ମେଷ – ଆଜି ମାନସିକ ଦୁଶ୍ଚିନ୍ତା ଦେଖାଦେଇପାରେ; ଦୂରସ୍ଥାନରୁ ଦୁଃସମ୍ବାଦ ପ୍ରାପ୍ତ ହୋଇପାରେ; କାର୍ଯ୍ୟକ୍ଷେତ୍ରରେ ଏକାଗ୍ରତା କମ ରହିବାରୁ ଉଚ୍ଚାଧିକାରୀଙ୍କ ଦ୍ୱାରା ସମାଲୋଚିତ ହୋଇପାରନ୍ତି; ବ୍ୟାପାରରେ ନୂତନ ପୁଞ୍ଜିନିବେଶ ଦ୍ୱାରା ହାନି ହୋଇପାରେ; ପରିବାର ସଦସ୍ୟ ମଧ୍ୟରେ ମନୋମାଳିନ୍ୟ ଦେଖାଦେଇପାରେ

ବୃଷ – ଆଜି ଶାରୀରିକ ସୁସ୍ଥ ରହିପାରନ୍ତି; ଶତ୍ରୁ ପରାଜୟ ହୋଇପାରେ; କର୍ମକ୍ଷେତ୍ରରେ ନୂତନ କାର୍ଯ୍ୟ ପାଇଁ ଉଚ୍ଚାଧିକାରୀଙ୍କ ସହ ଜରୁରୀ ଆଲୋଚନା ହେଇପାରେ; ବ୍ୟାପାରରେ ଲାଭବାନ ହୋଇପାରନ୍ତି; ପରିବାରରେ ଭାଇ-ଭଉଣୀଙ୍କ ସହ ସୁସମ୍ପର୍କ ରହିପାରେ

ମିଥୁନ – ଆଜି ଗୁପ୍ତଶତ୍ରୁଙ୍କ ଦ୍ୱାରା ସାମାଜିକ ମାନ-ସମ୍ମାନରେ ଆଞ୍ଚ ଆସିପାରେ; କୌଣସି ପୁରାତନ ବନ୍ଧୁଙ୍କ ସହ କଥା କଟାକଟି ହୋଇପାରେ; କାର୍ଯ୍ୟକ୍ଷେତ୍ରରେ ଜରୁରୀ ଦସ୍ତାବିଜରେ ଭୁଲ ହୋଇଯାଇପାରେ; ବ୍ୟାପାରରେ ସହଯୋଗୀଙ୍କ ସହ ସମ୍ପର୍କରେ ତିକ୍ତତା ଆସିପାରେ; ପରିବାରରେ ସାମାନ୍ୟ କଥାକୁ ନେଇ କଳହର ବାତାବରଣ ସୃଷ୍ଟି ହୋଇପାରେ

କର୍କଟ – ଆଜି ମଧୁର ବାଣୀ ଦ୍ୱାରା ନୂତନ ମିତ୍ରତା ସ୍ଥାପନ କରି କାର୍ଯ୍ୟହାସଲ କରିପାରନ୍ତି; ଧାର୍ମିକ ଦିଗରେ ମନୋନିବେଶ କରି ଆତ୍ମସନ୍ତୋଷ ଲାଭ କରିପାରନ୍ତି; କାର୍ଯ୍ୟକ୍ଷେତ୍ରରେ ସହକର୍ମୀ, ଅଧସ୍ତନ କର୍ମଚାରୀଙ୍କ ସାହାଯ୍ୟ ମିଲିପାରେ; ବ୍ୟାପାରରେ ବୁଡିଯାଇଥିବା ଅର୍ଥ ପୁନଶ୍ଚ ପ୍ରାପ୍ତ ହୋଇପାରେ; ପରିବାରରେ ସନ୍ତାନଙ୍କ ବିଦ୍ୟା ବିଦ୍ୟା ପ୍ରଗତିକୁ ନେଇ ଖୁସି ଅନୁଭବ କରିପାରନ୍ତି

