Home Uncategorized ୨୧.୬.୨୦୨୦, ରବିବାର ଦିନ ବର୍ଷର ପ୍ରଥମ ଆଂଶିକ ଚୂଡ଼ାମଣି ସୂର୍ଯ୍ୟପରାଗ, ଆସନ୍ତୁ ଜାଣିବା ସେ ବିଷୟରେ...

୨୧.୬.୨୦୨୦, ରବିବାର ଦିନ ବର୍ଷର ପ୍ରଥମ ଆଂଶିକ ଚୂଡ଼ାମଣି ସୂର୍ଯ୍ୟପରାଗ, ଆସନ୍ତୁ ଜାଣିବା ସେ ବିଷୟରେ ସବିଶେସ ତଥ୍ୟ ……

0
89

ସୂର୍ଯ୍ୟ ପରାଗ ଆଷାଢ଼ ଅମାବାସ୍ୟା ଜୁନ ୨୧ ତାରିଖ, ରବିବାର ଦିନ ବର୍ଷର ପ୍ରଥମ ଆଂଶିକ ଚୂଡ଼ାମଣି ସୂର୍ଯ୍ୟପରାଗ ଦୃଶ୍ୟମାନ ହେବ; ଭାରତୀୟ ସମୟ ଅନୁସାରେ ସୂର୍ଯ୍ୟ ପରାଗ ଓଡିଶାରେ ସକାଳ ୧୦.୩୮ରୁ ଆରମ୍ଭ ହୋଇ ଦିନ ୨ଟା ୧୦ ମିନିଟରେ ସର୍ବମୋକ୍ଷ ହେବ; ପରାଗର ସ୍ଥିତୀକାଳ ୩/୩୧/୫୧ ସେକଣ୍ଡ ପର୍ଯ୍ୟନ୍ତ ରହିବ; ଯାହା ଏକ ଦୀର୍ଘକାଳୀନ ସୂର୍ଯ୍ୟପରାଗ; ଏହି ସୂର୍ଯ୍ୟପରାଗ ସାରା ଭାରତ ସମେତ ଚୀନ, ଓମାନ, ଆଫ୍ରିକା, କଙ୍ଗୋ, ନେପାଳ, ପାକିସ୍ତାନ, ଦକ୍ଷିଣ ପୂର୍ବ ୟୁରୋପ, ଇଣ୍ଡୋନେସିଆ, ଉତ୍ତର ଅଷ୍ଟ୍ରେଲିଆ, ପ୍ରଶାନ୍ତ ମହାସାଗର ଆଦି ଦେଶରେ ମଧ୍ୟ ଦୃଶ୍ୟମାନ ହେବ

ତେବେ ବୈଜ୍ଞାନିକଙ୍କ ମତ ଅନୁସାରେ ସୂର୍ଯ୍ୟ ଓ ପୃଥିବୀ ମଝିରେ ଚନ୍ଦ୍ର ପ୍ରବେଶ କରିବା ପରେ ଯେତେବେଳେ ସୂର୍ଯ୍ୟଙ୍କ କିରଣ ପୃଥିବୀ ପୃଷ୍ଠାରେ ପଡ଼ିପାରି ନଥାଏ, ସେହି ସ୍ଥିତିକୁ ସୂର୍ଯ୍ୟ ପରାଗ କୁହାଯାଏ; ତେବେ ଦିନ ୧୨.୧୦ ମିନିଟରେ ପରାଗର ସବୁଠାରୁ ଅଧିକ ପ୍ରଭାବରେ ଦେଖାଦେବ; ପରାଗର ଆଂଶିକ ଅବସ୍ଥା ୨.୨ ମିନିଟରେ ସମାପ୍ତ ହୋଇଯିବତେବେ ଦେଶର ରାଜସ୍ଥାନ ସ୍ଥିତ ଅନୁପଗଡ଼ ଓ ସୁରଟଗଡ଼, ଡେରାଡୁନ, ସିର୍ସା, କୁରୁକ୍ଷେତ୍ର, ଟିହରୀ ଆଦି କିଛି ସହରରେ ବଳୟାକାର ସୂର୍ଯ୍ୟପରାଗ ବା ରିଙ୍ଗ ଅଫ ଫାୟାର ଦୃଶ୍ୟମାନ ହେବ; ଏହି ସମୟରେ ଏହି ସ୍ଥାନରେ ସୂର୍ଯ୍ୟ ଚନ୍ଦ୍ରଙ୍କ ଦ୍ୱାରା ୯୯.୪% ଆଚ୍ଛାଦିତ ହେବେ; ଏହି ସମୟରେ ସୂର୍ଯ୍ୟ ଏକ ସୁନ୍ଦର ବଳୟାକାର ଆକୃତି ଭଳି ଦୃଶ୍ୟମାନ ହେବ; ଏହି ରିଙ୍ଗ ଅଫ ଫାୟାର କିଛି ସ୍ଥାନରେ ୧୨ ମିନିଟ ପର୍ଯ୍ୟନ୍ତ ଦୃଶ୍ୟମାନ ହେବ; କିନ୍ତୁ ଦେଶର ଅନ୍ୟ ଅଞ୍ଚଳରେ ଆଂଶିକ ପରାଗ ଦୃଶ୍ୟମାନ ହେବ

