ମେଷ – ଆଜି ଶତ୍ରୁଭୟ ଦୂର ହେବା ସହ ଆୟବୃଦ୍ଧି ହୋଇପାରେ; ଭୌତିକ ଜ୍ଞାନ, ଗବେଷଣା କାର୍ଯ୍ୟରେ ସଫଳତା ହାସଲ କରିପାରନ୍ତି; କାର୍ଯ୍ୟକ୍ଷେତ୍ରରେ ପଦୋନ୍ନତି ପାଇ ଉପକୃତ ହୋଇପାରନ୍ତି; ବ୍ୟାପାରରେ ଉନ୍ନତି ହୋଇପାରେ; ପରିବାରରେ ସୁଖ-ଶାନ୍ତିର ପରିବେଶ ଜାରି ରହିପାରେ

ବୃଷ – ଆଜି ଶାରୀରିକ ଅସୁସ୍ଥତା ଓ ମାନସିକ ଅଶାନ୍ତି ଦେଇ ଗତି କରିପାରନ୍ତି; କୌଣସି ମୂଲ୍ୟବାନ ଦ୍ରବ୍ୟ ନଷ୍ଟ ହୋଇଯିବାର ସମ୍ଭାବନା ରହିଛି; କର୍ମକ୍ଷେତ୍ରରେ ଅଧସ୍ତନ କର୍ମଚାରୀ ଆପଣଙ୍କୁ ହଇରାଣରେ ପକେଇପାରନ୍ତି; ବ୍ୟାପାରରେ ବାଧା ଉପୁଜିପାରେ; ପରିବାରରେ ସାମାନ୍ୟ କଥାକୁ ନେଇ ଅଶାନ୍ତିର ବାତାବରଣ ଦେଖାଦେଇପାରେ

ମିଥୁନ – ଆଜି ଦୀର୍ଘଦିନର ଅଟକିଥିବା କାର୍ଯ୍ୟ ପୂର୍ଣ୍ଣ ହୋଇପାରେ; ଛାତ୍ରଛାତ୍ରୀମାନେ ପ୍ରତିଯୋଗିତା ମୂଳକ କାର୍ଯ୍ୟରେ ସୁଫଳ ପାଇପାରନ୍ତି; କାର୍ଯ୍ୟକ୍ଷେତ୍ରରେ ବୋନସ ମିଳିପାରେ; ବ୍ୟାପାରରେ ଅର୍ଥଲାଭ ହୋଇପାରେ; ପରିବାରରେ କୌଣସି ମାଙ୍ଗଳିକ କାର୍ଯ୍ୟ ଆୟୋଜନର ସୂଚନା ମିଳୁଛି

କର୍କଟ – ଆଜି ଅକସ୍ମାତ ଅର୍ଥହାନି ହୋଇପାରେ; ଛାତ୍ରଛାତ୍ରୀମାନେ ବିଦ୍ୟାରେ ଅଧୋଗତି ପାଇପାରନ୍ତି; କର୍ମକ୍ଷେତ୍ରରେ ଅଧସ୍ତନ କର୍ମଚାରୀଙ୍କ ହେତୁ ସମାଲୋଚନା ମିଳିପାରେ; ବ୍ୟାପାରରେ ପ୍ରତିବନ୍ଧକ ଆସିପାରେ; ପରିବାରରେ ବୟୋଜ୍ୟେଷ୍ଠଙ୍କ ସ୍ୱାସ୍ଥ୍ୟ ସମସ୍ୟା ଚିନ୍ତାର କାରଣ ହୋଇପାରେ

ସିଂହ – ଆଜି ଶାରୀରିକ ସୁସ୍ଥତା ଦେଖାଦେଇପାରେ; ବିବାହ ଦିଗରେ ଖୋଜୁଥିବା ପାତ୍ର ବା ପାତ୍ରୀ ଙ୍କୁ ଉପଯୁକ୍ତ ଜୀବନସାଥୀ ମିଳିପାରେ; କର୍ମକ୍ଷେତ୍ରରେ ନୂତନ ଦାୟିତ୍ୱ ମିଳିପାରେ; ବେପାରରେ ନୂତନ ଯୋଜନା କାର୍ଯ୍ୟକାରୀ କରେଇଲେ ଲାଭବାନ ହୋଇପାରନ୍ତି; ପରିବାରରେ ହର୍ଷୋଲ୍ଲାସ ଦେଖାଦେଇପାରେ

କନ୍ୟା – ଆଜି ଶତ୍ରୁମାନେ ସକ୍ରିୟ ହୋଇପାରନ୍ତି; ବନ୍ଧୁ ସହଯୋଗ ପାଇଁ ହାତ ବଢ଼େଇ ଶେଷକୁ ମନା କରିପାରନ୍ତି; କର୍ମକ୍ଷେତ୍ରରେ ଉଚ୍ଚାଧିକାରୀଙ୍କ ସହ ବଚସା ହୋଇପାରେ; ବ୍ୟାପାରରେ ହାନି ହୋଇପାରେ; ପରିବାରରେ ସନ୍ତାନଙ୍କ ବିଦ୍ୟା ସମସ୍ୟା ଚିନ୍ତାର କାରଣ ହୋଇପାରେ

