ମେଷ – ଆଜି ଅନେକ ସମସ୍ୟା ଦେଇ ଗତି କରୁଥିବାରୁ ପ୍ରତ୍ୟେକ କାର୍ଯ୍ୟରେ ବାଧା ଆସିପାରେ; ଜମିଜମା ବିବାଦରେ ପଡିଯାଇପାରନ୍ତି; କାର୍ଯ୍ୟକ୍ଷେତ୍ରରେ ସହକର୍ମୀଙ୍କ ଚକ୍ରାନ୍ତ ହେତୁ ନିନ୍ଦା ମିଳିପାରେ; ବ୍ୟାପାରରେ ନିଜ ମନମୁଖୀ କାର୍ଯ୍ୟ ହେତୁ ସହଯୋଗୀଙ୍କ ସହ ବଚସା ହୋଇପାରେ; ପାରିବାରିକ ସମସ୍ୟା ଦେଇ ଦିନଟି ଗତି କରିପାରେ
ବୃଷ – ଆଜି ଦୀର୍ଘଦିନରୁ ଲାଗିରହିଥିବା ବିବାଦୀୟ ଘଟଣାର ଅବସାନ ହୋଇପାରେ; ସ୍ୱାସ୍ଥ୍ୟ ସମସ୍ୟାରେ ଆଗ ଅପେକ୍ଷା ସୁଧାର ଆସିପାରେ; କାର୍ଯ୍ୟକ୍ଷେତ୍ରରେ ନିଜର ଗଠନମୂଳକ କାର୍ଯ୍ୟ ପାଇଁ ପଦୋନ୍ନତି ପାଇପାରନ୍ତି; ବ୍ୟାପାରରେ ଦିର୍ଘଦିନର ଆଶା ପୂର୍ଣ୍ଣ ହେବାରୁ ସଫଳତା ମିଳିପାରେ; ପରିବାରରେ ଆପୋଷ ବୁଝାମଣାରୁ ଲାଗିରହିଥିବା ସମସ୍ୟା ସମାଧାନ ହୋଇପାରେ
ମିଥୁନ – ଆଜି ଦିର୍ଘଦିନର ବନ୍ଧୁନ୍କ ସହ ମତଭେଦ ହୋଇପାରେ; ଗୃହକୁ ଆସବାବ କ୍ରୟ କରି ଅଯଥା ଖର୍ଚ୍ଚାନ୍ତ ହୋଇପାରନ୍ତି; କାର୍ଯ୍ୟକ୍ଷେତ୍ରରେ ଅଧସ୍ତନ କର୍ମଚାରୀ ଆପଣଙ୍କୁ ହଇରାଣ କରିପାରନ୍ତି; ବ୍ୟାପାରରେ ନୂତନ ଚୁକ୍ତି ହେତୁ ଠକାମିର ଶିକାର ହୋଇପାରନ୍ତି; ପରିବାରରେ ବୟୋଜେଷ୍ଠଙ୍କ ସ୍ୱାସ୍ଥ୍ୟ ସମସ୍ୟା ଚିନ୍ତାର କାରଣ ହୋଇପାରେ
କର୍କଟ – ଆଜି ସାର୍ବଜନିକ ସ୍ଥାନରେ ସମ୍ମାନିତ ହୋଇପାରନ୍ତି; ଦୀର୍ଘଦିନର ବନ୍ଧୁଙ୍କ ସହ ସାକ୍ଷାତ ହୋଇପାରେ; କାର୍ଯ୍ୟକ୍ଷେତ୍ରରେ ସହକର୍ମୀମାନେ ସହଯୋଗର ହାତ ବଢାଇବା ସହ ସହାନୁଭୂତି ଦେଖେଇପାରନ୍ତି; ବ୍ୟାପାରରେ ନୂତନ ପୁଞ୍ଜିନିବେଶ ହେତୁ ଅର୍ଥପ୍ରାପ୍ତିର ମାର୍ଗ ସୁଗମ ହୋଇପାରେ; ପରିବାରରେ ମାଙ୍ଗଳିକ କାର୍ଯ୍ୟ ଆୟୋଜନ ହୋଇପାରେ
