୧୯୮୭ ମସିହାର ଫିଲ୍ମ ‘ମିଷ୍ଟର ଇଣ୍ଡିଆ’ର ସୁପର ହିଟ ହୋଇଥିଲା; ତେବେ ଏହାର ରିମେକ୍ ଫିଲ୍ମ ନିର୍ମାତା ଅଲୀ ଅବ୍ବାସ ଜାଫର କରିବାକୁ ଯାଉଛନ୍ତି; ଏଥିରେ ଶାହାରୁଖ୍‌ ଖାନ୍‌ ଓ ରଣବୀର ସିଂହଙ୍କୁ ନେବାକୁ ଚାହୁଁଛନ୍ତି; ଫିଲ୍ମରେ ଅନୀଲ କପୁରଙ୍କ ରୋଲ୍‌ ପାଇଁ ରଣବୀରଙ୍କୁ ଅଫର୍‌ ଦେଇଥିବାବେଳେ ମୋଗାମ୍ବୋ ଚରିତ୍ର ପାଇଁ ଶାହରୁଖଙ୍କୁ ଅଫର୍ ଦିଆଯାଇଛି
କିନ୍ତୁ ଶାହାରୁଖ ଏଯାଏଁ ଏହି ଭୂମିକା ପାଇଁ ହଁ କିମ୍ବା ନାଁ କହିନାହାନ୍ତି; କିନ୍ତୁ ଅନୀଲ କପୁରଙ୍କ ରୋଲ୍‌ରେ ଅଭିନୟ କରିବା ପାଇଁ ରଣବୀର ରହି ହୋଇସାରିଛନ୍ତି; ତାଙ୍କୁ ଏହି ଭୂମିକା ବହୁତ ପସନ୍ଦ ଆସିଛି; ଚଳିତ ବର୍ଷ ଏହି ଫିଲ୍ମଟିକୁ ରିଲିଜ୍ କରିବାକୁ ନିର୍ମାତା ଯଥାସମ୍ଭବ ପ୍ରୟାସ ଜାରି ରଖିଛନ୍ତି
୨୦୧୮ ମସିହାରେ ଶାହାରୁଖ ଫିଲ୍ମ ‘ଜିରୋ’ରେ ଅଭିନୟ କରିଥିଲେ; ଆସନ୍ତା ଏପ୍ରିଲ୍ ମାସରେ ରଣବୀରଙ୍କ ଫିଲ୍ମ ‘୮୩’ ରିଲିଜ୍ ହେବାକୁ ଯାଉଛି; ଏଥିରେ ରଣବୀରଙ୍କ ସହିତ ତାଙ୍କ ପତ୍ନୀ ଦୀପିକା ପାଦୁକୋନ୍‌ ଅଭିନୟ କରୁଛନ୍ତି; ଫିଲ୍ମଟି ୧୯୮୩ ମସିହା କ୍ରିକେଟ ବିଶ୍ୱକପ୍‌ର, ଯେଉଁଥିରେ ଭାରତ ବିଜୟୀ ହୋଇଥିଲା; ଏଥିରେ ରଣବୀର ପୂର୍ବତନ ଲିଜେଂଡ ଖେଳାଳି କପିଲ୍‌ ଦେବଙ୍କ ଭୂମିକାରେ ଅଭିନୟ କରିଛନ୍ତି

LEAVE A REPLY

Please enter your comment!
Please enter your name here