ତୁଳା – ଆଜି ସୁଖ-ସମୃଦ୍ଧି, ଯଶ-ମାନ-ସମ୍ମାନ ବୃଦ୍ଧି ପାଇପାରେ; ଧାର୍ମିକ କାର୍ଯ୍ୟ ଯେପରି ପୂଜାପାଠ, ସତ୍ସଂଗରେ ରୁଚି ବଢିପାରେ; ଛାତ୍ରଛାତ୍ରୀ ମାନେ ଶିକ୍ଷାକ୍ଷେତ୍ର, ପ୍ରତିଯୋଗିତା ମୂଳକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇପାରନ୍ତି; କାର୍ଯ୍ୟକ୍ଷେତ୍ରରେ କିନ୍ତୁ ସ୍ଥାନାନ୍ତରିତ ହୋଇପାରନ୍ତି; ବ୍ୟାପାରରେ ଉନ୍ନତି-ପ୍ରଗତି ଦେଖାଦେଇପାରେ; ପରିବାରବର୍ଗ ସହ ମିଶି ମାଙ୍ଗଳିକ କାର୍ଯ୍ୟରେ ଯୋଗଦାନ କରିପାରନ୍ତି

ବିଛା – ଆଜି କୌଣସି ଠକାମୀରେ ପଡିଯାଇପାରନ୍ତି; ଶାରୀରିକ ଅସୁସ୍ଥ ହଠାତ ଯେପରି ଜ୍ୱର, ମୁଣ୍ଡ ବିନ୍ଧା ହୋଇପାରେ; କାର୍ଯ୍ୟକ୍ଷେତ୍ରରେ ଜରୁରୀ ଦସ୍ତାବିଜ ଅତି ସାବଧାନତାର ସହ ରଖନ୍ତୁ; ବ୍ୟାପାରରେ ସହଯୋଗୀଙ୍କ ସହ ମତଭେଦ ହୋଇପାରେ; ପରିବାରରେ ସାମାନ୍ୟ କଥାକୁ ନେଇ ବାକ-ବିତଣ୍ଡା ହୋଇପାରେ

ଧନୁ – ଆଜି ଆୟବ୍ୟୟ ସମାନ ରହିପାରେ; ଦାନଧର୍ମ କରି ସୁଖୀ ହୋଇପାରନ୍ତି; କର୍ମକ୍ଷେତ୍ରରେ ଉଚ୍ଚାଧିକାରୀଙ୍କ ସହ ଜରୁରୀ ବୈଠକରେ ବ୍ୟସ୍ତ ରହିପାରନ୍ତି; ବ୍ୟାପାରରେ ବୁଡ଼ିଯାଉଥିବା ଅର୍ଥ ମିଳିପାରେ; ଗୃହକୁ କୌଣସି ଅତିଥି ଆସିବାର ସୂଚନା ମିଳୁଛି

ମକର – ଆଜି ଆୟ ଅପେକ୍ଷା ବ୍ୟୟ ଅଧିକ ହେବାରୁ ମାନସିକ ଅଶାନ୍ତ ରହିପାରନ୍ତି; ମହିଳାମାନେ ଶଶୁରାଳୟ ତରଫରୁ ନିନ୍ଦିତ ହୋଇପାରନ୍ତି; କାର୍ଯ୍ୟକ୍ଷେତ୍ରରେ ଉଚ୍ଚାଧିକାରୀଙ୍କ ଅସନ୍ତୋଷର ଶିକାର ହୋଇପାରନ୍ତି; ବ୍ୟାପାରରେ କ୍ଷତି ସହିପାରନ୍ତି; ପରିବାରରେ ସନ୍ତାନସନ୍ତତିଙ୍କ କଷ୍ଟ ପାଇଁ ଚିନ୍ତାରେ ରହିପାରନ୍ତି

କୁମ୍ଭ – ଆଜି ମାନସିକ ଚିନ୍ତାମୁକ୍ତ ହୋଇପାରନ୍ତି; ଛାତ୍ରଛାତ୍ରୀମାନେ ଉଚ୍ଚଶିକ୍ଷାରେ ଆଗ୍ରହୀ ହୋଇପାରନ୍ତି; କର୍ମକ୍ଷେତ୍ରରେ ଉଚ୍ଚାଧିକାରୀଙ୍କ ପ୍ରଶଂସା ମିଳିପାରେ; ବ୍ୟାପାରରେ ଦୀର୍ଘଦିନର ଆଶା ଓ ଆକାଂକ୍ଷା ପୂର୍ଣ୍ଣ ହୋଇପାରେ; ପରିବାରରେ ଆପୋଷ ବୁଝାମଣା ହେତୁ ସମସ୍ୟା ଦୂର ହୋଇପାରେ

ମୀନ – ଆଜି ଅର୍ଥହାନୀ ହୋଇପାରେ; ଶତ୍ରୁମାନେ ଗୁପ୍ତଚକ୍ରାନ୍ତ କରି କ୍ଷତି କରାଇପାରନ୍ତି; କାର୍ଯ୍ୟକ୍ଷେତ୍ରରେ ସହକର୍ମୀଙ୍କୁ ବିଶ୍ୱାସ କରି ହଇରାଣରେ ପଡିପାରନ୍ତି; ବ୍ୟାପାରରେ ବାଧା-ବିଘ୍ନ ଦେଇ ଗତିକରିପାରନ୍ତି; ପାରିବାରିକ ଅଶାନ୍ତି ଦେଖାଦେଇପାରେ

LEAVE A REPLY

Please enter your comment!
Please enter your name here