ସିଂହ – ଆଜି ଆର୍ଥିକ ସଙ୍କଟ ହେତୁ ମାନସିକ ଦୁଶ୍ଚିନ୍ତା ଘାରିପାରେ; ହଠାତ ଗାଡି ମୋଟର ମରାମତି ପାଇଁ ସମସ୍ୟା ଦେଖାଦେଇପାରେ; କାର୍ଯ୍ୟକ୍ଷେତ୍ରରେ ନିଜ ଅନ୍ୟମନସ୍କତା ପାଇଁ ଉଚ୍ଚାଧିକାରୀଙ୍କ ଦ୍ୱାରା ଅପମାନିତ ହୋଇପାରନ୍ତି; ବ୍ୟାପାରରେ ନୂତନ ନିବେଶ ହେତୁ ଅର୍ଥହାନି ହୋଇପାରେ; ପରିବାରରେ କଳହର ବାତାବରଣ ଦେଖାଦେଇପାରେ
କନ୍ୟା – ଆଜି କୌଣସି ବକେୟା ଅର୍ଥ ପୁନଶ୍ଚ ଫେରିପାଇପାରନ୍ତି; ଦୂରସ୍ଥାନରୁ ସୁସମ୍ବାଦ ପାଇବା ହେତୁ ମନ ଆନନ୍ଦିତ ହୋଇପାରେ; କାର୍ଯ୍ୟକ୍ଷେତ୍ରରେ ନୂତନ ଦାୟିତ୍ୱ ମିଳିପାରେ; ବ୍ୟାପାରରେ ନୂତନ ଵ୍ୟାପାରୀଙ୍କ ସହ ଚୁକ୍ତି ହେତୁ ଅର୍ଥ ଆଦାନ ପ୍ରଦାନ ହୋଇପାରେ; ପରିବାରବର୍ଗ ସହ କୌଣସି ରମଣୀୟ ସ୍ଥାନ ବୁଲିବା ପାଇଁ ଯାଇପାରନ୍ତି
ତୁଳା – ଆଜି ଏକାଧିକ କାର୍ଯ୍ୟ ହାତକୁ ନେଇ କୌଣସି କାର୍ଯ୍ୟକୁ ସଠିକ ରୂପେ କରିନପାରନ୍ତି; ଅପରିଚିତ ବ୍ୟକ୍ତିଙ୍କ ଦ୍ୱାରା ଠକାମିର ଶିକାର ହୋଇପାରନ୍ତି; କାର୍ଯ୍ୟକ୍ଷେତ୍ରରେ ସ୍ଥାନାନ୍ତରିତ ହୋଇପାରନ୍ତି; ବ୍ୟାପାରରେ ନିଜ ଦାୟିତ୍ଵହୀନତା ହେତୁ ଜରୁରୀ ଦସ୍ତାବିଜରେ ଭୁଲ ହୋଇପାରେ; ପରିବାରରେ ହର୍ଷୋଲ୍ଲାସର ବାତାବରଣ ଜାରି ରହିପାରେ
ବିଛା – ଆଜି ନିଜ ବାକଶୈଳୀ ହେତୁ ନୂତନ ବନ୍ଧୁ ଡୋରିରେ ବାନ୍ଧି ହୋଇପାରନ୍ତି; କୌଣସି ସଭାସମିତିରେ ଯୋଗ ଦେଇ ପ୍ରସଂଶିତ ହୋଇପାରନ୍ତି; କାର୍ଯ୍ୟକ୍ଷେତ୍ରରେ ଉଚ୍ଚାଧିକାରୀଙ୍କ ସହ ଜରୁରୀ ଆଲୋଚନାରେ ବ୍ୟସ୍ତ ରହିପାରନ୍ତି; ବ୍ୟାପାରରେ ଗ୍ରାହକଙ୍କୁ ନିଜ ମିଠା କଥା ଦ୍ୱାରା ଆକୃଷ୍ଟ କରେଇ ଲାଭବାନ ହୋଇପାରନ୍ତି; ପରିବାରରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେଇପାରନ୍ତି
