ମେଷ – ଆଜି ମାନସିକ ଦୁଶ୍ଚିନ୍ତା ଓ ଶାରୀରିକ ଅସୁସ୍ଥତା ଦେଖାଦେଇପାରେ | କୌଣସି ଧାର୍ମିକ କାର୍ଯ୍ୟ ଆୟୋଜନରେ ଖର୍ଚ୍ଚାନ୍ତ ହୋଇପାରନ୍ତି | ଅଯଥା କଥାରେ ମୁଣ୍ଡ ପୁରାନ୍ତୁ ନାହିଁ; ନଚେତ ବିବାଦରେ ଫସିଯିବେ | କାର୍ଯ୍ୟକ୍ଷେତ୍ରରେ ଏକାଗ୍ରତା କମ ରହିବାରୁ ଉଚ୍ଚସ୍ଥ ଅଧିକାରୀଙ୍କ ଦ୍ୱାରା ସମାଲୋଚିତ ହେବେ | ବ୍ୟାପାରରେ ନୂତନ ପୁଞ୍ଜିନିବେଶରୁ ଦୂରେଇ ରୁହନ୍ତୁ | ପରିବାର ସଦସ୍ୟ ମଧ୍ୟରେ ମନୋମାଳିନ୍ୟ ଦେଖାଦେବ |
ବୃଷ – ଆଜି ଶାରୀରିକ କଷ୍ଟ ଅନୁଭୂତ ହୋଇପାରେ | ବାଣୀରେ ନିୟନ୍ତ୍ରଣ କରିନପାରିବାରୁ ଅପଦସ୍ତ ହୋଇପାରନ୍ତି | ହଠାତ ଅସୁସ୍ଥ କିମ୍ବା ଦୁର୍ଘଟଣାର ସମ୍ମୁଖୀନ ହୋଇପାରନ୍ତି | କାର୍ଯ୍ୟକ୍ଷେତ୍ରରେ ନିଜର ଅଳସୁଆମୀ ଯୋଗୁଁ ଜରୁରୀ ଦସ୍ତାବିଜରେ ଭୁଲ ଭଟକା ହୋଇପାରେ | ବ୍ୟାପାରରେ ହାନି ହୋଇପାରେ | ପରିବାରରେ କୌଣସି ସାମାନ୍ୟ କଥାକୁ ନେଇ କଳହ ହୋଇପାରେ |
ମିଥୁନ – ଆଜି ମାନସିକ ଓ ଶାରୀରିକ ସୁସ୍ଥତା ଅନୁଭବ କରିପାରନ୍ତି | ଆଧ୍ୟାତ୍ମ୍ୟ ଦିଗରେ ମନୋନିବେଶ କରିବେ | ମିତ୍ର ସ୍ୱଜନଙ୍କ ଠାରୁ କିଛି ଉପହାର ମିଳିପାରେ | କାର୍ଯ୍ୟକ୍ଷେତ୍ରରେ ନିଜ ଉଚ୍ଚକୋଟିର କାର୍ଯ୍ୟଶୈଳୀ ପାଇଁ ଉଚ୍ଚାଧିକାରୀଙ୍କ ପ୍ରଶଂସାଭାଜନ ହେବେ | ବ୍ୟାପାରରେ ଲାଭ ମିଳିପାରେ | ପରିବାରବର୍ଗ ସହ ରମଣୀୟ ସ୍ଥାନକୁ ପରିଭ୍ରମଣରେ ଯିବା ସହ ସୁସ୍ୱାଦୁ ଭୋଜନର ଆନନ୍ଦ ଉଠେଇପାରନ୍ତି |
କର୍କଟ – ଆଜି ଅଯଥା ଚିନ୍ତା ଦ୍ୱାରା ମନ ଅଶାନ୍ତ ରହିପାରେ | ଅକସ୍ମାତ ଧନହାନି ହୋଇପାରେ | ବିନା କାରଣରେ ପଡୋଶୀ ସହ ବାଦବିବାଦରେ ପଡିଯାଇପାରନ୍ତି | କାର୍ଯ୍ୟକ୍ଷେତ୍ରରେ ଜରୁରୀ ଦସ୍ତାବିଜରେ ସାବଧାନତାର ସହ କାର୍ଯ୍ୟ କରନ୍ତୁ | ବ୍ୟାପାରରେ ଦିନଟି ମଧ୍ୟମ ରହିବ | ପରିବାରରେ ମନୋମାଳିନ୍ୟ ଦେଖା ଦେଇପାରେ |
