ମେଷ – ଆଜି ଅନେକ ସମସ୍ୟା ଦେଇ ଗତି କରିପାରନ୍ତି; ଜମିଜମା ବିବାଦରେ ପଡିଯାଇପାରନ୍ତି; କାର୍ଯ୍ୟକ୍ଷେତ୍ରରେ ନିଜ ଅନ୍ୟମନସ୍କତା ହେତୁ ଉଚ୍ଚାଧିକାରୀଙ୍କ ଠାରୁ ନିନ୍ଦା ମିଳିପାରେ; ବ୍ୟାପାରରେ ସହଯୋଗୀଙ୍କ ସହ ବଚସା ହୋଇପାରେ; ପାରିବାରିକ ସମସ୍ୟା ଦେଇ ଗତିକରିପାରନ୍ତି
ବୃଷ – ଆଜି ଦୀର୍ଘଦିନରୁ ଲାଗିରହିଥିବା ସ୍ୱାସ୍ଥ୍ୟ ସମସ୍ୟାର ଅବସାନ ହୋଇପାରେ; କଳା,ସାହିତ୍ୟ ପେସାଦାର ଲୋକଙ୍କ ପାଇଁ ଦିନଟି ଉତ୍ତମ ହୋଇପାରେ; କାର୍ଯ୍ୟକ୍ଷେତ୍ରରେ ନିଜର ଗଠନମୂଳକ କାର୍ଯ୍ୟ ହେତୁ ନୂତନ ଦାୟିତ୍ୱ ମିଳିପାରେ; ବ୍ୟାପାରରେ ଦୀର୍ଘଦିନର ଆଶା ପୂର୍ଣ୍ଣ ହୋଇପାରେ; ପରିବାରରେ ସୁଖ-ଶାନ୍ତି ଅବ୍ୟାହତ ରହିପାରେ
ମିଥୁନ – ଆଜି ବନ୍ଧୁ ସମ୍ପର୍କରେ ତିକ୍ତତା ଆସିପାରେ; ଗୃହକୁ ଆସବାବ କ୍ରୟ କରି ଅଯଥା ଖର୍ଚ୍ଚାନ୍ତ ହୋଇପାରନ୍ତି; କାର୍ଯ୍ୟକ୍ଷେତ୍ରରେ ସହକର୍ମୀଙ୍କ ଇର୍ଷା ହେତୁ ହଇରାଣରେ ପଡିପାରନ୍ତି; ବ୍ୟାପାରରେ ଅର୍ଥ ବୁଡ଼ିଯାଇପାରେ; ପରିବାରରେ ଅଶାନ୍ତିର ବାତାବରଣ ଦେଖାଦେଇପାରେ
କର୍କଟ – ଆଜି କୌଣସି ଅନୁଷ୍ଠାନ ତରଫରୁ ସମ୍ମାନିତ ହୋଇପାରନ୍ତି; ଗୁପ୍ତଶତ୍ରୁ ବିଜୟୀ ହୋଇପାରନ୍ତି; କାର୍ଯ୍ୟକ୍ଷେତ୍ରରେ ପଦୋନ୍ନତି ହୋଇପାରେ; ବ୍ୟାପାରରେ ନୂତନ ପୁଞ୍ଜିନିବେଶ ହେତୁ ଅର୍ଥଯୋଗାଡ଼ ହୋଇପାରେ; ପରିବାର ସଦସ୍ୟ ମାନନ୍କ ଭିତରେ ଉତ୍ତମ ବୁଝାମଣା ରହିପାରେ
ସିଂହ – ଆଜି ହଠାତ ଯାନବାହାନ ଜନିତ ସମସ୍ୟା ଦେଖାଦେଇପାରେ; କୌଣସି ପୁରାତନ ବନ୍ଧୁଙ୍କ ସହ ମତଭେଦ ହୋଇପାରେ; କାର୍ଯ୍ୟକ୍ଷେତ୍ରରେ ନିଜ ଅଳସୁଆମୀ ହେତୁ ଅପମାନିତ ହୋଇପାରନ୍ତି; ବ୍ୟାପାରରେ ବାଧା-ବିଘ୍ନ ସୃଷ୍ଟି ହୋଇପାରେ; ପରିବାରରେ ସନ୍ତାନଙ୍କ ବିଦାୟ ସମସ୍ୟା ଚିନ୍ତାର କାରଣ ହୋଇପାରେ
କନ୍ୟା – ଆଜି ଦୀର୍ଘଦିନର ଋଣ ପରିଶୋଧ ହୋଇପାରେ; ନିର୍ଦ୍ଧାରିତ କାର୍ଯ୍ୟଟି ପୂର୍ଣ୍ଣ ହେବାରୁ ମନ ଖୁସି ରହିପାରେ; କାର୍ଯ୍ୟକ୍ଷେତ୍ରରେ ଆଶା ଅନୁରୂପ ଫଳ ପ୍ରାପ୍ତ ହେବା ସହ ଆୟବୃଦ୍ଧି ହୋଇପାରେ; ବ୍ୟାପାରରେ ନୂତନ ନିବେସ ଦ୍ୱାରା ଲାଭ ମିଳିପାରେ; ପରିବାରରେ ମାଙ୍ଗଳିକ କାର୍ଯ୍ୟ ଆୟୋଜନର ସୂଚନା ମିଳୁଛି
ତୁଳା – ଆଜି ହଠାତ ସ୍ୱାସ୍ଥ୍ୟଜନିତ ସମସ୍ୟାରେ ପଡି ଯାଇପାରନ୍ତି; ଗୁପ୍ତଶତ୍ରୁଙ୍କ ଚକ୍ରାନ୍ତ ଦ୍ୱାରା ଅସୁବିଧାରେ ପଡିପାରନ୍ତି; କାର୍ଯ୍ୟକ୍ଷେତ୍ରରେ ସ୍ଥାନାନ୍ତରଣ ହୋଇପାରେ; ବ୍ୟାପାରରେ ହାନି ହୋଇପାରେ; ପରିବାରରେ ବୟୋଜ୍ୟେଷ୍ଠଙ୍କ ସ୍ୱାସ୍ଥ୍ୟ ସମସ୍ୟା ଚିନ୍ତାର କାରଣ ହୋଇପାରେ
