ମେଷ – ଆଜି ଅର୍ଥନୈତିକ ଉନ୍ନତି ଦ୍ୱାରା ମନ ଖୁସି ହୋଇପାରେ; ବନ୍ଧୁଙ୍କ ସହ ଦୂରଯାତ୍ରା ପାଇଁ ପ୍ରସ୍ତୁତି ସହ ନୂତନ ସ୍ଥାନ ପରିଦର୍ଶନ ମଉକା ମିଳିପାରେ; କାର୍ଯ୍ୟକ୍ଷେତ୍ରରେ ସହକର୍ମୀଙ୍କ ସାହାଯ୍ୟ ମିଳିପାରେ; ବ୍ୟାପାରରେ ଲାଭ ହୋଇପାରେ; ପରିବାରରେ ଖୁସିର ବାତାବରଣ ଦେଖାଦେଇପାରେ
ବୃଷ – ଆଜି ବିଭିନ ପ୍ରକାର ସମସ୍ୟାରେ ଛନ୍ଦି ହେଇ ଅଣନିଶ୍ୱାସୀ ଅନୁଭୂତ କରିପାରନ୍ତି; ଅଶାନ୍ତି ଓ ଅର୍ଥାଭାବର ପରିସ୍ଥିତି ବିଚଳିତ କରିପାରେ; କାର୍ଯ୍ୟକ୍ଷେତ୍ରରେ ଉଚାପଦାଧିକାରୀ ଠାରୁ ସମାଲୋଚନାର ଶିକାର ହୋଇପାରନ୍ତି; ବ୍ୟାପାର କ୍ଷେତ୍ରରେ କ୍ଷତି ସହିବାକୁ ପଡିପାରେ; ପରିବାରରେ ଅଶାନ୍ତି ଦେଖାଦେଇପାରେ
ମିଥୁନ – ଆଜି ମାନସିକ ସ୍ଥିତି ବିଶେଷ ଭଲ ରହିପାରେ; ନିକଟ ସମ୍ପର୍କୀୟଙ୍କ ସହାୟତାରେ ସମସ୍ୟାର ସରଳ ସମାଧାନ କରିପାରନ୍ତି; କର୍ମକ୍ଷେତ୍ରରେ ଆୟବୃଦ୍ଧି ହୋଇପାରେ; ବ୍ୟାପାର କ୍ଷେତ୍ରରେ ସୁଫଳ ମିଳିପାରେ; ପାରିବାରିକ ଜୀବନରେ ଶାନ୍ତି ଅନଭୂତ ହୋଇପାରେ
କର୍କଟ – ଆଜି ଅଯଥା ଆଲୋଚନାରେ ଭାଗ ନେଇ ବାଦବିବାଦରେ ପଡିଯାଇପାରନ୍ତି; ଭଲ ସମ୍ପର୍କ ରହିଥିବା ବନ୍ଧୁ ଦୂରେଇଯାଇପାରନ୍ତି; କର୍ମସ୍ଥଳୀରେ ସହକର୍ମୀଙ୍କ ଚକ୍ରାନ୍ତର ଶିକାର ହୋଇପାରନ୍ତି; ବ୍ୟାପାର କ୍ଷେତ୍ରରେ ସମସ୍ୟା ଦେଖାଦେଇପାରେ; ପରିବାରରେ ବୟୋଜ୍ୟେଷ୍ଠଙ୍କ ସ୍ୱାସ୍ଥ୍ୟ ସମସ୍ୟାକୁ ନେଇ ଚିନ୍ତିତ ରହିପାରନ୍ତି
ସିଂହ – ଆଜି ନିଜର ପ୍ରିୟ ବ୍ୟକ୍ତିଙ୍କ ଦ୍ୱାରା ସମ୍ବର୍ଦ୍ଧିତ ହୋଇପାରନ୍ତି; ସାମାଜିକ ସ୍ତରରେ ପ୍ରସଂଶିତ ହେବାରେ ସମର୍ଥ ହୋଇପାରନ୍ତି; କାର୍ଯ୍ୟକ୍ଷେତ୍ରରେ ଉତ୍ତମ କାର୍ଯ୍ୟଶୈଳୀ ଦ୍ୱାରା ଉଚ୍ଚସ୍ଥ ଅଧିକାରୀ ଠାରୁ ପ୍ରସଂଶିତ ହୋଇପାରନ୍ତି; ବ୍ୟାପାର କ୍ଷେତ୍ରରେ ଦିନଟି ଉତ୍ତମ ରହିପାରନ୍ତି; ପାରିବାରିକ ଜୀବନରେ ସୁଖର ବାତାବରଣ ଦେଖାଦେଇପାରେ
କନ୍ୟା – ଆଜି ଋଣଭାର ବୃଦ୍ଧି ହେତୁ ମନକୁ ଆନ୍ଦୋଳିତ କରିପାରେ; ନିଜ ବାକ ଅସଂଯତା ହେତୁ ପୁରାତନ ବନ୍ଧୁ ସମ୍ପର୍କରେ ତିକ୍ତତା ଆସିପାରେ; କାର୍ଯ୍ୟକ୍ଷେତ୍ରରେ ସ୍ଥାନାନ୍ତରଣ ହୋଇପାରେ; ବ୍ୟାପାର କ୍ଷେତ୍ରରେ ବାଧା-ବିଘ୍ନ ଦେଖାଦେଇପାରେ; ପରିବାରରେ ସନ୍ତାନଙ୍କ ବିଦ୍ୟା ସମସ୍ୟାକୁ ନେଇ ଚିନ୍ତିତ ରହିପାରନ୍ତି
