ମେଷ – ଆଜି ଅନେକ ସମସ୍ୟା ଦେଇ ଗତି କରୁଥିବାରୁ ପ୍ରତ୍ୟେକ କାର୍ଯ୍ୟ ଅଧାରେ ଅଟକିଯାଇପାରେ; ଜମିଜମା ବିବାଦରେ ପଡିଯାଇପାରନ୍ତି; କାର୍ଯ୍ୟକ୍ଷେତ୍ରରେ ସହକର୍ମୀଙ୍କ ସହ ବିବାଦ ହୋଇପାରେ; ବ୍ୟାପାରରେ ନୂତନ ଚୁକ୍ତି ଦ୍ୱାରା ହାନି ହୋଇପାରେ; ପାରିବାରିକ ସମସ୍ୟା ଦେଇ ଦିନଟି ଗତି କରିପାରେ
ବୃଷ – ଆଜି ସ୍ୱାସ୍ଥ୍ୟ ସମସ୍ୟାରେ ଆଗ ଅପେକ୍ଷା ସୁଧାର ଆସିପାରେ; କଳା,ସାହିତ୍ୟ ପେସାଦାର ଲୋକଙ୍କ ପାଇଁ ଦିନଟି ଉତ୍ତମ ହୋଇପାରେ; କାର୍ଯ୍ୟକ୍ଷେତ୍ରରେ ନିଜର ଗଠନମୂଳକ କାର୍ଯ୍ୟ ପାଇଁ ପଦୋନ୍ନତି ପାଇପାରନ୍ତି; ବ୍ୟାପାରରେ ଦୀର୍ଘଦିନର ଆଶା ପୂର୍ଣ୍ଣ ହେବାରୁ ସଫଳତା ମିଳିପାରେ; ପରିବାରରେ ହର୍ଷୋଲ୍ଲାସର ବାତାବରଣ ସୃଷ୍ଟି ହୋଇପାରେ
ମିଥୁନ – ଆଜି ବନ୍ଧୁନ୍କ ସହ ବିବାଦରେ ପଡିଯାଇପାରନ୍ତି; ମାଲି-ମକଦ୍ଦମାରେ ପଡି ଯାଇପାରନ୍ତି; କାର୍ଯ୍ୟକ୍ଷେତ୍ରରେ ନିଜ ଅଳସୁଆମୀ ହେତୁ ବିବାଦରେ ପଡିଯାଇପାରନ୍ତି; ବ୍ୟାପାରରେ ସହଯୋଗୀଙ୍କ ସହ ମତାନ୍ତର ହୋଇପାରେ; ପରିବାରରେ ସାମାନ୍ୟ କଥା ପାଇଁ ଅଶାନ୍ତିର ବାତାବରଣ ସୃଷ୍ଟି ହୋଇପାରେ
କର୍କଟ – ଆଜି ସାର୍ବଜନିକ ସ୍ଥାନରେ ସମ୍ମାନିତ ହୋଇପାରନ୍ତି; ସାହିତ୍ୟ, ସାମ୍ବାଦିକତା କାର୍ଯ୍ୟରେ ସୁଫଳ ମିଳିପାରେ; କାର୍ଯ୍ୟକ୍ଷେତ୍ରରେ ନୂତନ ଦାୟିତ୍ୱ ମିଳିପାରେ; ବ୍ୟାପାରରେ ନୂତନ ପୁଞ୍ଜିନିବେଶ ହେତୁ ଅର୍ଥପ୍ରାପ୍ତିର ମାର୍ଗ ସୁଗମ ହୋଇପାରେ; ପରିବାର ସଦସ୍ୟ ମାନଙ୍କ ଭିତରେ ଉତ୍ତମ ବୁଝାମଣା ହେତୁ ସୁଖ-ଶାନ୍ତି ବଜାୟ ରହିପାରେ
