ମେଷ – ଆଜି କୌଣସି ବନ୍ଧୁଙ୍କ କାର୍ଯ୍ୟ ପାଇଁ ବିଦେଶ ଯାତ୍ରାର ସୁଯୋଗ ମିଳିପାରେ; ବୁଲାବୁଲି, ମଉଜ-ମଜଲିସ,ପ୍ରୀତିଭୋଜନର ଆନନ୍ଦ ଉଠେଇପାରନ୍ତି; କାର୍ଯ୍ୟକ୍ଷେତ୍ରରେ ଉଚ୍ଚାଧିକାରୀଙ୍କ ପ୍ରଶଂସା ଯୋଗୁଁ ଆତ୍ମସନ୍ତୋଷ ଲାଭ କରିପାରନ୍ତି; ବ୍ୟାପାରରେ ଲାଭବାନ ହୋଇପାରନ୍ତି; ପରିବାରରେ ଆମୋଦ-ପ୍ରମୋଦରେ ସମୟ ବିତିପାରେ
ବୃଷ – ଆଜି ବାକ ଅନିୟଂତ୍ରିତ ହେବାରୁ କଳହ ପରିସ୍ଥିତି ସୃଷ୍ଟି ହୋଇପାରେ; ଅକସ୍ମାତ ଦୁର୍ଘଟଣାର ଶିକାର ହୋଇପାରନ୍ତି; କାର୍ଯ୍ୟକ୍ଷେତ୍ରରେ ସହଯୋଗୀଙ୍କ ସହ ମତଭେଦ ହୋଇପାରେ; ବ୍ୟବସାୟରେ ସହଯୋଗୀଙ୍କ ସହ ଭୁଲବୁଝାମଣା ଯୋଗୁଁ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇପାରେ ; ପରିବାରରେ ମନୋମାଳିନ୍ୟ ଦେଖାଦେଇପାରେ
ମିଥୁନ – ଆଜି ଗୁପ୍ତଶତ୍ରୁଙ୍କ ଗୁପ୍ତ ଚକ୍ରାନ୍ତର ଶିକାର ହୋଇପାରନ୍ତି; ହଠାତ ଚୋରି କିମ୍ବା ଦୁର୍ଘଟଣାର ସମ୍ମୁଖୀନ ହୋଇପାରନ୍ତି; କାର୍ଯ୍ୟକ୍ଷେତ୍ରରେ ଏକାଗ୍ରତା କମ ରହିବାରୁ ଉଚ୍ଚାଧିକାରୀଙ୍କ ଗାଳି ଶୁଣିବାକୁ ମିଳିପାରେ; ବ୍ୟାପାରରେ ହାନି ହୋଇପାରେ; ପରିବାରରେ କୌଣସି ସାମାନ୍ୟ କଥାକୁ ନେଇ ଅଶାନ୍ତିର ବାତାବରଣ ସୃଷ୍ଟି ହୋଇପାରେ
କର୍କଟ – ଆଜି ପଡୋଶୀ ସହ ବିବାଦରେ ପଡିଯାଇପାରନ୍ତି; ଧାର୍ମିକ ଦିଗରେ ରୁଚି ବଢିପାରେ; କାର୍ଯ୍ୟକ୍ଷେତ୍ରରେ ସହକର୍ମୀ ସହ ତର୍କ-ବିତର୍କ ହୋଇପାରେ; ବ୍ୟାପାରରେ ହାନି ହୋଇପାରେ; ପରିବାରରେ ସନ୍ତାନଙ୍କ ବିଦ୍ୟାକୁ ନେଇ ଚିନ୍ତିତ ରହିପାରନ୍ତି
ସିଂହ – ଆଜି ଜମିଜମା ବା ମାଲି ମକଦ୍ଦମା ବିବାଦରେ ଫସିଯାଇପାରନ୍ତି; ଖର୍ଚ୍ଚଭାର ବୃଦ୍ଧି ହେତୁ ଋଣ କରିପାରନ୍ତି; କର୍ମକ୍ଷେତ୍ରରେ ସ୍ଥାନାନ୍ତରଣ ହୋଇପାରେ; ବ୍ୟବସାୟରେ ନୂତନ ଚୁକ୍ତି ହେତୁ ଠକାମିର ଶିକାର ହୋଇପାରନ୍ତି; ପରିବାରରେ ଅଶାନ୍ତି ଦେଖାଦେଇପାରେ
କନ୍ୟା – ଆଜି ମିତ୍ର ସ୍ୱଜନଙ୍କ ଠାରୁ କିଛି ଉପଢ଼ୌକନ ମିଳିପାରେ; ଛାତ୍ରଛାତ୍ରୀମାନେ ପଢାପଢି ଦିଗରେ ମନୋନିବେଶ କରିପାରନ୍ତି; କାର୍ଯ୍ୟକ୍ଷେତ୍ରରେ ଉଚ୍ଚାଧିକାରୀଙ୍କ ପ୍ରଶଂସାଭାଜନ ହୋଇପାରନ୍ତି; ବ୍ୟାପାରରେ ଲାଭ ମିଳିପାରେ; ପରିବାରବର୍ଗ ସହ ରମଣୀୟ ସ୍ଥାନକୁ ପରିଭ୍ରମଣରେ ଯିବା ସହ ସୁସ୍ୱାଦୁ ଭୋଜନର ଆନନ୍ଦ ଉଠେଇପାରନ୍ତି
