୧.୧.୨୦୨୦, ବୁଧବାର ଆଜିର ରାଶିଫଳରେ ଦେଖନ୍ତୁ କିପରି ରହିବ ଆପଣଙ୍କ ଭାଗ୍ୟ

0
334

ମେଷ – ଆଜି ଶାରୀରିକ ସୁସ୍ଥତା ରହିପାରେ; କୌଣସି ଅକସ୍ମାତ ଅର୍ଥପ୍ରାପ୍ତ ହୋଇପାରେ; ପୁରାତନ ବନ୍ଧୁ ବା ବାନ୍ଧବୀଙ୍କ ସହ ବୁଲାବୁଲି, ମଉଜମଜଲିଶରେ ସମୟ କାଟିପାରନ୍ତି; କାର୍ଯ୍ୟକ୍ଷେତ୍ରରେ ଉଚ୍ଚାଧିକାରୀଙ୍କ ସହ କୌଣସି ଜରୁରୀ ଚର୍ଚ୍ଚା ସହ ବୈଠକରେ ବ୍ୟସ୍ତ ରହିପାରନ୍ତି; ବେପାରରେ ବିସ୍ତାର ତଥା ଆୟବୃଦ୍ଧି ହୋଇପାରେ; ପରିବାରରେ ଭାଇ-ବନ୍ଧୁଙ୍କ ଠାରୁ କୌଣସି ଲାଭ ମିଳିପାରେ

ବୃଷ – ଆଜି କୌଣସି ଜରୁରୀ ନିର୍ଣ୍ଣୟ ନେବାରୁ ବିରତି ନିଅନ୍ତୁ; ସାମାନ୍ୟ ଶାରୀରିକ ଅସୁସ୍ଥତା ଯେପରି ଥଣ୍ଡା, ସର୍ଦି, ଜ୍ୱରରେ ଆକ୍ରାନ୍ତ ରହିପାରନ୍ତି; ଅପରିଚିତ ବ୍ୟକ୍ତିଙ୍କ ଦ୍ୱାରା ଠକାମିର ଶିକାର ହୋଇପାରନ୍ତି; କାର୍ଯ୍ୟକ୍ଷେତ୍ରରେ ଜରୁରୀ ଦସ୍ତାବିଜରେ ନିଜ ଏକାଗ୍ରତା ଅଭାବରୁ ଭୁଲଭଟକା ହୋଇଯାଇପାରେ; ବେପାରରେ ହାନି ହୋଇପାରେ; ପରିବାରରେ ମାତାଙ୍କ ସ୍ୱାସ୍ଥ୍ୟ ସମସ୍ୟାକୁ ନେଇ ଚିନ୍ତିତ ରହିପାରନ୍ତି

ମିଥୁନ – ଆଜି ଶାରୀରିକ ସୁସ୍ଥତା ଅନୁଭବ କରିପାରନ୍ତି; ମହିଳାମାନଙ୍କ ପାଇଁ ଦୂରସ୍ଥାନରୁ ସୁସମ୍ବାଦ ପ୍ରାପ୍ତ ହୋଇପାରେ; ଧାର୍ମିକ କାର୍ଯ୍ୟରେ ରୁଚି ରହିପାରେ; କାର୍ଯ୍ୟକ୍ଷେତ୍ରରେ ପଦୋନ୍ନତି ହୋଇପାରେ; ବେପାରରେ ସହଯୋଗୀଙ୍କ ସହ ସୁ-ସମ୍ପର୍କ ରହିପାରେ; ପରିବାରରେ ସୁଖ-ଶାନ୍ତିର ବାତାବରଣ ଅନୁଭୂତ ହୋଇପାରେ

କର୍କଟ – ଆଜି ମାନସିକ ପ୍ରଫୁଲ୍ଲ ରହିପାରନ୍ତି; ସାମାଜିକ ସ୍ତରରେ ମାନ-ସମ୍ମାନ ପ୍ରାପ୍ତି ହୋଇପାରେ; ବନ୍ଧୁ ସହାୟତାରେ ଦୀର୍ଘଦିନର ଅଟକିଥିବା କାର୍ଯ୍ୟ ସରଳତାର ସହ ସମ୍ପନ୍ନ ହୋଇପାରେ; କାର୍ଯ୍ୟକ୍ଷେତ୍ରରେ ଉଚ୍ଚାଧିକାରୀଙ୍କ ପ୍ରୋତ୍ସାହନ ମିଳିପାରେ; ବେପାରରେ ଲାଭକ୍ଷତି ସମାନ ହୋଇପାରେ; ପାରିବାରିକ ଜୀବନ ସୁଖମୟ ହୋଇପାରେ

