୨୩ ନଭେମ୍ବର ୨୦୧୯, ଶନିବାର, ଆଜିର ରାଶିଫଳରେ ଦେଖନ୍ତୁ ଆପଣଙ୍କ ଭାଗ୍ୟରେ କଣ ରହିଛି

0
418

 

ମେଷ – ଆଜି ଦୀର୍ଘଦିନର ସ୍ୱାସ୍ଥ୍ୟ ସମସ୍ୟାରୁ ସାମାନ୍ୟ ଆଶ୍ଵସ୍ତି ଲାଭ କରିପାରନ୍ତି; ଗୁପ୍ତଶତ୍ରୁ, ପ୍ରତିଦ୍ୱନ୍ଦୀ ପରାଜୟ ଘଟିପାରେ; ଦୂରସ୍ଥାନରୁ ସୁସମ୍ବାଦ ମିଳିପାରେ | କର୍ମକ୍ଷେତ୍ରରେ ସହକର୍ମୀ, ଅଧସ୍ତନ କର୍ମଚାରୀଙ୍କ ସହାୟତା ଦ୍ୱାରା ଦିର୍ଘଦିନର ଅଟକିଥିବା କାର୍ଯ୍ୟ ସମ୍ପୂର୍ଣ୍ଣ ହେବ; ବ୍ୟାପାରରେ ଲାଭବାନ ହୋଇପାରନ୍ତି | ପରିବାରରେ ସୁଖ-ଶାନ୍ତିରେ ସମୟ ବିତିପାରେ
ବୃଷ – ଆଜି ସାମାଜିକ ମାନ-ସମ୍ମାନରେ ବୃଦ୍ଧି ହୋଇପାରେ; ବନ୍ଧୁପରିଜନଙ୍କ ସହ ସ୍ୱାଦିଷ୍ଟ ଭୋଜନ, ନବୀନ ବସ୍ତ୍ର ଓ ବାହନ ସୁଖର ମଜା ନେଇପାରନ୍ତି; ନିଜ ବାକ-ଚାତୁରୀ ଦ୍ୱାରା କାର୍ଯ୍ୟ ହାସଲ କରିପାରନ୍ତି | କର୍ମକ୍ଷେତ୍ରରେ ଉଚ୍ଚାଧିକାରୀଙ୍କ ଠାରୁ ବୋନସ ପ୍ରାପ୍ତି ହୋଇପାରେ; ବ୍ୟାପାରରେ ନୂତନ ପୁଞ୍ଜିନିବେଶ ଲାଭବାନ କରାଇବ | ପରିବାରରେ ସୁଖ-ଶାନ୍ତିରେ ସମୟ ଅତିବାହିତ ହୋଇପାରେ
ମିଥୁନ – ଆଜି ଆକସ୍ମିକ ଧନଖର୍ଚ୍ଚ ଚିନ୍ତାର କାରଣ ହୋଇପାରେ; କ୍ରୋଧ ଓ ନକାରାତ୍ମକ ମାନସିକତା ଯୋଗୁଁ ମନ ବିଚଳିତ ହୋଇପାରେ; ଖାଦ୍ୟପେୟରେ ଧ୍ୟାନ ଦିଅନ୍ତୁ; ନଚେତ ହଠାତ ଅସୁସ୍ଥ ହୋଇପଡିବେ | କିନ୍ତୁ କର୍ମକ୍ଷେତ୍ରରେ ନିଜ କାର୍ଯ୍ୟନିପୁଣତା ଦ୍ୱାରା ଶ୍ରେଷ୍ଠ ପ୍ରଦର୍ଶନ କରି ପ୍ରସଂଶିତ ହୋଇପାରନ୍ତି; କିନ୍ତୁ ବ୍ୟାପାରରେ କିଛି ନୂତନ ଚୁକ୍ତି ହୋଇପାରେ | ପରିବାରରେ ପିତା କିମ୍ବା ଭାତୃଙ୍କ ସ୍ୱାସ୍ଥ୍ୟକୁ ନେଇ ଦୁଃଖୀତ ରହିପାରନ୍ତି |
କର୍କଟ – ଆଜି ସ୍ୱାସ୍ଥ୍ୟ ଭଲ ରହିଲେ ସୁଦ୍ଧା ବିନା କାରଣରେ ମାନସିକ ଅବସାଦ ଦେଇ ଗତି କରିଆପାରନ୍ତି; ମହତ୍ୱପୂର୍ଣ୍ଣ ଲୋକଙ୍କ ସହ କଥାବାର୍ତ୍ତା ବେଳେ ବାକ-ସଂଯମତା ରକ୍ଷା କରନ୍ତୁ; ନଚେତ ବିବାଦରେ ପଡିଯାଇପାରନ୍ତି; କୌଣସି କାରଣରୁ ଭୟଭୀତ ହେଲେ ମଧ୍ୟ ଆଜି ନିଜର ସାହାସିକତା ଦ୍ୱାରା ପରିସ୍ଥିତିର ମୁକାବିଲା କରିବେ; କାର୍ଯ୍ୟକ୍ଷେତ୍ରରେ ଉଚ୍ଚାଧିକାରୀଙ୍କ ଠାରୁ ନିନ୍ଦା ଅପବାଦ ମିଳିପାରେ; ବ୍ୟାପାରରେ କ୍ଷତି ସହିବାକୁ ପଡିପାରେ | ପାରିବାରିକ ମନୋମାଳିନ୍ୟ ଦେଖାଦେଇପାରେ
ସିଂହ – ଆଜି ଆର୍ଥିକ ସ୍ଥିତିରେ ସୁଧାର ଆସିପାରେ; ହଠାତ କ୍ଷଣି ଦିର୍ଘଦିନର ପୁରାତନ ବନ୍ଧୁଙ୍କ ସହ ସାକ୍ଷାତ ହେବା ସହ ଆମୋଦପ୍ରମୋଦରେ ଦିନଟି କଟିପାରେ; ଆପଣଙ୍କ କଳ୍ପନା ଶକ୍ତି ଓ ଦୃଢ ମନୋବଳ ଦ୍ୱାରା ଦୀର୍ଘଦିନର ଆଶା ପୂରଣ ହେବ | ଚାକିରୀରେ ନିଜର ପାରଙ୍ଗମତା ପ୍ରଦର୍ଶନ ଦ୍ୱାରା ଉଚ୍ଚାଧିକାରୀଙ୍କ ପ୍ରଶଂସାଭାଜନ ହେବେ; ବ୍ୟାପାରରେ ମିଠା କଥା କହି ଗ୍ରାହକଙ୍କୁ ଆକୃଷ୍ଟ କରେଇପାରିବେ | ପରିବାରବର୍ଗଙ୍କ ସହ କୌଣସି ଦର୍ଶନୀୟ ସ୍ଥାନ ବୁଲିବାର ମଉକା ମିଳିପାରେ

