ମେଷ – ଆଜି ମାନସିକ ଏକାଗ୍ରତା ହ୍ରାସ ପାଇବାରୁ ଅଯଥା ଚିନ୍ତାଗ୍ରସ୍ତ ହୋଇପାରନ୍ତି; ଗୁପ୍ତଶତ୍ରୁ ସକ୍ରିୟ ହୋଇପାରନ୍ତି; କାର୍ଯ୍ୟକ୍ଷେତ୍ରରେ ଅଧସ୍ତନ କର୍ମଚାରୀଙ୍କ ଉପରେ ନିର୍ଭର କରି ହଇରାଣରେ ପଡ଼ିପାରନ୍ତି; ବ୍ୟାପାରରେ ନୂତନ ପୁଞ୍ଜିନିବେଶ ଦ୍ୱାରା ଅର୍ଥ ବୁଡ଼ିଯାଇପାରେ; ପରିବାରରେ ସନ୍ତାନଙ୍କ ବିଦ୍ୟା ଅଧଗତିକୁ ନେଇ ଦୁଃଖୀ ଅନୁଭବ କରିପାରନ୍ତି

ବୃଷ – ଆଜି ନିଜର ମିଠାବାଣୀ ହେତୁ ନୂତନ ବନ୍ଧୁଙ୍କ ସହ ସମ୍ପର୍କ ସ୍ଥାପନ କରି ଲୋକପ୍ରିୟ ହୋଇପାରନ୍ତି; ହଠାତ କୌଣସି ସ୍ଥାବର ସମ୍ପତି ପ୍ରାପ୍ତ ହେବାର ଯୋଗ ରହିଛି; କାର୍ଯ୍ୟକ୍ଷେତ୍ରରେ ସହକର୍ମୀଙ୍କ ସାହାଯ୍ୟ ସହ ଉଚ୍ଚାଧିକାରୀଙ୍କ ପ୍ରୋତ୍ସାହନ ମିଳିପାରେ; ବ୍ୟାପାରରେ ସହଯୋଗୀଙ୍କ ସହ ସୁ-ସମ୍ପର୍କ ସ୍ଥାପନ ହୋଇପାରେ; ପରିବାର ସଦସ୍ୟ ସହ ଆମୋଦ-ପ୍ରମୋଦରେ ସମୟ ବିତିପାରେ

ମିଥୁନ – ଆଜି ବନ୍ଧୁଙ୍କ ସହ ସମ୍ପର୍କରେ ତିକ୍ତତା ହୋଇପାରେ; ଗୁପ୍ତଶତ୍ରୁଙ୍କ ଦ୍ୱାରା ପ୍ରତିଷ୍ଠା ଓ ପରାକ୍ରମଃରେ ହାନି ହୋଇପାରେ; କାର୍ଯ୍ୟକ୍ଷେତ୍ରରେ ସ୍ଥାନାନ୍ତରଣ ହୋଇପାରେ; ବ୍ୟାପାରରେ ନୂତନ ଚୁକ୍ତି ଦ୍ୱାରା ହାନି ହୋଇପାରେ; ସାମାନ୍ୟ କଥାକୁ ନେଇ ପାରିବାରିକ ବାତାବରଣ କଳହମୟ ହୋଇପାରେ

କର୍କଟ – ଆଜି ସାମାଜିକ ପ୍ରତିଷ୍ଠା ଓ ମାନ-ସମ୍ମାନ ବୃଦ୍ଧି ପାଇପାରେ; ବନ୍ଧୁଙ୍କ ସହ ଫୋନ ଯୋଗେ ବାର୍ତାଳାପ ହୋଇପାରେ; କର୍ମ କ୍ଷେତ୍ରରେ ଆୟବୃଦ୍ଧି ହୋଇପାରେ; ବ୍ୟବସାୟରେ ସହଯୋଗୀଙ୍କ ସହ ନୂତନ ଯୋଜନା ଆପଣେଇବାରୁ ଲାଭ ହୋଇପାରେ; ପାରିବାରିକ ଜୀବନରେ ସୁଖ ବୃଦ୍ଧି ହୋଇପାରେ