ସିଂହ – ଆଜି ଗୃହକୁ ସାଜସଜା ସାମଗ୍ରୀ କରେ କରି ଆଣିପାରନ୍ତି; ବନ୍ଧୁଙ୍କ ସହ ବୁଲାବୁଲି; ସୁମିଷ୍ଟ ଭୋଜନର ଆନାଡ଼ ଉଠେଇପାରନ୍ତି; ନିଜ ବାକ-ଚାତୁରୀ ଦ୍ୱାରା ନୂତନ ମିତ୍ରଙ୍କ ସହ ସମ୍ପର୍କ ସ୍ଥାପନ କରି କାର୍ଯ୍ୟହାସଲ କରିପାରନ୍ତି; କର୍ମକ୍ଷେତ୍ରରେ ଉଚ୍ଚାଧିକାରୀଙ୍କ ଦ୍ୱାରା ପ୍ରଶଂସା ମିଳିପାରେ; ବେପାରରେ ଲାଭବାନ ହୋଇପାରନ୍ତି; ପରିବାରରେ ମାଙ୍ଗଳୀକ କାର୍ଯ୍ୟର ଆୟୋଜନ ହୋଇପାରେ

କନ୍ୟା – ଆଜି ନକାରାତ୍ମକ ଚିନ୍ତା ଘାରିବାରୁ ମାନସିକ ଭାରାକ୍ରାନ୍ତ ରହିପାରନ୍ତି; ଖାଦ୍ୟପେୟରେ ଧ୍ୟାନ ନ ଦେବାରୁ ସ୍ୱାସ୍ଥ୍ୟ ବିଗିଡିଯାଇପାରେ; ପଡୋଶୀଙ୍କ ସହ ବିବାଦ ସୃଷ୍ଟି ହୋଇପାରେ; କାର୍ଯ୍ୟକ୍ଷେତ୍ରରେ ସହକର୍ମୀ ବା ଅଧସ୍ତନ କର୍ମଚାରୀ ଆପଣକୁ ହଇରାଣରେ ପକେଇପାରନ୍ତି; ବେପାରରେ ଅର୍ଥ ବୁଡ଼ିଯାଇପାରେ; ପାରିବାରିକ ଜୀବନରେ ମନୋମାଳିନ୍ୟ ଦେଖା ଦେଇପାରେ

ତୁଳା – ଆଜି ଶାରୀରିକ ଅସୁସ୍ଥତା ଦେଖାଦେଇପାରେ; ଅକସ୍ମାତ ଧନହାନି ହୋଇପାରେ; ଗୁପ୍ତଶତ୍ରୁ ଦ୍ୱାରା ଗୁପ୍ତ ଚକ୍ରନ୍ତର ଶିକାର ହୋଇପାରନ୍ତି; କାର୍ଯ୍ୟକ୍ଷେତ୍ରରେ ସହକର୍ମୀଙ୍କ ସହ ଯୁକ୍ତି-ତର୍କ ହୋଇପାରେ; ବେପାରରେ ନିଜ ମନମୁଖୀ କାର୍ଯ୍ୟ ପାଇଁ ବାଧା ଉତ୍ପନ୍ନ ହୋଇପାରେ; ପରିବାରରେ ସାମାନ୍ୟ କଥାକୁ ନେଇ କଳହର ବାତାବରଣ ସୃଷ୍ଟି ହୋଇପାରେ

ବିଛା – ଆଜି ପରିଶ୍ରମ ଅନୁଯାୟୀ ଫଳ ମିଳିବାରୁ ଆତ୍ମସନ୍ତୋଷ ଲାଭ କରିପାରନ୍ତି; ଆଇନ, ପ୍ରଶାସନ ପେସାଦାର ଲୋକଙ୍କ ପାଇଁ ଦିନଟି ଶୁଭମୟ ହୋଇପାରେ; ମହିଳାଙ୍କ ପାଇଁ ନିଜ ମାତୃପକ୍ଷରୁ ସୁସମ୍ବାଦ ମିଳିପାରେ; କାର୍ଯ୍ୟକ୍ଷେତ୍ରରେ ସହକର୍ମୀଙ୍କ ସାହାଯ୍ୟ ମିଳିପାରେ; ବେପାରରେ ଲାଭ-କ୍ଷତି ସମାନ ରହିପାରେ; ପାରିବାରିକ ଜୀବନ ହର୍ଷୋଲ୍ଲାସରେ କଟିପାରେ

