ମେଷ – ଆଜି ଅକସ୍ମାତ ଅର୍ଥପ୍ରାପ୍ତି ହୋଇପାରେ; ଗୁପ୍ତଶତ୍ରୁ ପରାଜୟ ହୋଇପାରେ; କର୍ମକ୍ଷେତ୍ରରେ ନୂତନ କାର୍ଯ୍ୟ ପାଇଁ ବିଦେଶ ଯାତ୍ରା କରିପାରନ୍ତି; ବ୍ୟାପାରରେ ସହଯୋଗୀଙ୍କ ସହ ନୂତନ ଯୋଜନାକୁ ଆପଣେଇ ଲାଭବାନ ହୋଇପାରନ୍ତି; ପରିବାରରେ ଭାଇ-ଭଉଣୀଙ୍କ ସହ ସୁସମ୍ପର୍କ ରହିପାରେ
ବୃଷ – ଆଜି ଅଯଥା ଅର୍ଥଖର୍ଚ୍ଚ ହେତୁ ଋଣଗ୍ରସ୍ତ ହୋଇପାରନ୍ତି; ଅଯଥା କଥାରେ ମୁଣ୍ଡ ପୁରାନ୍ତୁ ନାହିଁ; ନଚେତ ବିବାଦ ମୁଣ୍ଡ ଟେକିପାରେ; କାର୍ଯ୍ୟକ୍ଷେତ୍ରରେ ଏକାଗ୍ରତା କମ ରହିବାରୁ ଉଚ୍ଚାଧିକାରୀଙ୍କ ଦ୍ୱାରା ସମାଲୋଚିତ ହୋଇପାରନ୍ତି; ବ୍ୟାପାରରେ ନୂତନ ପୁଞ୍ଜିନିବେଶ ଦ୍ୱାରା ଅର୍ଥ ବୁଡ଼ିଯାଇପାରେ; ପରିବାର ସଦସ୍ୟ ମଧ୍ୟରେ ମନୋମାଳିନ୍ୟ ଦେଖାଦେଇପାରେ
ମିଥୁନ – ଆଜି ନିଜ ବାକପଟୁତା ପାଇଁ ନୂତନ ସମ୍ପର୍କ ସ୍ଥାପନ କରି କାର୍ଯ୍ୟହାସଲ କରେଇପାରନ୍ତି; ମାନସିକ ଅଶାନ୍ତି ଥିବାରୁ ଧାର୍ମିକ ଦିଗରେ ମନୋନିବେଶ କରି ଆତ୍ମସନ୍ତୋଷ ଲାଭ କରିପାରନ୍ତି; କାର୍ଯ୍ୟକ୍ଷେତ୍ରରେ ସହକର୍ମୀଙ୍କ ଇର୍ଷା ହେତୁ ହଇରାଣରେ ପଡିପାରନ୍ତି; ବ୍ୟାପାରରେ ସହଯୋଗୀଙ୍କ ସହ ନିଜ ମନମୁଖୀ କାର୍ଯ୍ୟକଳାପ ପାଇଁ ମତଭେଦ ହୋଇପାରେ; ପରିବାରରେ ସନ୍ତାନଙ୍କ ବିଦ୍ୟା ସମସ୍ୟାକୁ ନେଇ ଚିନ୍ତିତ ରହିପାରନ୍ତି
କର୍କଟ – ଆଜି ସାମାଜିକ ମାନ-ସମ୍ମାନ ମିଳିପାରେ; କୌଣସି ପୁରାତନ ବନ୍ଧୁଙ୍କ ସହ ସାକ୍ଷାତ ସହ ତାଙ୍କ ସହାୟତାରେ ଦୀର୍ଘଦିନର ଆଶା ଅଭିଳାଷ ପୂର୍ଣ୍ଣ ହୋଇପାରେ; କାର୍ଯ୍ୟକ୍ଷେତ୍ରରେ ନୂତନ ଦାୟିତ୍ୱ ମିଳିପାରେ; ବ୍ୟାପାରରେ ସହଯୋଗୀଙ୍କ ସୁ-ସମ୍ପର୍କ ସ୍ଥାପନ ହୋଇପାରେ; ପରିବାରରେ ହର୍ଷୋଲ୍ଲାସରେ ସମୟ ବିତିପାରେ
