ମେଷ – ଆଜି ଦୂରସ୍ଥାନରୁ ସୁସମ୍ବାଦ ପାଇ ଆନନ୍ଦିତ ହୋଇପାରନ୍ତି; ସାର୍ବଜନିକ ସ୍ଥାନରେ ସମ୍ମାନିତ ହୋଇପାରନ୍ତି; ଚାକିରୀ କ୍ଷେତ୍ରରେ ନିଜ କାର୍ଯ୍ୟଶୈଳୀ ହେତୁ ଉଚ୍ଚାଧିକାରୀଙ୍କ ଦ୍ୱାରା ନୂତନ ଦାୟିତ୍ୱର ଅଧିକାରି ହୋଇପାରନ୍ତି; ବ୍ୟବସାୟ କ୍ଷେତ୍ରରେ ପାର୍ଟନର ସହ ନୂତନ ଯୋଜନାକୁ ଆପଣେଇ ଲାଭ ପ୍ରାପ୍ତ ହୋଇପାରେ; ପାରିବାରିକ ସଦସ୍ୟ ଭିତରେ ଉତ୍ତମ ବୁଝାମଣାରୁ ସମସ୍ୟାର ସମାଧାନ ହୋଇପାରେ
ବୃଷ- ଆଜି ସାମାଜିକ ସ୍ଥାନରେ ଅପମାନିତ ହୋଇପାରନ୍ତି; ବନ୍ଧୁ ଙ୍କ ସହ ବିବାଦ ହୋଇପାରେ; କାର୍ଯ୍ୟକ୍ଷେତ୍ରରେ ସହକର୍ମୀଙ୍କ ଚକ୍ରାନ୍ତ ହେତୁ ଅପମାନିତ ହୋଇପାରନ୍ତି; ବ୍ୟବସାୟରେ ଅକସ୍ମାତ କୌଣସି ହାନି ହୋଇପାରେ; ପାରିବାରିକ ଜୀବନ ଅଶାନ୍ତିରେ କଟିପାରେ
ମିଥୁନ- ଆଜି ଦୀର୍ଘଦିନର ସ୍ୱାସ୍ଥ୍ୟ ସମସ୍ୟାରେ ସାମାନ୍ୟ ଆସ୍ୱସ୍ଥି ଲାଭ ହୋଇପାରେ; ଦୀର୍ଘଦିନର ବନ୍ଧୁଙ୍କ ସହ ସାକ୍ଷାତ ହୋଇପାରେ; କର୍ମକ୍ଷେତ୍ରରେ ପଦୋନ୍ନତି ହୋଇପାରେ; ବ୍ୟବସାୟ କ୍ଷେତ୍ରରେ ନୂତନ ପୁଞ୍ଜିନିବେଶ ପାଇଁ ଅର୍ଥ ଯୋଗାଡ଼ର ମାର୍ଗ ସୁଗମ ହୋଇପାରେ; ପରିବାରରେ ମାଙ୍ଗଳିକ କାର୍ଯ୍ୟ ଆୟୋଜନ ହୋଇପାରେ
କର୍କଟ – ଆଜି କୌଣସି ଜମିଜମା ବିବାଦ ହୋଇପାରେ; ଦୂରସ୍ଥାନରୁ ଦୁଃସମ୍ବାଦ ମନକୁ ଅଶାନ୍ତ କରାଇପାରେ; କାର୍ଯ୍ୟକ୍ଷେତ୍ରରେ ସ୍ଥାନାନ୍ତରଣ ହୋଇପାରେ; ବ୍ୟବସାୟ କ୍ଷେତ୍ରରେ ନିଜ ମନମୁଖୀ କାର୍ଯ୍ୟ ହେତୁ ସହଯୋଗୀଙ୍କ ସହ ବିବାଦ ହୋଇପାରେ; ପରିବାରରେ ଭାଇ-ଭଉଣୀଙ୍କ ସହ ବିବାଦ ହୋଇପାରେ
