ମେଷ – ଆଜି ଗୃହକୁ ନୂତନ ଆସବାବ କ୍ରୟ କରି ଆଣିପାରନ୍ତି; ଦୀର୍ଘଦିନର ସ୍ୱାସ୍ଥ୍ୟ ସମସ୍ୟାରୁ ଆସ୍ୱସ୍ଥି ମିଳିପାରେ; କାର୍ଯ୍ୟକ୍ଷେତ୍ରରେ ଉଚ୍ଚାଧିକାରୀଙ୍କ ଦ୍ୱାରା ପ୍ରସଂଶିତ ହୋଇପାରନ୍ତି; ବ୍ୟାପାରରେ ଲାଭ ମିଳିପାରେ; ପରିବାରବର୍ଗ ସହ ଆମୋଦ-ପ୍ରମୋଦରେ ସମୟ ବିତେଇପାରନ୍ତି

ବୃଷ – ଆଜି ଅନେକ ସମସ୍ୟା ଦେଇ ଗତି କରିପାରନ୍ତି; ଜମିଜମା ବିବାଦରେ ଫଶିଯାଇପାରନ୍ତି; କାର୍ଯ୍ୟକ୍ଷେତ୍ରରେ ସହକର୍ମୀଙ୍କ ସହ ବଚସା ହୋଇପାରେ; ବ୍ୟାପାରରେ ନୂତନ ଚୁକ୍ତି ଦ୍ୱାରା ହାନି ହୋଇପାରେ; ପରିବାରରେ ସାମାନ୍ୟ କଥାକୁ ନେଇ ତିକ୍ତତା ଦେଖାଦେଇପାରେ

ମିଥୁନ – ଆଜି ନୂତନ ମିତ୍ରତା ସ୍ଥାପନ କରିପାରନ୍ତି; କଳା, ସାହିତ୍ୟ କ୍ଷେତ୍ରରେ ଉନ୍ନତି କରିପାରନ୍ତି; କାର୍ଯ୍ୟକ୍ଷେତ୍ରରେ ସହକର୍ମୀଙ୍କ ସହ ସୁ-ସମ୍ପର୍କ ସ୍ଥାପନ ହୋଇପାରେ; ବ୍ୟାପାରରେ ଲାଭବାନ ହୋଇପାରନ୍ତି; ପରିବାରରେ ଭାଇ-ଭଉଣୀଙ୍କ ସହ ସୁ-ସମ୍ପର୍କ ସ୍ଥାପନ ହୋଇପାରେ

କର୍କଟ – ଆଜି ଗୁପ୍ତଶତ୍ରୁଙ୍କ ଚକ୍ରାନ୍ତ ହେତୁ ସାର୍ବଜନିକ ସ୍ଥାନରେ ଅପମାନିତ ହୋଇପାରନ୍ତି; କୌଣସି ମୂଲ୍ୟବାନ ଦ୍ରବ୍ୟ ନଷ୍ଟ ହୋଇଯାଇପାରେ; କାର୍ଯ୍ୟକ୍ଷେତ୍ରରେ ସହକର୍ମୀଙ୍କ ଚକ୍ରାନ୍ତ ହେତୁ ଉଚ୍ଚାଧିକାରୀଙ୍କ ଦ୍ୱାରା ଅପମାନିତ ହୋଇପାରନ୍ତି; ବ୍ୟାପାରରେ ନୂତନ ପୁଞ୍ଜିନିବେଶ ଦ୍ୱାରା ହାନି ହୋଇପାରେ; ପରିବାର ସଦସ୍ୟ ଭିତରେ ଭୁଲ ବୁଝାମଣା ହେତୁ ସମସ୍ୟା ହୋଇପାରେ

ସିଂହ – ଆଜି ବନ୍ଧୁଙ୍କ ସାହାଯ୍ୟ ଦ୍ୱାରା କୌଣସି ଅଟକିଥିବା କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇପାରେ; ମାଲି-ମକଦ୍ଦମାରେ ବିଜୟୀ ହୋଇପାରନ୍ତି; କାର୍ଯ୍ୟକ୍ଷେତ୍ରରେ ସହକର୍ମୀଙ୍କ ସାହାଯ୍ୟ ପାଇ କାର୍ଯ୍ୟ ହାସଲ କରେଇପାରନ୍ତି; ବ୍ୟାପାରରେ ଲାଭ କ୍ଷତିର ପରିମାଣ ସମାନ ହୋଇପାରେ; ପରିବାରରେ ସୁଖ-ଶାନ୍ତିର ବାତାବରଣ ଦେଖାଦେଇପାରେ

କନ୍ୟା – ଆଜି ମାନସିକ ଅସ୍ଥିରତା ଦେଖାଦେଇପାରେ; ଆଶା କରିଥିବା କାର୍ଯ୍ୟଟି ଅପୂର୍ଣ୍ଣ ରହିପାରେ; କାର୍ଯ୍ୟକ୍ଷେତ୍ରରେ ସ୍ଥାନାନ୍ତରଣ ହୋଇପାରେ; ବ୍ୟାପାରରେ ନୂତନ ଅର୍ଥଲଗାଣ କଲେ ଅର୍ଥ ବୁଡ଼ିଯାଇପାରେ; ପରିବାରରେ ବୟୋଜ୍ୟେଷ୍ଠଙ୍କ ସ୍ୱାସ୍ଥ୍ୟ ସମସ୍ୟା ଚିନ୍ତାର କାରଣ ହୋଇପାରେ