ସିଂହ – ଆଜି ନିରର୍ଥକ ଚର୍ଚ୍ଚାରେ ମୁଣ୍ଡ ପୁରେଇବାରୁ ବିବାଦୀୟ ପରିସ୍ଥିତି ହୋଇପାରେ; ଗୁପ୍ତଶତ୍ରୁଙ୍କ ଚକ୍ରାନ୍ତ ହେତୁ ସାମାଜିକ ଯଶ, ମାନ-ସମ୍ମାନରେ ହାନି ହୋଇପାରେ; କାର୍ଯ୍ୟକ୍ଷେତ୍ରରେ ଉଚ୍ଚାଧିକାରୀ ବିନା କାରଣରେ ସନ୍ଦେହ କରିବାରୁ ତର୍କ-ବିତର୍କ ହୋଇପାରେ; ବ୍ୟାପାରରେ ହାନି ହୋଇପାରେ; ପରିବାରରେ ମାତା କିମ୍ବା ପତ୍ନୀଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ରହିପାରନ୍ତି
କନ୍ୟା – ଆଜି କୌଣସି ସାମାଜିକ ଅନୁଷ୍ଠାନ ତରଫରୁ ସମ୍ମାନିତ ହୋଇପାରନ୍ତି; ଦୂରସ୍ଥାନରୁ ସୁସମ୍ବାଦ ମିଳିବାରୁ ଖୁସି ହୋଇପାରନ୍ତି; କାର୍ଯ୍ୟକ୍ଷେତ୍ରରେ ପଦୋନ୍ନତି ହୋଇପାରେ; ବ୍ୟାପାରରେ ବିସ୍ତାର ତଥା ବିକାଶ ମାର୍ଗ ସୁଗମ ହୋଇପାରେ; ପରିବାରରେ ନିଜ ପ୍ରିୟଜନଙ୍କ ସହ ବୁଲାବୁଲି, ପିକନିକର ମଜା ଉଠେଇପାରନ୍ତି
ତୁଳା – ଆଜି ଆତ୍ମବିଶ୍ୱାସ କମିବାରୁ ପ୍ରତ୍ୟେକ କାର୍ଯ୍ୟରେ ବାଧା-ବିଘ୍ନ ସୃଷ୍ଟି ହୋଇପାରେ; ପୁରାତନ ମିତ୍ର ସହ ମନୋମାଳିନ୍ୟ ହୋଇପାରେ; କାର୍ଯ୍ୟକ୍ଷେତ୍ରରେ କାର୍ଯ୍ୟଭାରରେ ବୃଦ୍ଧି ହେତୁ ଶାରୀରିକ ଅସୁସ୍ଥ ରହିପାରନ୍ତି; ବ୍ୟାପାରରେ ନୂତନ ଚୁକ୍ତି ଦ୍ୱାରା ହାନି ହୋଇପାରେ; ପରିବାରରେ ବୟୋଜ୍ୟେଷ୍ଠଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ରହିପାରନ୍ତି
ବିଛା – ଆଜି ଆର୍ଥିକ ସ୍ଥିତିରେ ସୁଧାର ଆସିପାରେ; ପୁରାତନ ବନ୍ଧୁଙ୍କ ସହ ହଠାତ ସାକ୍ଷାତ ସହ ଆମୋଦପ୍ରମୋଦରେ ଦିନଟି କଟିପାରେ; ଚାକିରୀରେ ଉଚ୍ଚାଧିକାରୀଙ୍କ ସହ ଜରୁରୀ ବୈଠକରେ ବ୍ୟସ୍ତ ରହିପାରନ୍ତି; ବ୍ୟାପାରରେ ମିଠା କଥା କହି ଗ୍ରାହକଙ୍କୁ ଆକୃଷ୍ଟ କରେଇପାରନ୍ତି; ପରିବାରବର୍ଗଙ୍କ ସହ କୌଣସି ଦର୍ଶନୀୟ ସ୍ଥାନ ବୁଲିବାର ମଉକା ମିଳିପାରେ
