ମେଷ – ଆଜି ଆର୍ଥିକ ସମସ୍ୟାରୁ ମୁକ୍ତି ମିଳିପାରେ; କୌଣସି ସ୍ଥାବର ସମ୍ପତି ବା ପୈତୃକ ସମ୍ପତି ପ୍ରାପ୍ତ ହୋଇପାରେ; କାର୍ଯ୍ୟକ୍ଷେତ୍ରରେ ଆୟବୃଦ୍ଧି ହୋଇପାରେ; ବ୍ୟାପାରରେ ଉନ୍ନତି ହୋଇପାରେ; ପରିବାରରେ ସୁଖ-ଶାନ୍ତି ଅବ୍ୟହାତ ରହିପାରେ

ବୃଷ – ଆଜି ଆୟ ଅପେକ୍ଷା ବ୍ୟୟ ଅଧିକ ହେବାରୁ ମାନସିକ ଭାରାକ୍ରାନ୍ତ ରହିପାରନ୍ତି; ଦୀର୍ଘଦିନର ବନ୍ଧୁ ସମ୍ପର୍କରେ ହାନି ହୋଇପାରେ; କାର୍ଯ୍ୟକ୍ଷେତ୍ରରେ ସ୍ଥାନାନ୍ତରଣ ହୋଇପାରେ; ବ୍ୟାପାରରେ ନୂତନ ଚୁକ୍ତି ହେତୁ କ୍ଷତି ସହିପାରନ୍ତି; ପରିବାରରେ ସନ୍ତାନସନ୍ତତିଙ୍କ ବିଦ୍ୟା ଅଧୋଗତି ପାଇଁ ଚିନ୍ତିତ ରହିପାରନ୍ତି

ମିଥୁନ – ଆଜି ବନ୍ଧୁ ସହାୟତାରେ ଦୀର୍ଘଦିନର ଅଟକିଥିବା କାର୍ଯ୍ୟ ସପୂର୍ଣ୍ଣ ହୋଇପାରେ; ନୂତନ କାର୍ଯ୍ୟରେ ସୁଫଳ ପାଇପାରନ୍ତି; କାର୍ଯ୍ୟକ୍ଷେତ୍ରରେ ନିଜ କାର୍ଯ୍ୟଶୈଳୀ ପାଇଁ ପ୍ରଶଂସା ଶୁଣିବାକୁ ମିଳିପାରେ; ବ୍ୟାପାରରେ ସହଯୋଗୀଙ୍କ ସହ ନୂତନ ଯୋଜନା ଆପଣେଇବାରୁ ଲାଭ ମିଳିପାରେ; ପରିବାରରେ ଭାଇ-ଭଉଣୀଙ୍କ ସହ ସୁ-ସମ୍ପର୍କ ସ୍ଥାପନ ହୋଇପାରେ

କର୍କଟ – ଆଜି ଅର୍ଥହାନୀ ହୋଇପାରେ; ଘରୁ ବାହାରକୁ ଗଲେ ଶାରୀରିକ ଅସୁସ୍ଥ ହୋଇପାରନ୍ତି; କାର୍ଯ୍ୟକ୍ଷେତ୍ରରେ ସହକର୍ମୀଙ୍କୁ ବିଶ୍ୱାସ କରି ହଇରାଣରେ ପଡିପାରନ୍ତି; ବ୍ୟାପାରରେ ବାଧା-ବିଘ୍ନ ଦେଇ ଗତିକରିପାରନ୍ତି; ପାରିବାରିକ ଅଶାନ୍ତି ଦେଖାଦେଇପାରେ

ସିଂହ – ଆଜି ଗୁପ୍ତଶତ୍ରୁ ମାନଙ୍କର ଅବସାନ ହୋଇପାରେ; ଆଇନ, ପ୍ରଶାସନ କ୍ଷେତ୍ରରେ ସୁଫଳ ମିଳିପାରେ; କର୍ମକ୍ଷେତ୍ରରେ ଉଚ୍ଚାଧିକାରୀଙ୍କ ସହ ବୈଠକରେ ବ୍ୟସ୍ତ ରହିପାରନ୍ତି; ବ୍ୟାପାରରେ ନୂତନ ଚୁକ୍ତି ହେତୁ ଲାଭବାନ ହୋଇପାରନ୍ତି; ପାରିବାରିକ ଶାନ୍ତି ମିଳିପାରେ

କନ୍ୟା – ଆଜି ଶାରୀରିକ ଅସୁସ୍ଥତା ଦେଖାଦେଇପାରେ; ଆକସ୍ମିକ ଅର୍ଥହାନି ହୋଇପାରେ; କର୍ମକ୍ଷେତ୍ରରେ ଉଚ୍ଚାଧିକାରୀଙ୍କ ସହ ଯୁକ୍ତି-ତର୍କ ହୋଇପାରେ; ବେପାରରେ ସହଯୋଗୀଙ୍କ ସହ ମତଭେଦ ହୋଇପାରେ; ପରିବାରରେ ନିଜ କଟୁବାଣୀ ହେତୁ ବିବାଦ ଦେଖାଦେଇପାରେ

