ମେଷ – ଆଜି ଦୀର୍ଘଦିନର ଆକାଂକ୍ଷା ପୂର୍ଣ୍ଣ ହେବାରୁ ମନ ପ୍ରଫୁଲ୍ଲ ରହିପାରେ; ଆଧ୍ୟାତ୍ମିକ ଦିଗ ଯଥା ପୂଜା ପାଠରେ ରୁଚି ବଢିପାରେ; କାର୍ଯ୍ୟକ୍ଷେତ୍ରରେ ଉଚ୍ଚାଧିକାରୀଙ୍କ ସହ କୌଣସି ଜରୁରୀ ଆଲୋଚନା ହୋଇପାରେ; ବ୍ୟପାର ବିସ୍ତାର ହୋଇପାରେ; ପରିବାରରେ ଆତ୍ମୀୟସ୍ୱଜନଙ୍କ ସହ ଘରେ ମନୋରଞ୍ଜନରେ ସମୟ ଅତିବାହିତ କରିପାରନ୍ତି
ବୃଷ – ଆଜି ନିଜର ବାକ-ଅନିୟନ୍ତ୍ରିତା ହେତୁ କଳହର ପରିସ୍ଥିତି ସୃଷ୍ଟି ହୋଇପାରେ; ଘରୁ ବାହାରକୁ ଗଲେ ଚୋରି ବା ଦ୍ରଵ୍ୟହାନି ହେବାର ସମ୍ଭାବନା ରହିଛି; କାର୍ଯ୍ୟକ୍ଷେତ୍ରରେ ଏକାଗ୍ରତାର ଅଭାବ ହେତୁ ଉଚ୍ଚାଧିକାରୀଙ୍କ ଆକ୍ରୋଶର ଶିକାର ହୋଇପାରନ୍ତି; ବ୍ୟାପାରରେ ସହଯୋଗୀଙ୍କ କାର୍ଯ୍ୟକୁ ନେଇ ଆପତ୍ତି ରହିବାରୁ ମତଭେଦ ହୋଇପାରେ; ପରିବାରରେ ସାମାନ୍ୟ କଥାକୁ ନେଇ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇପାରେ
ମିଥୁନ – ଆଜି ନିଜ ବାକ ଶୈଳୀ ହେତୁ ସମ୍ମାନିତ ହୋଇପାରନ୍ତି; ଦୀର୍ଘଦିନର ବିବାଦର ଅବସାନ ବନ୍ଧୁ ସହାୟତାରେ ହୋଇପାରେ; କାର୍ଯ୍ୟକ୍ଷେତ୍ରରେ ଉଚ୍ଚାଧିକାରୀଙ୍କ ପ୍ରୋତ୍ସାହନ ଯୋଗୁଁ ଆୟବୃଦ୍ଧି ହୋଇପାରେ; ବ୍ୟାପାରରେ ନିଜ ଯୋଜନା କାର୍ଯ୍ୟକାରୀ କରେଇ ଲାଭବାନ ହୋଇପାରନ୍ତି; ପରିବାରରେ ସୁଖ-ଶାନ୍ତିର ବାତାବରଣ ଅନୁଭୂତ ହୋଇପାରେ
କର୍କଟ – ଆଜି ନକାରାତ୍ମକ ବିଚାର ମନରେ ଆସିବାରୁ ମାନସିକ ବ୍ୟାକୁଳ ରହିପାରନ୍ତି; କୌଣସି ଅପରଚିତ ବ୍ୟକ୍ତିଙ୍କ ପାଇଁ ଠକାମିର ଶିକାର ହୋଇପାରନ୍ତି; କାର୍ଯ୍ୟକ୍ଷେତ୍ରରେ ଉଚ୍ଚାଧିକାରୀଙ୍କ ସହ ଯୁକ୍ତି-ତର୍କ ହୋଇପାରେ; ବ୍ୟାପାର ସମ୍ବଧୀୟ କାର୍ଯ୍ୟ ପାଇଁ ନୂତନ ଵ୍ୟାପାରୀଙ୍କ ପ୍ରଭାବରେ ଆସି ଠକାମିର ଶିକାର ହୋଇପାରନ୍ତି; ପରିବାରରେ ସନ୍ତାନଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ରହିପାରନ୍ତି