ଧନୁ – ଆଜି ଦୁଶ୍ଚିନ୍ତା ଘାରିବାରୁ ମାନସିକ ଅବସାଦ ଦେଖାଦେଇପାରେ; ମହତ୍ୱପୂର୍ଣ୍ଣ ଲୋକଙ୍କ ସହ ସମ୍ପର୍କ ହାନି ହୋଇପାରେ; କାର୍ଯ୍ୟକ୍ଷେତ୍ରରେ ନିଜ ଅନ୍ୟମନସ୍କତା ହେତୁ ଜରୁରୀ କାଗଜପତ୍ରରେ ଭୁଲଭଟକା ହୋଇଯାଇପାରେ; ବ୍ୟାପାରରେ କ୍ଷତି ସହିବାକୁ ପଡିପାରେ; ପାରିବାରିକ ମନୋମାଳିନ୍ୟ ଦେଖାଦେଇପାରେ
ମକର – ଆଜି କୌଣସି ଜମିଜମା କ୍ରୟର ସୁଯୋଗ ଆସିପାରେ; କୋର୍ଟ-କଚେରୀ କାର୍ଯ୍ୟରେ ବିଜୟୀ ହୋଇପାରନ୍ତି; କାର୍ଯ୍ୟକ୍ଷେତ୍ରରେ କୌଣସି ମହିଳା ସହକର୍ମୀଙ୍କ ସାହାଯ୍ୟ ମିଳିପାରେ; ବ୍ୟାପାରରେ ନୂତନ ଚୁକ୍ତି ସହ ଅର୍ଥ ଆଦାନ-ପ୍ରଦାନର ମାର୍ଗ ସୁଗମ ହୋଇପାରେ; ପରିବାରରେ ଅତିଥି ଆଗମନର ସୂଚନା ମିଳୁଛି
କୁମ୍ଭ – ଆଜି ସାର୍ବଜନିକ ସ୍ଥାନରେ ସାମାଜିକ ମାନ-ସମ୍ମାନରେ ହାନି ହୋଇପାରେ; ପଡୋଶୀଙ୍କ ସହ ବିବାଦରେ ପଡିଯାଇପାରନ୍ତି; କର୍ମକ୍ଷେତ୍ରରେ ଅଧସ୍ତନ କର୍ମଚାରୀ ଆପଣଙ୍କୁ ହୈରାନରେ ପକେଇପାରନ୍ତି; ବ୍ୟାପାରରେ ଅର୍ଥହାନୀ ହୋଇପାରେ; ପରିବାରରେ କଳହ ହୋଇପାରେ
ମୀନ – ଆଜି ଗୁପ୍ତଶତ୍ରୁ, ପ୍ରତିଦ୍ୱନ୍ଦୀ ପରାଜୟ ବରଣ କରିପାରନ୍ତି; ପଡୋଶୀଙ୍କ ସହ ବିବାଦର ଅବସାନ ହୋଇପାରେ; କର୍ମକ୍ଷେତ୍ରରେ ସହକର୍ମୀଙ୍କ ସାହାଯ୍ୟ ମିଳିପାରେ; ବ୍ୟାପାରରେ ଗ୍ରାହକଙ୍କୁ ମିଠା କଥା କହି ଆକୃଷ୍ଟ କରେଇ ଲାଭବାନ ହୋଇପାରନ୍ତି; ପରିବାରରେ ସୁଖ-ଶାନ୍ତିରେ ସମୟ ବିତିପାରେ

LEAVE A REPLY

Please enter your comment!
Please enter your name here