ମେଷ – ଆଜି ନିଜ ବାଣୀରେ ନିୟନ୍ତ୍ରଣ ନ ରଖିବାରୁ ବିବାଦରେ ପଡିଯାଇପାରନ୍ତି; ମିତ୍ର ସହ ସମ୍ପର୍କରେ ତିକ୍ତତା ଆସିପାରେ; କାର୍ଯ୍ୟକ୍ଷେତ୍ରରେ ସହଯୋଗୀଙ୍କ ଚକ୍ରାନ୍ତର ଶିକାର ହୋଇପାରନ୍ତି; ବ୍ୟାପାରରେ ନୂତନ ନିବେଶ ଦ୍ୱାରା ହାନି ହୋଇପାରେ; ପରିବାର ସଦସ୍ୟ ମଧ୍ୟରେ ସାମାନ୍ୟ କଥାରୁ ନେଇ ବିବାଦ ହୋଇପାରେ

ବୃଷ – ଆଜି ଅପ୍ରତ୍ୟାଶିତ ଲାଭ ମିଳିପାରେ; କୌଣସି ସମସ୍ୟାର ସମାଧାନ ମିତ୍ରଙ୍କ ସହାୟତା ନେଇ କରିପାରନ୍ତି; କର୍ମସ୍ଥଳୀରେ ପ୍ରମୋସନ ମିଳିପାରେ; ବ୍ୟାପାରରେ ନୂତନ ଚୁକ୍ତି ହେତୁ ଅର୍ଥ ଆଦାନ ପ୍ରଦାନର ମାର୍ଗ ସୁଗମ ରହିପାରେ; ପରିବାରରେ ହର୍ଷୋଲ୍ଲାସରେ ସମୟ ବିତିପାରେ

ମିଥୁନ – ଆଜି ଧନହାନି ହୋଇପାରେ; ଜରୁରୀ ଜିନିଷ ହଜିଯାଇପାରେ; କର୍ମସ୍ଥଳୀରେ କାର୍ଯ୍ୟଭାରରେ ବୃଦ୍ଧି ଯୋଗୁ ଥକ୍କା ଅନୁଭବ କରିପାରନ୍ତି; ବ୍ୟାପାରରେ ସହଯୋଗୀଙ୍କ ସହ ମତଭେଦ ହୋଇପାରେ; ପରିବାରରେ ବୟୋଜ୍ୟେଷ୍ଠଙ୍କ ସ୍ୱାସ୍ଥ୍ୟସମସ୍ୟା ଚିନ୍ତାର କାରଣ ହୋଇପାରେ

କର୍କଟ – ଆଜି ସାମାଜିକ ପ୍ରତିଷ୍ଠାରେ ବୃଦ୍ଧି ହୋଇପାରେ; ଇଛା କରିଥିବା କାର୍ଯ୍ୟ ମିତ୍ରଙ୍କ ସହାୟତା ଦ୍ୱାରା କାର୍ଯ୍ୟକାରୀ କରିବାରେ ସଫଳ ହୋଇପାରନ୍ତି; କର୍ମକ୍ଷେତ୍ରରେ ନୂଆ ଦାୟିତ୍ୱ ହାତକୁ ନେଇ ଉଚ୍ଚାଧିକାରୀଙ୍କ ପ୍ରଶଂସାଭାଜନ ହୋଇପାରନ୍ତି; ବ୍ୟାପାରରେ ସହଯୋଗୀଙ୍କ ସହ ନୂତନ ଯୋଜନା କାର୍ଯ୍ୟକାରୀ କରେଇ ଲାଭବାନ ହୋଇପାରନ୍ତି; ପରିବାରରେ ସୁଖ ଅନୁଭୂତି ହୋଇପାରେ

ସିଂହ – ଆଜି ବହୁତ ଦିନରୁ ଅଟକି ରହିଥିବା କାର୍ଯ୍ୟ ପୂରଣ ହୋଇପାରେ; ପ୍ରତିଦ୍ୱନ୍ଦୀ ପରାସ୍ତ ହୋଇପାରନ୍ତି; ଚାକିରୀରେ ନୂତନ ଯୋଜନା ପାଇଁ ବିଦେଶ ଯାତ୍ରାର ମଉକା ମିଳିପାରେ; ବ୍ୟାପାରରେ ବିକାଶ ତଥା ବିସ୍ତାର ହୋଇପାରେ; ପରିବାରରେ ସୁଖରେ ସମୟ ବିତିପାରେ

କନ୍ୟା – ଆଜି ଭଲ କାର୍ଯ୍ୟ କରି ମଧ୍ୟ ନିନ୍ଦିତ ହୋଇପାରନ୍ତି; ଗୃହକୁ ଆସବାବ ସାମଗ୍ରୀ କ୍ରୟ କରି ଅଯଥା ଖର୍ଚ୍ଚାନ୍ତ ହୋଇପାରନ୍ତି; କାର୍ଯ୍ୟକ୍ଷେତ୍ରରେ ନିଜ ଅଳସୁଆମୀ ହେତୁ ଉଚ୍ଚାଧିକାରୀଙ୍କ ଠାରୁ ଅପମାନିତ ହୋଇପାରନ୍ତି; ବ୍ୟାପାରରେ ନିଜ କଟୁବାଣୀ ଦ୍ୱାରା ସହଯୋଗୀଙ୍କ ସହ ବଚସା ହୋଇପାରେ; ପାରିବାରିକ ଜୀବନ ଝଡଝଂଝା ଦେଇ ଗତି କରିପାରେ

