ମେଷ – ଆଜି ସକାରାତ୍ମକ ବିଚାର ହେତୁ ଜରୁରୀ କାର୍ଯ୍ୟକୁ ପୂର୍ଣ୍ଣ କରିପାରନ୍ତି; ପୁରାତନ ବନ୍ଧୁଙ୍କ ସହ ସାକ୍ଷାତ ହୋଇପାରେ; କାର୍ଯ୍ୟକ୍ଷେତ୍ରରେ ଉଚ୍ଚାଧିକାରୀଙ୍କ ପ୍ରଶଂସା ମିଳିବା ସହ ଆୟବୃଦ୍ଧି ହୋଇପାରେ; ବ୍ୟାପାର ସମ୍ବଧୀୟ କାର୍ଯ୍ୟ ପାଇଁ ବିଦେଶକୁ ଯାତ୍ରା କରିବାକୁ ପଡିପାରେ; ପରିବାରରେ ସନ୍ତାନଙ୍କ ବିଦ୍ୟା ଉନ୍ନତିକୁ ଖୁସି ରହିପାରନ୍ତି
ବୃଷ – ଆଜି ବାଣୀରେ ନିୟନ୍ତ୍ରଣ ନ ଆଣିବାରୁ ବିବାଦ ମୁଣ୍ଡଟେକିପାରେ; ଅନୈତିକ କାର୍ଯ୍ୟରେ ଲିପ୍ତ ରହିଲେ ହଇରାଣ ହୋଇପାରନ୍ତି; କାର୍ଯ୍ୟକ୍ଷେତ୍ରରେ ନିଜ ଅଳସୁଆମୀ ହେତୁ ଉଚ୍ଚାଧିକାରୀଙ୍କ ଆକ୍ରୋଶର ଶିକାର ହୋଇପାରନ୍ତି;ବ୍ୟାପାରରେ ସହଯୋଗୀଙ୍କ କାର୍ଯ୍ୟକୁ ନେଇ ଆପତ୍ତି ରହିବାରୁ ମତଭେଦ ହୋଇପାରେ; ପରିବାରରେ ସାମାନ୍ୟ କଥାକୁ ନେଇ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇପାରେ
ମିଥୁନ – ଆଜି ପୁରାତନ ବନ୍ଧୁଙ୍କ ସାକ୍ଷାତ ସହ ମନୋରଞ୍ଜନରେ ସମୟ କାଟିପାରନ୍ତି; ନିଜ ବାକପଟୁତା ହେତୁ ନୂତନ ମିତ୍ରତା ସ୍ଥାପନ କରିପାରନ୍ତି; କାର୍ଯ୍ୟକ୍ଷେତ୍ରରେ ନୂତନ ଦାୟିତ୍ୱ ମିଳିପାରେ; ବ୍ୟାପାରରେ ସହଯୋଗୀଙ୍କ ସହ ବିଚାର-ବିମର୍ଷ କରି ନୂତନ ଯୋଜନାକୁ କାର୍ଯ୍ୟକାରୀ କଲେ ଲାଭବାନ ହୋଇପାରନ୍ତି; ପରିବାରରେ କୌଣସି ମାଙ୍ଗଳିକ କାର୍ଯ୍ୟର ଆୟୋଜନ ହୋଇପାରେ
କର୍କଟ – ଆଜି ଗୁପ୍ତଶତୃଙ୍କ ଦ୍ୱାରା ସାମାଜିକ ମାନ-ସମ୍ମାନ, ଯଶରେ ହାନି ହୋଇପାରେ; ମାଲି-ମକଦ୍ଦମା କାର୍ଯ୍ୟରେ ଫସିଯାଇପାରନ୍ତି; କାର୍ଯ୍ୟକ୍ଷେତ୍ରରେ ସହକର୍ମୀଙ୍କ ଚକ୍ରାନ୍ତ ହେତୁ ନିନ୍ଦା ଶୁଣିବାକୁ ମିଳିପାରେ; ବେପାରରେ ନିଜ ମନମୁଖୀ କାର୍ଯ୍ୟ ହେତୁ ସହଯୋଗୀଙ୍କ ସହ ମତଭେଦ ହୋଇପାରେ; ପରିବାରରେ ଆତ୍ମୀୟସ୍ୱଜନଙ୍କ ଠାରୁ ଦୁଃସମ୍ବାଦ ମିଳିବାରୁ ଶୋକର ଛାୟା ଖେଳିଯାଇପାରେ
