ମେଷ – ଆଜି ମାନସିକ ଦ୍ଵିଧା ହେତୁ କୌଣସି ଜରୁରୀ ନିର୍ଣ୍ଣୟ ନେବା ପାଇଁ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି; ଅପରିଚିତ ବ୍ୟକ୍ତିଙ୍କ ଦ୍ୱାରା ଠକାମିର ଶିକାର ହୋଇପାରନ୍ତି; କାର୍ଯ୍ୟକ୍ଷେତ୍ରରେ ନିଜ ଅନ୍ୟମନସ୍କତା ହେତୁ ଜରୁରୀ ଦସ୍ତାବିଜରେ ଭୁଲଭଟକା ହୋଇପାରେ; ବେପାରରେ ନୂତନ ପୁଞ୍ଜିନିବେଶ ଦ୍ୱାରା ଅର୍ଥ ବୁଡ଼ିଯାଇପାରେ; ପରିବାରରେ ମାତାଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ରହିପାରନ୍ତି
ବୃଷ – ଆଜି ମାନସିକ ପ୍ରଫୁଲ୍ଲ ରହିପାରନ୍ତି; କୌଣସି ଅକସ୍ମାତ ଅର୍ଥଲାଭ ବା ସ୍ଥାବର ସମ୍ପତି ପ୍ରାପ୍ତିର ଯୋଗ ରହିଛି; କାର୍ଯ୍ୟକ୍ଷେତ୍ରରେ ଉଚ୍ଚାଧିକାରୀଙ୍କ ସହ କୌଣସି ଜରୁରୀ ବୈଠକରେ ବ୍ୟସ୍ତ ରହିପାରନ୍ତି; ବେପାରରେ ବିସ୍ତାର ତଥା ପ୍ରସାର ହୋଇପାରେ; ପରିବାରରେ ଭାଇ-ଭଉଣୀଙ୍କ ସହ ସୁ-ସମ୍ପର୍କ ରହିପାରେ
ମିଥୁନ – ଆଜି ଗୁପ୍ତଶତ୍ରୁଙ୍କ ଦ୍ୱାରା ପଦ, ପ୍ରତିଷ୍ଠାରେ ଆଞ୍ଚ ଆସିପାରେ; ପଡୋଶୀଙ୍କ ସହ ବିବାଦ ହୋଇପାରେ; କାର୍ଯ୍ୟକ୍ଷେତ୍ରରେ ସହକର୍ମୀଙ୍କ ଚକ୍ରାନ୍ତ ହେତୁ ଉଚ୍ଚାଧିକାରୀଙ୍କ ଠାରୁ ନିନ୍ଦା ଶୁଣିବାକୁ ମିଳିପାରେ; ବେପାରରେ ବାଧା-ବିଘ୍ନ ସହ ପ୍ରତିକୂଳ ପରିସ୍ଥିତି ସୃଷ୍ଟି ହୋଇପାରେ; ପାରିବାରିକ ଜୀବନ ଝଡଝଂଝା ଦେଇ ଗତି କରିପାରେ
କର୍କଟ – ଆଜି ଦୀର୍ଘଦିନର ସ୍ୱାସ୍ଥ୍ୟ ସମସ୍ୟାରୁ ମୁକୁଲିପାରନ୍ତି; ଦୂରସ୍ଥାନରୁ ସୁସମ୍ବାଦ ପ୍ରାପ୍ତ ହେବାରୁ ମନ ପ୍ରଫୁଲ୍ଲ ରହିପାରେ; କାର୍ଯ୍ୟକ୍ଷେତ୍ରରେ ପଦୋନ୍ନତି ହୋଇପାରେ; ବେପାରରେ ବୁଡ଼ିଯାଉଥିବା ଅର୍ଥ ପୁନଶ୍ଚ ମିଳିପାରେ; ପରିବାରରେ ସୁଖ-ଶାନ୍ତିର ବାତାବରଣ ଅନୁଭୂତ ହୋଇପାରେ
