ମେଷ – ଆଜି ଟିକେ ଟିକେ କଥାରେ କ୍ରୋଧିତ ହେବାରୁ ସମାଲୋଚନାର ଶିକାର ହୋଇପାରନ୍ତି; ନିର୍ଦ୍ଧାରିତ କାର୍ଯ୍ୟ ବିଳମ୍ବ ହେବାରୁ ମାନସିକ ଅବସାଦ ଦେଇ ଗତି କରିପାରନ୍ତି; କାର୍ଯ୍ୟକ୍ଷେତ୍ରରେ ଉଚ୍ଚାଧିକାରୀଙ୍କ ସହ ତର୍କ-ବିତର୍କ ହୋଇପାରେ; ବ୍ୟାପାରରେ ସହଯୋଗୀଙ୍କ ସହ ବଚସା ହୋଇପାରେ; ପରିବାରରେ ସାମାନ୍ୟ କଥାରେ କଟୁକଥା କହି ଅଶାନ୍ତ ପରିବେଶ ଦେଇ ଗତି କରିପାରନ୍ତି
ବୃଷ – ଆଜି ଖାଇବା-ପିଇବାରେ ଧ୍ୟାନ ଦିଅନ୍ତୁ; ନଚେତ ସ୍ୱାସ୍ଥ୍ୟ ବିଗିଡିଯାଇପାରେ; ଘରେ ରହିଲେ ସୁସ୍ଥ ରହିବେ; କାର୍ଯ୍ୟକ୍ଷେତ୍ରରେ ପଦୋନ୍ନତି ମିଳିପାରେ; ବ୍ୟାପାରରେ ନୂତନ ଚୁକ୍ତି ହେତୁ ଅର୍ଥ ଯୋଗାଡ଼ କରିପାରନ୍ତି; ପରିବାରରେ ଆଗାମୀ ଦିନ ପାଇଁ ମାଙ୍ଗଳିକ କାର୍ଯ୍ୟର ଯୋଜନା କରିପାରନ୍ତି
ମିଥୁନ – ଆଜି ଅର୍ଥପ୍ରାପ୍ତି ହୋଇପାରେ; ଆତ୍ମୀୟଙ୍କ ସହ ଚର୍ଚ୍ଚା କରି ଗୁରୁତ୍ୱପୂର୍ଣ୍ଣ ନିର୍ଣୟ ନେଇପାରନ୍ତି; କାର୍ଯ୍ୟକ୍ଷେତ୍ରରେ ପଦୋନ୍ନତି ମିଳିପାରେ; ବ୍ୟାପାରରେ ନୂତନ ନିବେଶ ଶୁଭ ହୋଇପାରେ; ପରିବାରରେ ହର୍ଷୋଲ୍ଲାସରେ ସମୟ ବିତିପାରେ
କର୍କଟ – ଆଜି ଆର୍ଥିକହାନି ହେତୁ ଋଣ କରିପାରନ୍ତି; ଘରୁ ବାହାରକୁ ଗଲେ ଅସୁବିଧାର ସମୁଖୀନ ହୋଇପାରନ୍ତି; କାର୍ଯ୍ୟକ୍ଷେତ୍ର ସ୍ଥାନାନ୍ତରଣ ମିଳିପାରେ; ବ୍ୟାପାରରେ ହାନିଲାଭ ସମାନ ହୋଇପାରେ; ପରିବାରରେ ସାମାନ୍ୟ କଥାରେ ବିବାଦ ହୋଇପାରେ
ସିଂହ – ଆଜି ଲିଖନ, ସୃଜନାତ୍ମକ କାର୍ଯ୍ୟରେ ସଫଳତା ମିଳିପାରେ; ଆଧ୍ୟାତ୍ମ୍ୟ ଦିଗରେ ରୁଚି ବଢିପାରେ; କର୍ମକ୍ଷେତ୍ରରେ ଉଚ୍ଚାଧିକାରୀଙ୍କ ପ୍ରଶଂସାଭାଜନ ହୋଇପାରନ୍ତି; ବ୍ୟାପାରରେ ବୁଡ଼ିଯାଉଥିବା ଅର୍ଥ ମିଳିପାରେ; ପରିବାରରେ ହର୍ଷୋଲ୍ଲାସରେ ସମୟ ବିତିପାରେ
କନ୍ୟା – ଆଜି ଖର୍ଚ୍ଚଭାର ବୃଦ୍ଧି ହୋଇପାରେ; ପଡୋଶୀଙ୍କ ସହ ବଚସା ହୋଇପାରେ; କର୍ମସ୍ଥଳୀରେ ସହଯୋଗୀଙ୍କ ଷଡ଼ଯନ୍ତ୍ରରେ ଶିକାର ହୋଇପାରନ୍ତି; ବ୍ୟାପାରରେ ନିଜ ମନମୁଖୀ କାର୍ଯ୍ୟ ହେତୁ ସହଯୋଗୀଙ୍କ ସହ ବିବାଦ ହୋଇପାରେ; ପରିବାରରେ ମା’ଙ୍କ ସ୍ୱାସ୍ଥ୍ୟ ଚିନ୍ତିତ ରହିପାରନ୍ତି