ତୁଳା – ଆଜି ଅଟକିଥିବା ବକେୟା ଅର୍ଥ ମିଳିପାରେ; ପ୍ରତିଷ୍ଠା ଓ ପରାକ୍ରମଃ ମିଳିପାରେ; ଚାକିରୀରେ ଆୟବୃଦ୍ଧି ହୋଇପାରେ; ବ୍ୟାପାରରେ ଅନୁକୂଳ ଲାଭ ମିଳିପାରେ; ପରିବାରରେ ସନ୍ତାନଙ୍କ ବିଦ୍ୟା ପ୍ରଗତି ହେତୁ ମନ ଖୁସି ହୋଇପାରେ

ବିଛା – ଆଜି ଯାତ୍ରା କଷ୍ଟଦାୟକ ହୋଇପାରେ; ଆସୁଥିବା ସୁଯୋଗ ହାତ ପାହାନ୍ତାରୁ ଖସିଯାଇପାରେ; ଚାକିରୀରେ ନିଜ ଅଳସୁଆମୀ ହେତୁ ଉଚ୍ଚାଧିକାରୀଙ୍କ ଠାରୁ ନିନ୍ଦା ମିଳିପାରେ; ବ୍ୟାପାରରେ ନିଜ ଦୁରଦୃଷ୍ଟି ଅଭାବରୁ ବାଧା ଉପୁଜିପାରେ; ପରିବାରରେ ପତ୍ନୀଙ୍କ ସହ ମନୋମାଳିନ୍ୟ ହୋଇପାରେ

ଧନୁ – ଆଜି ଦୀର୍ଘଦିନର ଆଶା ଓ ଅଭିଳାଷ ପୂର୍ଣ୍ଣ ହୋଇପାରେ; ଆୟବ୍ୟୟ ସମାନ ହୋଇପାରେ; କାର୍ଯ୍ୟକ୍ଷେତ୍ରରେ ଉଚ୍ଚାଧିକାରୀଙ୍କ ସହ ଫୋନ ଯୋଗେ ବାର୍ତାଳାପ ହୋଇପାରେ; ବ୍ୟାପାରରେ ହାନିଲାଭ ସମାନ ହୋଇପାରେ; ପରିବାରରେ ଆମୋଦ-ପ୍ରମୋଦରେ ସମୟ ବିତିପାରେ

ମକର – ଆଜି ଅଖାଦ୍ୟ ଖାଇବାରୁ ପେଟଜନିତ ସମସ୍ୟାରେ ପଡିପାରନ୍ତି; ବନ୍ଧୁ ଶତ୍ରୁତାର ଆଚରଣ କରିପାରନ୍ତି; କାର୍ଯ୍ୟକ୍ଷେତ୍ରରେ ଭଲ କାର୍ଯ୍ୟ କଲେ ମଧ୍ୟ ଉଚ୍ଚାଧିକାରୀଙ୍କ ଠାରୁ ଅପବାଦ ମିଳିପାରେ; ବ୍ୟାପାରରେ ନୂତନ ଚୁକ୍ତି ଦ୍ୱାରା ଠକାମିରେ ପଡିଯାଇପାରନ୍ତି; ପରିବାରରେ କଳହର ପରିବେଶ ସୃଷ୍ଟି ହୋଇପାରେ

କୁମ୍ଭ – ଆଜି ସାମାଜିକ ଅନୁଷ୍ଠାନ ତରଫରୁ ସମ୍ମାନିତ ହୋଇପାରନ୍ତି; ଅକସ୍ମାତ ଦୁର୍ଘଟଣାରୁ ରକ୍ଷା ପାଇଯାଇପାରନ୍ତି; କାର୍ଯ୍ୟକ୍ଷେତ୍ରରେ ଅଧସ୍ତନ କର୍ମଚାରୀଙ୍କ ଦ୍ୱାରା ସହଯୋଗ ମିଳିପାରେ; ବ୍ୟାପାରରେ ହାନିଲାଭ ସମାନ ହୋଇପାରେ; ପରିବାରବର୍ଗ ସହ ମଉଜ-ମଜଲିଶରେ ସମୟ ବିତେଇପାରନ୍ତି

ମୀନ – ଆଜି ଅଶୁଭ ସମାଚାର ମିଳିବାରୁ ମନ ବିଚଳିତ ହୋଇପାରେ; ପଡୋଶୀଙ୍କ ସହ ବିବାଦ ହୋଇପାରେ; କର୍ମକ୍ଷେତ୍ରରେ ନିଜ ସ୍ଥାନାନ୍ତରଣ ହୋଇପାରେ; ବ୍ୟାପାରରେ ନୂତନ ନିବେଶ ଦ୍ୱାରା ଅର୍ଥ ବୁଡ଼ିଯାଇପାରେ; ପରିବାରରେ ଅଶାନ୍ତର ବାତାବରଣ ଦେଖାଦେଇପାରେ

LEAVE A REPLY

Please enter your comment!
Please enter your name here