ସିଂହ – ଆଜି ଖାଦ୍ୟପେୟରେ ଧ୍ୟାନ ନ ଦେବାରୁ ସ୍ୱାସ୍ଥ୍ୟ ବିଗିଡିଯାଇପାରେ; କ୍ରୋଧ ଓ ବାଣୀରେ ସଂଯମତା ନ ଆଣିବାରୁ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇପାରେ; କାର୍ଯ୍ୟକ୍ଷେତ୍ରରେ ଅଧସ୍ତନ କର୍ମଚାରୀ ଆପଣଙ୍କୁ ହଇରାଣରେ ପକେଇପାରନ୍ତି; ବେପାରରେ ନୂତନ ଚୁକ୍ତି ଦ୍ୱାରା ଠକାମିର ଶିକାର ହୋଇପାରନ୍ତି; ପରିବାରରେ ସନ୍ତାନଙ୍କ ବିଦ୍ୟା ସମସ୍ୟା ମନକୁ ବ୍ୟଥିତ କରିପାରେ
କନ୍ୟା – ଆଜି ସାର୍ବଜନିକ କ୍ଷେତ୍ରରେ ଲାଭ ସହ ଖ୍ୟାତି ମିଳିପାରେ; ବନ୍ଧୁ ଗହଣରେ ନୂତନ ବସ୍ତ୍ରଭୂଷଣଃ ସହ ସୁମିଷ୍ଟ ଭୋଜନ ମିଳିପାରେ; କର୍ମକ୍ଷେତ୍ରରେ ଉଚ୍ଚାଧିକାରୀଙ୍କ ପ୍ରଶଂସା ସହ ନୂତନ ଦାୟୀତ୍ୱ ମିଳିପାରେ; ବେପାରରେ ସହଯୋଗୀଙ୍କ ସହ ସୁସମ୍ପର୍କ ସ୍ଥାପନ ହେବା ସହ ଲାଭବାନ ହୋଇପାରନ୍ତି; ପରିବାରରେ ପତ୍ନୀ ଓ ସନ୍ତାନଙ୍କ ସହ ସୁସମ୍ପର୍କ ରହିପାରେ
ତୁଳା – ଆଜି ପରିଶ୍ରମ ଅନୁଯାୟୀ କମ ଫଳ ମିଳିବାରୁ ମାନସିକ ଅଶାନ୍ତ ରହିପାରନ୍ତି; ମହିଳାଙ୍କ ପାଇଁ ନିଜ ମାତୃପକ୍ଷରୁ ଦୁଃସମ୍ବାଦ ମିଳିପାରେ; କାର୍ଯ୍ୟକ୍ଷେତ୍ରରେ ସ୍ଥାନାନ୍ତରଣ ହୋଇପାରେ; ବେପାରରେ ନିଜ ମନମୁଖୀ କାର୍ଯ୍ୟକଳାପ ପାଇଁ ସହଯୋଗୀଙ୍କ ସହ ମତଭେଦ ହୋଇପାରେ; ପରିବାରରେ ବୟୋଜ୍ୟେଷ୍ଠଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ରହିପାରନ୍ତି
ବିଛା – ଆଜି ନିର୍ଦ୍ଧାରିତ କାର୍ଯ୍ୟଟି ପୂର୍ଣ୍ଣ ହେବାରୁ ମନ ପ୍ରଫୁଲ୍ଲିତ ରହିପାରେ; ବନ୍ଧୁଙ୍କ କାର୍ଯ୍ୟ ସକାଶେ ବିଦେଶ ଯାତ୍ରା କରିପାରନ୍ତି; କାର୍ଯ୍ୟକ୍ଷେତ୍ରରେ ସହକର୍ମୀଙ୍କ ସାହାଯ୍ୟ ମିଳିପାରେ; ବ୍ୟାପାରରେ ମିଠା କଥା କହି ଗ୍ରାହକଙ୍କୁ ଆକୃଷ୍ଟ କରେଇ ଲାଭବାନ ହୋଇପାରନ୍ତି; ପରିବାରରେ ମାଙ୍ଗଳିକ କାର୍ଯ୍ୟର ଆୟୋଜନର ସୂଚନା ମିଳୁଛି