ତୁଳା – ଆଜି ଶତ୍ରୁ ପରାଜୟ ହୋଇପାରେ; ଘରେ ରହିଲେ ସୁସ୍ଥ ରହିବେ; କର୍ମକ୍ଷେତ୍ରରେ ନୂତନ ଦାୟିତ୍ୱ ମିଳିପାରେ; ବ୍ୟାପାରରେ ଲାଭବାନ ହୋଇପାରେ; ପରିବାରରେ ଭାଇ-ଭଉଣୀଙ୍କ ସହ ସୁସମ୍ପର୍କ ରହିପାରେ
ବିଛା – ଆଜି ବାଣୀରେ ନିୟନ୍ତ୍ରଣ ରଖନ୍ତୁ; ନଚେତ ବିବାଦ ହୋଇପାରେ; ଧାର୍ମିକ ଦିଗରେ ରୁଚି ବଢିପାରେ; କାର୍ଯ୍ୟକ୍ଷେତ୍ରରେ ଅଧସ୍ତନ କର୍ମଚାରୀ ସହ ତର୍କ-ବିତର୍କ ହୋଇପାରେ; ବ୍ୟାପାରରେ ହାନି ହୋଇପାରେ; ପରିବାରରେ ସନ୍ତାନଙ୍କ ବିଦ୍ୟାକୁ ନେଇ ଚିନ୍ତିତ ରହିପାରନ୍ତି
ଧନୁ – ଆଜି ଆକସ୍ମିକ ଧନପ୍ରାପ୍ତି ହୋଇପାରେ; ଘରେ ରହିଲେ ସୁସ୍ଥ ରହିବେ; କାର୍ଯ୍ୟକ୍ଷେତ୍ରରେ ଆୟବୃଦ୍ଧି ହୋଇପାରେ; ବ୍ୟାପାରରେ ଲାଭ ହୋଇପାରେ; ପରିବାରରେ ମିତ୍ର ପରିଜନଙ୍କ ସହ ଆନନ୍ଦରେ ସମୟ ବିତେଇପାରନ୍ତି
ମକର – ଆଜି ନକାରାତ୍ମକ ଚିନ୍ତା ଘାରିବାରୁ ମାନସିକ ଅବସାଦ ଦେଇ ଗତି କରିପାରନ୍ତି; ଘରୁ ବାହାରକୁ ଗଲେ ହଇରାଣ ହୋଇପାରନ୍ତି; କାର୍ଯ୍ୟକ୍ଷେତ୍ରରେ କାର୍ଯ୍ୟଭାରରେ ବୃଦ୍ଧି ହୋଇପାରେ; ବ୍ୟାପାରରେ ହାନି ହୋଇପାରେ; ପରିବାରରେ ନିଜ ପ୍ରିୟଜନଙ୍କ ସହ ମନୋମାଳିନ୍ୟ ହୋଇପାରେ
କୁମ୍ଭ – ଆଜି କୌଣସି ବନ୍ଧୁଙ୍କ ସାହାଯ୍ୟରେ ନୂତନ କାର୍ଯ୍ୟ ସମ୍ପାଦନ କରିପାରନ୍ତି; ମାତା ବା ପିତାଙ୍କ ସହ ଆଲୋଚାନ କରି ନୀତିଗତ ନିଷ୍ପତି ନେଇପାରନ୍ତି; କାର୍ଯ୍ୟକ୍ଷେତ୍ରରେ ଉଚ୍ଚାଧିକାରୀଙ୍କ ସହ ଜରୁରୀ ଆଲୋଚନାରେ ବ୍ୟସ୍ତ ରହିପାରନ୍ତି; ବ୍ୟାପାରରେ ସହଯୋଗୀଙ୍କ ସହ ନୂତନ ଯୋଜନାକୁ ସଫଳ କରିପାରନ୍ତି; ପରିବାରରେ ଆମୋଦ-ପ୍ରମୋଦରେ ସମୟ ବିତିପାରେ
ମୀନ – ଆଜି ବକେୟା ଅର୍ଥପ୍ରାପ୍ତିରେ ବାଧା ଆସିପାରେ; ବନ୍ଧୁଙ୍କ ସହ ବିବାଦ ହୋଇପାରେ; କାର୍ଯ୍ୟକ୍ଷେତ୍ରରେ ଉଚ୍ଚାଧିକାରୀଙ୍କ ସହ ବିବାଦ ହୋଇପାରେ; ବ୍ୟାପାରରେ ନୂତନ ଚୁକ୍ତି କଲେ ଠକାମିର ଶିକାର ହୋଇପାରନ୍ତି; ପରିବାରରେ ପିତାଙ୍କ ସ୍ୱାସ୍ଥ୍ୟ ନେଇ ଚିନ୍ତିତ ରହିପାରନ୍ତି

LEAVE A REPLY

Please enter your comment!
Please enter your name here