ସୂର୍ଯ୍ୟୋଦୟ – ପ୍ରାଘ ୬I୧୭I୪୮ ଗତେ
ସୂର୍ଯ୍ୟାସ୍ଥ – ସଂଘ ୫I୪୩I୫୪ଗତେ
ମେଷ – ଆଜି ପୂର୍ବରୁ ଅର୍ଜିତ ଅନୁଭୂତି କାର୍ଯ୍ୟରେ ଲାଗିପାରେ | ପ୍ରିୟବନ୍ଧୁ ସହ ସମ୍ପର୍କ ଭଲ ରହିବା ସହ ମଉଜ ମଜଲିଶ, ମନୋରଞ୍ଜନରେ ସମୟ ବିତିପାରେ | ଯଶବାନ, କୀର୍ତ୍ତିବାନ ହୋଇପାରନ୍ତି |  କାର୍ଯ୍ୟକ୍ଷେତ୍ରରେ ପ୍ରସଂଶିତ ହୋଇପାରନ୍ତି | ବ୍ୟବସାୟରେ କୌଣସି ନୂଆ ଫାଇଦା ପାଇଁ ଚୁକ୍ତିନାମା କରିପାରନ୍ତି | ପାରିବାରିକ ସୁଖ ମିଳିପାରେ |
ବୃଷ – ଆଜି ଆର୍ଥିକ ସ୍ଥିତିରେ ଉନ୍ନତି ହୋଇପାରେ | ଆଜି କୌଣସି ମିଥ୍ୟା ଗୁଜବ ଆପଣଙ୍କ ମନକୁ ଆନ୍ଦୋଳିତ କରିପାରେ | ଯାନବାହାନ ସୁଖ ପ୍ରାପ୍ତି ହେବ | କାର୍ଯ୍ୟକ୍ଷେତ୍ରରେ ଭଲ କାର୍ଯ୍ୟ କଲେ ମଧ୍ୟ ଉଚ୍ଚାଧିକାରୀ ଙ୍କଠାରୁ ଅପବାଦ ଶୁଣିବାକୁ ମିଳିପାରେ | ବ୍ୟବସାୟରେ ଲାଭବାନ ହେବେ | ପରିବାରରେ କୌଣସି ଧାର୍ମିକ କାର୍ଯ୍ୟ ଆଜି ଆୟୋଜନ ହେଇପାରେ |
ମିଥୁନ – ଆଜି ପୁରାତନ ରୋଗରୁ କିଛି ମାତ୍ରାରେ ଆସ୍ୱସ୍ଥି ମିଳିପାରେ | ପ୍ରତିଷ୍ଠିତ ବ୍ୟକ୍ତିଙ୍କ ସହ ମିଶିବା ସହ ଉଚ୍ଚ ସମ୍ମାନ ଲାଭ ହେବାର ସୁଯୋଗ ଦେଖାଯାଉଛି | ବିବାଦୀୟ ଘଟଣାରେ ବିଜୟୀ ହେବେ | କାର୍ଯ୍ୟକ୍ଷେତ୍ରରେ ସଫଳତା ସହ ପଦୋନ୍ନତି ମିଳିବ | ବ୍ୟାପାରରେ ନୂତନ ଯୋଜନାକୁ କାର୍ଯ୍ୟକାରୀ କରିପାରନ୍ତି | ପାରିବାରିକ ସୁଖ-ଶାନ୍ତି ଅବ୍ୟାହତ ରହିପାରେ |
କର୍କଟ- ଆଜି ଧନବାନ ହେଵା ସହ ପ୍ରତ୍ୟେକ କାର୍ଯ୍ୟରେ ସଫଳତା ମାନସିକ ଶାନ୍ତି ଦେଇପାରେ | ନୂତନ ଦ୍ରବ୍ୟ ଲାଭ କରିପାରନ୍ତି | ଜରୁରୀ କାର୍ଯ୍ୟ ମିତ୍ରଙ୍କ ସାହାଯ୍ୟରେ ପୂର୍ଣ୍ଣ ହୋଇପାରେ | କାର୍ଯ୍ୟକ୍ଷେତ୍ରରେ ସହକର୍ମୀଙ୍କ ଆକ୍ରୋଶର ଶିକାର ହେବେ | ବ୍ୟାପାରରେ ନୂତନ ପୁଞ୍ଜିନିବେଶ ଦ୍ୱାରା ଯଥେଷ୍ଟ ଲାଭ ମିଳିପାରେ | ପାରିବାରିକ ମନୋମାଳିନ୍ୟ ଦେଖାଦେବ |