ସିଂହ – ଆଜି ଖର୍ଚ୍ଚଭାର ବଢ଼ିଯାଇପାରେ | ଅଯଥା ଆଲୋଚନାରୁ ନିବୃତ ରୁହନ୍ତୁ; ନଚେତ ବିବାଦୀୟ ପରିସ୍ଥିତିରେ ପଡିଯିବେ | ସାମାଜିକ ସ୍ତରରେ ନିନ୍ଦା ଶୁଣିବାକୁ ମିଳିପାରେ | କାର୍ଯ୍ୟକ୍ଷେତ୍ରରେ ଉଚ୍ଚାଧିକାରୀ ସହ ବାକ-ବିତଣ୍ଡା ହୋଇପାରେ | ବ୍ୟାପାରରେ ନୂତନ ପୁଞ୍ଜିନିବେଶ କ୍ଷତି କରାଇପାରେ | ପରିବାରରେ ସନ୍ତାନଙ୍କ ବିଦ୍ୟା ସମସ୍ୟାକୁ ନେଇ ଚିନ୍ତିତ ରହିବେ |
କନ୍ୟା – ଆଜି ସାମାଜିକ ମାନ-ସମ୍ମାନ ମିଳିପାରେ | ଆଧ୍ୟାତ୍ମ୍ୟ ଦିଗରେ ରୁଚି ବଢିପାରେ | ଦୀର୍ଘଦିନର ଆଶା ଅଭିଳାଷ ପୂର୍ଣ୍ଣ ହେବ | କାର୍ଯ୍ୟକ୍ଷେତ୍ରରେ କାର୍ଯ୍ୟଭାର ବଢିବ | ବ୍ୟାପାରରେ ସହଯୋଗୀଙ୍କ ଅତ୍ୟଧିକ ହସ୍ତକ୍ଷେପ ଯୋଗୁଁ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇପାରେ | ପରିବାରରେ ହର୍ଷୋଲ୍ଲାସରେ ସମୟ ବିତିପାରେ |
ତୁଳା – ଆଜି ବନ୍ଧୁଙ୍କ ସହ ବୁଲାବୁଲି, ମଉଜ ମଜଲିଶରେ ସମୟ କାଟିବେ | ନିଜ କଥାକହିବା ଶୈଳୀ ଦ୍ୱାରା ନୂତନ ସମ୍ପର୍କ ସ୍ଥାପନ କରିପାରନ୍ତି | ଦୀର୍ଘଦିନ ଧରି ଅଟକିଥିବା କାର୍ଯ୍ୟ ସମ୍ପୂର୍ଣ୍ଣ ହେବାରୁ ମନ ଉତ୍ସାହିତ ରହିପାରେ | କାର୍ଯ୍ୟକ୍ଷେତ୍ରରେ ନିଜ କାର୍ଯ୍ୟଶୈଳୀ ଯୋଗୁଁ ପ୍ରସଂଶିତ ହୋଇପାରନ୍ତି | ବ୍ୟାପାରରେ ନୂତନ ପୁଞ୍ଜିନିବେଶ ଲାଭବାନ କରାଇବ | ପରିବାରରେ ସନ୍ତାନକୁ ନେଇ ଖୁସି ଖବର ପାଇ ମନ ପ୍ରଫୁଲ୍ଲିତ ରହିପାରେ |
ବିଛା – ଆଜି ଥକ୍କା ଓ ଆଳସ୍ୟ ଯୋଗୁଁ ଉତ୍ସାହ କମିଯାଇପାରେ | ଆଜି ନୂତନ କାର୍ଯ୍ୟ କିମ୍ବା ଗୁରୁତ୍ୱପୂର୍ଣ୍ଣ ନିର୍ଣ୍ଣୟ ନିଅନ୍ତୁ ନାହିଁ | ହଠାତ ଶାରୀରିକ ଅସୁସ୍ଥ ଯେପରି ଜ୍ୱର, ଥଣ୍ଡା ଜନିତ ସମସ୍ୟାରେ ଆକ୍ରାନ୍ତ ହୋଇପଡିବେ | କାର୍ଯ୍ୟକ୍ଷେତ୍ରରେ ଉଚ୍ଚାଧିକାରୀଙ୍କ ସମାଲୋଚନାର ଶିକାର ହୋଇପାରନ୍ତି | ବ୍ୟାପାରରେ ପ୍ରତିକୂଳ ପରିସ୍ଥିତି ସୃଷ୍ଟି ହେବ | ପରିବାରରେ କୌଣସି ବୟୋଜ୍ୟେଷ୍ଠ ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟ ସମସ୍ୟା ପାଇଁ ଖର୍ଚ୍ଚାନ୍ତ ହୋଇପାରନ୍ତି |