ତୁଳା – ଆଜି ଆର୍ଥିକ ସଙ୍କଟ ଟଳିଯାଇପାରେ; କୌଣସି ପୁରାତନ ବନ୍ଧୁଙ୍କ ସହ କଥାବାର୍ତା ହୋଇପାରେ; କାର୍ଯ୍ୟକ୍ଷେତ୍ରରେ ନୂତନ ଦାୟିତ୍ୱ ପାଇପାରନ୍ତି; ବ୍ୟାପାରରେ ନୂତନ ନିବେଶ ହେତୁ ମାର୍ଗ ସୁଗମ ହୋଇପାରେ; ପରିବାରରେ ସୁଖ-ଶାନ୍ତିର ବାତାବରଣ ଦେଖାଦେଇପାରେ

ବିଛା – ଆଜି ଅର୍ଥାଭାବ ହେବାରୁ ମନ ଭାରାକ୍ରାନ୍ତ ରହିପାରେ; ଏକାଧିକ କାର୍ଯ୍ୟ ହାତକୁ ନେଇ କୌଣସି କାର୍ଯ୍ୟକୁ ସଠିକ ରୂପେ କରିନପାରନ୍ତି; କାର୍ଯ୍ୟକ୍ଷେତ୍ରରେ ନିଜ ଏକାଗ୍ରତା କମ ରହିବାରୁ ଉଚ୍ଚାଧିକାରୀଙ୍କ ଦ୍ୱାରା ଅପମାନିତ ହୋଇପାରନ୍ତି; ବ୍ୟାପାରରେ ସହଯୋଗୀଙ୍କ ସହ ବିବାଦ ହୋଇପାରେ; ପରିବାରରେ ସାମାନ୍ୟ କଥାକୁ ନେଇ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇପାରେ

ଧନୁ – ଆଜି ପ୍ରତ୍ୟେକ କାର୍ଯ୍ୟରେ ସଫଳତା ମିଳିବାରୁ ମନ ପ୍ରଫୁଲ୍ଲିତ ରହିପାରେ; ଶତ୍ରୁତା କରୁଥିବା ବ୍ୟକ୍ତି ଆଜି ମିତ୍ରତାର ହାତ ବଢେଇପାରନ୍ତି; କାର୍ଯ୍ୟକ୍ଷେତ୍ରରେ ଆୟବୃଦ୍ଧି ହୋଇପାରେ; ବ୍ୟାପାରରେ ଲାଭ ମିଳିପାରେ; ପରିବାରବର୍ଗଙ୍କ ସହ ବୁଲାବୁଲି ମଉଜ ମଜଲିଶରେ ସମୟ କାଟିପାରନ୍ତି

ମକର – ଆଜି ପ୍ରତିଦ୍ଵନ୍ଦୀଙ୍କ ଚକ୍ରାନ୍ତ ହେତୁ ନିନ୍ଦା, ଅପମାନ ମିଳିପାରେ; ଦୀର୍ଘଦିନର ବନ୍ଧୁ ସମ୍ପର୍କରେ ପୂର୍ଣ୍ଣଛେଦ ପଡିପାରେ; କାର୍ଯ୍ୟକ୍ଷେତ୍ରରେ ସହକର୍ମୀଙ୍କ ସହ ତର୍କ-ବିତର୍କ ହୋଇପାରେ; ବ୍ୟାପାରରେ ନୂତନ ଚୁକ୍ତି ଦ୍ୱାରା ହାନି ହୋଇପାରେ; ପରିବାରରେ ସନ୍ତାନଙ୍କ ବିଦ୍ୟା ସମସ୍ୟାକୁ ନେଇ ଚିନ୍ତିତ ରହିପାରନ୍ତି

କୁମ୍ଭ – ଆଜି କୌଣସି ହଜିଯାଇଥିବା ଦ୍ରବ୍ୟ ପୁନଶ୍ଚ ଲାଭ କରିପାରନ୍ତି; ବନ୍ଧୁଙ୍କ ସାହାଯ୍ୟ ପାଇ ନିର୍ଦ୍ଧାରିତ କାର୍ଯ୍ୟଟି ପୂର୍ଣ୍ଣ କରିପାରନ୍ତି; କାର୍ଯ୍ୟକ୍ଷେତ୍ରରେ ପ୍ରମୋଶନ ମିଳିପାରେ; ବ୍ୟାପାରରେ ବିସ୍ତାର ହୋଇପାରେ; ପରିବାରରେ ସନ୍ତାନ ଓ ପତ୍ନୀଙ୍କ ସହ ସୁ-ସମ୍ପର୍କ ସ୍ଥାପନ ହୋଇପାରେ

ମୀନ – ଆଜି ମାନସିକ ଅସ୍ଥିରତା ଥିବାରୁ ପ୍ରତ୍ୟେକ କାର୍ଯ୍ୟ ବିଗିଡିଯାଇପାରେ; ହଠାତ କୌଣସି ଦୁର୍ଘଟଣାର ସମ୍ମୁଖୀନ ହୋଇପାରନ୍ତି; କାର୍ଯ୍ୟକ୍ଷେତ୍ରରେ ଅଧସ୍ତନ କର୍ମଚାରୀଙ୍କ ହେତୁ ହଇରାଣରେ ପଡିପାରନ୍ତି; ବେପାରରେ ନିଜର ପୁଞ୍ଜିନିବେଶ ହେତୁ ଅର୍ଥ ଯୋଗାଡ଼ କରି ନ ପରି ହତାଶ ହୋଇପାରନ୍ତି; ପରିବାରରେ ଦାମ୍ପତ୍ୟ ଜୀବନରେ ଝଡଝଂଝା ଦେଖା ଦେଇପାରେ

LEAVE A REPLY

Please enter your comment!
Please enter your name here