ଧନୁ – ଆଜି ଶାରୀରିକ କଷ୍ଟ ଯେପରି ମୁଣ୍ଡବ୍ୟଥା, ଜ୍ୱର, ଥଣ୍ଡାରେ ପୀଡିତ ହୋଇପାରନ୍ତି; ହଠାତ କୌଣସି ଜରୁରୀ ଜିନିଷ ହଜିଯାଇପାରେ; କାର୍ଯ୍ୟକ୍ଷେତ୍ରରେ କାର୍ଯ୍ୟଭାରରେ ବୃଦ୍ଧି ହୋଇପାରେ; ବେପାରରେ ନିଜର ପୁଞ୍ଜିନିବେଶ ପାଇଁ ଅର୍ଥ ସଂଗ୍ରହ କରି ନପାରି ନିରାଶ ହୋଇପାରନ୍ତି; ପରିବାରରେ କୌଣସି ସନ୍ତାନଙ୍କ ସ୍ୱାସ୍ଥ୍ୟ ନିମନ୍ତେ ଖର୍ଚ୍ଚାନ୍ତ ହୋଇପାରନ୍ତି
ମକର – ଆଜି ପ୍ରତ୍ୟେକ କାର୍ଯ୍ୟରେ ସଫଳତା ମିଳିବାରୁ ମନ ପ୍ରଫୁଲ୍ଲିତ ରହିପାରେ; ଶତ୍ରୁତା କରୁଥିବା ବ୍ୟକ୍ତି ଆଜି ମିତ୍ରତାର ହାତ ବଢେଇପାରନ୍ତି; କାର୍ଯ୍ୟକ୍ଷେତ୍ରରେ ଜରୁରୀ କାର୍ଯ୍ୟ ସାକ୍ଷର ବିଦେଶ ଯାତ୍ରାର ଅବସର ମିଳିପାରେ; ବ୍ୟାପାରରେ ବିସ୍ତାର ହୋଇପାରେ; ପରିବାରବର୍ଗଙ୍କ ସହ ବୁଲାବୁଲି ମଉଜ ମଜଲିଶରେ ସମୟ କାଟିପାରନ୍ତି
କୁମ୍ଭ – ଆଜି ସତର୍କ ନହେଲେ ପ୍ରତ୍ୟେକ କ୍ଷେତ୍ରରେ ନିନ୍ଦା, ଅପମାନ ମିଳିପାରେ; ଯେକୌଣସି ନୂଆ କାର୍ଯ୍ୟ ପ୍ରାରମ୍ଭ କଲେ ବିଳମ୍ବରେ ସଫଳତା ମିଳିପାରେ; କାର୍ଯ୍ୟକ୍ଷେତ୍ରରେ ସହକର୍ମୀଙ୍କ ସହ କଳହ ହୋଇପାରେ; ବ୍ୟାପାରରେ ନିଜ ଦାୟିତ୍ବହୀନତା ପାଇଁ ପ୍ରତିବନ୍ଧକ ଆସିପାରେ; ପରିବାରରେ ସନ୍ତାନନ୍କ ବିଦ୍ୟା ସମସ୍ୟାକୁ ନେଇ ଚିନ୍ତିତ ରହିପାରନ୍ତି
ମୀନ – ଆଜି କୌଣସି ହଜିଯାଇଥିବା ଦ୍ରବ୍ୟ ପୁନଶ୍ଚ ଲାଭ କରିପାରନ୍ତି; ବନ୍ଧୁଙ୍କ ସାହାଯ୍ୟ ପାଇ ନିର୍ଦ୍ଧାରିତ କାର୍ଯ୍ୟଟି ପୂର୍ଣ୍ଣ କରିପାରନ୍ତି; କାର୍ଯ୍ୟକ୍ଷେତ୍ରରେ ଆୟବୃଦ୍ଧି ହୋଇପାରେ; ବ୍ୟାପାରରେ ବୁଡ଼ିଯାଉଥିବା ଅର୍ଥ ପ୍ରାପ୍ତ ହୋଇପାରେ; ଗୃହକୁ ଅତିଥି ଆସିପାରନ୍ତି

LEAVE A REPLY

Please enter your comment!
Please enter your name here