 

କନ୍ୟା – ଆଜି ଆତ୍ମବିଶ୍ୱାସ ବୃଦ୍ଧି ହୋଇପାରେ; କିନ୍ତୁ ନିଜ ବାଣୀରେ ନିୟନ୍ତ୍ରଣ ରଖନ୍ତୁ, ନଚେତ ବିବାଦରେ ଫସିଯିବେ; କୌଣସି ପୁରାତନ ମିତ୍ରଙ୍କ ସହ ମଉଜ ମଜଲିଶର ସୁଅବସର ପ୍ରାପ୍ତି ହୋଇପାରେ | କାର୍ଯ୍ୟକ୍ଷେତ୍ରରେ କୌଣସି ମହିଳା ସହକର୍ମୀଙ୍କ ସାହାଯ୍ୟ ଦ୍ୱାରା ବାଧା-ବିଘ୍ନକୁ ଏଡାଇଜିବେ; ବ୍ୟାପାରରେ ନୂତନ ପୁଞ୍ଜିନିବେଶ ଦ୍ୱାରା ହାନିର ସୂଚନା ମିଳିପାରେ | ପରିବାରରେ ଗୃହକୁ ଦୂରଦୂରାନ୍ତରରୁ ଅତିଥି ଆଗମନର ସୂଚନା ମିଳୁଛି
ତୁଳା – ଆଜି ଶାରୀରିକ କଷ୍ଟ ଓ ମାନସିକ ଅବସାଦ ଦେଇ ଗତି କରିବେ; ସାମାଜିକ, ଧାର୍ମିକ କାର୍ଯ୍ୟରେ ଅଯଥା ଖର୍ଚ୍ଚାନ୍ତ ହୋଇପାରନ୍ତି; ଦୂରସ୍ଥାନରୁ ଦୁଃସମ୍ବାଦ ମିଳିବା ଦ୍ୱାରା ମନ ବିଚଳିତ ହୋଇପାରେ | କାର୍ଯ୍ୟକ୍ଷେତ୍ରରେ ନିଜ ବାକ ଅସଂଜମତା ହେତୁ ଉଚ୍ଚାଧିକାରୀ ସହ କଳହ ହୋଇପାରେ; ବ୍ୟାପାରରେ ସହଯୋଗୀ ସହ ବିବାଦ ଉପୁଜିପାରେ | ପରିବାରରେ ନିଜ ପ୍ରିୟଜନଙ୍କ ସହ ମନୋମାଳିନ୍ୟ ହୋଇପାରେ
ବିଛା – ଆଜି ନିରର୍ଥକ ଚର୍ଚ୍ଚାରୁ ଦୂରେଇ ରୁହନ୍ତୁ; ନଚେତ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇପାରେ; ଗୁପ୍ତଶତ୍ରୁଙ୍କ ଗୁପ୍ତ ଚକ୍ରାନ୍ତ ପାଇଁ ସାମାଜିକ ଯଶ, ମାନ-ସମ୍ମାନରେ ଆଞ୍ଚ ଆସିପାରେ; କୋର୍ଟ-କଚେରୀ କାର୍ଯ୍ୟରେ ସାବଧାନ ରୁହନ୍ତୁ | କାର୍ଯ୍ୟକ୍ଷେତ୍ରରେ ଉଚ୍ଚାଧିକାରୀ କିଛି କାରଣ ନଥାଇ ସନ୍ଦେହ କରିବାରୁ ତର୍କ-ବିତର୍କ ହୋଇପାରେ; ବ୍ୟାପାରରେ ନୂତନ ପୁଞ୍ଜିନିବେଶ ଦ୍ୱାରା ହାନି ହୋଇପାରେ | ପରିବାରରେ ମାତା କିମ୍ବା ପତ୍ନୀଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ରହିପାରନ୍ତି