ସିଂହ – ଆଜି ମାନସିକ ଅବସାଦ ଦେଇ ଗତି କରିପାରନ୍ତି; ଦୂରସ୍ଥାନରୁ ଦୁଃସମ୍ବାଦ ମିଳିପାରେ; କାର୍ଯ୍ୟକ୍ଷେତ୍ରରେ ସ୍ଥାନାନ୍ତରଣ ହୋଇପାରେ; ବ୍ୟାପାରରେ ନିଜ ମନମୁଖୀ କାର୍ଯ୍ୟକଳାପ ହେତୁ ସହଯୋଗୀଙ୍କ ସହ ତର୍କ-ବିତର୍କ ହୋଇପାରେ; ପରିବାରରେ ନିଜ ପ୍ରିୟଜନଙ୍କ ସହ ମନୋମାଳିନ୍ୟ ହୋଇପାରେ

କନ୍ୟା – ଆଜି ସାମାଜିକ ଅନୁଷ୍ଠାନ ତରଫରୁ ସମ୍ମାନିତ ହୋଇପାରନ୍ତି; କୋର୍ଟ-କଚେରୀ କାର୍ଯ୍ୟରେ ବିଜୟୀ ହୋଇପାରନ୍ତି; କାର୍ଯ୍ୟକ୍ଷେତ୍ରରେ ଉଚ୍ଚାଧିକାରୀଙ୍କ ସହ ଜରୁରୀ ବୈଠକରେ ବ୍ୟସ୍ତ ରହିପାରନ୍ତି; ବ୍ୟାପାରରେ ନୂତନ ଚୁକ୍ତି ହୋଇପାରେ; ପରିବାରରେ ମାଙ୍ଗଳିକ କାର୍ଯ୍ୟ ଆୟୋଜନ ହୋଇପାରେ

ତୁଳା – ଆଜି ଆର୍ଥିକ ସ୍ଥିତି ବିଗିଡ଼ିବାରୁ ଋଣ କରିପାରନ୍ତି; ପୁରାତନ ବନ୍ଧୁଙ୍କ ସହ ସମ୍ପର୍କରେ ତିକ୍ତତା ଆସିପାରେ; ଚାକିରୀରେ କାର୍ଯ୍ୟଭାର ବୃଦ୍ଧି ହେବାରୁ ଶାରୀରିକ ପୀଡା ଅନୁଭବ କରିପାରନ୍ତି; ବ୍ୟାପାରରେ ନୂତନ ଚୁକ୍ତି ଦ୍ୱାରା ଠକାମୀର ଶିକାର ହୋଇପାରନ୍ତି; ପରିବାରରେ ବୟୋଜ୍ୟେଷ୍ଠଙ୍କ ସ୍ୱାସ୍ଥ୍ୟକୁ ନେଇ ଅର୍ଥ ଖର୍ଚ୍ଚ ହୋଇପାରେ

ବିଛା – ଆଜି ଆତ୍ମବିଶ୍ୱାସ ବୃଦ୍ଧି ହେବାରୁ ପ୍ରତ୍ୟକ କାର୍ଯ୍ୟ ସୁଚାରୁ ରୂପେ ସମ୍ପାଦନ କରିପାରନ୍ତି; ପୁରାତନ ମିତ୍ର ସହ ମନୋରଞ୍ଜନର ସୁଅବସର ପ୍ରାପ୍ତି ହୋଇପାରେ; କାର୍ଯ୍ୟକ୍ଷେତ୍ରରେ ପଦୋନ୍ନତି ମିଳିପାରେ; ବ୍ୟାପାରରେ ଗ୍ରାହକଙ୍କୁ ମିଠା ବାଣୀ ଦ୍ୱାରା ଆକୃଷ୍ଟ କରେଇପାରନ୍ତି; ପରିବାରରେ ଅତିଥି ଆଗମନର ସୂଚନା ମିଳୁଛି