ତୁଳା – ଆଜି ପୂର୍ବର ସୁପରିକଳ୍ପିତ ଯୋଜନାକୁ କାର୍ଯ୍ୟକାରୀ ନ କରିବା ଭଲ; ଅତୀତକୁ ମନେପକେଇ ବିଚଳିତ ହୋଇପାରନ୍ତି; କାର୍ଯ୍ୟକ୍ଷେତ୍ରରେ ସହକର୍ମୀମାନେ ଈର୍ଷାପରାୟଣ ହୋଇ ଅସୁବିଧାରେ ପକେଇପାରନ୍ତି; ବ୍ୟାପାର କ୍ଷେତ୍ରରେ କ୍ଷତି ସହିପାରନ୍ତି; ଦାମ୍ପତ୍ୟ ଜୀବନରେ ଜୀବନସାଥୀ ସହ ମନୋମାଳିନ୍ୟ ଦେଖାଦେଇପାରେ
ବିଛା – ଆଜି ଆର୍ଥିକ ଉନ୍ନତି ସହ ନୂତନ ମିତ୍ରତା ସୃଷ୍ଟି ହୋଇପାରେ; କୌଣସି କୋର୍ଟ-କଚେରୀ କାର୍ଯ୍ୟରେ ଜୟଲାଭ କରିପାରନ୍ତି; କାର୍ଯ୍ୟକ୍ଷେତ୍ରରେ ପଦୋନ୍ନତି ହୋଇପାରେ; ବ୍ୟାପାରରେ ବୁଡ଼ିଯାଉଥିବା ଅର୍ଥ ମିଳିପାରେ; ପରିବାରବର୍ଗ ସହ କୌଣସି ରମଣୀୟ ସ୍ଥାନକୁ ବୁଲିବାକୁ ଯାଇପାରନ୍ତି
ଧନୁ – ଆଜି ପ୍ରିୟଜନ ଦ୍ୱାରା କିଛି ଅସୁବିଧାର ସମ୍ମୁଖୀନ ହେଇପାରନ୍ତି; ଗୁପ୍ତଶତ୍ରୁଙ୍କ ଚକ୍ରାନ୍ତ ହେତୁ ସାର୍ବଜନିକ ସ୍ଥାନରେ ଅପମାନିତ ହୋଇପାରନ୍ତି; କାର୍ଯ୍ୟସ୍ଥଳୀରେ କାର୍ଯ୍ୟଭାର ବୃଦ୍ଧି ହେବାରୁ ଅସୁସ୍ଥ ହୋଇପାରନ୍ତି; ବ୍ୟାପାର କ୍ଷେତ୍ରରେ ଦସହଯୋଗୀଙ୍କ ସହ ମତଭେଦ ହୋଇପାରେ; ଦାମ୍ପତ୍ୟ ଜୀବନରେ ଜୀବନସାଥୀ ସହ କଳହ ଦେଖାଦେଇପାରେ
ମକର – ଆଜି କୌଣସି ବିବାଦର ଅନ୍ତ ହେବାରୁ ଆତ୍ମସନ୍ତୋଷ ଲାଭ କରିପାରନ୍ତି; ପ୍ରିୟଜନଙ୍କ ବୁଲାବୁଲି, ମନୋରଞ୍ଜନରେ ମାତିଯାଇପାରନ୍ତି; କର୍ମକ୍ଷେତ୍ରରେ ଜରୁରୀ କାର୍ଯ୍ୟ ପାଇଁ ବିଦେଶ ଯାତ୍ରା କରିପାରନ୍ତି; ବ୍ୟବସାୟ କୁ ଆଗକୁ ବଢେଇବାକୁ ସହଯୋଗୀଙ୍କ ସହ ମିଶି ନୂତନ ପଦକ୍ଷେପ ନେଇପାରନ୍ତି; ପରିବାରରେ ହର୍ଷୋଲ୍ଲାସର ବାତାବରଣ ଦେଖାଦେଇପାରେ
କୁମ୍ଭ – ଆଜି ଜରୁରୀ ନିର୍ଣ୍ଣୟକୁ କାର୍ଯ୍ୟକାରୀ କରିବାରୁ ମନସ୍ତାପ କରିବାକୁ ପଡିପାରେ; ହଠାତ ପୁରାତନ ବନ୍ଧୁ ସହ ମତାନ୍ତର ହୋଇପାରେ; କାର୍ଯ୍ୟସ୍ଥଳୀରେ ନିଜ ଏକାଗ୍ରତା କମ ରହିବାରୁ ଜରୁରୀ କାଗଜପତ୍ରରେ ଭୁଲ ହୋଇଯାଇପାରେ; ବ୍ୟାପାରରେ ସହଯୋଗୀଙ୍କ ସହ ମତଭେଦ ହୋଇପାରେ; ପାରିବାରିକ ଜୀବନ ଝଡଝଂଝା ଦେଇ ଗତିକରିପାରେ
ମୀନ – ଆଜି ଆର୍ଥିକ ସ୍ୱଚ୍ଛଳତାରେ ବୃଦ୍ଧି ହୋଇପାରେ; ଦୂରଯାତ୍ରା ଯୋଗ ରହିଛି; କାର୍ଯ୍ୟକ୍ଷେତ୍ରରେ ଉଚ୍ଚାଧିକାରୀଙ୍କ ସହ ଜରୁରୀ ବୈଠକରେ ବ୍ୟସ୍ତ ରହିପାରନ୍ତି; ବ୍ୟାପାର କ୍ଷେତ୍ରରେ ନୂତନ ଵ୍ୟାପାରୀ ସହ ଚୁକ୍ତି କରିପାରନ୍ତି; ପରିବାରରେ ମାଙ୍ଗଳିକ କାର୍ଯ୍ୟ ଆୟୋଜନ ହୋଇପାରେ

LEAVE A REPLY

Please enter your comment!
Please enter your name here