ସିଂହ – ଆଜି ଦୀର୍ଘଦିନର ଆର୍ଥିକ ସ୍ତିତିରେ ସୁଧାର ଆସିପାରେ; ଦୂରସ୍ଥାନରୁ ସୁସମ୍ବାଦ ମିଳିପାରେ; କାର୍ଯ୍ୟକ୍ଷେତ୍ରରେ ସହକର୍ମୀଙ୍କ ସହ ସୁ-ସମ୍ପର୍କ ସ୍ଥାପନ ହୋଇପାରେ; ବ୍ୟାପାରରେ ଦୀର୍ଘଦିନର ଆଶା ପୂର୍ଣ୍ଣ ହେବାରୁ ଲାଭପ୍ରାପ୍ତି ହୋଇପାରେ; ପରିବାରରେ ହର୍ଷୋଲ୍ଲାସ ବାତାବରଣ ଦେଖାଦେଇପାରେ
କନ୍ୟା – ଆଜି ପରିଶ୍ରମ ଅନୁସାରେ କମ ଫଳ ମିଳିବାରୁ ନିରାଶ ହୋଇପାରନ୍ତି; ପଡୋଶୀଙ୍କ ଦ୍ୱାରା ଅପବାଦର ଶିକାର ହୋଇପାରନ୍ତି; କାର୍ଯ୍ୟକ୍ଷେତ୍ରରେ କାର୍ଯ୍ୟଭାରରେ ବୃଦ୍ଧି ହେବାରୁ ଅସୁସ୍ଥତା ଦେଖାଦେଇପାରେ; ବ୍ୟାପାରରେ କଟୁବାକ୍ୟ କହିବାରୁ ଗ୍ରାହକ ଅସନ୍ତୁଷ୍ଟ ରହିପରନ୍ତି; ପରିବାରରେ ସାମାନ୍ୟ କଥାକୁ ନେଇ ସମ୍ପର୍କହାନି ହୋଇପାରେ
ତୁଳା – ଆଜି ମାନସିକ ପ୍ରସନ୍ନତା ଦେଖାଦେଇପାରେ; ବନ୍ଧୁପରିଜନଙ୍କ ସହ ବାର୍ତାଳାପରେ ସମୟ କାଟିପାରନ୍ତି; କାର୍ଯ୍ୟକ୍ଷେତ୍ରରେ ନୂତନ ଦାୟିତ୍ୱ ମିଳିପାରେ; ବ୍ୟାପାରରେ ସହଯୋଗୀଙ୍କ ସହ ନୂତନ ଯୋଜନା ଆପଣେଇ ଲାଭବାନ ହୋଇପାରନ୍ତି; ପରିବାରରେ କୌଣସି ମାଙ୍ଗଳିକ କାର୍ଯ୍ୟର ଆୟୋଜନ ହେତୁ ପ୍ରସ୍ତୁତି ତଥା ବନ୍ଧୁ ଘର ସହ ଯୋଗାଯୋଗ ହୋଇପାରେ
ବିଛା – ଆଜି ହଠାତ ଶାରୀରିକ ଅସୁସ୍ଥ ହୋଇପଡ଼ିବାରୁ ବ୍ୟସ୍ତବିବ୍ରତ ହୋଇପାରନ୍ତି; ପୁରାତନ ବନ୍ଧୁଙ୍କ ସହ ଭୁଲବୁଝାମଣା ହେତୁ ସମ୍ପର୍କହାନି ହୋଇପାରେ; କାର୍ଯ୍ୟକ୍ଷେତ୍ରରେ ସହକର୍ମୀଙ୍କ ଚକ୍ରାନ୍ତର ଶିକାର ହୋଇପାରନ୍ତି; ବ୍ୟାପାରରେ ନିଜ ଦୁରଦୃଷ୍ଟି ଅଭାବରୁ ହାନି ହୋଇପାରେ; ପରିବାରରେ ବୟୋଜ୍ୟେଷ୍ଠଙ୍କ ସ୍ୱାସ୍ଥ୍ୟ ସମସ୍ୟାକୁ ନେଇ ଖର୍ଚ୍ଚାନ୍ତ ହୋଇପାରନ୍ତି