ସିଂହ – ଆଜି ଆର୍ଥିକ ସଙ୍କଟ ହେତୁ ମାନସିକ ଦୁଶ୍ଚିନ୍ତା ମନକୁ କବଳିତ କରିପାରେ; ହଠାତ ଗାଡି ମୋଟର ମରାମତି ପାଇଁ ସମସ୍ୟା ଦେଖାଦେଇପାରେ; କାର୍ଯ୍ୟକ୍ଷେତ୍ରରେ ନିଜ ଦାୟିତ୍ବହୀନତା ପାଇଁ ଜରୁରୀ କାଗଜପତ୍ର ହଜିଯାଇପାରେ; ବ୍ୟାପାରରେ ନିଜ ମନମୁଖୀ କାର୍ଯ୍ୟ ହେତୁ ସହଯୋଗୀଙ୍କ ସହ ବିବାଦ ହୋଇପାରେ; ପରିବାରରେ କଳହର ବାତାବରଣ ଦେଖାଦେଇପାରେ
କନ୍ୟା – ଆଜି ନିର୍ଦ୍ଧାରିତ କାର୍ଯ୍ୟଟି ପୂର୍ଣ୍ଣ ହେବାରୁ ମନ ପ୍ରଫୁଲ୍ଲ ରହିପାରେ; ପଡୋଶୀଙ୍କ ସହ ବିବାଦର ଅବସାନ ହୋଇପାରେ; କାର୍ଯ୍ୟକ୍ଷେତ୍ରରେ ଜରୁରୀ କାର୍ଯ୍ୟ ପାଇଁ ବିଦେଶ ଯାତ୍ରା ହୋଇପାରନ୍ତି; ବ୍ୟାପାରରେ ନୂତନ ନିବେସ ଦ୍ୱାରା ଲାଭ ହୋଇପାରେ; ପରିବାରରେ ମାଙ୍ଗଳିକ କାର୍ଯ୍ୟ ଆୟୋଜନର ସୂଚନା ମିଳୁଛି
ତୁଳା – ଆଜି କୌଣସି ସାର୍ବଜନିକ ସ୍ଥାନରେ ଅପମାନିତ ହୋଇପାରନ୍ତି; କିନ୍ତୁ କଳା, ସାହିତ୍ୟ କ୍ଷେତ୍ରରେ ଉନ୍ନତି କରିପାରନ୍ତି; କାର୍ଯ୍ୟକ୍ଷେତ୍ରରେ ସ୍ଥାନାନ୍ତରଣ ହୋଇପାରେ; ବ୍ୟାପାରରେ ନିଜ ଦୁରଦୃଷ୍ଟି ଅଭାବରୁ ବାଧା-ବିଘ୍ନ ଦେଇ ଗତି କରିପାରନ୍ତି; ପରିବାରରେ ଭାଇ-ଭଉଣୀଙ୍କ ସହ ବିବାଦରେ ପଡିଯାଇପାରନ୍ତି
ବିଛା – ଆଜି ଏକାଧିକ କାର୍ଯ୍ୟ ହାତକୁ ନେଇ କୌଣସି କାର୍ଯ୍ୟକୁ ସଠିକ ରୂପେ କରିନପାରନ୍ତି; ଅପରିଚିତ ବ୍ୟକ୍ତିଙ୍କ ଦ୍ୱାରା ଠକାମିର ଶିକାର ହୋଇପାରନ୍ତି; କାର୍ଯ୍ୟକ୍ଷେତ୍ରରେ କାର୍ଯ୍ୟଭାରରେ ବୃଦ୍ଧି ହୋଇପାରେ; ବ୍ୟାପାରରେ ନୂତନ ନିବେଶ ଦ୍ୱାରା ଅର୍ଥ ବୁଡ଼ିଯାଇପାରେ; ପରିବାରରେ ସାମାନ୍ୟ କଥାକୁ ନେଇ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇପାରେ
