ମେଷ – ଆଜି ନିଜ ଦୁରଦୃଷ୍ଟି ଅଭାବରୁ ହଇରାଣରେ ପଡିପାରନ୍ତି; ପ୍ରିୟବନ୍ଧୁ ସହ ସମ୍ପର୍କରେ ତିକ୍ତତା ଆସିପାରେ; କାର୍ଯ୍ୟକ୍ଷେତ୍ରରେ ନିଜ ଅଳସୁଆମୀ ହେତୁ ଅପମାନିତ ହୋଇପାରନ୍ତି; ବ୍ୟବସାୟରେ କୌଣସି ଚୁକ୍ତି ଦ୍ୱାରା ହାନି ହୋଇପାରେ; ପାରିବାରିକ ଅଶାନ୍ତି ହେତୁ ମ୍ରିୟମାଣ ରହିପାରନ୍ତି
ବୃଷ – ଆଜି ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ଭଲ ରହିପାରେ; ଯାନବାହାନ ସୁଖ ପ୍ରାପ୍ତି ହୋଇପାରେ; କାର୍ଯ୍ୟକ୍ଷେତ୍ରରେ ପଦୋନ୍ନତି ହୋଇପାରେ; ବ୍ୟବସାୟରେ ନୂତନ ନିବେଶ ହେତୁ ଲାଭବାନ ହୋଇପାରନ୍ତି; ପରିବାରରେ କୌଣସି ମାଙ୍ଗଳିକ କାର୍ଯ୍ୟ ଆଜି ଆୟୋଜନ ହେଇପାରେ
ମିଥୁନ – ଆଜି ପ୍ରତିଷ୍ଠିତ ବ୍ୟକ୍ତିଙ୍କ ସହ ମିଶିବା ବେଳେ ବାଣୀରେ ନିୟନ୍ତ୍ରଣ ଆଣନ୍ତୁ; ଅଯଥା ଆଲୋଚନାରେ ଭାଗ ନେଇ ବିବାଦୀୟ ପରିସ୍ଥତିକୁ ଟାଣି ହୋଇଯାଇପାରନ୍ତି; କାର୍ଯ୍ୟକ୍ଷେତ୍ରରେ ସ୍ଥାନାନ୍ତରଣ ହୋଇପାରେ; ବ୍ୟାପାରରେ ନିଜ ମନମୁଖୀ କାର୍ଯ୍ୟ ହେତୁ ସହଯୋଗୀଙ୍କ ସହ ମତଭେଦ ହୋଇପାରେ; ପରିବାରରେ ସାମାନ୍ୟ କଥାକୁ ନେଇ ବିବାଦ ହୋଇପାରେ
କର୍କଟ- ଆଜି ନୂତନ ଦ୍ରବ୍ୟ ଲାଭ କରିପାରନ୍ତି; ଜରୁରୀ କାର୍ଯ୍ୟ ମିତ୍ରଙ୍କ ସାହାଯ୍ୟରେ ପୁରା ହୋଇଯାଇପାରେ; କାର୍ଯ୍ୟକ୍ଷେତ୍ରରେ ନୂତନ ଦାୟିତ୍ୱ ମିଳିପାରେ; ବ୍ୟାପାରରେ ନିଜ ଯୋଜନା କାର୍ଯ୍ୟକାରୀ ହେବାରୁ ଯଥେଷ୍ଟ ଲାଭ ମିଳିପାରେ; ପରିବାରରେ ହର୍ଷୋଲ୍ଲାସର ବାତାବରଣ ଦେଖାଦେଇପାରେ