ସିଂହ – ଆଜି ଆୟବୃଦ୍ଧି ହେବା ସହ ସାମାଜିକ କ୍ଷେତ୍ରରେ ଆପଣଙ୍କ ପଦମର୍ଯ୍ୟାଦା ବୃଦ୍ଧି ହୋଇପାରେ | ପ୍ରତି କ୍ଷେତ୍ରରେ ଚିନ୍ତାଧାରା ଉଚ୍ଚ ହେବା ସହ ଉତ୍ତମ ବୁଝାମଣା ଯୋଗୁଁ କାର୍ଯ୍ୟସିଦ୍ଧି ପାଇଁ ଅIଶ୍ଵସ୍ତିଲାଭ କରିବେ | ଧାର୍ମିକ କାର୍ଯ୍ୟରେ ମନୋଯୋଗ ଦେବେ | ଚାକିରୀ କ୍ଷେତ୍ରରେ ପ୍ରୋତ୍ସାହନ ସହ ଆୟବୃଦ୍ଧି ହୋଇପାରେ | ବ୍ୟାପାରରେ ନୂତନ ଚୁକ୍ତି ଦ୍ୱାରା କିଛି ବଡ ସଫଳତା ମିଳିପାରେ | ପାରିବାରିକ ଜୀବନ ସୁଖପ୍ରଦ ହେବ |
କନ୍ୟା – ଆଜି ଖର୍ଚ୍ଚବୃଦ୍ଧି ଯୋଗୁଁ ଅର୍ଥାଭାବର ସୂଚନା ମିଳୁଛି | ନିଜ ବାକ-ଅସଂଯତା ପାଇଁ  କୌଣସି ବିବାଦକୁ ଟାଣି ହୋଇପାରନ୍ତି | ଶୁଣାକଥାକୁ ବିଶ୍ୱାସ କରି ପ୍ରତିକ୍ରିୟାଶୀଳ ହେଲେ ସମ୍ପର୍କରେ ତିକ୍ତତା ଆସିପାରେ | ଚାକିରୀ କ୍ଷେତ୍ରରେ ସହକର୍ମୀଙ୍କର ସାହାଯ୍ୟ ପ୍ରାପ୍ତି ହୋଇପାରେ | ବ୍ୟାପାରରେ ଦୀର୍ଘଦିନର ଯୋଜନା କାର୍ଯ୍ୟକାରୀ ହେବାରୁ ସ୍ୱପ୍ନ ପୂରଣ ହୋଇପାରେ | ପାରିବାରିକ ସଦସ୍ୟ ସହ ଆଜି କୌଣସି ତୀର୍ଥସ୍ଥାନକୁ ଭ୍ରମଣରେ ଯାଇପାରନ୍ତି |
ତୁଳା – ଆଜି ଅର୍ଥପ୍ରାପ୍ତି ହେବା ସହ ବାଦବିବାଦରେ ବିଜୟୀ ହୋଇପାରନ୍ତି | ଦୂରସ୍ଥାନରୁ ସୁସମ୍ବାଦ ମିଳିପାରେ | ନିଜ ବାକ-ଚାତୁରୀ ପାଇଁ ପ୍ରତ୍ୟେକ କ୍ଷେତ୍ରରେ ସୁଫଳ ହୋଇପାରନ୍ତି |କର୍ମକ୍ଷେତ୍ରରେ ଉଚ୍ଚାଧିକାରୀଙ୍କ ସହ ସୁସମ୍ପର୍କ ରହିପାରେ | ବ୍ୟାପାରରେ ଆଗକୁ ବଢିବା ଲାଗି ସୁଅବସର ମିଳିବା ସହ ବିସ୍ତାର ହୋଇପାରେ | ଆଜି କୌଣସି ମାଙ୍ଗଳିକ କାର୍ଯ୍ୟ ପାଇଁ ସପରିବାର ନିମନ୍ତ୍ରଣ ପାଇ ଆୟୋଜନରେ ସାମିଲ ହେବାର ସୁଯୋଗ ମିଳିପାରେ |