ଧନୁ – ଆଜି କୌଣସି ପରୋପକାର କାର୍ଯ୍ୟ କରିବାରୁ ମାନ-ସମ୍ମାନ ପ୍ରାପ୍ତି ହୋଇପାରେ; ମିତ୍ରଙ୍କ ସାହାଯ୍ୟ ନେଇ କୌଣସି ବିବାଦୀୟ ପରିସ୍ଥିତିକୁ ଖୁବ ସହଜରେ ମୁକାବିଲା କରିପାରନ୍ତି; କାର୍ଯ୍ୟକ୍ଷେତ୍ରରେ ପଦୋନ୍ନତି ମିଳିପାରେ; ବେପାରରେ ନୂତନ ଚୁକ୍ତି କରି ଲାଭବାନ ହୋଇପାରନ୍ତି; ପରିବାରରେ ସୁଖ-ଶାନ୍ତିରେ ସମୟ ବିତିପାରେ
ମକର – ଆଜି ଅଯଥା ମାନସିକ ଦୁଶ୍ଚିନ୍ତା ଘାରିପାରେ; ବାଣୀ ଓ ବ୍ୟବହାରରେ ସଂଯମତା ନ ଆଣିବାରୁ ବିବାଦରେ ଫସିଯାଇପାରନ୍ତି; କାର୍ଯ୍ୟକ୍ଷେତ୍ରରେ ଅଧସ୍ତନ କର୍ମଚାରୀଙ୍କ ହେତୁ ହଇରାଣରେ ପଡିପାରନ୍ତି; ବେପାରରେ ନୂତନ ପୁଞ୍ଜିନିବେଶ ହେତୁ ଅର୍ଥ ଯୋଗାଡ଼ କରି ନ ପରି ନିରାଶ ହୋଇପାରନ୍ତି; ପରିବାରରେ ସନ୍ତାନଙ୍କ ବିଦ୍ୟା ଅଧୋଗତି ନେଇ ଦୁଃଖିତ ହୋଇପାରନ୍ତି
କୁମ୍ଭ – ଆଜି ଦୀର୍ଘଦିନର କରଜ ପରିଶୋଧ କରି ଆସ୍ୱସ୍ଥି ଲାଭ କରିପାରନ୍ତି; ନିଜ ବାକ-ଚାତୁରୀ ଦ୍ୱାରା ନୂତନ ମିତ୍ରତା ସ୍ଥାପନ ସହ କାର୍ଯ୍ୟ ହାସଲ କରେଇପାରନ୍ତି; କିନ୍ତୁ କାର୍ଯ୍ୟକ୍ଷେତ୍ରରେ ସ୍ଥାନାନ୍ତରଣ ହୋଇପାରେ; ବ୍ୟାପାରରେ ବୁଡ଼ିଯାଉଥିବା ଅର୍ଥ ଫେରି ପରିପାରନ୍ତି; ପରିବାରରେ ଦୂରସ୍ଥାନରେ ଥିବା ସ୍ୱଜନଙ୍କ ଠାରୁ କୌଣସି ସୁସମ୍ବାଦ ପାଇବାରୁ ଆତ୍ମସନ୍ତୋଷ ଲାଭ କରିପାରନ୍ତି
ମୀନ – ଆଜି ଜରୁରୀ କାର୍ଯ୍ୟ ଅଟକିବାରୁ ମନ ଭାରାକ୍ରାନ୍ତ ରହିପାରେ; ଘରୁ ବାହାରକୁ ଗଲେ ଅସୁସ୍ଥ ହୋଇପାରନ୍ତି; କାର୍ଯ୍ୟକ୍ଷେତ୍ରରେ ନିଜ ଅଳସୁଆମୀ ହେତୁ ଉଚ୍ଚାଧିକାରୀଙ୍କ ନିନ୍ଦା ଶୁଣିବାକୁ ମିଳିପାରେ; ବ୍ୟାପାରରେ ନୂତନ ନିବେଶ ହେତୁ ଅର୍ଥ ବୁଡ଼ିଯାଇପାରେ; ପରିବାରବର୍ଗ ସହ ସାମାନ୍ୟ କଥାକୁ ନେଇ ବିବାଦ ହୋଇପାରେ

LEAVE A REPLY

Please enter your comment!
Please enter your name here