ଜ୍ୟୋତିଷ ମତ ଅନୁସାରେ ଏହା ଏକ ରାହୁଗ୍ରସ୍ତ ସୂର୍ଯ୍ୟପରାଗ; ଏହି ପରାଗ ସମୟରେ ରାହୁ ଗ୍ରହ ସୂର୍ଯ୍ୟଙ୍କୁ ଗ୍ରାସ କରିଥାନ୍ତି ବୋଲି ଜ୍ୟୋତିଷ ମାନେ ମତ ଦେଇଥାନ୍ତି; ତେବେ ସୂର୍ଯ୍ୟପରାଗର ୧୨ ଘଣ୍ଟା ପୂର୍ବରୁ ଅର୍ଥାତ ଶନିବାର ରାତି ୧୦ଟା ୩୮ ମିନିଟ ପର ଠାରୁ ସାରା ରାତ୍ରି ଓ ପରଦିନ ଅର୍ଥ ରବିବାର ଦିନ ୨ଟା ୧୦ ମିନିଟ ମଧ୍ୟେ ପାକତ୍ୟାଗ, ଦେବନୀତି ଆଦି ନିଷେଧ ହେବ; କିନ୍ତୁ ବୃଦ୍ଧ, ବାଳକ ଓ ରୋଗୀଙ୍କ ପାଇଁ ନିୟମ ଲଂଘନୀୟ ହୋଇପାରେ; ତେବେ ସ୍ନାନାଦି କର୍ମ ସାରି ଦେବନୀତି ଓ ପରେ ପାକକର୍ମ କରି ଅନ୍ନ ଭୋଜନ କରିବା ବିଧେୟ; କିନ୍ତୁ ପରାଗ ସମୟରେ ଗୁରୁ ମନ୍ତ୍ର ଜପ, ମନ୍ତ୍ର ସିଦ୍ଧି, ରାମାୟଣ ପାଠ ଆଦି କରାଯାଇପାରେ; ଏହି ସମୟରେ ଯେକୌଣସି ମନ୍ତ୍ର ଜପ କଲେ ଏହାର ଫଳ ଦ୍ୱିଗୁଣିତ କିମ୍ବା ତ୍ରିଗୁଣିତ ହୋଇ ମିଳିଥାଏ; ପରାଗ ସମାପ୍ତ ହେବା ପରେ ମହୋଦଧି ତଥା ପବିତ୍ର ନଦୀରେ ସ୍ନାନ, ଶୁଦ୍ଧିକରଣ କରି ଦାନ-ଧର୍ମ କଲେ ଅଶେଷ ପୁଣ୍ୟ ମିଳିଥାଏ; ଶ୍ରେଷ୍ଠ ତୀର୍ଥ କୁରୁକ୍ଷେତ୍ର ପୁଷ୍କର ଆଦି ତୀର୍ଥରେ ପରାଗ ସ୍ନାନ-ଦାନ-ପିଣ୍ଡଦାନରେ ଅକ୍ଷୟ ପୁଣ୍ୟ ଫଳ ମିଳିଥାଏ; ଅଶକ୍ତ ପକ୍ଷେ ପୁଷ୍କରିଣୀ, ନଦୀ ତଥା କୂପ ଜଳ ଦ୍ୱାରା ମଧ୍ୟ ସ୍ନାନ କରାଯାଇପାରେ; ପରାଗ ସମୟରେ ଗର୍ଭବତୀ ନାରୀ ସୂର୍ଯ୍ୟଙ୍କୁ ଦର୍ଶନ କରିବା ନିଷିଦ୍ଧ; ପରାଗ ସମୟରେ ଗର୍ଭବତୀ ନାରୀ ନିଜ କୋଳରେ ନଡ଼ିଆ ରଖି ଶ୍ରୀ ବିଷ୍ଣୁଙ୍କୁ ସ୍ମରଣ କରିବା ଆବଶ୍ୟକ; ଜ୍ୟୋତିଷିୟ ମତ ଅନୁସାରେ ଗର୍ଭବତୀ ନାରୀ ପରାଗ ସମୟରେ ସୂର୍ଯ୍ୟଙ୍କୁ ଦର୍ଶନ କଲେ ନିଜ ସନ୍ତାନ ବିକଳାଙ୍ଗ ହୋଇ ଜନ୍ମ ଗ୍ରହଣ କରିଥାଏ; ବୈଜ୍ଞାନିକ ମତ ଅନୁସାରେ ପରାଗ ସମୟରେ ସୂର୍ଯ୍ୟଙ୍କ ଅତି ବାଇଗଣୀ ରଶ୍ମି ଅତ୍ୟଧିକ ନିର୍ଗତ ହେବାରୁ ଗର୍ଭସ୍ଥ ଶିଶୁ ପାଇଁ ହାନିକାରକ ହୋଇଥାଏ