ବିଛା – ଆଜି ପ୍ରତ୍ୟେକ କାର୍ଯ୍ୟରେ ସଫଳତା ମିଳିବା ସହ ସିଦ୍ଧିପ୍ରାପ୍ତି ହୋଇପାରେ | ଭବିଷ୍ୟତ ପାଇଁ କିଛି ଗୁରୁତ୍ୱପୂର୍ଣ୍ଣ ନିର୍ଣ୍ଣୟ ନେଇପାରନ୍ତି | ପୂର୍ବରୁ ଉପୁଜିଥିବା ବିବାଦର କିଛି ମାତ୍ରାରେ  ସମାଧାନ ହେବ | କିନ୍ତୁ କାର୍ଯ୍ୟକ୍ଷେତ୍ରରେ ଆଜି ଅଧିକ ପରିଶ୍ରମ କରି ଥକ୍କା ଅନୁଭୂତ କରିପାରନ୍ତି | କିନ୍ତୁ ବ୍ୟାପାରରେ ଦେଖିଚାହିଁ ନୂତନ ଚୁକ୍ତି କରନ୍ତୁ; ନଚେତ ହଇରାଣରେ ପଡିଯିବେ | ପରିବାରରେ ବିବାଦୀୟ ମାମଲାକୁ ନେଇ ମାନସିକ ବ୍ୟସ୍ତତା ବଢିବ |
ଧନୁ – ଆଜି ଭାଗ୍ୟବାନ ହେବା ସହ ଅର୍ଥପ୍ରାପ୍ତିର ସୂଚନା ମିଳୁଛି | ଗୁପ୍ତଶତ୍ରୁ ବିଜୟୀ ହେବେ | ପ୍ରୀତିଭୋଜନ ମିଳିବା ସହ ଧର୍ମକାର୍ଯ୍ୟରେ ସମୟ ଅତିବାହିତ କରିବେ | କାର୍ଯ୍ୟକ୍ଷେତ୍ରରେ ଅଫିସର ଦ୍ୱାରା ଉଚ୍ଚ ପ୍ରସଂଶିତ ହେବେ |  ବ୍ୟାପାରରେ କିଛି ନୂଆ ଚୁକ୍ତି କରିବେ | ପାରିବାରିକ ଆପୋଷ ବୁଝାମଣା ଦ୍ୱାରା କିଛି ଲାଗିରହିଥିବା ବିବାଦର ସମାଧାନ ହେବ |
ମକର – ଆଜି ସ୍ଵାସ୍ଥ୍ୟହାନି ହୋଇପାରେ | ମାଲି ମକଦ୍ଦମା କାର୍ଯ୍ୟରେ ସତର୍କ ରୁହନ୍ତୁ | ଅକସ୍ମାତ ଦୁର୍ଘଟଣାର ଯୋଗ ଥିବାରୁ ସାବଧାନର ସହ ଯାନବାହାନ ଚଲାନ୍ତୁ | କର୍ମକ୍ଷେତ୍ରରେ କିଛି ଜରୁରୀ କାର୍ଯ୍ୟ ପାଇଁ ବାହାରକୁ ଯାତ୍ରା କରିବାକୁ ପଡିପାରେ | ବ୍ୟବସାୟ ଲାଭଜନକ ହୋଇପାରେ | ପାରିବାରିକ ଜୀବନ ଝଡଝଂଝା ଦେଇ ଗତି କରିପାରେ |
