୨୦୦ ଉଇଗର ମୁସଲିମଙ୍କ ପତ୍ନୀ ନିଖୋଜ ହେଲେ ଚୀନର ସିଞ୍ଜିୟାଙ୍ଗରୁ ସହରରୁ, ଆସନ୍ତୁ ଜାଣିବା କେମିତି ଆଉ ଏହାର କାରଣ କଣ ?

0
414

୨୦୦ ଉଇଗର ମୁସଲିମଙ୍କ ପତ୍ନୀ ନିଖୋଜ ହେଲେ ଚୀନର ସିଞ୍ଜିୟାଙ୍ଗରୁ ସହରରୁ, । ଯେତେ ବେଳେ ସେମାନେ ଏହି ବିଷୟ ନେଇ ଅଭିଯୋଗ କଲେ ସେମାନଙ୍କୁ କୁହାଗଲା ଯେ ସେମାନଙ୍କ ପତ୍ନୀଙ୍କୁ ଶିକ୍ଷା କେନ୍ଦ୍ର ନିଆଯାଇଛି । ଚୌଧୁରୀ ଜାବଭେ ଭଟ୍ଟ ମଧ୍ୟ ସେମାନଙ୍କ ମଧ୍ୟରୁ ଜଣେ । ତାଙ୍କ ପତ୍ନୀ ମଧ୍ୟ ଏକ ବର୍ଷ ହେଲା ନିଖୋଜ ଅଛନ୍ତି। ତାଙ୍କ ଭିସାକୁ ନବୀକରଣ କରିବା ପାଇଁ ତାଙ୍କୁ ପାକିସ୍ଥାନ ଆସିବାକୁ ପଡ଼ିଛି ଏବଂ ସେଠାରୁ ଆସିବା ପରେ ସେ ପତ୍ନୀଙ୍କୁ ପୁଣି ଖୋଜିବା ଆରମ୍ଭ କରିବେ ।

ଭଟ୍ଟ କହିଛନ୍ତି ଯେ ତାଙ୍କ ପତ୍ନୀ ନିଖୋଜ ହେବା ପୂର୍ବରୁ କହିଥିଲେ ଯେ , ‘ତୁମେ ଗଲା ପରେ ମୋତେ ସେ କ୍ୟାମ୍ପକୁ ନେଇଯିବେ ସେଠାରୁ ମୁଁ କେବେ ଫେରିବି ନାହିଁ ।’ ଯେବେ ଉଭୟ ଅଲଗା ହୋଇଥିଲେ

ସେତେବେଳକୁ ଅଟ୍ଟା ଓ ଅମିନାଙ୍କ ବିବାହକୁ ୧୪ ବର୍ଷ ହୋଇସାରିଥିଲା । ଅମୀନା ୨୦୧୭ ଅଗଷ୍ଟରୁ ନିଖୋଜ ଅଛନ୍ତି । ଅଟ୍ଟା କହିଛନ୍ତି ଯେ ସିଞ୍ଜିୟାଙ୍ଗରେ ୨୦୦ରୁ ଅଧିକ ପାକ୍ ବ୍ୟବସାୟୀଙ୍କ ପତ୍ନୀ ନିଖୋଜ ଅଛନ୍ତି।

ଚୀନ ଉପରେ ଅଭିଯୋଗ କରି କହିଛନ୍ତି ଯେ ଉଇଗରଙ୍କୁ ନଜରବନ୍ଦୀ କରି ରଖାଯାଇଛି ଓ ସେଠାରେ ସେମାନଙ୍କର ଧାର୍ମିକ ଚିନ୍ତାଧାରାକୁ ପରବର୍ତ୍ତନ କରି ସେମାନଙ୍କୁ ନୂତନ ଶିକ୍ଷାପ୍ରଦାନ କରାଯାଉଛି । ହିଂସା ଓ ଦଙ୍ଗାକୁ ରୋକିବା ପାଇଁ ସରକାର ଏହି ପ୍ରଦକ୍ଷେପ ନେଇଥିବା କୁହାଯାଇଛି । ଅଟ୍ଟା କହିଛନ୍ତି ‘ସେମାନେ ଏହାକୁ ସ୍କୁଲ କହୁଛନ୍ତି କିନ୍ତୁ ତାହା ବାସ୍ତବରେ ଜେଲ’ । ଅଟ୍ଟା କହିଛନ୍ତି ଯେ ତାଙ୍କୁ ନିଜର ୫ ଓ ୭ ବର୍ଷର ଦୁଇଟି ସନ୍ତାନକୁ ଛାଡ଼ିବାକୁ ପଡ଼ିଛି କାରଣ ତାଙ୍କର ପାସପୋର୍ଟ ଚୀନି ଅଧିକାରୀମାନେ ଜବତ କରିନେଇଛନ୍ତି ।

ଅଟ୍ଟା ମାସରେ ଦୁଇ ଥର ଚୀନ ଆସିଛନ୍ତି , କିନ୍ତୁ ତାଙ୍କ ଭିସାର ଅବଧି ସରିଯାଇଥିବା ବେଳେ ତାଙ୍କୁ ପାକିସ୍ଥାନ ଫେରିବାକୁ ପଡ଼ିଛି । ଏନେଇ ସେ କହିଛନ୍ତି ‘ ନଅ ମାସ ହେଲା ମୁ ପିଲାଙ୍କୁ ଦେଖିନି କି କଥା ବି ହେଇନି । ଚୀନ ଉଇଗର ମୁସଲମାନଙ୍କୁ ନେଇ ପଚରାଯାଉଥିବା ପ୍ରଶ୍ନର ଉତ୍ତର ସେ ନିୟମିତ ରୂପେ ଦେଇ ଆସୁଛନ୍ତି। ସେ କହିଛନ୍ତି ଯେ ସ୍ଥାନୀୟ ପ୍ରଶାସନର କହିବା କଥା ସେମାନଙ୍କର ଏହି ନୀତି ସିଞ୍ଜିୟାଙ୍ଗରେ ଶାନ୍ତି ଫେରାଇ ଆଣିବାକୁ ଉଦ୍ଦିଷ୍ଟ।

କିନ୍ତୁ ରାଷ୍ଟ୍ରପତି ସି ଜିନପିଙ୍ଗ ଏହି ଅଭିଯାନରେ ଅଶାନ୍ତ କ୍ଷେତ୍ରରେ କିଛି ରୋକ ଲଗାଯାଇଛନ୍ତି ଓ ଯେଉଁଥିରେ ୧୦ଲକ୍ଷରୁ ଅଧିକ ଉଇଗର ଓ ଅନ୍ୟ ମୁସଲିମ ଅଳ୍ପସଂଖ୍ୟାକୁ ଇଣ୍ଟରନେଟରୁ ଦୂରରେ ରଖାଯାଇଛି।

LEAVE A REPLY

Please enter your comment!
Please enter your name here