ଧନୁ – ଆଜି ନିରର୍ଥକ ଚର୍ଚ୍ଚାରୁ ଦୂରେଇ ରୁହନ୍ତୁ; ନଚେତ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇପାରେ | ସାମାଜିକ ଯଶ, ମାନ-ସମ୍ମାନରେ ହାନି ହୋଇପାରେ | ମାଲି-ମକଦ୍ଦମା କାର୍ଯ୍ୟରେ ଅସଫଳ ହୋଇପାରନ୍ତି | କାର୍ଯ୍ୟକ୍ଷେତ୍ରରେ ଉଚ୍ଚାଧିକାରୀ କିଛି କାରଣ ନଥାଇ ଅଯଥା ସନ୍ଦେହ କରିବାରୁ ତର୍କ-ବିତର୍କ ହୋଇପାରେ | ବ୍ୟାପାରରେ ହାନି ହୋଇପାରେ | ପରିବାରରେ ପତ୍ନୀଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ରହିପାରନ୍ତି |
ମକର – ଆଜି ମାନସିକ ଫୁର୍ତ୍ତି ଓ ଶାରୀରିକ ସୁସ୍ଥତା ଦେଖାଦେଇପାରେ | ଦୂରସ୍ଥାନ ସମ୍ପର୍କୀୟ ଠାରୁ ସୁସମ୍ବାଦ ପାଇ ମନ ଆନନ୍ଦିତ ରହିବ | ଆଧ୍ୟାତ୍ମିକ, ରଚନାତ୍ମକ କାର୍ଯ୍ୟରେ ମନ ବଳାଇବେ | କାର୍ଯ୍ୟକ୍ଷେତ୍ରରେ ନୂତନ ଯୋଜନା କାର୍ଯ୍ୟକାରୀ କରିବା ପାଇଁ ବିଦେଶ ଯାତ୍ରା କରିପାରନ୍ତି | କିନ୍ତୁ ବ୍ୟାପାରରେ ହାନି ହୋଇପାରେ | ପରିବାରରେ ବନ୍ଧୁ ଆଗମନର ସୂଚନା ମିଳୁଛି |
କୁମ୍ଭ – ଆଜି ଖର୍ଚ୍ଚଭାର ବୃଦ୍ଧି ଯୋଗୁଁ ମାନସିକ ଭାରାକ୍ରାନ୍ତ ହୋଇପାରନ୍ତି | ବାଣୀରେ ନିୟଂତ୍ରଣ ରଖନ୍ତୁ; ନଚେତ କଳହର ପରିବେଶ ସୃଷ୍ଟି ହୋଇପାରେ | ଅନୈତିକ କାର୍ଯ୍ୟରୁ ଦୂରେଇ ରୁହନ୍ତୁ | କାର୍ଯ୍ୟକ୍ଷେତ୍ରରେ ସହକର୍ମୀଙ୍କ ସହ ମତଭେଦ ହୋଇପାରେ | ବ୍ୟବସାୟରେ ସହଯୋଗୀଙ୍କ ସହ ଭୁଲବୁଝାମଣା ଯୋଗୁଁ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇପାରେ | ପରିବାରରେ ମନୋମାଳିନ୍ୟ ଦେଖାଦେବ |
ମୀନ – ଆଜି ଶାରୀରିକ ଓ ମାନସିକ ସୁସ୍ଥ ରହିବେ | ମିତ୍ରଙ୍କ ସାହାଯ୍ୟ ଯୋଗୁଁ କୌଣସି ବିବାଦୀୟ ପରିସ୍ଥିତିକୁ ଏଡାଇଯିବେ | ଗୃହକୁ ନୂତନ ସାଜସଜା ସାମଗ୍ରୀ କିଣି ଆଣିପାରନ୍ତି | କାର୍ଯ୍ୟକ୍ଷେତ୍ରରେ ପ୍ରମୋସନ ମିଳିପାରେ | ବ୍ୟାପାରରେ ସହଯୋଗୀଙ୍କ ସହ ନୂତନ ଯୋଜନା କାର୍ଯ୍ୟକାରୀ କରେଇ ଲାଭବାନ ହୋଇପାରନ୍ତି | ପରିବାରରେ ହର୍ଷୋଲ୍ଲାସରେ ସମୟ ବିତିବ |