କୁମ୍ଭ – ଆଜି ଆର୍ଥିକ ସ୍ଥିତିରେ ସୁଧାର ଆସିବା ସହ ବନ୍ଧୁ ଗହଣରେ ଆମୋଦପ୍ରମୋଦରେ ଦିନଟି କଟିପାରେ | ଆପଣଙ୍କ କଳ୍ପନା ଶକ୍ତି ଦ୍ୱାରା ଦୀର୍ଘଦିନର ଆଶା ପୂରଣ ହୋଇପାରେ | ସାହିତ୍ୟ, କଳା, ତର୍କ, ବୌଦ୍ଧିକ ଚର୍ଚ୍ଚାରେ ସୁଫଳ ମିଳିପାରେ | ଚାକିରୀରେ ନିଜର ତତ୍ପରତା ଦ୍ୱାରା କାର୍ଯ୍ୟକ୍ଷେତ୍ର ଉଜ୍ୱଳମୟ ହୋଇପାରେ | ବ୍ୟାପାରରେ ବୁଡ଼ିଯାଉଥିବା ଅର୍ଥପ୍ରାପ୍ତି ହୋଇପାରେ | ପରିବାରର ସଦସ୍ୟ ସହ କୌଣସି ବଣଭୋଜି ଆୟୋଜନର ମଉକା ମିଳିପାରେ |
ମୀନ – ଆଜି କାର୍ଯ୍ୟରେ ବାଧା ଆସିବାରୁ ମାନସିକ ଅବସାଦ ଦେଖାଦେଇପାରେ | ମହତ୍ୱପୂର୍ଣ୍ଣ ଲୋକଙ୍କ ସହ କଥାବାର୍ତ୍ତା ବେଳେ କ୍ରୋଧ ଉପରେ ନିୟନ୍ତ୍ରଣ କରନ୍ତୁ | କୌଣସି କାରଣରୁ ଭୟଭୀତ ହେଲେ ମଧ୍ୟ ଆଜି ନିଜର ସାହାସିକତା ଦ୍ୱାରା ପରିସ୍ଥିତିର ମୁକାବିଲା କରିବେ | କାର୍ଯ୍ୟକ୍ଷେତ୍ରରେ ଉଚ୍ଚାଧିକାରୀଙ୍କ ଠାରୁ ନିନ୍ଦା ଅପବାଦ ମିଳିପାରେ | ବ୍ୟାପାରରେ ପୁଞ୍ଜିନିବେଶ ଦ୍ୱାରା ଅର୍ଥ ବୁଡି ଯାଇପାରେ | ପାରିବାରିକ ଜୀବନ ହର୍ଷୋଲ୍ଲାସରେ ବିତିପାରେ |
ବାର ଓ କାଳବେଳା – ଦିଘ ୨I୫୩ ଗତେ ଦିଘ ୧୧I୫୫ ମଧ୍ୟେ | କାଳରାତ୍ରି – ରାଘ ୧୨I୦ ଗତେ ରାଘ ୧I୩୪ ମଧ୍ୟେ | ଅମୃତବେଳା – ଦିବା ୮I୩୪ ମଧ୍ୟେ ଦିବା ୧୦I୫୨ ଗତେ ଦିଘ ୧I୧୦ ମଧ୍ୟେ ଦିଘ ୪I୧୩ ଗତେ ସଂଘ ୫I୪୫ ମଧ୍ୟେ ରାଘ ୯I୫ ଗତେ ରାଘ ୯I୫୫ ମଧ୍ୟେ ରାଘ ୧I୧୫ ଗତେ ରାଘ ୨I୫୬ ମଧ୍ୟେ ରାଘ ୪I୩୬ ଗତେ ନିଘ ୬I୧୫ ମଧ୍ୟେ | ମIହେନ୍ଦ୍ରବେଳା – ରାଘ ୭I୨୫ ଗତେ ରାଘ ୯I୫ ମଧ୍ୟେ  |

LEAVE A REPLY

Please enter your comment!
Please enter your name here