ଧନୁ – ଆଜି ଭାଗ୍ୟବୃଦ୍ଧି ହେବା ସହ ସାମାଜିକ ମାନ-ସମ୍ମାନ ମିଳିପାରେ; ଆଧ୍ୟାତ୍ମ୍ୟ ଦିଗରେ ରୁଚି ବଢିବା ସହ କୌଣସି ଧାର୍ମିକ ଆୟୋଜନରେ ସାମିଲ ହେବାର ସୂଚନା ମିଳିପାରେ; କୌଣସି ପୁରାତନ ବନ୍ଧୁ ସହାୟତାରେ ଦୀର୍ଘଦିନର ଆଶା ଅଭିଳାଷ ପୂର୍ଣ୍ଣ ହେବ | କାର୍ଯ୍ୟକ୍ଷେତ୍ରରେ କାର୍ଯ୍ୟଭାର ବଢିବା ଦ୍ୱାରା ମାନସିକ ଭାରାକ୍ରାନ୍ତ ରହିପାରନ୍ତି; ବ୍ୟାପାରରେ ସହଯୋଗୀଙ୍କ ଅତ୍ୟଧିକ ହସ୍ତକ୍ଷେପ ଯୋଗୁଁ ଅଯଥା ଯୁକ୍ତି-ତର୍କ ହୋଇପାରେ | ପରିବାରରେ ହର୍ଷୋଲ୍ଲାସରେ ସମୟ ବିତିପାରେ
ମକର – ଆଜି ଖର୍ଚ୍ଚବୃଦ୍ଧି ହେବା ସହ ନକରାତ୍ମକ ଚିନ୍ତା ଘାରିବାରୁ ମ୍ରିୟମାଣ ରହିପାରନ୍ତି; ନିଜର ବାକ ଅନିୟନ୍ତ୍ରିତା ହେତୁ ବିବାଦର ସମ୍ମୁଖୀନ ହୋଇପାରନ୍ତି; ଧାର୍ମିକ କାର୍ଯ୍ୟ ଯଥା ପୂଜାପାଠ ଇତ୍ୟାଦିରେ ମନୋନିବେଶ କରି ଆତ୍ମସନ୍ତୋଷ ଲାଭ କରିପାରନ୍ତି | କାର୍ଯ୍ୟକ୍ଷେତ୍ରରେ ସହକର୍ମୀ, ଅଧସ୍ତନ କର୍ମଚାରୀଙ୍କ ସହ ତର୍କ-ବିତର୍କ ହୋଇପାରେ; ବ୍ୟାପାରରେ ହାନି ହୋଇପାରେ | ପରିବାରରେ ସନ୍ତାନଙ୍କ ବିଦ୍ୟା ସମସ୍ୟାକୁ ନେଇ ଚିନ୍ତିତ ରହିବେ
କୁମ୍ଭ – ଆଜି ମାନସିକ ଦୁଶ୍ଚିନ୍ତା ଓ ଶାରୀରିକ ଅସୁସ୍ଥତା ଦେଖାଦେଇପାରେ; ପଡୋଶୀଙ୍କ ସହ ବଚସା ହୋଇପାରେ; ଅଯଥା ଆଲୋଚନାରେ ମୁଣ୍ଡ ପୁରାନ୍ତୁ ନାହିଁ; ନଚେତ ବିବାଦକୁ ଟାଣି ହୋଇପାରନ୍ତି | କାର୍ଯ୍ୟକ୍ଷେତ୍ରରେ ଏକାଗ୍ରତା କମ ରହିବାରୁ ଉଚ୍ଚାଧିକାରୀଙ୍କ ଦ୍ୱାରା ସମାଲୋଚିତ ହେବେ; ବ୍ୟାପାରରେ ନୂତନ ପୁଞ୍ଜିନିବେଶରୁ ଦୂରେଇ ରୁହନ୍ତୁ | ପରିବାର ସଦସ୍ୟ ମଧ୍ୟରେ ମନୋମାଳିନ୍ୟ ଦେଖାଦେବ
ମୀନ – ଆଜି ଅର୍ଥପ୍ରାପ୍ତି ହେବା ସହ ଶାରୀରିକ ଓ ମାନସିକ ସୁସ୍ଥ ରହିବେ; ଗୁପ୍ତଶତ୍ରୁ ପରାଜୟ ଘଟିପାରେ; କୌଣସି ସାମାଜିକ ଅନୁଷ୍ଠାନ ତରଫରୁ ସମ୍ମାନିତ ହୋଇପାରନ୍ତି | କର୍ମକ୍ଷେତ୍ରରେ ନୂତନ କାର୍ଯ୍ୟ ପାଇଁ ବିଦେଶ ଯାତ୍ରା ଯୋଗ ହେଇପାରେ; ବ୍ୟାପାରରେ ଲାଭବାନ ହୋଇପାରେ | ପରିବାରବର୍ଗଙ୍କ ସହ କୌଣସି ରମଣୀୟ ସ୍ଥାନର ଭ୍ରମଣର ସୁଯୋଗ ମିଳିପାରେ

LEAVE A REPLY

Please enter your comment!
Please enter your name here