ସିଂହ – ଆଜି ବ୍ୟୟବୃଦ୍ଧି ଚିନ୍ତାର କାରଣ ହୋଇପାରେ; ଧାର୍ମିକ କାର୍ଯ୍ୟରେ ମନୋଯୋଗ ଦେବାରୁ ମାନସିକ ଶାନ୍ତି ଅନୁଭବ କରିପାରନ୍ତି; ଚାକିରୀ କ୍ଷେତ୍ରରେ ନିଜ ଦାୟିତ୍ବହୀନତା ପାଇଁ ଅସୁବିଧାରେ ପଡିପାରନ୍ତି; ବ୍ୟାପାରରେ ଦୁରଦୃଷ୍ଟି ଅଭାବରୁ ହାନି ହୋଇପାରେ; ପରିବାରରେ ବୟୋଜ୍ୟେଷ୍ଠଙ୍କ ସ୍ୱାସ୍ଥ୍ୟ ସମସ୍ୟା ଚିନ୍ତାର କାରଣ ହୋଇପାରେ
କନ୍ୟା – ଆଜି ବନ୍ଧୁ ସହାୟତାରେ ସମସ୍ୟାର ଆଶୁ ସମାଧାନ ହୋଇପାରେ; ପଡୋଶୀଙ୍କ ସହ ବିବାଦର ଅବସାନ ହୋଇପାରେ; ଚାକିରୀ କ୍ଷେତ୍ରରେ ବୋନସ ପ୍ରାପ୍ତି ହୋଇପାରେ; ବ୍ୟାପାରରେ ଦୀର୍ଘଦିନର ସ୍ୱପ୍ନ ପୂରଣ ହୋଇପାରେ; ପାରିବାରିକ ସଦସ୍ୟ ସହ ଆଜି କୌଣସି ଭ୍ରମଣରେ ଯାଇପାରନ୍ତି
ତୁଳା – ଆଜି ଗୁପ୍ତଶତ୍ରୁଙ୍କ ଚକ୍ରାନ୍ତ ହେତୁ ସାର୍ବଜନିକ ସ୍ଥାନରେ ବିବାଦରେ ପଡିପାରନ୍ତି; ପଦୂରଯାତ୍ରା କଷ୍ଟଦାୟକ ହୋଇପାରେ; କର୍ମକ୍ଷେତ୍ରରେ ସହକର୍ମୀଙ୍କ ଚକ୍ରାନ୍ତ ହେତୁ ସମାଲୋଚିତ ହୋଇପାରନ୍ତି; ବ୍ୟାପାରରେ ନିବେଶ ହେତୁ ଅର୍ଥ ଯୋଗାଡ଼ କରି ନ ପାରିବାରୁ ନିରାଶ ହୋଇପାରନ୍ତି; ପରିବାରରେ ସନ୍ତାନଙ୍କ ବିଦ୍ୟା ସମସ୍ୟା ଚିନ୍ତାର କାରଣ ହୋଇପାରେ
ବିଛା – ଆଜି ପ୍ରତ୍ୟେକ କାର୍ଯ୍ୟରେ ସଫଳତା ମିଳିପାରେ; ଭବିଷ୍ୟତ ପାଇଁ କିଛି ଗୁରୁତ୍ୱପୂର୍ଣ ନିର୍ଣ୍ଣୟ ନେଇପାରନ୍ତି; କର୍ମକ୍ଷେତ୍ରରେ ଉଚ୍ଚାଧିକାରୀଙ୍କ ସହ ଜରୁରୀ ଆଲୋଚନାରେ ବ୍ୟସ୍ତ ରହିପାରନ୍ତି; ବ୍ୟାପାରରେ ନୂତନ ଵ୍ୟାପାରୀଙ୍କ ସହ ଚୁକ୍ତି ହେତୁ ଅର୍ଥ ଆଦାନ-ପ୍ରଦାନର ମାର୍ଗ ସୁଗମ ହୋଇପାରେ; ପରିବାରରେ ଅତିଥି ଆଗମନର ସୂଚନା ମିଳୁଛି