ଧନୁ – ଆଜି କ୍ରୋଧ ଓ ନକାରାତ୍ମକ ମାନସିକତାରେ ନିୟନ୍ତ୍ରଣ ଆଣନ୍ତୁ; ଖାଦ୍ୟପେୟରେ ଧ୍ୟାନ ନ ଦେଲେ ହଠାତ ଅସୁସ୍ଥ ହୋଇପାରନ୍ତି; କର୍ମକ୍ଷେତ୍ରରେ ନିଜ ଅନ୍ୟମନସ୍କତା ହେତୁ ଜରୁରୀ କାଗଜପତ୍ରରେ ଭୁଲଭଟକା ହୋଇଯାଇପାରେ; ବ୍ୟାପାରରେ ସହଯୋଗୀଙ୍କ ଅତ୍ୟନ୍ତ ହସ୍ତକ୍ଷେପ ହେତୁ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇପାରେ; ପରିବାରରେ ପିତା କିମ୍ବା ଭାତୃଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ରହିପାରନ୍ତି

ମକର – ଆଜି ସ୍ୱାସ୍ଥ୍ୟରେ ଉନ୍ନତି ହୋଇପାରେ; ମହତ୍ୱପୂର୍ଣ୍ଣ ଲୋକଙ୍କ ସହ ସମ୍ପର୍କ ବଢିବା ଦ୍ୱାରା ଲୋକପ୍ରିୟ ହୋଇପାରନ୍ତି; କାର୍ଯ୍ୟକ୍ଷେତ୍ରରେ ନୂତନ ଦାୟିତ୍ୱ ମିଳିପାରେ; ବ୍ୟାପାରରେ ଦୀର୍ଘଦିନର ଆଶା ଓ ଆକାଂକ୍ଷା ପୂର୍ଣ୍ଣ ହୋଇପାରେ; ପରିବାରବର୍ଗ ସହ ମଉଜ ମଜଲିସରେ ସମୟ ଅତିବାହିତ କରିପାରନ୍ତି

କୁମ୍ଭ – ଆଜି ଦୂରସ୍ଥାନରୁ ଦୁସମ୍ବାଦ ମିଳିବାରୁ ମନ ଅଶାନ୍ତ ରହିପାରେ; ପଡୋଶୀଙ୍କ ସହ ହଠାତ ବଚସା ହୋଇପାରେ; କର୍ମକ୍ଷେତ୍ରରେ ସହକର୍ମୀଙ୍କ ଇର୍ଷା ହେତୁ ଅପମାନିତ ହୋଇପାରନ୍ତି; ବ୍ୟାପାରରେ ଲାଭକ୍ଷତି ସମାନ ହୋଇପାରେ; ପରିବାରରେ ନିଜ କଟୁବାଣୀ ପାଇଁ କଳହମୟ ପରିବେଶ ସୃଷ୍ଟି ହୋଇପାରେ

ମୀନ – ଆଜି ସାମାଜିକ ମାନ-ସମ୍ମାନରେ ବୃଦ୍ଧି ହୋଇପାରେ; ବନ୍ଧୁପରିଜନଙ୍କ ସହ ସୁମିଷ୍ଟ ଭୋଜନର ଆନନ୍ଦ ଉଠେଇପାରନ୍ତି; କର୍ମକ୍ଷେତ୍ରରେ ମହିଳା ସହକର୍ମୀଙ୍କ ଠାରୁ ସାହାଯ୍ୟ ପ୍ରାପ୍ତି ହୋଇପାରେ; ବ୍ୟାପାରରେ ବିସ୍ତାର ହୋଇପାରେ; ପରିବାରରେ ସୁଖ-ଶାନ୍ତିରେ ସମୟ ଅତିବାହିତ ହୋଇପାରେ

LEAVE A REPLY

Please enter your comment!
Please enter your name here