ମେଷ – ଆଜି ଅପ୍ରିୟ ସତ କଥା କହି ବିରୋଧର ଶିକାର ହୋଇପାରନ୍ତି; ଶାନ୍ତ ମନରେ କାର୍ଯ୍ୟ କଲେ ମଧ୍ୟ ନିର୍ଧାରିତ କାର୍ଯ୍ୟଟି ଅପୁର୍ଣ୍ଣ ହୋଇପାରେ; କାର୍ଯ୍ୟକ୍ଷେତ୍ରରେ ଉଚ୍ଚାଧିକାରୀଙ୍କ ସହ ମତଭେଦ ହୋଇପାରେ; ବ୍ୟାପାରରେ ହାନି ହୋଇପାରେ; ପରିବାରରେ କଳହର ବାତାବରଣ ସୃଷ୍ଟି ହୋଇପାରେ

ବୃଷ – ଆଜି ମିଷ୍ଟଭାଷୀ ହୋଇ ବିବାଦୀୟ ପରିସ୍ଥିତିରୁ ମୁକୁଳିଯାଇପାରନ୍ତି; ବିଳାସ ବ୍ୟସନ ସହ ସୁମିଷ୍ଟ ଭୋଜନରେ ଦିନଟି ଅତିବାହିତ ହୋଇପାରେ; କାର୍ଯ୍ୟକ୍ଷେତ୍ରରେ ଉଚ୍ଚାଧିକାରୀଙ୍କ ସହ ବୈଠକରେ ବ୍ୟସ୍ତ ରହିପାରନ୍ତି; ବ୍ୟାପାରରେ ବୁଡିଯାଇଥିବା ଅର୍ଥ ମିଳିପାରେ; ପରିବାରରେ ଆଗାମୀ ଦିନରେ କୌଣସି ମଙ୍ଗଳିକ କାର୍ଯ୍ୟ ପାଇଁ ଯୋଜନା ହୋଇପାରେ

ମିଥୁନ – ଆଜି ହଠାତ ସାମାନ୍ୟ କଥାକୁ ନେଇ ବିବାଦରେ ପଡିଯାଇପାରନ୍ତି; ପଡୋଶୀଙ୍କ ସହ ବିବାଦରେ ପଡିଯାଇପାରନ୍ତି; କାର୍ଯ୍ୟକ୍ଷେତ୍ରରେ ନିଜ ଅଳସୁଆମୀ ହେତୁ ସମାଲୋଚିତ ହୋଇପାରନ୍ତି; ବ୍ୟାପାରରେ ନୂତନ ଚୁକ୍ତି ହେତୁ ହାନି ହୋଇପାରେ; ପରିବାରରେ ସାମାନ୍ୟ କଥାକୁ ନେଇ କଳହର ବାତାବରଣ ଦେଖାଦେଇପାରେ

କର୍କଟ – ଆଜି ଯଶ, ମାନ-ସମ୍ମାନର ଅଧିକାରି ହୋଇପାରନ୍ତି; ପତ୍ରକାରଙ୍କୁ କାର୍ଯ୍ୟରେ ସୁଫଳ ମିଳିପାରେ; କାର୍ଯ୍ୟକ୍ଷେତ୍ରରେ ପଦୋନ୍ନତି ହୋଇପାରେ; ବ୍ୟାପାରରେ ଗ୍ରାହକମାନଙ୍କୁ ନିଜ କଥା କହିବା ଶୈଳୀ ପାଇଁ ଆକୃଷ୍ଟ କରିପାରନ୍ତି; ପରିବାରବର୍ଗଙ୍କ ସହ ଆମୋଦ-ପ୍ରମୋଦରେ ମଜ୍ଜି ଯାଇପାରନ୍ତି

ସିଂହ – ଆଜି କୌଣସି ସୁଯୋଗ ହାତପାହନ୍ତାରୁ ଖସିଯାଇପାରେ; ଭଲ କଥା କହି ମଧ୍ୟ ଅପମାନିତ ହୋଇପାରନ୍ତି; କାର୍ଯ୍ୟକ୍ଷେତ୍ରରେ ସ୍ଥାନାନ୍ତରଣ ହୋଇପାରେ; ବ୍ୟାପାରରେ ନୂତନ ପୁଞ୍ଜିନିବେଶ ହେତୁ ଅର୍ଥ ବୁଡ଼ିଯାଇପାରେ; ପରିବାରରେ ନିଜ କଡା କଥା କଥା ହେତୁ କଳହ ହୋଇପାରେ

କନ୍ୟା – ଆଜି ବନ୍ଧୁଙ୍କ ସହ ଫୋନରେ ଆଳାପ-ଆଲୋଚନାରେ ସମୟ କାଟିପାରନ୍ତି; ଦୂରସ୍ଥାନରୁ ସୁସମ୍ବାଦ ପାଇପାରନ୍ତି; କାର୍ଯ୍ୟକ୍ଷେତ୍ରରେ ନିଜର ଉପସ୍ଥିତି ବୁଦ୍ଧି ହେତୁ ବାଧା-ବିଘ୍ନକୁ ଏଡାଇଯାଇପାରନ୍ତି; ବ୍ୟାପାରରେ ସହଯୋଗୀଙ୍କ ସହ ନୂତନ ଯୋଜନାକୁ ଆପଣେଇ ଲାଭବାନ ହୋଇପାରନ୍ତି; ପରିବାରରେ ସୁଖ-ଶାନ୍ତି ବଜାୟ ରହିପାରେ