ସିଂହ – ଆଜି ଦୀର୍ଘଦିନର ଆର୍ଥିକ ସମସ୍ୟା ହେତୁ ମାନସିକ ଅଶାନ୍ତି ଅନୁଭବ କରିପାରନ୍ତି; ଘରୁ ବାହାରକୁ ଗଲେ ହଠାତ ଦୁର୍ଘଟଣା ହୋଇପାରେ; କାର୍ଯ୍ୟକ୍ଷେତ୍ରରେ ନିଜ ଅଳସୁଆମୀ ହେତୁ ଉଚ୍ଚାଧିକାରୀଙ୍କ ସମାଲୋଚନାର ଶିକାର ହୋଇପାରନ୍ତି; ବ୍ୟାପାରରେ ବାଧା-ବିଘ୍ନ ହୋଇପାରେ; ପରିବାରରେ ମନୋମାଳିନ୍ୟ ହୋଇପାରେ

କନ୍ୟା – ଆଜି କୌଣସି ବନ୍ଧୁ ସହାୟତା ନେଇ ଅଟକିଥିବା କାର୍ଯ୍ୟକୁ ଧେର୍ଯ୍ୟ ଓ ସାହସ ଦ୍ୱାରା ପୂର୍ଣ୍ଣ କରିପାରନ୍ତି; ପଡୋଶୀଙ୍କ ସହ ସୁ-ସମ୍ପର୍କ ସ୍ଥାପନ ହୋଇପାରେ; କାର୍ଯ୍ୟକ୍ଷେତ୍ରରେ ଉଚ୍ଚାଧିକାରୀଙ୍କ ସହ ଜରୁରୀ ବୈଠକରେ ବ୍ୟସ୍ତ ରହିପାରନ୍ତି; ବ୍ୟାପାରରେ ନିଜର ଦୀର୍ଘଦିନର ମନୋବାଞ୍ଛା ପୂର୍ଣ୍ଣ ହୋଇପାରେ; ପରିବାରରେ କିଛି ସୁସମ୍ବାଦ ପାଇ ମନକୁ ପ୍ରଫୁଲ୍ଲିତ କରିପାରେ

ତୁଳା – ଆଜି ଭଲ କାର୍ଯ୍ୟ କଲେ ସୁଦ୍ଧା ସମ୍ମାନହାନି ହୋଇପାରେ; ଅଯଥା ଖର୍ଚ୍ଚାନ୍ତ ହେବାରୁ ଋଣଗ୍ରସ୍ତ ହୋଇପାରନ୍ତି; କାର୍ଯ୍ୟକ୍ଷେତ୍ରରେ ସହକର୍ମୀଙ୍କ ଚକ୍ରାନ୍ତ ହେତୁ ସମ୍ମାନ ହାନି ହୋଇପାରେ; ବ୍ୟାପାରରେ ସାମାନ୍ୟ ଲାଭ ହୋଇପାରେ; ପରିବାରରେ ବୟୋଜ୍ୟେଷ୍ଠଙ୍କ ସ୍ୱାସ୍ଥ୍ୟ ଅବନତିକୁ ନେଇ ଦୁଃଖିତ ହୋଇପାରନ୍ତି

ବିଛା – ଆଜି ନିଜ ଉପସ୍ଥିତ ବୁଦ୍ଧି ପାଇଁ ସମସ୍ତ ବାଧା-ବିଘ୍ନ ସହ ଲଢ଼ିପାରି ବିଜୟୀ ହୋଇପାରନ୍ତି; ଦୂରସ୍ଥାନରୁ ସୁସମ୍ବାଦ ପାଇବାରୁ ମନ ପ୍ରଫୁଲ୍ଲିତ ରହିପାରେ; କାର୍ଯ୍ୟକ୍ଷେତ୍ରରେ ମହିଳା ସହକର୍ମୀ ସାହାଯ୍ୟ କରିପାରନ୍ତି; ବ୍ୟାପାରରେ ବୁଡ଼ିଯାଉଥିବା ଅର୍ଥପ୍ରାପ୍ତ ହୋଇପାରେ; ପରିବାରରେ ସୌହାର୍ଦ୍ୟପୂର୍ଣ୍ଣ ବାତାବରଣ ଦେଖାଦେଇପାରେ