ତୁଳା – ଆଜି ବ୍ୟୟବୃଦ୍ଧି ହେବାରୁ ଋଣ କରିପାରନ୍ତି; ଦୂରସ୍ଥାନରୁ ଅଶୁଭ ସମାଚାର ମିଳିପାରେ; କର୍ମକ୍ଷେତ୍ରରେ ସହକର୍ମୀଙ୍କ ଚକ୍ରାନ୍ତ ହେତୁ ଅପମାନିତ ହୋଇପାରନ୍ତି; ବ୍ୟାପାରରେ ନୂତନ ନେଣ-ଦେନ କରନ୍ତୁ ନାହିଁ; ପରିବାରରେ ମାଙ୍ଗଳିକ କାର୍ଯ୍ୟ ଆୟୋଜନ ହୋଇପାରେ
ବିଛା –ଆଜି ଅଯଥା ବିବାଦରେ ଫସିଯାଇପାରନ୍ତି; ଦୀର୍ଘଦିନର କୌଣସି ସମସ୍ୟାର ସମାଧାନ ମିତ୍ରଙ୍କ ସହାୟତା ହେତୁ ସମ୍ଭବ ହୋଇପାରେ; କର୍ମସ୍ଥଳୀରେ ପଦୋନ୍ନତି ମିଳିପାରେ; ବ୍ୟାପାରରେ ବୁଡ଼ିଯାଉଥିବା ଅର୍ଥ ପ୍ରାପ୍ତ ହୋଇପାରେ, ପରିବାରରେ ହର୍ଷୋଲ୍ଲାସରେ ସମୟ ବିତିପାରେ
ଧନୁ – ଆଜି ଦିନଟି ଶୁଭମୟ ଥିବାରୁ ପ୍ରତ୍ୟେକ କାର୍ଯ୍ୟ ଅତି ସରଳତାର ସହ ସମ୍ପାଦନ କରିପାରନ୍ତି; କଳାକାର, ପତ୍ରକାର ଓ କ୍ରୀଡ଼ାବିତ ମାନଙ୍କ ପାଇଁ ଦିନଟି ଉତ୍ତମ ରହିପାରେ; କର୍ମକ୍ଷେତ୍ରରେ ନିଜ ଉଚ୍ଚାଧିକାରୀଙ୍କ ସହ ଜରୁରୀ ବୈଠକରେ ବ୍ୟସ୍ତ ରହିପାରନ୍ତି; ପରିବାରରେ କୌଣସି ଅତିଥି ଆଗମନର ସୂଚନା ମିଳୁଛି
ମକର – ଆଜି ଜରୁରୀ ଜିନିଷ ହଜି ଯାଇପାରେ; କୌଣସି ବିଶିଷ୍ଟ ବ୍ୟକ୍ତିଙ୍କ ଦ୍ୱାରା ସାର୍ବଜନିକ ସ୍ଥର ଅପମାନିତ ହୋଇପାରନ୍ତି; କର୍ମସ୍ଥଳୀରେ ବ୍ୟସ୍ତତା ବୃଦ୍ଧି ଯୋଗୁ ଥକ୍କା ଅନୁଭବ କରିପାରନ୍ତି; ବ୍ୟାପାରରେ ଅର୍ଥହାନୀ ହୋଇପାରେ; ପରିବାରରେ ସାମାନ୍ୟ କଥାକୁ ନେଇ ସଦସ୍ୟ ମାନଙ୍କ ମଧ୍ୟରେ ମନୋମାଳିନ୍ୟ ହୋଇପାରେ
କୁମ୍ଭ – ଆଜି ବାଣୀ ଅନିୟନ୍ତ୍ରତୀତା ହେତୁ ବାକ-ବିତଣ୍ଡାରେ ଫସିଯାଇପାରନ୍ତି; କୌଣସି ପୁରାତନ ବନ୍ଧୁଙ୍କ ସହ ସମ୍ପର୍କହାନି ହୋଇପାରେ; କର୍ମକ୍ଷେତ୍ରରେ ନିଜର ଅନ୍ୟମନସ୍କତା ହେତୁ ଜରୁରୀ ଦସ୍ତାବିଜରେ ଭୁଲଭଟକା ହୋଇପାରେ; ବ୍ୟାପାରରେ ସହଯୋଗୀଙ୍କ ସହ ମତଭେଦ ହୋଇପାରେ; ପରିବାରରେ ସାମାନ୍ୟ କଥାକୁ ନେଇ କଳହର ବାତାବରଣ ସୃଷ୍ଟି ହୋଇପାରେ
ମୀନ – ଆଜି ନିର୍ଦ୍ଧାରିତ କାର୍ଯ୍ୟ ଅପୂର୍ଣ୍ଣ ରହିବାରୁ ମାନସିକ ଅବଶୋଷ ରହିପାରେ; ହଠାତ ଶାରୀରିକ ଅସୁସ୍ଥତା ଅନୁଭବ କରିପାରନ୍ତି; କାର୍ଯ୍ୟକ୍ଷେତ୍ରରେ ସହକର୍ମୀଙ୍କ ସହ ତର୍କ-ବିତର୍କ ହୋଇପାରେ; ବ୍ୟାପାରରେ ବାଧା-ବିଘ୍ନ ଦେଖାଦେଇପାରେ; ପାରିବାରିକ ସମସ୍ୟାରେ ଦିନଟି ଗତି କରିପାରେ

LEAVE A REPLY

Please enter your comment!
Please enter your name here