ବିଛା – ଆଜି ନୂତନ ମିତ୍ରତା ସ୍ଥାପନ କରି କାର୍ଯ୍ୟହାସଲ କରିପାରନ୍ତି; ପଡୋଶୀଙ୍କ ସହ ବିବାଦର ଅବସାନ ହୋଇପାରେ; କାର୍ଯ୍ୟକ୍ଷେତ୍ରରେ ଉଚ୍ଚାଧିକାରୀଙ୍କ ସହ ଜରୁରୀ ବୈଠକରେ ବ୍ୟସ୍ତ ରହିପାରନ୍ତି; ବ୍ୟାପାରରେ ମିଠା କଥା କହି ଗ୍ରାହକଙ୍କୁ ଆକୃଷ୍ଟ କରେଇପାରନ୍ତି; ପରିବାରରେ ଦୀର୍ଘଦିନର ସମସ୍ୟାର ଅବସାନ ହୋଇପାରେ
ଧନୁ – ଆଜି ସାମୟିକ ଶାରୀରିକ କଷ୍ଟ ଯେପରି ମୁଣ୍ଡବ୍ୟଥା, ଜ୍ୱର, ଥଣ୍ଡାରେ ପୀଡିତ ହୋଇପାରନ୍ତି; ହଠାତ କୌଣସି କୋର୍ଟ-କଚେରୀ କାର୍ଯ୍ୟରେ ଫସିଯାଇପାରନ୍ତି; କାର୍ଯ୍ୟକ୍ଷେତ୍ରରେ କାର୍ଯ୍ୟଭାର ବଢ଼ିଯାଇପାରେ; ବେପାରରେ ନିଜର ପୁଞ୍ଜିନିବେଶ ପାଇଁ ଅର୍ଥ ସଂଗ୍ରହ କରି ନପାରି ନିରାଶ ହୋଇପାରନ୍ତି; ପରିବାରରେ କୌଣସି ଧାର୍ମିକ ଆୟୋଜନ ନିମନ୍ତେ ଖର୍ଚ୍ଚାନ୍ତ ହୋଇପାରନ୍ତି
ମକର – ଆଜି ପ୍ରତ୍ୟେକ କାର୍ଯ୍ୟରେ ସଫଳତା ମିଳିବାରୁ ମନ ପ୍ରଫୁଲ୍ଲିତ ରହିପାରେ; ପ୍ରଶାସନ, ଆଇନ, କଳା ପେସାଦାର ଲୋକଙ୍କ ପାଇଁ ଦିନଟି ଶୁଭମୟ ହୋଇପାରେ; କାର୍ଯ୍ୟକ୍ଷେତ୍ରରେ ଜରୁରୀ କାର୍ଯ୍ୟ ହେତୁ ବିଦେଶ ଯାତ୍ରାର ସୁଅବସର ମିଳିପାରେ; ବ୍ୟାପାରରେ ବିସ୍ତାର ତଥା ପ୍ରସାର ହୋଇପାରେ; ପରିବାରବର୍ଗଙ୍କ ସହ ରମଣୀୟ ସ୍ଥାନ ବୁଲାବୁଲି ସହ ମଉଜ ମଜଲିଶରେ ସମୟ କାଟିପାରନ୍ତି
କୁମ୍ଭ – ଆଜି ସାର୍ବଜନିକ ସ୍ଥାନରେ ଗୁପ୍ତଶତ୍ରୁଙ୍କ ଦ୍ୱାରା ନିନ୍ଦା, ଅପମାନ ମିଳିପାରେ; ନିର୍ଦ୍ଧାରିତ କାର୍ଯ୍ୟଟି ଅପୂର୍ଣ୍ଣ ରହିପାରେ; କାର୍ଯ୍ୟକ୍ଷେତ୍ରରେ ସହକର୍ମୀଙ୍କ ସହ କଳହ ହୋଇପାରେ; ବ୍ୟାପାରରେ ହାନି ଲାଭ ସମାନ ହୋଇପାରେ; ପରିବାରରେ ଭାଇ-ଭଉଣୀ ମଧ୍ୟରେ ସମ୍ପର୍କରେ ତିକ୍ତତା ଆସିପାରେ
ମୀନ – ଆଜି କୌଣସି ହଜିଯାଇଥିବା ଦ୍ରବ୍ୟ ପୁନଶ୍ଚ ଲାଭ କରିପାରନ୍ତି; ବନ୍ଧୁଙ୍କ କାର୍ଯ୍ୟ ପାଇଁ ବିଦେଶ ଯାତ୍ରା କରିପାରନ୍ତି; କାର୍ଯ୍ୟକ୍ଷେତ୍ରରେ ସହକର୍ମୀଙ୍କ ସାହାଯ୍ୟ ମିଳିପାରେ; ବ୍ୟାପାରରେ ବୁଡ଼ିଯାଉଥିବା ଅର୍ଥ ପ୍ରାପ୍ତ ହୋଇପାରେ; ପରିବାରବର୍ଗ ସହ କୌଣସି ପ୍ରୀତିଭୋଜନରେ ଯୋଗ ଦେଇପାରନ୍ତି

LEAVE A REPLY

Please enter your comment!
Please enter your name here