ତୁଳା – ଆଜି ସାମାଜିକ ଯଶ-ମାନ-ସମ୍ମାନ ବୃଦ୍ଧି ପାଇପାରେ; ଦୂରସ୍ଥାନରୁ ସୁସମ୍ବାଦ ପାଇପାରନ୍ତି; କାର୍ଯ୍ୟକ୍ଷେତ୍ରରେ ପଦୋନ୍ନତି ପାଇପାରନ୍ତି; ବ୍ୟାପାରରେ ଉନ୍ନତି ଦେଖାଦେଇପାରେ; ପରିବାରବର୍ଗ ସହ ଆମୋଦ-ପ୍ରମୋଦରେ ମଜ୍ଜି ଯାଇପାରନ୍ତି

ବିଛା – ଆଜି ଅପରିଚିତ ବ୍ୟକ୍ତିଙ୍କ ପାଇଁ ଠକାମୀରେ ପଡିଯାଇପାରନ୍ତି; ହଠାତ ଯାନବାହାନ ଜନିତ ତ୍ରୁଟି ଦେଖାଦେଇପାରେ; କାର୍ଯ୍ୟକ୍ଷେତ୍ରରେ ନିଜ ଦାୟିତ୍ୱହୀନତା ହେତୁ ଜରୁରୀ ଦସ୍ତାବିଜରେ ଭୁଲ ହୋଇଯାଇପାରେ; ବ୍ୟାପାରରେ ନୂତନ ନିବେଶ ହେତୁ ଋଣ ଯୋଗାଡ଼ କରି ନ ପାରିବାରୁ ନିରାଶ ହୋଇପାରନ୍ତି; ପରିବାରରେ ସାମାନ୍ୟ କଥାକୁ ନେଇ ବାକ-ବିତଣ୍ଡା ହୋଇପାରେ

ଧନୁ – ଆଜି ଆୟବ୍ୟୟ ସମାନ ରହିପାରେ; ଶତ୍ରୁ ଅବସାନ ହୋଇପାରେ; କର୍ମକ୍ଷେତ୍ରରେ ସହକର୍ମୀଙ୍କ ସାହାଯ୍ୟ ପାଇ ସଫଳତା ମିଳିପାରେ; ବ୍ୟାପାରରେ ବୁଡ଼ିଯାଉଥିବା ଅର୍ଥ ମିଳିପାରେ; ପରିବାରରେ ମାତାଙ୍କ ସ୍ୱାସ୍ଥ୍ୟ ଉନ୍ନତିକୁ ନେଇ ଖୁସି ହୋଇପାରନ୍ତି

ମକର – ଆଜି ଶାରୀରିକ ଅସୁସ୍ଥତା ଦେଇ ଗତି କରିପାରନ୍ତି; କୌଣସି ମୂଲ୍ୟବାନ ଦ୍ରବ୍ୟ ନଷ୍ଟ ହୋଇଯିବାର ସମ୍ଭାବନା ରହିଛି; କର୍ମକ୍ଷେତ୍ରରେ ଅଧସ୍ତନ କର୍ମଚାରୀ ହଇରାଣରେ ପକେଇପାରନ୍ତି; ବ୍ୟାପାରରେ ବାଧା ଉପୁଜିପାରେ; ପରିବାରରେ ସାମାନ୍ୟ କଥାକୁ ନେଇ ସମ୍ପର୍କହାନି ହୋଇପାରେ

କୁମ୍ଭ – ଆଜି ଅର୍ଥଲାଭ ହୋଇପାରେ; ବନ୍ଧୁ ସହଯୋଗ ପାଇ ଦୀର୍ଘଦିନର କାର୍ଯ୍ୟ ପୂର୍ଣ୍ଣ ହୋଇପାରେ; କର୍ମକ୍ଷେତ୍ରରେ ନୂତନ ଦାୟିତ୍ୱ ମିଳିପାରେ; ବ୍ୟାପାରରେ ନୂତନ ନିବେଶ ହେତୁ ଅର୍ଥ ଯୋଗାଡ଼ କରିପାରନ୍ତି; ପରିବାରବର୍ଗ ସହ ଆନନ୍ଦ ଉଲ୍ଲାସରେ ମାତି ଯାଇପାରନ୍ତି

ମୀନ – ଆଜି ମାନସିକ ଚିନ୍ତାଗ୍ରସ୍ତ ରହିପାରନ୍ତି; ଆର୍ଥିକ ଅନାଟନ ଦେଇ ଗତି କରିପାରନ୍ତି; କର୍ମକ୍ଷେତ୍ରରେ କାର୍ଯ୍ୟଭାରରେ ବୃଦ୍ଧି ହେବାରୁ ଅସୁସ୍ଥ ହୋଇପାରନ୍ତି; ବ୍ୟାପାରରେ ହାନି ହୋଇପାରେ; ପରିବାରରେ ସାମାନ୍ୟ କଥାକୁ ନେଇ ସମ୍ପର୍କ ହାନି ହୋଇପାରେ

LEAVE A REPLY

Please enter your comment!
Please enter your name here