ଧନୁ – ଆଜି ପ୍ରତ୍ୟେକ କାର୍ଯ୍ୟରେ ବାଧା-ବିଘ୍ନ ଦେଇ ଗତି କରିପାରନ୍ତି; ବନ୍ଧୁଙ୍କ ସହ ସମ୍ପର୍କରେ ତିକ୍ତତା ଆସିପାରେ; କାର୍ଯ୍ୟକ୍ଷେତ୍ରରେ ନିଜ ଅଳସୁଆମୀ ହେତୁ ନିନ୍ଦା ମିଳିପାରେ; ବେପାରରେ ହାନି ହୋଇପାରେ; ପରିବାରରେ ଭାଇ-ଭଉଣୀଙ୍କ ସହ ସମ୍ପର୍କହାନି ହୋଇପାରେ
ମକର – ଆଜି ଦୀର୍ଘଦିନର ଆଶା ଓ ଆକାଂକ୍ଷା ପୂର୍ଣ୍ଣ ହୋଇପାରେ; ପୁରାତନ ବନ୍ଧୁଙ୍କ ସହ ସହସା ସାକ୍ଷାତ ସହ ମନୋରଞ୍ଜନରେ ମାତି ଯାଇପାରନ୍ତି; କାର୍ଯ୍ୟକ୍ଷେତ୍ରରେ ନୂତନ କାର୍ଯ୍ୟପାଇଁ ବିଦେଶ ଯାତ୍ରାର ଅବସର ମିଳିପାରେ; ବ୍ୟାପାରରେ ନୂତନ ଵ୍ୟାପାରୀଙ୍କ ସହ ଚୁକ୍ତି ସହ ଅର୍ଥ ଆଦାନ-ପ୍ରଦାନର ମାର୍ଗ ସୁଗମ ହୋଇପାରେ; ପରିବାରବର୍ଗ ସହ କୌଣସି ରମଣୀୟ ସ୍ଥାନକୁ ବୁଲିବାକୁ ଯାଇପାରନ୍ତି
କୁମ୍ଭ – ଆଜି ମାନସିକ ଉତ୍ସାହୀ ରହିବାରୁ ଅଟକିଥିବା କାର୍ଯ୍ୟକୁ ଅତି ସରଳତାରେ ସହ ସମ୍ପନ୍ନ କରିପାରନ୍ତି; ସାହିତ୍ୟ, ଲିଖନ କାର୍ଯ୍ୟରେ ସୁଫଳ ମିଳିପାରେ; କାର୍ଯ୍ୟକ୍ଷେତ୍ରରେ ଉଚ୍ଚାଧିକାରୀଙ୍କ ସହ ସୁସମ୍ପର୍କ ସ୍ଥାପନ ସହ ଆୟବୃଦ୍ଧି ହୋଇପାରେ; ବେପାରରେ ଦୀର୍ଘଦିନର ଆଶା ଓ ଆକାଂକ୍ଷା ପୂର୍ଣ୍ଣ ହୋଇପାରେ; ଗୃହକୁ ଅତିଥି ଆଗମନର ସୂଚନା ମିଳୁଛି
ମୀନ – ଆଜି ହାତପାହାନ୍ତାରୁ ସୁଯୋଗ ଖସିଯିବାରୁ ମନ ଭାରାକ୍ରାନ୍ତ ରହିପାରେ; ଆତ୍ମୀୟମାନେ ଇର୍ଷାପରାୟନ ହେବାରୁ ଅସୁବିଧାରେ ପଡିଯାଇପାରନ୍ତି; କାର୍ଯ୍ୟକ୍ଷେତ୍ରରେ କାର୍ଯ୍ୟଭାରରେ ବୃଦ୍ଧି ହେତୁ ଶାରୀରିକ ଅସୁସ୍ଥ ରହିପାରନ୍ତି; ବ୍ୟାପାରରେ ନୂତନ ସୂତ୍ରରୁ ଅର୍ଥପ୍ରାପ୍ତି ପାଇଁ ବାଧା ସୃଷ୍ଟି ହୋଇପାରେ; ପରିବାରରେ ପତ୍ନୀଙ୍କ ସହ ମନୋମାଳିନ୍ୟ ହୋଇପାରେ

LEAVE A REPLY

Please enter your comment!
Please enter your name here