ଧନୁ – ଆଜି ଦିନଟି ଶୁଭମୟ ହୋଇଥିବାରୁ ମାନସିକ ସ୍ଥିରତା ରକ୍ଷା କରିପାରନ୍ତି; ଦୂରସ୍ଥାନରୁ ସୁସମ୍ବାଦ ପାଇପାରନ୍ତି; କାର୍ଯ୍ୟକ୍ଷେତ୍ରରେ ଉଚ୍ଚାଧିକାରୀଙ୍କ ସହ ଆଲୋଚନାରେ ବ୍ୟସ୍ତ ରହିପାରନ୍ତି; ବେପାରରେ ବିସ୍ତାର ହୋଇପାରେ; ପରିବାରରେ ହର୍ଷୋଲ୍ଲାସର ବାତାବରଣ ସୃଷ୍ଟି ହୋଇପାରେ
ମକର – ଆଜି ସତର୍କ ନହେଲେ ପ୍ରତ୍ୟେକ କ୍ଷେତ୍ରରେ ନିନ୍ଦା, ଅପମାନ ମିଳିପାରେ; ଯେକୌଣସି ନୂଆ କାର୍ଯ୍ୟ ପ୍ରାରମ୍ଭ କଲେ ବିଳମ୍ବରେ ସଫଳତା ମିଳିପାରେ; କାର୍ଯ୍ୟକ୍ଷେତ୍ରରେ ଅଧସ୍ତନ କର୍ମଚାରୀ ଆପଣଙ୍କୁ ହଇରାଣରେ ପକେଇପାରନ୍ତି; ବ୍ୟାପାରରେ ପ୍ରତିବନ୍ଧକ ସୃଷ୍ଟି ହୋଇପାରେ; ପରିବାରରେ ସନ୍ତାନନ୍କ ବିଦ୍ୟା ସମସ୍ୟାକୁ ନେଇ ଚିନ୍ତିତ ରହିପାରନ୍ତି
କୁମ୍ଭ – ଆଜି ପ୍ରତ୍ୟେକ କାର୍ଯ୍ୟରେ ସଫଳତା ମିଳିବାରୁ ମନ ପ୍ରଫୁଲ୍ଲିତ ରହିପାରେ; ଶତ୍ରୁତା କରୁଥିବା ବ୍ୟକ୍ତି ଆଜି ମିତ୍ରତାର ହାତ ବଢେଇପାରନ୍ତି; କାର୍ଯ୍ୟକ୍ଷେତ୍ରରେ ସହକର୍ମୀଙ୍କ ସହଯୋଗ ମିଳିପାରେ; ବ୍ୟାପାରରେ ଗ୍ରାହକଙ୍କୁ ନିଜ ମିଠାବାଣୀ ଦ୍ୱାରା ଆକୃଷ୍ଟ କରେଇପାରନ୍ତି; ପରିବାରବର୍ଗଙ୍କ ସହ ଖିଆପିଆ, ମଉଜ ମଜଲିଶରେ ସମୟ କାଟିପାରନ୍ତି
ମୀନ – ଆଜି କୌଣସି ଜରୁରୀ ଦ୍ରବ୍ୟ ହଜିଯାଇପାରେ; ଗୃହକୁ ସାଜସଜା ସାମଗ୍ରୀ କିଣି ଅଯଥା ଖର୍ଚ୍ଚାନ୍ତ ହୋଇପାରନ୍ତି; କାର୍ଯ୍ୟକ୍ଷେତ୍ରରେ ସହକର୍ମୀଙ୍କ ଚକ୍ରାନ୍ତ ହେତୁ ଅପମାନିତ ହୋଇପାରନ୍ତି; ବ୍ୟାପାରରେ ହାନି ଲାଭ ସମାନ ହୋଇପାରେ; ପରିବାରରେ ବୟୋଜ୍ୟେଷ୍ଠଙ୍କ ସ୍ୱାସ୍ଥ୍ୟ ସମସ୍ୟା ଚିନ୍ତାର କାରଣ ହୋଇପାରେ

LEAVE A REPLY

Please enter your comment!
Please enter your name here