ଧନୁ – ଆଜି ଦୂରସ୍ଥାନରୁ ଦୁଃସମ୍ବାଦ ପାଇ ମନ ଅଶାନ୍ତ ହୋଇପାରେ; ନିଜ ଚିନ୍ତନ ଶକ୍ତି ଅଭାବରୁ ଆସୁଥିବା ସୁଯୋଗର ଫାଇଦା ଉଠେଇ ନ ପାରିବାରୁ ଗ୍ଲାନି ଅନୁଭବ କରିପାରନ୍ତି; କାର୍ଯ୍ୟକ୍ଷେତ୍ରରେ ଆଜି ଅଧିକ ପରିଶ୍ରମ କରି ଥକ୍କା ଅନୁଭୂତ କରିପାରନ୍ତି; ବ୍ୟାପାରରେ ନୂତନ ଚୁକ୍ତି ହେତୁ ଅର୍ଥ ବୁଡ଼ିଯାଇପାରେ; ପାରିବାରିକ ମାମଲାକୁ ନେଇ ବ୍ୟସ୍ତତା ବଢିପାରେ
ମକର – ଆଜି ମାଲି ମକଦ୍ଦମାରେ ସଫଳତା ମିଳିପାରେ; ବିବାହଯୋଗ୍ୟଙ୍କୁ ମନପସନ୍ଦର ଜୀବନସାଥୀ ମିଳିପାରେ; କର୍ମକ୍ଷେତ୍ରରେ କିଛି ଜରୁରୀ କାର୍ଯ୍ୟ ପାଇଁ ବାହାରକୁ ଯାତ୍ରା କରିବାକୁ ପଡିପାରେ; ବ୍ୟବସାୟ ମିଠା କଥା କହି ଗ୍ରାହକଙ୍କୁ ଆକୃଷ୍ଟ କରେଇପାରନ୍ତି; ପରିବାରର ସଦସ୍ୟ ସହ କୌଣସି ଦର୍ଶନୀୟ ସ୍ଥାନ ବୁଲିବାର ମଉକା ମିଳିପାରେ
କୁମ୍ଭ – ଆଜି ଆର୍ଥିକ ସ୍ଥିତି ବିଗିଡ଼ିବାରୁ ଋଣଗ୍ରସ୍ତ ହୋଇପାରନ୍ତି; ବନ୍ଧୁ ଶତ୍ରୁତା ଆଚରଣ କରିପାରନ୍ତି; ଚାକିରୀରେ ଅଧସ୍ତନ କର୍ମଚାରୀ ଆପଣଙ୍କୁ ହଇରାଣରେ ପକେଇପାରନ୍ତି; ବ୍ୟାପାରରେ ହାନିଲାଭ ସମାନ ହୋଇପାରେ; ପରିବାରରେ ସାମାନ୍ୟ କଥାକୁ ନେଇ ବିବାଦ ହୋଇପାରେ
ମୀନ – ଆଜି ଦୀର୍ଘଦିନର ସ୍ୱାସ୍ଥ୍ୟ ସମସ୍ୟାରୁ ମୁକୁଲିବାରୁ ଆସ୍ୱସ୍ଥି ଲାଭ କରିପାରନ୍ତି; କୌଣସି କାରଣରୁ ଭୟଭୀତ ହେଲେ ମଧ୍ୟ ଆଜି ନିଜର ସାହାସିକତା ଦ୍ୱାରା ପରିସ୍ଥିତିର ମୁକାବିଲା କରିପାରନ୍ତି; କାର୍ଯ୍ୟକ୍ଷେତ୍ରରେ ଉଚ୍ଚାଧିକାରୀଙ୍କ ଠାରୁ ପ୍ରୋତ୍ସାହନ ଓ ପ୍ରଶଂସା ମିଳିପାରେ; ବ୍ୟାପାରରେ ବୁଡ଼ିଯାଉଥିବା ଅର୍ଥ ପୁଣି ମିଳିପାରେ; ପରିବାରରେ ସନ୍ତାନଙ୍କ ବିଦ୍ୟା ଉନ୍ନତି ହେତୁ ଆତ୍ମସନ୍ତୋଷ ଲାଭ କରିପାରନ୍ତି

LEAVE A REPLY

Please enter your comment!
Please enter your name here