ତୁଳା – ଆଜି ପ୍ରତ୍ୟେକ କାର୍ଯ୍ୟରେ ପ୍ରତିବନ୍ଧକର ସାମ୍ନା କରିବାକୁ ପଡିପାରେ; ଗୁପ୍ତଶତ୍ରୁଙ୍କ ଚକ୍ରାନ୍ତର ଶିକାର ହୋଇପାରନ୍ତି; କାର୍ଯ୍ୟକ୍ଷେତ୍ରରେ ସହକର୍ମୀଙ୍କ ଚକ୍ରାନ୍ତର ଶିକାର ହୋଇପାରନ୍ତି; ବ୍ୟାପାରରେ ନିବେଶ ହେତୁ ଅର୍ଥ ଯୋଗାଡ଼ କରି ନ ପାରିବାରୁ ନିରାଶ ହୋଇପାରନ୍ତି; ପରିବାରରେ ବୟୋଜ୍ୟେଷ୍ଠଙ୍କ ସ୍ୱାସ୍ଥ୍ୟ ସମସ୍ୟା ଚିନ୍ତାର କାରଣ ହୋଇପାରେ

ବିଛା – ଆଜି ପ୍ରତ୍ୟେକ କାର୍ଯ୍ୟ ଦୃଢ଼ ମନୋବଳର ଥିବାରୁ ସୁଚାରୁ ରୂପେ ସମ୍ପାଦନ କରିପାରନ୍ତି; କୌଣସି ପରୋପକାର କାର୍ଯ୍ୟ କରିବାରୁ ସମ୍ମାନ ମିଳିପାରେ; କାର୍ଯ୍ୟକ୍ଷେତ୍ରରେନୂତନ ଦାୟିତ୍ୱ ମିଳିପାରେ; ବ୍ୟପାରରେ ପ୍ରସାର ହୋଇପାରେ; ପରିବାରରେ ଭାଇ-ଭଉଣୀଙ୍କ ସହ ସୁସମ୍ପର୍କ ସ୍ଥାପନ ହୋଇପାରେ

ଧନୁ – ଆଜି କୌଣସି ଅଯଥା ଚିନ୍ତା ମନକୁ ଭାରାକ୍ରାନ୍ତ କରିପାରେ; ଅର୍ଥାଭାବ ହେତୁ ଋଣ କରିଆରନ୍ତି; କାର୍ଯ୍ୟକ୍ଷେତ୍ରରେ ଅଧସ୍ତନ କର୍ମଚାରୀଙ୍କ ଚକ୍ରାନ୍ତ ହେତୁ ହଇରାଣରେ ପଡିପାରନ୍ତି; ବ୍ୟାପାରରେ ନିଜ ମନମୁଖୀ କାର୍ଯ୍ୟ ହେତୁ ସହଯୋଗୀଙ୍କ ସହ ବିବାଦ ଉପୁଜିପାରେ; ପରିବାରରେ ଦୂରସ୍ଥାନରୁ ଦୁଃସମ୍ବାଦ ମିଳିବାରୁ ମନକୁ ଆନ୍ଦୋଲିତ କରିପାରେ

ମକର – ଆଜି ବିଷମ ପରିସ୍ଥତି ସୃଷ୍ଟି ହେଲେ ମଧ୍ୟ ସାହାସୀକତାର ସହ ବାଧା-ବିଘ୍ନକୁ ଏଡାଇ ଯିବେ; ଘରେ ରହିଲେ ସୁସ୍ଥ ରହିବେ; କାର୍ଯ୍ୟକ୍ଷେତ୍ରରେ ଅଧସ୍ତନ କର୍ମଚାରୀଙ୍କ ସାହାଯ୍ୟ ମିଳିପାରେ; ବ୍ୟାପାରରେ ଦୀର୍ଘଦିନର ଆଶା ପୂର୍ଣ୍ଣ ହୋଇପାରେ; ପରିବାରରେ ସନ୍ତାନଙ୍କ ବିଦ୍ୟା ଉନ୍ନତି ଦେଖି ଆତ୍ମସନ୍ତୋଷ ଲାଭ କରିପାରନ୍ତି

କୁମ୍ଭ – ଆଜି କୌଣସି କଥାରେ ହଠାତ ପ୍ରତିକ୍ରିୟାଶୀଳ ହୋଇପଡ଼ିବାରୁ ବିବାଦ ମୁଣ୍ଡ ଟେକିପାରେ; ବନ୍ଧୁମାନେ ପ୍ରତିଶୁତି ଦେଇ ଠିକ ବେଳରେ ବିଶ୍ୱାସଘାତକତା କରିପାରନ୍ତି; କାର୍ଯ୍ୟକ୍ଷେତ୍ରରେ କାର୍ଯ୍ୟଭାର ବୃଦ୍ଧି ହୋଇପାରେ; ବ୍ୟାପାରରେ ଲାଭକ୍ଷତି ସମାନ ରହିପାରେ; ପରିବାରରେ ଭୁଲବୁଝାମଣାରୁ ସନ୍ଦେହ ଜାତ ହୋଇ ସମ୍ପର୍କ ହାନି ହୋଇପାରେ

ମୀନ – ଆଜି ଲାଗିରହିଥିଵା ପୁରାତନ ସମସ୍ୟାରୁ ମୁକୁଳିଯାଇପାରନ୍ତି; ଘରେ ରହିଲେ ସୁସ୍ଥ ରହିବେ; କାର୍ଯ୍ୟକ୍ଷେତ୍ରରେ ଆୟବୃଦ୍ଧି ହୋଇପାରେ; ବ୍ୟାପାରରେ ନୂତନ ଚୁକ୍ତି ହେତୁ ଅର୍ଥ ଆଦାନ-ପ୍ରଦାନର ମାର୍ଗ ସୁଗମ ହୋଇପାରେ; ପରିବାରରେ ସଦ୍ଭାବ ରହିପାରେ

LEAVE A REPLY

Please enter your comment!
Please enter your name here