ଥାନରୁ ସୁସମ୍ବାଦ ପାଇ ମନ ଆନନ୍ଦିତ ରହିପାରେ; କାର୍ଯ୍ୟକ୍ଷେତ୍ରରେ ସହକର୍ମୀଙ୍କ ସାହାଯ୍ୟ ହେତୁ କାର୍ଯ୍ୟ ପୂର୍ଣ୍ଣ ହୋଇପାରେ; ବ୍ୟାପାରରେ ବୁଡିଯାଇଥିବା ଅର୍ଥ ପ୍ରାପ୍ତ ହୋଇପାରେ; ପରିବାରରେ ବନ୍ଧୁ ସହଯୋଗରେ ଲାଗିରହିଥିବା ସମସ୍ୟାର ଆଶୁ ସମାଧାନ ହୋଇପାରେ
ଧନୁ – ଆଜି କୌଣସି ଜନକଲ୍ୟାଣ କାର୍ଯ୍ୟ ପାଇଁ ଉଚ୍ଚପ୍ରସଂଶିତ ହୋଇପାରନ୍ତି; ଆଧ୍ୟାତ୍ମିକ, ସତ୍ସଙ୍ଗ କାର୍ଯ୍ୟରେ ରୁଚି ବଢିପାରେ; କାର୍ଯ୍ୟକ୍ଷେତ୍ରରେ ସହକର୍ମୀଙ୍କ ପ୍ରୋତ୍ସାହନ ମନୋବଳକୁ ବଢାଇପାରେ; ବ୍ୟାପାରରେ ସହଯୋଗୀଙ୍କ ସହ ଉଚିତ ଯୋଜନା ଦ୍ୱାରା ସୁଫଳ ମିଳିପାରେ; ପରିବାରରେ ଭାଇ-ଭଉଣୀଙ୍କ ସହ ସୁ-ସମ୍ପର୍କ ସ୍ଥାପନ ହୋଇପାରେ
ମକର – ଆଜି ନୂତନ ବନ୍ଧୁସମ୍ପର୍କ ସ୍ଥାପନ କରିପାରନ୍ତି; ଗୃହଉପକରଣ କିଣି ଆନିପାରନ୍ତି; କାର୍ଯ୍ୟକ୍ଷେତ୍ରରେ ଉଚ୍ଚାଧିକାରୀଙ୍କ ସହଯୋଗ ମିଳିପାରେ; ବ୍ୟାପାରରେ ଲାଭବୃଦ୍ଧି ହୋଇପାରେ; ପରିବାରରେ ହର୍ଷୋଲ୍ଲାସର ବାତାବରଣ ଦେଖାଦେଇପାରେ
କୁମ୍ଭ – ଆଜି ଅଯଥା ଖର୍ଚ୍ଚାନ୍ତ ହେବାରୁ ଋଣ କରିପାରନ୍ତି; ବନ୍ଧୁପରିଜନଙ୍କ କଥା ଦେଇ ଠିକ ସମୟରେ ଆପଣଙ୍କୁ ଠକି ଦେଇ ପାରନ୍ତି; କାର୍ଯ୍ୟକ୍ଷେତ୍ରରେ ଅଧସ୍ତନ କର୍ମଚାରୀ, ସହକର୍ମୀଙ୍କ ସାହାଯ୍ୟ ମିଳିପାରେ; ବ୍ୟାପାରରେ ନୂତନ ଵ୍ୟାପାରୀ ସହ ନୂତନ ଚୁକ୍ତି କରିପାରନ୍ତି; ପରିବାରରେ ପତ୍ନୀଙ୍କ ସହ ଉତ୍ତମ ବୁଝାମଣା ରହିପାରେ
ମୀନ – ଆଜି ନିଜର ପ୍ରତିଭାର ପ୍ରଦର୍ଶନ କରିବାର ଅବସର ମିଳିପାରେ; ବିଦ୍ୟାର୍ଥିମାନେ ଶିକ୍ଷା କ୍ଷେତ୍ରରେ ଉନ୍ନତି କରିପାରନ୍ତି; କାର୍ଯ୍ୟକ୍ଷେତ୍ରରେ କିନ୍ତୁ ସ୍ଥାନାନ୍ତରଣ ହୋଇପାରେ; ବ୍ୟାପାରରେ ସହଯୋଗୀଙ୍କ ସହ ବଚସା ହୋଇପାରେ; ପରିବାରରେ ସାମାନ୍ୟ କଥାକୁ ନେଇ ଅଧିକ ପ୍ରତିକ୍ରିୟାଶୀଳ ହେବାରୁ କଳହର ବାତାବରଣ ସୃଷ୍ଟି ହୋଇପାରେ

LEAVE A REPLY

Please enter your comment!
Please enter your name here