ସିଂହ- ଆଜି କୌଣସି ହଜିଯାଇଥିବା ଦ୍ରବ୍ୟ ପୁଣି ମିଳିପାରେ; କୋର୍ଟ-କଚେରୀ କାର୍ଯ୍ୟର ସମାଧାନ ହୋଇପାରେ; କାର୍ଯ୍ୟକ୍ଷେତ୍ରରେ ବୋନସ ପ୍ରାପ୍ତ ହୋଇପାରେ; ବେପାର କ୍ଷେତ୍ରରେ ବିସ୍ତାର ହୋଇପାରେ; ପରିବାରରେ ଅତିଥିଙ୍କ ଆଗମନ ହୋଇପାରେ
କନ୍ୟା- ଆଜି ଅଯଥା ଚିନ୍ତାଗ୍ରସ୍ତ ହେବାରୁ ମାନସିକ ବିଚଳିତ ଦେଖା ଦେଇପାରେ; ନିଜ ବାଣୀ ନିୟଂତ୍ରଣ ହରାଇବାରୁ ଅପମାନିତ ହୋଇପାରନ୍ତି; କାର୍ଯ୍ୟକ୍ଷେତ୍ରରେ ଅଧସ୍ତନ କର୍ମଚାରୀଙ୍କ ଅବହେଳା ହେତୁ ଉଚସ୍ଥ ଅଧିକାରୀଙ୍କ ଦ୍ୱାରା ନିନ୍ଦିତ ହୋଇପାରନ୍ତି; ବ୍ୟାପାରରେ ପ୍ରତିବନ୍ଧକ ହୋଇପାରେ; ପରିବାରରେ ବୟୋଜ୍ୟେଷ୍ଠଙ୍କ ସ୍ୱାସ୍ଥ୍ୟ ସମସ୍ୟା ଚିନ୍ତାର କାରଣ ହୋଇପାରେ
ତୁଳା- ଆଜି କୌଣସି ବକେୟା ଅର୍ଥ ପ୍ରାପ୍ତିରେ ହୋଇପାରେ; ବନ୍ଧୁଙ୍କ ସହ ଭୁଲ ବୁଝାମଣାର ଅବସାନ ହୋଇପାରେ; କାର୍ଯ୍ୟକ୍ଷେତ୍ରରେ ନୂତନ କାର୍ଯ୍ୟ ହେତୁ ବିଦେଶ ଯାତ୍ରାର ସୁଯୋଗ ଆସିପାରେ; ବ୍ୟବସାୟ କ୍ଷେତ୍ରରେ ଦୀର୍ଘଦିନର ଆଶା ପୂର୍ଣ୍ଣ ହୋଇପାରେ; ପାରିବାରିକ ଜୀବନରେ ହର୍ଷୋଲ୍ଲାସର ବାତାବରଣ ସୃଷ୍ଟି ହୋଇପାରେ
ବିଛା- ଆଜି ଗୁପ୍ତଶତ୍ରୁଙ୍କ ଚକ୍ରାନ୍ତ ହେତୁ ଯଶ, ମାନ-ସମ୍ମାନରେ ହାନି ହୋଇପାରେ; ଅକସ୍ମାତ ଯାନ୍ତ୍ରିକ ତ୍ରୁଟିରେ ପଡିଯାଇପାରନ୍ତି; କାର୍ଯ୍ୟକ୍ଷେତ୍ରରେ ନିଜ ଦାୟିତ୍ବହୀନତା ପାଇଁ ଜରୁରୀ କାଗଜପତ୍ରରେ ଭୁଲ ହୋଇପାରେ; ବେପାର କ୍ଷେତ୍ରରେ ନୂତନ ନିବେଶ ଦ୍ୱାରା ଅର୍ଥ ବୁଡିଯାଇପାରେ; ପରିବାରରେ ସାମାନ୍ୟ କଥାକୁ ନେଇ ବିବାଦ ହୋଇପାରେ