ଧନୁ – ଆଜି ଜରୁରୀ ନିର୍ଣ୍ଣୟ ନେବାରୁ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି; ପୁରାତନ ବନ୍ଧୁ ସମ୍ପର୍କରେ ତିକ୍ତତା ଆସିପାରେ; ଅଯଥା ଖର୍ଚ୍ଚ ହେତୁ ଧନହାନି ଜନିତ ସମସ୍ୟା ସୃଷ୍ଟି ହୋଇପାରେ; କାର୍ଯ୍ୟକ୍ଷେତ୍ରରେ କାର୍ଯ୍ୟଭାର ବୃଦ୍ଧି ଯୋଗୁଁ ହଠାତ ଶାରୀରିକ ଅସୁସ୍ଥ ହୋଇପାରନ୍ତି; ବେପାରରେ ସହଯୋଗୀଙ୍କ ସହ ମତଭେଦ ହୋଇପାରେ; ପରିବାରରେ କୌଣସି ବୟୋଜ୍ୟେଷ୍ଠ ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟ ସମସ୍ୟା ଚିନ୍ତାର କାରଣ ହୋଇପାରେ

ମକର – ଆଜି ନିର୍ଦ୍ଧାରିତ କାର୍ଯ୍ୟଟି ସରଳତାରେ ପୂର୍ଣ୍ଣ ହେବରୁ ମାନସିକ ଉତ୍ସାହରେ ବୃଦ୍ଧି ହୋଇପାରେ; ମିତ୍ର ଗହଣରେ ବୁଲାବୁଲି, ମନୋରଞ୍ଜନର ଆନନ୍ଦ ଉଠେଇପାରନ୍ତି; ସାହିତ୍ୟ, ଲିଖନ କାର୍ଯ୍ୟରେ ସୁଫଳ ମିଳିପାରେ; କାର୍ଯ୍ୟକ୍ଷେତ୍ରରେ ଜରୁରୀ କାର୍ଯ୍ୟ ପାଇଁ ଦୂରଯାତ୍ରା କରିବାକୁ ପଡିପାରେ; ବେପାରରେ ଲାଭବାନ ହୋଇପାରନ୍ତି; ପରିବାରରେ ସୁଖ-ଶାନ୍ତିର ବାତାବରଣ ଅନୁଭୂତ ହୋଇପାରେ

କୁମ୍ଭ – ଆଜି ଶାରୀରିକ ସୁସ୍ଥତା ଅନୁଭବ କରିପାରନ୍ତି; ନୂତନ କାର୍ଯ୍ୟ ପ୍ରାରମ୍ଭ କରି ସଫଳ ହୋଇପାରନ୍ତି; ହଠାତ କୌଣସି ସ୍ଥାବର ସମ୍ପତି ମିଳିପାରେ; କାର୍ଯ୍ୟକ୍ଷେତ୍ରରେ ନୂତନ ଦାୟିତ୍ୱ ମିଳିପାରେ; ବେପାରରେ ନୂତନ ଚୁକ୍ତି ଯୋଗୁଁ ଲାଭବାନ ହୋଇପାରନ୍ତି; ପରିବାରରେ କୌଣସି ରମଣୀୟ ସ୍ଥାନ ବୁଲାବୁଲି ସହ ସୁସ୍ୱାଦୁ ଭୋଜନ, ମନୋରଞ୍ଜନର ମଜା ନେଇପାରନ୍ତି

ମୀନ – ଆଜି ଚିନ୍ତା କରିଥିବା କାର୍ଯ୍ୟଟି ସମାପନ ହେବାରୁ ମାନସିକ ଶାନ୍ତି ଅନୁଭବ କରିପାରନ୍ତି; ସାମାଜିକ ପ୍ରତିଷ୍ଠାରେ ବୃଦ୍ଧି ହୋଇପାରେ; କୌଣସି ପୁରାତନ ବନ୍ଧୁଙ୍କ ସହ ମଉଜମଜଲିସରେ ବ୍ୟସ୍ତ ରହିପାରନ୍ତି; କାର୍ଯ୍ୟକ୍ଷେତ୍ରରେ ନିଜ କାର୍ଯ୍ୟଶୈଳୀ ପାଇଁ ପ୍ରଶଂସାଭାଜନ ହୋଇପାରନ୍ତି; ବେପାରରେ ଦୀର୍ଘ ଦିନର ଆକାଂକ୍ଷା ପୂର୍ଣ୍ଣ ହୋଇପାରେ; ପରିବାରରେ ଭାଇ-ଭଉଣୀଙ୍କ ସହ ସୁ-ସମ୍ପର୍କ ସ୍ଥାପନ ହୋଇପାରେ

LEAVE A REPLY

Please enter your comment!
Please enter your name here