କରୋନା ମୁକାବିଲା ପାଇଁ ପୂରା ଦେଶକୁ ଲକ୍‌ଡାଉନ୍ କରାଯାଇଥିବା ବେଳେ ଘରଠାରୁ ଦୂରରେ ମୂଲ ଲାଗି ବା ଶ୍ରମିକ ଭାବେ କାମ କରି ପେଟ ପୋଷୁ ଥିବା ଲୋକେ ଭାରି ହଇରାଣ ହେଉଛନ୍ତି; ଏଭଳି ସ୍ଥିତିରେ ଯଦିଓ କେନ୍ଦ୍ର ଓ ରାଜ୍ୟ ସରକାର ଗୁଡ଼ିକ ପଦକ୍ଷେପ ନେଇଛନ୍ତି ଯାହା ପର୍ଯ୍ୟାପ୍ତ ନୁହେଁ; ଅନ୍ୟପକ୍ଷରେ ଅନେକ ସଂଗଠନ ଓ କିଛି ଲୋକ ବ୍ୟକ୍ତିଗତ ସ୍ତରରେ ସେମାନଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଛନ୍ତି; ଆଉ ସେମାନଙ୍କ ମଧ୍ୟରେ ଅଛନ୍ତି ସଲ୍‌ମାନ୍ ଖାନ୍‌; ସେ ଏ ନେଇ ତାଙ୍କ ଇନ୍ଷ୍ଟଗ୍ରାମ ହ୍ୟାଣ୍ଡେଲ ‘beingsalmankhan ‘ ରେ ଜଣାଇଛନ୍ତି
ଲକ୍‌ଡାଉନ୍‌ ଯୋଗୁ ଫିଲ୍ମ ଇଣ୍ଡଷ୍ଟ୍ରୀ ସହିତ ଜଡ଼ିତ ଥିବା ଶ୍ରମିକମାନଙ୍କ ମଧ୍ୟରୁ ପ୍ରାୟ ୨୫ ହଜାର ଶ୍ରମିକ ଚିନ୍ତାରେ ପଡ଼ିଯାଇଛନ୍ତି; Federation of Western Indian Cine Employees (FWICE)ର ଅଧ୍ୟକ୍ଷ ଏନ୍ ତିୱାରୀ ଏହି ସୂଚନା ଦେଇ କହିଛନ୍ତି ଯେ ସେମାନଙ୍କୁ ଆର୍ଥିକ ସହାୟତା ଦେବାକୁ ଆଗେଇ ଆସିଛନ୍ତି ସଲ୍‌ମାନ୍‌ ଖାଁ; ସେ କହିଛନ୍ତି ଯେ ସଲ୍‌ମାନ୍‌ ଏହି ଶ୍ରମିକମାନଙ୍କୁ ସାହାଯ୍ୟ କରିବା ନେଇ FWICE ସହ କଥାବାର୍ତ୍ତା କରିଛନ୍ତି; ତାଙ୍କ NGO ‘ବିଙ୍ଗ୍ ହ୍ୟୁମାନ୍’ର ଟିମ୍ ବର୍ତ୍ତମାନ ୨୫ ହଜାର ଶ୍ରମିକଙ୍କ ସଂପର୍କରେ ତଥ୍ୟ ସଂଗ୍ରହ କରୁଛି; ଏହି ଶ୍ରମିକମାନଙ୍କୁ ମାସକୁ ୧୫ ହଜାର ଟଙ୍କା ଲେଖାଏ ଦିଆଯାଏ ବୋଲି ସଲ୍‌ମାନ୍‌ଙ୍କୁ କୁହାଯାଇଥିଲା।; ଏହା ପରେ ସଲ୍‌ମାନ୍‌ ସେମାନଙ୍କ ବ୍ୟାଙ୍କ୍ ଆକାଉଣ୍ଟ ଡିଟେଲ୍‌ସ ମାଗିଥିଲେ ବୋଲି FWICEର ସାଧାରଣ ସମ୍ପାଦକ ଅଶୋକ ପଣ୍ଡିତ କହିଛନ୍ତି; ସେ ଏହା ମଧ୍ୟ କହିଛନ୍ତି ଯେ ସଲ୍‌ମାନ୍‌ ସେମାନଙ୍କ ମେଡିକାଲ୍ ସୁବିଧା ପାଇଁ ପ୍ରତି ମାସରେ ୫ ଲକ୍ଷ ଟଙ୍କା ଖର୍ଚ୍ଚ କରିବେ
ଶୁଟିଂ ବନ୍ଦ ରହିଥିଲେ ବି ସଲମାନ୍ ଖାନ୍ ଫିଲ୍ମସ୍(SKF)ର ଷ୍ଟୁଡିଓରେ କାମ କରୁଥିବା ସମସ୍ତ କର୍ମଚାରୀଙ୍କୁ ମାସକର ଦରମା ଦିଆଯାଇଛି; ତାଙ୍କ ବାପା ସଲିମ୍ ଖାନ୍ କହିଛନ୍ତି ଯେ ତାଙ୍କ ବିଲ୍ଡିଂରେ ରହୁଥିବା ସବୁ ଲୋକ ତଥା ସଲ୍‌ମାନ୍‌ଙ୍କ ପାଇଁ କାମ କରୁଥିବା ଷ୍ଟାଫ୍ ମାନଙ୍କର ଖାଇବା ପିଇବାର ମଧ୍ୟ ବନ୍ଦୋବସ୍ତ କରାଯାଇଛି

LEAVE A REPLY

Please enter your comment!
Please enter your name here