ଧନୁ- ଆଜି ନିର୍ଦ୍ଧାରିତ କାର୍ଯ୍ୟଟି ପୂର୍ଣ୍ଣ ହେବାରୁ ମାନସିକ ଶାନ୍ତି ଲାଭ କରିପାରନ୍ତି; ପଡୋଶୀଙ୍କ ସହ ବିବାଦର ଅବସାନ ହୋଇପାରେ; କାର୍ଯ୍ୟସ୍ଥଳୀରେ ଅଧସ୍ତନ କର୍ମଚାରୀଙ୍କ ସାହାଯ୍ୟ ମିଳିପାରେ; ବେପାରରେ ହାନିଲାଭ ସମାନ ହୋଇପାରେ; ପରିବାରରେ ହର୍ଷୋଲ୍ଲାସ ଦେଖାଦେଇପାରେ
ମକର- ଆଜି ଅଯଥା ଆଲୋଚନାର ଭାଗ ନେବାରୁ ସମାଲୋଚନାର ଶିକାର ହେବାକୁ ପଡିପାରେ; କୌଣସି ଧର୍ମକାର୍ଯ୍ୟରେ ଯୋଗ ଦେଇ ମାନସିକ ଅଶାନ୍ତିରୁ ଆସ୍ୱସ୍ଥି ଲାଭ କରିପାରନ୍ତି; କାର୍ଯ୍ୟକ୍ଷେତ୍ରରେ କାର୍ଯ୍ୟଭାରରେ ବୃଦ୍ଧି ହୋଇପାରେ; ବେପାର କ୍ଷେତ୍ରରେ ନୂତନ ଵ୍ୟାପାରୀଙ୍କ ସହ ଚୁକ୍ତି ଦ୍ୱାରା ହାନି ହୋଇପାରେ; ପରିବାରରେ ସନ୍ତାନଙ୍କ ବିଦ୍ୟା ସମସ୍ୟା ଚିନ୍ତାର କାରଣ ହୋଇପାରେ
କୁମ୍ଭ – ଆଜି ନୂତନ କାମରେ ସୁରୁଖୁରରେ ହୋଇପାରେ; ନିଜ ମିଠା ବାଣୀରେ ନୂତନ ସମ୍ପର୍କ ସ୍ଥାପନ କରି କାର୍ଯ୍ୟ ହାସଲ କରିପାରନ୍ତି; କର୍ମକ୍ଷେତ୍ରରେ ଉଚ୍ଚାଧିକାରୀଙ୍କ ସହ ଜରୁରୀ ଆଲୋଚନା ହୋଇପାରେ; ବେପାରରେ ନିଜ ମିଠା ବାଣୀ ପାଇଁ ଗ୍ରାହକ ଆକୃଷ୍ଟ ହୋଇପାରନ୍ତି; ପରିବାରରେ ମାତା ବା ପତ୍ନୀଙ୍କ ସହ ସୁ-ସମ୍ପର୍କ ସ୍ଥାପନ ହୋଇପାରେ
ମୀନ – ଆଜି ବନ୍ଧୁଙ୍କ ସହ ସାମାନ୍ୟ ମତଭେଦ ହୋଇପାରେ; ନିଜ ଅଳ୍ପବୁଦ୍ଧି ହେତୁ ଆସୁଥିବା ସୁଯୋଗ ହାତପାହନ୍ତାରୁ ଖସିଯାଇପାରେ; କାର୍ଯ୍ୟକ୍ଷେତ୍ରରେ କୌଣସି ଭୁଲ ନଥାଇ ମଧ୍ୟ ସମ୍ମାନହାନି ହୋଇପାରେ; ବ୍ୟବସାୟରେ ଦୁରଦୃଷ୍ଟି ଅଭାବରୁ ବାଧା ଉପୁଜିପାରେ; କିନ୍ତୁ ପରିବାରରେ ବନ୍ଧୁ ସହାୟତାରେ ସମସ୍ୟାର ଆଶୁ ସମାଧାନ ହୋଇପାରେ

LEAVE A REPLY

Please enter your comment!
Please enter your name here