ଧନୁ – ଆଜି ଗୁପ୍ତଶତ୍ରୁଙ୍କ ଚକ୍ରାନ୍ତ ହେତୁ ଯଶ-ମାନ-ସମ୍ମାନରେ ହାନି ହୋଇପାରେ; ମନ ଅଶାନ୍ତ ଥିବାରୁ ଆଧ୍ୟାତ୍ମିକ, ସତ୍ସଙ୍ଗ କାର୍ଯ୍ୟରେ ମନୋନିବେଶ କରିବାରୁ ମାନସିକ ଶାନ୍ତି ମିଳିପାରେ; କାର୍ଯ୍ୟକ୍ଷେତ୍ରରେ ନିଜ ଏକାଗ୍ରତା ଅଭାବରୁ ଜରୁରୀ ଦସ୍ତାବିଜରେ ଭୁଲ ହୋଇଯାଇପାରେ; ବ୍ୟାପାରରେ ନିଜ ମନମୁଖି କାର୍ଯ୍ୟକଳାପ ହେତୁ ସହଯୋଗୀଙ୍କ ସହ ବଚସା ହୋଇପାରେ; ପରିବାରରେ ଅଶାନ୍ତିର ବାତାବରଣ ସୃଷ୍ଟି ହୋଇପାରେ

ମକର – ଆଜି ନିଜର ମିଠା ବାଣୀ ପାଇଁ କଠିନ ପରିସ୍ଥିତିକୁ ଏଡାଇ ଯାଇପାରନ୍ତି; ଘରେ ରହିଲେ ସୁସ୍ଥ ରହିବେ; କାର୍ଯ୍ୟକ୍ଷେତ୍ରରେ ନୂତନ ଦାୟିତ୍ୱ ମିଳିପାରେ; ବ୍ୟାପାରରେ ନିଜର ଆତ୍ମବିଶ୍ୱାସର ବୃଦ୍ଧି ହେତୁ ଯୋଜନା ସଫଳ ହୋଇପାରେ; ପରିବାରରେ ଆପୋଷ ବୁଝାମଣା ହେତୁ ଲାଗିରହିଥିବା ସମସ୍ୟାର ସମାଧାନ ହୋଇପାରେ

କୁମ୍ଭ – ଆଜି ଅଯଥା ଚିନ୍ତା ଘାରିବାରୁ ଚିନ୍ତାଗ୍ରସ୍ତ ହୋଇପାରନ୍ତି; ବନ୍ଧୁପରିଜନଙ୍କ ଇର୍ଷା ହେତୁ ହଇରାଣରେ ପଡିପାରନ୍ତି; କାର୍ଯ୍ୟକ୍ଷେତ୍ରରେ କାର୍ଯ୍ୟଭାରରେ ବୃଦ୍ଧି ହେବାରୁ ଅସୁସ୍ଥ ହୋଇପାରନ୍ତି; ବ୍ୟାପାରରେ ନୂତନ ଵ୍ୟାପାରୀ ସହ ଚୁକ୍ତି ଦ୍ୱାରା ଠକାମିର ଶିକାର ହୋଇପାରନ୍ତି; ପରିବାର ସଦସ୍ୟଙ୍କ ଭିତରେ ଭୁଲ ବୁଝାମଣା ରହିବାରୁ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇପାରେ

ମୀନ – ଆଜି ନିଜର ଧେର୍ଯ୍ୟ ଓ ସହନଶୀଳତା ପାଇଁ ଆସୁଥିବା ବାଧା-ବିଘ୍ନକୁ ଏଡିଯାଇପାରନ୍ତି; ପଡୋଶୀଙ୍କ ସହ ବିବାଦର ଅବସାନ ହୋଇପାରେ; କାର୍ଯ୍ୟକ୍ଷେତ୍ରରେ ନିଜ ଉଚ୍ଚମାନର କାର୍ଯ୍ୟଶୈଳୀ ପାଇଁ ପଦୋନ୍ନତି ମିଳିପାରେ; ବ୍ୟାପାରରେ ସହଯୋଗୀଙ୍କ ସହମତି ନେଇ ନିଜର ଯୋଜନା ଅନୁଯାୟୀ କାର୍ଯ୍ୟ କରିପାରନ୍ତି; ପରିବାରରେ ଉତ୍ତମ ବୁଝାମଣା ପାଇଁ ସୁଖ-ଶାନ୍ତି ଅବ୍ୟାହତ ରହିପାରେ

LEAVE A REPLY

Please enter your comment!
Please enter your name here