ସିଂହ – ଆଜି ଆର୍ଥିକ ସ୍ଥିତିରେ ସୁଧାର ମାନସିକ ଶାନ୍ତି ପ୍ରଦାନ କରିପାରେ; ସାହିତ୍ୟ, ତର୍କ, କଳା ପେସାଦାର ଲୋକଙ୍କ ପାଇଁ ଦିନଟି ଶୁଭମୟ ହୋଇପାରେ; କାର୍ଯ୍ୟକ୍ଷେତ୍ରରେ ପଦୋନ୍ନତି ମିଳିପାରେ; ବ୍ୟାପାରରେ ନୂତନ ପୁଞ୍ଜିନିବେଶ ହେତୁ ଲାଭପ୍ରାପ୍ତି ହୋଇପାରେ; ପରିବାରରେ ହର୍ଷୋଲ୍ଲାସ ବାତାବରଣ ଦେଖାଦେଇପାରେ
କନ୍ୟା – ଆଜି କୌଣସି ନକାରାତ୍ମକ ଚିନ୍ତା ଘାରିବାରୁ ମାନସିକ ଉଦବେଗ ରହିପାରନ୍ତି; ପଡୋଶୀଙ୍କ ସହ ବାଦବିବାଦରେ ପଡିଯାଇପାରନ୍ତି; କାର୍ଯ୍ୟକ୍ଷେତ୍ରରେ ନିଜ ଏକାଗ୍ରତା ଅଭାବରୁ ଜରୁରୀ ଦସ୍ତାବିଜରେ ଭୁଲ ହୋଇଯାଇପାରେ; ବ୍ୟାପାରରେ ନୂତନ ପୁଞ୍ଜିନିବେଶ ଦ୍ୱାରା ଅର୍ଥହାନି ହୋଇପାରେ; ପରିବାରରେ ମାତା ବା ସନ୍ତାନଙ୍କ ସ୍ୱାସ୍ଥ୍ୟ ସମସ୍ୟାକୁ ନେଇ ମର୍ମାହତ ରହିପାରନ୍ତି
ତୁଳା – ଆଜି ଦିନରେ ନୂତନ କାର୍ଯ୍ୟ ପ୍ରାରମ୍ଭ କରିପାରନ୍ତି; ଆଧ୍ୟାତ୍ମିକ ଦିଗରେ ରୁଚି ବଢିପାରେ; କାର୍ଯ୍ୟକ୍ଷେତ୍ରରେ ଜରୁରୀ କାର୍ଯ୍ୟ ପାଇଁ ବିଦେଶ ଯାତ୍ରାର ମଉକା ମିଳିପାରେ; ବେପାରରେ ବିସ୍ତାର ହୋଇପାରେ; ପରିବାରରେ ଭାଇ-ଭଉଣୀ, ଆତ୍ମୀୟସ୍ୱଜନକ ସହ ସୁସମ୍ପର୍କ ସ୍ଥାପନ ହୋଇପାରେ
ବିଛା – ଆଜି ପରିଶ୍ରମ ତୁଳନାରେ କମ ଫଳ ମିଳିବାରୁ ମାନସିକ ଭାରାକ୍ରାନ୍ତ ରହିପାରନ୍ତି; ପ୍ରତିଦ୍ୱନ୍ଦୀଙ୍କ ଗୁପ୍ତ ଚକ୍ରାନ୍ତର ଶିକାର ହୋଇପାରନ୍ତି; କାର୍ଯ୍ୟକ୍ଷେତ୍ରରେ କାର୍ଯ୍ୟଭାରରେ ବୃଦ୍ଧି ହେତୁ ଶାରୀରିକ ଅସୁସ୍ଥ ହୋଇପାରନ୍ତି; ବ୍ୟାପାରରେ ବାଧା-ବିଘ୍ନ ଦେଇ ଗତିକରିପାରନ୍ତି; ପରିବାରରେ ସାମାନ୍ୟ କଥାକୁ ନେଇ ଭ୍ରାନ୍ତଧାରଣା ଉପୁଜିବାରୁ ବିବାଦ ହୋଇପାରେ