ତେବେ ମେଷ, ବୃଷ, ମିଥୁନ, ସିଂହ, କନ୍ୟା, ତୁଳା, ଧନୁ ଓ ମକର ରାଶିଙ୍କ ପାଇଁ ସୂର୍ଯ୍ୟ ପରାଗ ଦର୍ଶନ ଶୁଭପ୍ରଦ; ଅନ୍ୟ ରାଶିଙ୍କ ପାଇଁ ସୂର୍ଯ୍ୟ ପରାଗ ଦର୍ଶନ ଅଶୁଭ

ପରାଗ ସମୟରେ ଏହିସବୁ ଦିଗ ପ୍ରତି ଧ୍ୟାନ ଦେବା ପାଇଁ ନିର୍ଦ୍ଦେଶାବଳୀ ରହିଛି….

  • ପରାଗ ସମୟରେ ଖାଲି ଆଖିରେ ସୂର୍ଯ୍ୟଙ୍କୁ ଦେଖନ୍ତୁ ନାହିଁ; କାରଣ ଏହି ସମୟରେ ଅଧିକ ଅତି ବାଇଗଣୀ ରଶ୍ମି ନିର୍ଗତ ହୋଇଥାଏ; ତେବେ ଖାଲି ଆଖିରେ ଦେଖିଲେ ଏହା ଆଖି ପାଇଁ ହାନିକାରକ ହୋଇଥାଏ

  • ସୂର୍ଯ୍ୟ ପରାଗ ଦେଖିବା ପାଇଁ ସୋଲାର ଫିଲ୍ଟର ଚଷମା ବ୍ୟବହାର କରିପାରିବେ

  • ସୂର୍ଯ୍ୟ ପରାଗ ସମୟରେ ସୂର୍ଯ୍ୟଙ୍କ ପିନହୋଲ, ଟେଲିସ୍କୋପ କିମ୍ବା ଦୂରବୀକ୍ଷଣ ଯନ୍ତ୍ର ସାହାଯ୍ୟରେ ମଧ୍ୟ ଦେଖିପାରିବେ

NO COMMENTS

LEAVE A REPLY

Please enter your comment!
Please enter your name here