ଧନୁ – ଆଜି ମାନସିକ ଦୁଵିଧା ଯୋଗୁଁ ଠିକ ନିର୍ଣ୍ଣୟ ନେଇ ନ ପାରିବାରୁ ଜରୁରୀ କାର୍ଯ୍ୟ ଅଟକିଯାଇପାରେ; କୌଣସି ଜମିଜମା ବିବାଦରେ ପଡିଯାଇପାରନ୍ତି; କାର୍ଯ୍ୟକ୍ଷେତ୍ରରେ ଉଚ୍ଚାଧିକାରୀଙ୍କ ସହ ଯୁକ୍ତି-ତର୍କ ହୋଇପାରେ; ବ୍ୟାପାରରେ ନୂତନ ଚୁକ୍ତି ଦ୍ୱାରା ଠକାମିରେ ପଡିପାରନ୍ତି; ପରିବାରରେ କଳହର ବାତାବରଣ ସୃଷ୍ଟି ହୋଇପାରେ
ମକର – ଆଜି ମହତ୍ଵପୂର୍ଣ୍ଣ ଲୋକଙ୍କ ସହ ବାଣୀ ଓ ବ୍ୟବହାରରେ ସଂଯମତା ଆଣନ୍ତୁ, ନଚେତ ହୈରାନରେ ପଡିଯାଇପାରନ୍ତି; ପୁରାତନ ମିତ୍ରଙ୍କ ସହ କଥା କଟାକଟି ହୋଇପାରେ; କାର୍ଯ୍ୟକ୍ଷେତ୍ରରେ ଅଧସ୍ତନ କର୍ମଚାରୀ ହଇରାଣରେ ପକେଇପାରନ୍ତି; ବେପାରରେ ପ୍ରତିକୂଳ ପରିସ୍ଥିତି ସୃଷ୍ଟି ହୋଇପାରେ; ପରିବାରରେ ବୟୋଜ୍ୟେଷ୍ଠ ସଦସ୍ୟଙ୍କ ସ୍ୱାସ୍ଥ୍ୟ ନିମନ୍ତେ ଖର୍ଚ୍ଚାନ୍ତ ହୋଇପାରନ୍ତି
କୁମ୍ଭ – ଆଜି ସାମାଜିକ ଓ ଆର୍ଥିକ କ୍ଷେତ୍ରରେ ପ୍ରଗତି କରିପାରନ୍ତି; ପଡୋଶୀ ବା ଆତ୍ମୀୟସ୍ୱଜନଙ୍କ ସହ ମତଭେଦର ଅବସାନ ହୋଇପାରେ; କିନ୍ତୁ କାର୍ଯ୍ୟକ୍ଷେତ୍ରରେ ସ୍ଥାନାନ୍ତରଣ ହୋଇପାରେ; ବ୍ୟାପାରରେ ବୁଡ଼ିଯାଉଥିବା ଅର୍ଥପ୍ରାପ୍ତି ହୋଇପାରେ; ପରିବାରବର୍ଗ ସହ କୌଣସି ରମଣୀୟ ସ୍ଥାନକୁ ବୁଲିବା ସହ ସୁସ୍ୱାଦୁ ଭୋଜନର ଆନନ୍ଦ ଉଠେଇପାରନ୍ତି
ମୀନ – ଆଜି ଗୁରୁଜନଙ୍କ ଆଶୀର୍ବାଦ ମିଳିପାରେ; ମହିଳାମାନେ ସୁସମ୍ବାଦ ପାଇପାରନ୍ତି; କାର୍ଯ୍ୟକ୍ଷେତ୍ରରେ ଉଚ୍ଛାଧୀକାରିଙ୍କ ସହ ଜରୁରୀ ଆଲୋଚନାରେ ବ୍ୟସ୍ତ ରହିପାରନ୍ତି; ବ୍ୟାପାରରେ ନୂତନ ଵ୍ୟାପାରୀଙ୍କ ସହ ଚୁକ୍ତି ସହ ଅର୍ଥ ଆଦାନ-ପ୍ରଦାନର ମାର୍ଗ ସୁଗମ ହୋଇପାରେ; ପରିବାରରେ ସୁଖ-ଶାନ୍ତିର ବାତାବରଣ ଅନୁଭୂତ ହୋଇପାରେ

LEAVE A REPLY

Please enter your comment!
Please enter your name here